ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ମାଆ ଦୁର୍ଗାଙ୍କ ଆଶୀର୍ବାଦ ! କର୍ମକ୍ଷେତ୍ରରେ

ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୬ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିବା ମାଆ ଦୁର୍ଗାଙ୍କ ଆଶୀର୍ବାଦ ! କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି । ଆସନ୍ତୁ ଜାଣିବା :

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୧୯ ଅକ୍ଟୋବରରୁ ୨୫ ଅକ୍ଟୋବର)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଚଳିତ ସପ୍ତାହରେ, ମନ ଚିନ୍ତାଗ୍ରସ୍ତ ରହିବା କାରଣରୁ ମାନସିକ ଅସନ୍ତୋଷ ଅନୁଭବ ହେବ । ମନକୁ ବିଭିନ୍ନ ପ୍ରକାର ନକାରାତ୍ମକ ଚିନ୍ତାଧାରା ଆସିବ । ସେହି ନକରାତ୍ମକ ଚିନ୍ତାଧାରା ଠାରୁ ନିଜକୁ ଦୂରେଇ ରଖିବା ଭଲ ହେବ, ଅନ୍ୟଥା ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ମାଆଙ୍କର ସ୍ୱାସ୍ଥ୍ୟକୁ ନେଇ ମନରେ ଚିନ୍ତା ଲାଗିରହିବ । ସପ୍ତାହର ପ୍ରାରମ୍ଭରେ ବ୍ୟବସାୟ ବାଣିଜ୍ୟରେ ସ୍ଥିତି ମଜବୁତ ରହିବ ଓ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ । କର୍ମକ୍ଷେତ୍ରରେ ଅଧିକାରୀମାନଙ୍କ ଠାରୁ ସହାୟତା ମିଳିବ । ବନ୍ଧୁଙ୍କ ସହ ମେଲ ହୋଇ କୌଣସି ଦର୍ଶନୀୟ ସ୍ଥାନର ପରିଭ୍ରମଣ କରିବା ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି କିନ୍ତୁ ମାନସିକ ଅସ୍ଥିରତା ହେତୁ ଶେଷ ସମୟ ଯାତ୍ରାକୁ ଯିବାକୁ ମନା କରିବେ । କିଛି ସାଙ୍ଗସାଥିଙ୍କ ଠାରୁ କୌଣସି ଖୁସି ଖବର ମିଳିବ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ କରିପାରନ୍ତି । ପରିବାର ସଦସ୍ୟଙ୍କ ଅଜସ୍ର ସ୍ନେହ, ଶ୍ରଦ୍ଧା ପାଇବେ । ନିକଟ ସମ୍ପକୀୟମାନେ ଆର୍ଥିକ ସହାୟତା ପାଇଁ ଆପଣଙ୍କ ସାହାଯ୍ୟ ଲୋଡିପାରନ୍ତି । ପରିବାରରେ ହସଖୁସିର ବାତାବରଣ ରହିବ । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମନ୍ୱୟ ରହିବ । ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟରେ ବହୁତ ଉନ୍ନତି ହୋଇପାରେ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ପ୍ରତ୍ୟେକ ଦୃଷ୍ଟିକୋଣରୁ ଏହି ସପ୍ତାହଟି ଆପଣଙ୍କ ନିମନ୍ତେ ଅନୁକୂଳ ରହିବ । ସାମାଜିକ କାର୍ଯ୍ୟକ୍ରମରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ । ବ୍ୟବସାୟ ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେଲେ ମଧ୍ୟ ଆତ୍ମୀୟସ୍ଵଜନମାନେ ପରୋକ୍ଷରେ ଶତ୍ରୁତା କରିବେ ଯାହାଫଳରେ କର୍ମକ୍ଷେତ୍ରରେ ସାମୟିକ ବାଧା ସୃଷ୍ଟି ହେବ । ଯେତେ ପର୍ଯ୍ୟନ୍ତ ଆପଣ ସନ୍ତୁଷ୍ଟ ହୋଇ ନାହାଁନ୍ତି ଯେ ସମସ୍ତ କାର୍ଯ୍ୟ ସମାପ୍ତ ହୋଇ ଯାଇଛି, ସେ ପର୍ଯ୍ୟନ୍ତ କାଗଜପତ୍ର ଉଚ୍ଚ-ଅଧିକାରୀଙ୍କୁ ଦିଅନ୍ତୁ ନାହିଁ । ସ୍ୱଭାବରେ ସମ୍ୟକ କ୍ରୋଧ ଦେଖିବାକୁ ମିଳିବ । କୌଣସି କାମ ଆରମ୍ଭ କରିବା ପୂର୍ବରୁ ପରିବାରର ବୟୋସ୍କମାନଙ୍କର ପରାମର୍ଶ ନିଅନ୍ତୁ । ଚାକିରୀ କରୁଥିବା ଲୋକଙ୍କ ପାଇଁ କାର୍ଯ୍ୟାଳୟରେ ଅନୁକୂଳ ପରିବେଶ ରହିବ । ଚାକିରୀ କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତିର ଯୋଗ ରହିଛି । ଋଷ୍ଟ ଥିବା ସାଙ୍ଗସାଥୀଙ୍କୁ ମନାଇବା ପାଇଁ ମନ ଭୁଲାଣିଆ କଥା କହିବେ ଓ ବନ୍ଧୁତ୍ଵ ସମ୍ପର୍କକୁ ଦୃଢ କରିବେ । କ୍ୟାରିଅରରେ ଉନ୍ନତି ହୋଇପାରେ । ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଶାରୀରିକ ଓ ମାନସିକ ଦୃଷ୍ଟିକୋଣରୁ ସୁସ୍ଥତା ଅନୁଭବ କରିବେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ସପ୍ତାହରେ ପାରିବାରର କେତେକ ଘଟଣାକୁ କେନ୍ଦ୍ର କରି ମନ ଉଦାସ ରହିବ । ବିଶେଷ କରି, ପରିବାରର କୌଣସି ଘଟଣାରେ ଆପଣଙ୍କ ମୁଣ୍ଡ ପୁରନ୍ତୁ ନାହିଁ ଏବଂ ପରିବାରରେ ଉପୁଜିଥିବା ସମସ୍ୟାର ସମାଧାନ ନିମନ୍ତେ ବାଟ ଖୋଜନ୍ତୁ । ସପ୍ତାହ ଆରମ୍ଭରେ, ପ୍ରତ୍ୟେକ କାର୍ଯ୍ୟ କରିବା ସମୟରେ ଦ୍ୱନ୍ଦ୍ୱରେ ପଡିବା । ଅଯଥା ଚିନ୍ତା ଓ କାର୍ଯ୍ୟରେ ନିରାଶା ଯୋଗୁଁ ମନରେ ସରସତା ରହିବ ନାହିଁ । ପ୍ରତ୍ୟେକ ସ୍ଥଳରେ ଭାବପ୍ରବଣତା ଯୋଗୁଁ କ୍ଷେତ୍ରରେ କେତେକ ଅସୁବିଧାର ସମ୍ମୁଖୀନ ହେବେ । କିନ୍ତୁ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବେ ଓ ପ୍ରଶଂସିତ ମଧ୍ୟ ହେବେ । ବ୍ୟବସାୟୀମାନେ, ବ୍ୟବସାୟରେ ଆୟ ବୃଦ୍ଧି ପାଇବ କିନ୍ତୁ ସଞ୍ଚୟ କରିପାରିବେ ନାହିଁ । ମିଥୁନ ରାଶିର ଲୋକମାନଙ୍କୁ ଏହି ସପ୍ତାହରେ ନିଜ ଜୀବନସାଥୀଙ୍କ ଠାରୁ ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ, ସହଯୋଗ ମିଳିବ ଏବଂ ପ୍ରେମ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ପିଠି ଯନ୍ତ୍ରଣା ପରି ସମସ୍ୟା ଦେଖାଦେଇପାରେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହରେ ଆପଣ ନିଜ କାର୍ଯ୍ୟକୁ ଧ୍ୟାନ କେନ୍ଦ୍ରଭୂତ କରି କାର୍ଯ୍ୟ କରିଚାଳନ୍ତୁ । ଅଫିସ କିମ୍ବା କର୍ମକ୍ଷେତ୍ରରେ ଅଧିକାରୀବର୍ଗ ଏବଂ ଘରେ ସଦସ୍ୟଙ୍କ ସହ ଯୁକ୍ତିତର୍କ କରିବା