ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୭ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଦୃଢ ମନୋବଳ ନେଇ ସ୍ଥଗିତ

ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୭ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଦୃଢ ମନୋବଳ ନେଇ ସ୍ଥଗିତ

ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୭ଟି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଦୃଢ ମନୋବଳ ନେଇ ସ୍ଥଗିତ କାର୍ଯ୍ୟକୁ ପୂର୍ଣ୍ଣ କରିବେ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (08 ମାର୍ଚ୍ଚରୁ 14 ମାର୍ଚ୍ଚ)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ । ପରିବାର ସଦାଶୟଙ୍କ ସହ ମାଙ୍ଗଳିକ କାର୍ଯ୍ୟ ବିଷୟରେ ଆଲୟଚନ କରିବେ । ଶତ୍ରୁମାନେ ମିତ୍ରତାର ହାତ ବଢାଇବେ । ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ହେବେ । ଯଦିଓ କର୍ମକ୍ଷେତରରେ କେତେକ ସମସ୍ୟା ଦେଖାଦେଇପାରେ ତଥାପି ଦୃଢ ମନୋବଳରେ ସମସ୍ତ ସମସ୍ୟାର ସମାଧାନ କରିବେ । ବ୍ୟବସାୟ, ବାଣିଜ୍ୟରେ, କ୍ଷେତ୍ରରେ ସହକର୍ମୀଙ୍କ ସହିତ ସମ୍ପର୍କ ଭଲ ରହିବ । ଚାକିରି କ୍ଷେତ୍ରରେ ଆପଣ ଚାହୁଁଥିବା ସଫଳତା ପାଇପାରିବେ । ପଦୋନ୍ନତିର ଯୋଗ ମଧ୍ୟ ରହିଛି । ବୈବାହିକ ଜୀବନରେ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ପରିବାରରେ ହସଖୁସିରେ ସପ୍ତାହଟି ଅତିବାହିତ କରିବେ । ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିବ, ପେଟ ଜନିତ ସମସ୍ୟାରେ ବିରକ୍ତ ହୋଇପାରନ୍ତି ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ ଆପଣ ଆର୍ଥିକ ସମ୍ବନ୍ଧୀୟ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଅର୍ଥ ରୋଜଗାର କରିବାକୁ ମନରେ ତତ୍ପରତା ଜାଗ୍ରତ ହେବେ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ । ବ୍ୟବସାୟରେ ବୃଦ୍ଧି ନିମନ୍ତେ ନୂଆ ନୂଆ ରଣିନୀତି ପ୍ରସ୍ତୁତ କରିବେ । ଆତ୍ମୀୟ ସ୍ଵଜନଙ୍କ ଯୋଗୁଁ ମାନସିକ ଚାପ ବୃଦ୍ଧି ପାଇବ । ଏହି ସପ୍ତାହରେ ଅଫିସରେ ସମସ୍ତ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଅଫିସରେ କୌଣସି ଗୁରୁଦାୟିତ୍ୱ ଆପଣଙ୍କୁ ମିଳିପାରେ । ପାରିବାରିକ ପରିବେଶ ସୁସ୍ଥ ଓ ନିରାମୟ ରହିବ । ଜୀବନ ସାଥିଙ୍କ ମନର ଭାବନାକୁ ବୁଝି, ଆବଶ୍ୟକତା ପୂରଣ କରିବେ ଓ ପରସ୍ପର ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ଏହି ସପ୍ତାହ ପ୍ରେମୀଯୁଗଳଙ୍କ ପାଇଁ ସ୍ମରଣୀୟ ହୋଇରହିବ । ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ରହିବ । ସତେଜତା ଓ ସୁଖ ଅନୁଭବ କରିବେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ସପ୍ତାହରେ ପରିବାର ସହ ଜଡିତ ସମସ୍ତ ଜଟିଳ ବିଷୟକୁ କୌଶଳ କ୍ରମେ ସହଜରେ ସମାଧାନ କରିନେବେ । ଆଗାମୀ ଦିନର ମାଙ୍ଗଳିକ କାର୍ଯ୍ୟଗୁଡ଼ିକ ସୁରୁଖୁରୁରେ ପରିଚାଳିତ କରିବା ନିମନ୍ତେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବ । କିନ୍ତୁ ପରୋକ୍ଷ ଶତ୍ରୁତା ଯୋଗୁଁ କର୍ମକ୍ଷେତ୍ରରେ ସାମୟିକ ଅବରୋଧର ସୃଷ୍ଟି ହୋଇପାରେ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ, ଅଧିକାରୀମାନେ ସହଯୋଗ କରିବେ । ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟରେ ଦୂର ଯାତ୍ରା କରିବାକୁ ପଡିପାରେ । ପରିବାରର ଆବଶ୍ୟକୀୟ ଜିନିଷ କ୍ରୟ କରିବେ । ପରସ୍ପର ଆପୋସ ବୁଝାମୁଣା ଦ୍ଵାରା ଆଇନଗତ ସମସ୍ୟାର ସମାଧାନ ହୋଇଯିବ । ସ୍ୱାମୀ-ସ୍ତ୍ରୀ ପରସ୍ପର ମଧ୍ୟରେ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବେ । ଏହି ସପ୍ତାହରେ ସ୍ୱାସ୍ଥ୍ୟ ପ୍ରାୟତଃ ଭଲ ରହିବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଚଳିତ ସପ୍ତାହରେ ଭାଇ ଓ ଭଉଣୀଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଯାନବାହାନ ନିମନ୍ତେ ଖର୍ଚ୍ଚାନ୍ତ ଅଧିକ ହୋଇପାରେ । ବ୍ୟବସାୟ ପାଇଁ ଯାତ୍ରା ଲାଭଦାୟକ ହେବ । କାରବାରରେ ସତର୍କତା ଅବଲମ୍ବନ ନ କଲେ କ୍ଷତିରେ ପଡ଼ିପାରନ୍ତି । ଅଫିସ୍ ପରିବେଶ ଟିକେ ନିରାଶାଜନକ ହୋଇପାରେ । ଅଧିନସ୍ଥ କର୍ମଚାରୀମାନଙ୍କ କାର୍ଯ୍ୟକଳାପ ଯୋଗୁଁ ମନ ବିସ୍ତାପ ରହିବ । ଯଦି ଏହି ସପ୍ତାହରେ ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଆପଣ ଏହି ସପ୍ତାହରେ କିଛି ନୂତନ ଏବଂ ଆକର୍ଷଣୀୟ ଅନୁଭୂତି ପାଇପାରିବେ । ଦୀର୍ଘ ଦିନରୁ ଲାଗିଥିବା ଜମିଜମା ସମସ୍ୟାର ସମାଧାନ ହେବାର ସମ୍ଭାବନା ରହିଛି । ପ୍ରେମୀ କିମ୍ବା ଜୀବନସାଥୀଙ୍କ ସହିତ କୌଣସି ପ୍ରକାରର ବିବାଦରେ ପଡନ୍ତୁ ନାହିଁ । ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ଦୃଢ ହେବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟପେୟ ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

କୌଣସି କ୍ଷେତ୍ରରେ ବିନିଯୋଗ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ଚଳିତ ସପ୍ତାହରେ ବ୍ୟବସାୟୀମାନେ ପ୍ରତିଦ୍ଵନ୍ଦୀମାନଙ୍କୁ ପଛରେ ଛାଡି ଉନ୍ନତିର ପଥରେ ଅଗ୍ରସର ହେବେ । କାର୍ଯ୍ୟାଳୟରେ ପରିସ୍ଥିତି ସୁସ୍ଥ ବାତାବରଣ ରହିବ । ଆର୍ଥିକ ସ୍ଥିତି ପୂର୍ବପରି ରହିବ । ସାଙ୍ଗମାନଙ୍କ ସହିତ ପର୍ଯ୍ୟଟନ ସ୍ଥାନକୁ ପରିଦର୍ଶନ କରିବା ପାଇଁ ଯାଇପାରନ୍ତି । ନିଜର ଭାବପ୍ରବଣତା ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଭାବପ୍ରବଣତାର ବଶବର୍ତ୍ତୀରେ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଅଧାରେ ଅଟକାଇ ଦେଇପାରନ୍ତି । ଅତୀତର କଥାଗୁଡିକ ସ୍ମରଣ କରି ଚିନ୍ତାମଗ୍ନ ରହିବେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ଚିନ୍ତିତ ରହିବେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ରହିଲେ ମଧ୍ୟ ନିୟମିତ ବ୍ୟାୟାମ ଜାରି ରଖନ୍ତୁ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ ଆର୍ଥିକ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ଅବସାନ ଘଟିବ । ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ନଥିଲେ ମଧ୍ୟ କଥାବାର୍ତ୍ତା କରିବା ସମୟରେ ଭାଷାର ସଂଯମତା ଉପରେ ଧ୍ୟାନ ଦିଅନ୍ତୁ । ଅନ୍ୟର ବିବାଦୀୟ ପରିସ୍ଥିତିରେ ମୁଣ୍ଡ ପୁରାଇଲେ, ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସପ୍ତାହ ଆରମ୍ଭରେ ବ୍ୟବସାୟ ବାଣିଜ୍ୟରେ ପୁଞ୍ଜି ବିନିଯୋଗ କରିବା ଲାଭ ଦାୟକ ସାବ୍ୟସ୍ତ ହେବ । ଚାକିରି କ୍ଷେତ୍ରରେ ଉନ୍ନତି ପାଇଁ ସଂଘର୍ଷ କରିବେ । ସ୍ୱାସ୍ଥ୍ୟ ସୁସ୍ଥ ରହିବ । ବିନା ସ୍ଵାର୍ଥରେ ଅନ୍ୟ ଲୋକଙ୍କୁ ସହାୟତା କରିବା ପାଇଁ ଆଗେଇ ଆସିବେ । ସାବଧାନ ରୁହନ୍ତୁ, କାରଣ ଆପଣଙ୍କ ନିଜ ଲୋକ କିମ୍ବା ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ପ୍ରତିଛବିକୁ ସମାଜରେ ଖରାପ କରିବାକୁ ଚେଷ୍ଟା କରିପାରନ୍ତି । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ମନର ଦୁଃଖକୁ ଜୀବନ ସାଥିଙ୍କ ସହିତ ବାଣ୍ଟିବେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ସମସ୍ତଙ୍କ ସହିତ ମିଳିମିଶି ସାମାଜିକ କାର୍ଯ୍ୟ ତଥା ଆନୁଷ୍ଟନିକ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚିବେ । ଚଳିତ ସପ୍ତାହରେ ପିତାମାତାଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମାନସିକ ଚିନ୍ତାର କାରଣ ହୋଇପାରେ । ପରିବାର ସହିତ ଅଧିକ ସମୟ ବିତାଇବେ । ଚାକିରିରେ ପଦୋନ୍ନତି ସହିତ ଆୟର ବୃଦ୍ଧିର ସମ୍ଭାବନା ରହିଛି । ବରିଷ୍ଠଙ୍କ ବ୍ୟକ୍ତିଙ୍କ ପରାମର୍ଶରେ ନୂତନ ବ୍ୟବସାୟର ଶୁଭାରମ୍ଭ କରିପାରନ୍ତି । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବ । ସମାଜର କିଛି ସମ୍ମାନନୀୟ ବ୍ୟକ୍ତି ଆପଣଙ୍କୁ ଭୁଲ୍ ବୁଝିବେ । ସାମୟିକ ଉତ୍ଥାନପତନ ମଧ୍ୟରେ ବୈବାହିକ ଜୀବନ ଅତିବାହିତ ହେଲେ ମଧ୍ୟ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ପାଣିପାଗର ପରିବର୍ତ୍ତନ ହେତୁ ସାମୟିକ ଥଣ୍ଡା ଓ ଜ୍ଵରର ସମ୍ମୁଖୀନ ହୋଇପାରନ୍ତି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ଭାଗ୍ୟର ବିଡମ୍ବନା ଯୋଗୁଁ ନାନା ପ୍ରକାର ବାଧାବିଘ୍ନ ସମ୍ମୁଖୀନ ହେବାକୁ ପଡିପାରେ । ସରକାରୀ ସୁବିଧା ଓ ସୁଯୋଗର ଆଶା ଆଶ୍ଵାସନା ନେଇ ଅପେକ୍ଷା କରିବେ, କିନ୍ତୁ ଆଶା ନିରର୍ଥକ ହେବ । ମନୋରଞ୍ଜନରେ ଅଧିକ ଅର୍ଥ ଖର୍ଚ୍ଚ କରିବେ । ଘନିଷ୍ଠ ସମ୍ପର୍କୀୟଙ୍କ ସହ ଭୁଲ୍ ବୁଝାମୁଣା ଯୋଗୁଁ ସମ୍ପର୍କରେ ଫାଟ ଦେଖାଦେଇପାରେ । କୌଣସି କାର୍ଯ୍ୟ କରିବାକୁ ନେଇ ମନରେ ଦ୍ୱନ୍ଦ୍ୱ ରହିବ । ବ୍ୟବସାୟ ବାଣିଜ୍ୟରେ କାରବାର ମାନ୍ଦା ରହିବ । କିନ୍ତୁ ସପ୍ତାହର ଶେଷାର୍ଦ୍ଧରେ ବ୍ୟବସାୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଏହି ସପ୍ତାହଟି ଆପଣ ଏକାକୀ ଅନୁଭବ କରିବ । ପ୍ରେମୀମାନେ ଫୋନରେ କଥା ହୋଇପାରନ୍ତି । ବନ୍ଧୁଙ୍କ ପରାମର୍ଶକୁ ପାଥେୟ କରି କର୍ମକ୍ଷେତ୍ରରେ କେତେକ ସମସ୍ୟାରୁ ମୁକୁଳି ପାରିବେ ଓ ବନ୍ଧୁଙ୍କ ମାଧ୍ୟମରେ ହିଁ ଆର୍ଥିକ ସ୍ଥିତରେ ସୁଧାର ଆସିବା । ଶାରୀରିକ ଦୃଷ୍ଟିକୋଣରୁ ମାନସିକ ଅବସାଦରେ ସପ୍ତାହଟି ଅତିବାହିତ କରିବେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବ । ଆପଣଙ୍କ ନିଜ ମନକୁ ଶାନ୍ତ ରଖନ୍ତୁ ଓ ଯୋଜନା ଉପରେ କାର୍ଯ୍ୟ କରନ୍ତୁ । ଆକସ୍ମିକ ବା ତରବାରିଆ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ, ନଚେତ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପରୋକ୍ଷ ଶତ୍ରୁତା ଯୋଗୁଁ କର୍ମକ୍ଷେତ୍ରରେ ଉତ୍ଥାନପତନ ଲାଗି ରହିବ । ଆୟର ଉତ୍ସରେ ପ୍ରତିବନ୍ଧିକ ଲାଗିପାରେ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ | ସପ୍ତାହର ମଧ୍ୟଭାଗରେ, ପରିବାରର କାହାର ସ୍ୱାସ୍ଥ୍ୟ ସମସ୍ୟାକୁ ଭିତ୍ତି କରି ମନରେ ଚିନ୍ତା ବଢିବ, ଯେଉଁଥିପାଇଁ ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହୋଇପାରିବ ନାହିଁ । ଜୀବନ ସାଥୀ ଆପଣଙ୍କ ଠାରୁ ଅନେକ ଅଭିଯୋଗ ପାଇବେ, ଯାହାକୁ ସମାଧାନ କରିବା କଷ୍ଟକର ହେବ କିନ୍ତୁ ଧୀରେ ଧୀରେ ସବୁକିଛି ସ୍ୱାଭାବିକ ହୋଇଯିବ । ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ ଓ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପେଟ ଯନ୍ତ୍ରଣା ଭଳି କେତେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଜାୟ ରହିବ । ମନର ଆକାଂକ୍ଷା ପୂରଣ ହେବ ଓ ଆତ୍ମବିଶ୍ୱାସ ବଢ଼ିବ । ନିଜର କ୍ଷମତା ଓ ଦକ୍ଷତା ଏବଂ ଜ୍ଞାନ ବଳରେ ଜଟିଳରୁ ଜଟିଳ ସମସ୍ୟାକୁ ମଧ୍ୟ ସମାଧାନ କରିବେରେ ସମର୍ଥ ହେବେ । ଦୀର୍ଘ ଦିନ ଧରି ଅଫିସରେ ଜଡିତ ଥିବା ଏକ ସମସ୍ୟାର ସମାଧାନ କରି, ଉଚ୍ଚାଧିକାରୀଙ୍କ ପ୍ରିୟପାତ୍ର ହେବେ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଚାଲିଚଳନ, ବ୍ୟବହାରରେ ସନ୍ତୁଷ୍ଠ ରହିବେ ନାହିଁ । ଏହି ସପ୍ତାହରେ ଜମିଜମା କିମ୍ବା ଶେୟାର ବଜାରରେ ପୁଞ୍ଜି ନିବେଶ କରନ୍ତୁ, ଭବିଷ୍ୟତରେ ଯଥେଷ୍ଟ ମୁନଫା ପାଇବେ । ଆଇନ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କ ପାଇଁ ସପ୍ତାହଟି ବହୁତ ଭଲ ରହିବ । ଦାମ୍ପତ୍ୟ ଜୀବନ ଓ ପ୍ରେମ ସମ୍ପର୍କ ଦୃଢ ରହିବ । କିଛି ବ୍ୟକ୍ତିଙ୍କ ନୂତନ ପ୍ରେମ ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ପେଟରେ ଗ୍ୟାସ କିମ୍ବା ଅମ୍ଳତା ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହରେ, ଅଫିସରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ । ଘରେ ଶାନ୍ତିଶିଷ୍ଟ ପରିବେଶ ରହିବ । ଅର୍ଥ ସମ୍ବନ୍ଧୀୟ କ୍ଷେତ୍ରରେ ବିଶେଷ ଧ୍ୟାନ ଦେବାକୁ ପଡିବ । ଯଥାସମ୍ଭବ ଏହି ସପ୍ତାହରେ ଟଙ୍କା ସମ୍ବନ୍ଧୀୟ ନେଣଦେଣ କରନ୍ତୁ ନାହିଁ । ସମାଜର ସମ୍ମାନନୀୟ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିପାରିବେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ପାରିବାରିକ କ୍ଷେତ୍ରରେ ଆତ୍ମୀୟମାନଙ୍କର ରୋଗ ଉପଚାର ନିମନ୍ତେ ଅର୍ଥ ବ୍ୟୟର ସୂଚନା ରହିଛି । ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନହେବ । ଏହି ସପ୍ତାହରେ ଜୀବନ ସାଥିଙ୍କ ସମ୍ବନ୍ଧ ଭଲ ରହିବ । ଆପଣଙ୍କ ପ୍ରତିଟି କାର୍ଯ୍ୟରେ ଜୀବନ ସହସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଛାତ୍ରଛାତ୍ରୀଙ୍କ ଏହି ସପ୍ତାହଟି ନକରାତ୍ମକ ରହିବ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଗୋଡରେ ଆଘାତ ଲାଗିପାରେ ଓ ସାମୟିକ ଜ୍ଵରରେ ପୀଡିତ ହୋଇପାରନ୍ତି ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବ । ଯେକୌଣସି କାର୍ଯ୍ୟ ହାତକୁ ନେବେ ସେଥିରେ ସଫଳତା ନିଶ୍ଚିତ ପାଇବେ । କିନ୍ତୁ କଠିନରୁ ଅତି କଠିନ ପରିଶ୍ରମ କରିବାକୁ ପଡିବ । ବ୍ୟବସାୟ ବାଣିଜ୍ୟକ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି କରିବାର ସମ୍ଭାବନା ରହିଛି । ଯଦି ଆପଣ କିଛି ନୂଆ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି, ତେବେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ ସଫଳତା ନିଶ୍ଚୟ ପାଇବେ । ଅଫିସ୍ କାର୍ଯ୍ୟାଳୟରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ । ଏହି ସପ୍ତାହରେ ଆପଣ ନିଜର ପୁରୁଣା ବନ୍ଧୁମାନଙ୍କ ସହ ଦେଖା ସାକ୍ଷାତ କରିପାରନ୍ତି । ଆଗାମୀ ଦିନରେ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟ ସକାଶେ ପରିବାର ସଦସ୍ୟଙ୍କ ସହ ଏକତ୍ର ବସି ଆଲୋଚନା କରିବେ । ଜୀବନ ସାଥିଙ୍କ ଛୋଟିଆ ଛୋଟିଆ କଥାଗୁଡିକରେ କ୍ରୋଧ ନ କରି ବରଂ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ, ତେବେ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଶାରୀରିକ ପରିଶ୍ରମ ଯୋଗୁଁ ଦୁର୍ବଳତା ଅନୁଭବ କରିବେ ।

Leave a Reply

Your email address will not be published. Required fields are marked *