ଅର୍ଥ ସମସ୍ୟାର ଜାଲରେ ଛନ୍ଦି ହେବ ସହିତ ସମାନ । ଏହି ସପ୍ତାହରେ ଆପଣ କୌଣସି ପ୍ରକାରର ଅପ୍ରୀତିକର ଘଟଣାର ସମ୍ମୁଖୀନ ହୋଇପାରନ୍ତି । ପ୍ରତ୍ୟେକ ସ୍ଥଳରେ ଆପଣ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ଦେଇ ଗତି କରିବେ । କାର୍ଯ୍ୟରେ ସଫଳତା ପାଇବା ପାଇଁ ଉଦ୍ୟମ ଜାରି ରଖିବେ । କିନ୍ତୁ ବନ୍ଧୁ ଓ ସହକର୍ମୀଙ୍କ ସାହାଯ୍ୟ, ସହଯୋଗର ଅଭାବ ଅନୁଭବ କରିବେ ନାହିଁ । ଏପରି କି କେତେକ ସ୍ଥଳରେ ବନ୍ଧୁଙ୍କ ଦ୍ଵାରା ସମସ୍ୟାରୁ ମୁକ୍ତ ପାଇପାରିବେ । ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ, ଯାହାଫଳରେ କାର୍ଯ୍ୟଗୁଡିକ ତ୍ୱରାନ୍ୱିତ କରିପାରିବେ । ମନରେ କ୍ରୋଧ ସ୍ଵଭାବ ଜନ୍ମିବ, ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । କୌଣସି ଧାର୍ମିକ କାର୍ଯ୍ୟ କିମ୍ବା ଧାର୍ମିକ ସ୍ଥାନକୁ ଯିବାର ସୁଯୋଗ ମିଳିବ । ଯୁବକମାନଙ୍କୁ କ୍ୟାରିୟରରେ ଭଲ ବିକଳ୍ପ ମିଳିପାରେ । ପ୍ରେମ ଜୀବନରେ କୌଣସି ବିଶେଷ ପରିବର୍ତ୍ତନ ଆସିବ ନାହିଁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆଳସ୍ୟତାରୁ ଦୁରେଇ ରୁହନ୍ତୁ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହରେ ଆପଣ ନିଜ ପରାକ୍ରମ ଆହୁରି ବୃଦ୍ଧି କରିବାକୁ ସମର୍ଥ ହେବେ । କୌଣସି ସୁନ୍ଦର ପର୍ଯ୍ୟଟନ ସ୍ଥାନକୁ ଯିବାର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ପତ୍ନୀ ଏବଂ ପିଲାମାନଙ୍କ ସହିତ ସୁଖଦ ସମୟ ଅତିବାହିତ କରିବେ । ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବାର ସମ୍ଭାବନା ରହିଛି । ପ୍ରାତଃ ସୂର୍ଯ୍ୟଦୋୟ ପୂର୍ବରୁ ସ୍ନାନ କରିନ୍ତୁ, ପୂର୍ଣ୍ଣ ଫଳପ୍ରାପ୍ତ ହେବ, ଯାହା ଆପଣଙ୍କ ଭାଗ୍ୟକୁ ଆହୁରି ଅଧିକ ଶକ୍ତିଶାଳୀ କରିବ । ସପ୍ତାହ ଆରମ୍ଭରେ ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ । ଜୀବନସାଥୀଙ୍କ କେତେକ ଭୁଲ୍ ବିଶେଷ ଗୁରୁତ୍ଵ ଦିଅନ୍ତୁ ନାହିଁ । ଥଟ୍ଟା ମଜାରେ ଟାଳି ଦିଅନ୍ତୁ । ପ୍ରେମ ଜୀବନ ଭଲ ରହିବ । ଯଦି ଆପଣ କଠିନ ପରିଶ୍ରମ କରିବେ, ତେବେ ଏହି ସପ୍ତାହ ଆପଣଙ୍କ କ୍ୟାରିଅର ପାଇଁ ଭଲ ହୋଇପାରେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ସପ୍ତାହ ଭଲରେ ଅତିବାହିତ ହୋଇପାରେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ ଆପଣ ଭାବପ୍ରବଣତାରେ ପ୍ରବାହିତ ହୋଇରହିବେ । ଆତ୍ମୀୟସ୍ଵଜନଙ୍କ ସହ ସମ୍ପର୍କ ଭଲ ରହିବ । କାର୍ଯ୍ୟକ୍ଷେତ୍ରରେ ଆୟ ବୃଦ୍ଧି ପାଇବ । ଅନ୍ୟମାନଙ୍କୁ ଭରସା କରି ଚାଲିଲେ, ପ୍ରତାରିତ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସୁଧାର ଆସିବା ଯୋଗୁଁ ଆପଣଙ୍କର ଅନେକ ସମସ୍ୟା ହ୍ରାସ ପାଇବ । ଚାକିରୀରେ ସହକର୍ମୀ ଓ ବ୍ୟବସାୟରେ ସହଭାଗିତାଙ୍କ ପୂର୍ଣ୍ଣ ସମର୍ଥନ ମିଳିବ, ଯାହାଫଳରେ ସୁସ୍ଥ ପରିବେଶ ଓ ହାଲୁକା ମନରେ କାର୍ଯ୍ୟକ୍ଷେତ୍ରରେ ଯଥାସମ୍ଭବ ଉନ୍ନତି କରିବେ । ବୃତ୍ତିଗତ ପ୍ରସଙ୍ଗରେ ବର୍ତ୍ତମାନ ଚାଲିଥିବା କିଛି ପ୍ରକଳ୍ପ ସର୍ତ୍ତମୂଳକ ଭାବରେ ଅପସାରିତ ହୋଇଯାଇପାରେ । ପ୍ରେମ ସମ୍ବନ୍ଧୀୟ ମାମଲା ପାଇଁ ସପ୍ତାହଟି ବହୁତ ଭଲ ରହିବ । କୌଣସି ଆର୍ଥିକ ନିଷ୍ପତ୍ତି ବୁଝିସୁଝି ନିଅନ୍ତୁ । ନଚେତ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ଏହି ସପ୍ତାହରେ କନ୍ୟା ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସନ୍ତୋଷଜନକ ସ୍ଥିତିରେ ରହିବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ ଆୟର ନୂତନ ସ୍ରୋତ ଉନ୍ମକ୍ତ ହେବ । କୌଣସି ପ୍ରମୁଖ ଆବଶ୍ୟକତା ଉପରେ ଅନ୍ୟମାନଙ୍କ ସାହାଯ୍ୟ ମିଳିବ । ପୂଜାପାଠ କିମ୍ବା ଧାର୍ମିକ କାର୍ଯ୍ୟ ପଛରେ ଖର୍ଚ୍ଚାନ୍ତ ବଢିବ । ସମ୍ପର୍କୀୟ ଏବଂ ପରିବାର ସହିତ ସାଧାନତାର ସହିତ କଥା ହୁଅନ୍ତୁ, କାରଣ ଆପଣଙ୍କର କଥାବାର୍ତ୍ତା ଦ୍ୱାରା କାହାକୁ ଆଘାତ ଲାଗିବାର ସମ୍ଭାବନା ରହିଛି । ଇର୍ଷାପରାୟଣ ବନ୍ଧୁ ଏବଂ ଗୁପ୍ତ ଶତ୍ରୁମାନଙ୍କ ଠାରୁ ସାବଧାନ ରୁହନ୍ତୁ । ସନ୍ତାନଙ୍କ ଠାରୁ ଭଲ ଖବର ଶୁଣିବାକୁ ପାଇବେ । ଯାନବାହନ ସାବଧାନତାର ସହିତ ଚଳାନ୍ତୁ । ପତ୍ନୀଙ୍କ ଅସୁସ୍ଥତା ହେତୁ ଚିନ୍ତା ରହିବ । ପ୍ରେମ ସମ୍ପର୍କରେ ଦେଖାଯାଉଥିବା ପାରିବାରିକ ବାଧା ଏହି ସପ୍ତାହରେ ଶେଷ ହୋଇଯିବ । ଏହି ସପ୍ତାହରେ ଚାକିରୀରେ ନୂତନ ସୁଯୋଗ ମିଳିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି, ଅନାବଶ୍ୟକ ଖର୍ଚ୍ଚକୁ ରୋକିବାକୁ ଚେଷ୍ଟା କରନ୍ତୁ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ଆପଣଙ୍କର ଚିନ୍ତାଧାରା ସକାରାତ୍ମକ ରହିବ । ପରିବାର ସହିତ କୌଣସି ମାଙ୍ଗଳିକ ଉତ୍ସବରେ ଯୋଗଦେବ । ବ୍ୟବସାୟ ଓ ବାଣିଜ୍ୟରେ ନାନା ପ୍ରକାର ବାଧାବିଘ୍ନ ଦେଖାଦେଲେ ମଧ୍ୟ ଦୃଢତାର ସହ ସମ୍ମୁଖୀନ କରିବେ ଓ ବ୍ୟବସାୟରେ ସ୍ଥିତିକୁ ନିୟନ୍ତ୍ରଣାଧୀନ କରିରଖିପାରିବେ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ସହକର୍ମୀମାନଙ୍କ ସହିତ ସମ୍ପର୍କ ଭଲ ରହିବା ଫଳରେ କାର୍ଯ୍ୟଗୁଡିକ ତ୍ୱରାନ୍ୱିତ ହୋଇପାରିବ । କୌଣସି ବିବାଦୀୟ ପରିସ୍ଥିତିର ମଧ୍ୟସ୍ଥତା କରନ୍ତୁ ନାହିଁ । ଘରେ ବାସ୍ତୁ ସୁଖ ସୁବିଧାର ସାମଗ୍ରୀ କିଣି ପାରନ୍ତି । ନୂତନ ଉତ୍ସରୁ ଧନପ୍ରାପ୍ତି ହୋଇପାରେ । ଜୀବନସାଥୀଙ୍କ ସହଯୋଗରେ କେତେକ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ସମର୍ଥ ହେବେ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ ଅଟେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ ଆପଣ କୌଣସି ସମ୍ପର୍କୀୟ କିମ୍ବା ବନ୍ଧୁଙ୍କୁ ଭେଟିବା ପାଇଁ ସହର ବାହାରକୁ ଯାଇପାରନ୍ତି, ଯାହା ସନ୍ତୋଷଜନକ ପ୍ରମାଣିତ ହେବାର ସମ୍ଭାବନା ଅଛି । କୌଣସି ଲକ୍ଷ୍ୟ ପାଇଁ ଅର୍ଥ ସଂଗ୍ରହରେ ଅସୁବିଧା ହେବାର ସମ୍ଭାବନା ଅଛି । କଠିନ ପରିଶ୍ରମରେ ଟଙ୍କା ରୋଜଗାର କରିବାରେ ସଫଳ ହେବେ । ପରିବାର ଏବଂ ସମାଜ ପ୍ରତି ନିଜର ଦାୟିତ୍ୱ ପୂରଣ କରିବେ । ଆର୍ଥିକ ପରିସ୍ଥିତି ଭଲ ହେବ । ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ମନଧ୍ୟାନ ଲଗେଇବେ । ଆପଣଙ୍କ ସାକ୍ଷାତ ପୁରୁଣା ବନ୍ଧୁଙ୍କ ସହ ହୋଇପାରେ । ଏହି ସାକ୍ଷାତ ଆପଣଙ୍କୁ ଅତୀତର ଅନେକ ପୁରୁଣା ସ୍ମୃତିକୁ ମନେ ପକାଇପାରେ । ବ୍ୟବସାୟ ଏବଂ ଚାକିରୀ କରୁଥିବା ଲୋକ ଏହି ସପ୍ତାହରେ ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତି । ଏହି ସପ୍ତାହରେ ସତେଜତା ଏବଂ ଆନନ୍ଦର ଅଭାବ ପରିଲକ୍ଷିତ ହେବାର ସୂଚନା ରହିଛି । କ୍ରୋଧକୁ ନିୟନ୍ତ୍ରଣାଧୀନରେ ରଖନ୍ତୁ, ଅନ୍ୟଥା ବିବାଦୀୟ ସ୍ଥିତି ଉପୁଜିପାରେ । ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଚକ୍ଷୁ ପୀଡା କିମ୍ବା ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଦେଇପାରେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆପଣଙ୍କୁ ସରକାରୀ କାର୍ଯ୍ୟରେ ସଫଳତା ମିଳିବ । ପୌତୃକ ସମ୍ପତ୍ତିରୁ ଲାଭ ହେବ । ଜମି, ଘର କାଗଜପତ୍ରରେ ଦସ୍ତଖତ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଏହି ସପ୍ତାହର ପ୍ରଥମ ଭାଗରେ ନିଜ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇପାରନ୍ତି । କାର୍ଯ୍ୟସ୍ଥଳରେ ସହକର୍ମୀଙ୍କୁ ସାହାଯ୍ୟ ମିଳିବ । ଏହି ସପ୍ତାହର ଦ୍ୱିତୀୟ ଭାଗରେ ଆପଣ ଅଧିକ ଅର୍ଥ ଖର୍ଚ୍ଚାନ୍ତ ହୋଇପାରନ୍ତି । ଅଫିସରେ ଆପଣଙ୍କର ଶତ୍ରୁମାନେ ମଧ୍ୟ ଆଜି ଆପଣଙ୍କର ବନ୍ଧୁ ଭଳି ବ୍ୟବହାର କରିବେ । କୌଣସି କଥାକୁ ନେଇ ପ୍ରେମ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ । ଦାମ୍ପତ୍ୟ ଜୀବନରେ ସୁଖ ରହିବ । ଚାକିରିରେ ପଦୋନ୍ନତି ହୋଇପାରେ । ଆର୍ଥିକ କ୍ଷେତ୍ରରେ ଅବସ୍ଥା ଅନୁକୂଳ ହେବ । ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଭୌତିକ ସୁଖ ସାଧନ ନିମନ୍ତେ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି । ଆର୍ଥିକ ସୁଧାର ଆସିବ । କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟା ଦୂର ହେବ । ପରିବାରରେ ଦେଖାଯାଉଥିବା ଛୋଟିଆ ଛୋଟିଆ ଭୁଲକୁ ଅଣଦେଖା କରନ୍ତୁ । କର୍ମକ୍ଷେତ୍ରରେ ସ୍ଥିତିକୁ ନିୟନ୍ତ୍ରଣାଧିନ ରଖିବା ପାଇଁ ପ୍ରାୟତଃ ବ୍ୟସ୍ତ ରହିବେ । ଯାହାଫଳରେ ଆପଣଙ୍କୁ କୌଣସି ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ଇଚ୍ଛାକୃତ ସଫଳତା ମିଳିପାରିବ । ଯେଉଁମାନେ କଳା ଏବଂ ରଙ୍ଗମଞ୍ଚ ସହିତ ଜଡିତ ଅଛନ୍ତି, ସେମାନଙ୍କୁ ସେମାନଙ୍କର ଦକ୍ଷତା ଦେଖାଇବା ପାଇଁ ଅନେକ ନୂତନ ସୁଯୋଗ ମିଳିବ । ଆପଣଙ୍କ ମାନବିକ ମୂଲ୍ୟବୋଧ ଏବଂ ସକରାତ୍ମକ ମନୋଭାବ ଆପଣଙ୍କୁ କ୍ୟାରିୟରରେ ସଫଳ କରାଇବ । ଚାକିରୀ କରୁଥିବା କର୍ମଜୀବିମାନେ ବିଶେଷ ଉପକୃତ ପାଇବେ । ଆର୍ଥିକ ପରିସ୍ଥିତି ଭଲ ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଜୀବନ ସାଥିଙ୍କ ସହ ସମୟ ଅତିବାହିତ କରିପାରିବେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ ଭାଗ୍ୟର ସମ୍ପୂର୍ଣ୍ଣ ସହାୟତା ଲାଭ କରିବାରେ ସମର୍ଥନ କରିବ । ବ୍ୟବସାୟ, ବାଣିଜ୍ୟକୁ ପ୍ରଚାର ପ୍ରସାର କରି ଆଶାତୀତ ଲାଭ ପାଇବେ । ଆର୍ଥିକ ସ୍ଥିତି ମଜବୁତ ରହିବ, ଯାହାଫଳରେ ଋଣ ପରିଶୋଧ କରିପାରିବେ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀ ସହଯୋଗ ମିଳିବା ସଙ୍ଗେ ସଙ୍ଗେ ପଦୋନ୍ନତିର ଯୋଗ ମଧ୍ୟ ରହିଛି । ସମାଜରେ ଆପଣଙ୍କ ପ୍ରତିଭାର ବିକାଶ ହେବ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ ଏବଂ କଥାବାର୍ତ୍ତା ସମୟରେ ନିଜ ଭାଷାର ସଂଯମତା ଆଚରଣ କରନ୍ତୁ । ପରିବାରରେ ପାରସ୍ପରିକ ମତଭେଦ ଦେଖାଦେଇପାରେ । ବିବାହିତ ଜୀବନକୁ ଅଧିକ ଖୁସି କରିବା ପାଇଁ ଆପଣଙ୍କ ପ୍ରୟାସ, ଆଶା କରାଯାଉଥିବା ଠାରୁ ଅଧିକ ରଙ୍ଗ ଆଣିବ । ବ୍ୟବସାୟିକ ଯାତ୍ରା ଲାଭଦାୟକ ହୋଇପାରେ । ଏହି ସପ୍ତାହରେ ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ହୋଇପାରେ ।

Be the first to comment

Leave a Reply

Your email address will not be published.


*