ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ୭ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି ! ସମାଜରେ

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ୭ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି ! ସମାଜରେ

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ୭ଟି ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି ! ସମାଜରେ ପାଦୋମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୧୯ ଅପ୍ରେଲରୁ ୧୫ ଅପ୍ରେଲ୍)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ ଆପଣଙ୍କୁ ଆପଣଙ୍କ ପରିବାରର ପୂର୍ଣ୍ଣ ସମର୍ଥନ ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧି-ବିବେକର ସହିତ କାମ କରନ୍ତୁ ସଫଳତା ଆପଣଙ୍କ ପାଦ ଛୁଇଁବ । ଖର୍ଚ୍ଚରେ ପରିମାଣ ବୃଦ୍ଧି, ଆପଣଙ୍କ ନିମନ୍ତେ ଚିନ୍ତାର କାରଣ ହୋଇପାରେ । କିନ୍ତୁ ଆପଣଙ୍କ ଦୃଢା ମୋନବଳ ଆପଣଙ୍କୁ ପ୍ରତିଟି କ୍ଷେତ୍ରରେ ବିଜୟ ପ୍ରଦାନ କରିବ । ଆପଣଙ୍କର ଅଧୁରା କାର୍ଯ୍ୟ ପୂରଣ କରିବେ । ବ୍ୟବସାୟିକ କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ମିଳିବ । ଅଭିଜ୍ଞ ବ୍ୟକ୍ତିଙ୍କ ମାଧ୍ୟମରେ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅବସାନ ଘଟିବ । ଏହି ସପ୍ତାହର ଆରମ୍ଭରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । କ୍ୟାରିୟର୍ ପ୍ରସଙ୍ଗରେ କହିବାକୁ ଗଲେ ପରିଚିତ ବ୍ୟକ୍ତିମାନେ ଆପଣଙ୍କୁ ଏହି କ୍ଷେତ୍ରରେ ସାହାଯ୍ୟ କରିବେ । ପରିବାରରେ ଆନନ୍ଦ ଉଲ୍ଲାସର ବରବରଣ ରହିବ । ସ୍ୱାସ୍ଥ୍ୟ ପାଇଁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ରାଶିର ବ୍ୟକ୍ତିମାନଙ୍କର ଏହି ସପ୍ତାହରେ, ବ୍ୟସ୍ତତା ବୃଦ୍ଧି ପାଇବ ସହ ନୂତନ ସୁଯୋଗ ଏବଂ ନୂତନ ଲୋକଙ୍କ ସହ ଦେଖାସାକ୍ଷାତ ହେବେ । ଜୀବନସାଥୀ ସହିତ ସମ୍ପର୍କ ଭଲ ରହିବ । ବ୍ୟବସାୟ ସହିତ ଜଡିତ ଲୋକମାନେ କର୍ମକ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିବେ । ବୃତ୍ତିଗତ ପ୍ରସଙ୍ଗରେ ଏକ ଛୋଟ ସମସ୍ୟା ପରବର୍ତ୍ତୀ ସମୟରେ ଜଟିଳ ହୋଇଯିବାର ସମ୍ଭାବନା ରହିଛି । ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କର୍ମକ୍ଷେତ୍ରରେ ଦେଖାଯାଉଥିବା ବିବାଦକୁ ସମାଧାନ କରିବାରେ ସମର୍ଥ ହେବ । କୌଣସି ବ୍ୟକ୍ତିଙ୍କୁ ସହଜରେ ବିଶ୍ଵାସ କରିବା ଦ୍ଵାରା ଆପଣ ହିଁ ନିଜେ ଅସୁବିଧାରେ ପଡ଼ିପାରନ୍ତି । ଚାକିରୀ କରୁଥିବା କର୍ମଜୀବିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିବ । ବ୍ୟବସାୟର କୌଣସି ମାମଲାକୁ ନେଇ ଆପଣଙ୍କର ଚିନ୍ତା ରହିପାରନ୍ତି । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । କୌଣସି ନୂତନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସପ୍ତାହଟି ଉଭୟ ଚାକିରି ଏବଂ ବ୍ୟବସାୟରେ ଶୁଭଫଳ ଏବଂ ଲାଭଦାୟକ ହେବ । କୌଣସି ନୂତନ କର୍ମକୁ ନେଇ କରିଥିବା ଯୋଜନାରେ ସଫଳତା ପାଇପାରନ୍ତି । ଅତୀତର ମତାନ୍ତରକୁ ଭୁଲିଯାଇ ସମ୍ପର୍କକୁ ପୁନର୍ବାର ଆରମ୍ଭ କର । ଆଗକୁ ଯୋଜନା କରିବା ଆପଣଙ୍କ ପାଇଁ ବହୁତ ସହଜ ହେବ । କୌଣସି ଭଲ ଖବର ଶିଶୁ ପକ୍ଷରୁ ଗ୍ରହଣ କରାଯାଇପାରେ । ଆୟରେ ହ୍ରାସ ଆସିପାରେ ଏବଂ ଆପଣଙ୍କ ଖର୍ଚ୍ଚ ବଢିବାର ସମ୍ଭାବନା ରହିଛି । କୌଣସି କଥାର ଅଜ୍ଞାତ ଭୟ ଆପଣଙ୍କୁ ଚିନ୍ତିତ କରିପାରେ । କୌଣସି କଥାରେ ବୁଡି ରହିବାର ଆବଶ୍ୟକତା ନାହିଁ । ସାମାଜିକ ଆଧିପତ୍ୟ ବୃଦ୍ଧି ପାଇବ । ବିବାଦୀୟ ମାମଲାରୁ ଦୂରେଇ ରହିବା ଆବଶ୍ୟକ, ନଚେତ ଅଯଥାରେ ଅପଦସ୍ଥ ହୋଇପାରନ୍ତି । ଅଫିସ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ ଏବଂ ପଦୋନ୍ନତିର ଯୋଗ ମଧ୍ୟ ରହିଛି । ମନୋରଞ୍ଜନ ପାଇଁ ଅଧିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହରେ ଆପଣଙ୍କୁ ସମ୍ପୂର୍ଣ୍ଣ ଧ୍ୟାନ ଓ ଉତ୍ସାହର ସହିତ କାମ କରିବା ଉଚିତ । ନିଜର ଉପସ୍ଥିତି ବୃଦ୍ଧି ଖଟାଇ କାର୍ଯ୍ୟ କରିଲେ ଉପକୃତ ହେବେ । ବ୍ୟବସାୟରେ ଉନ୍ନତି ସହିତ ଆୟ ମଧ୍ୟ ବୃଦ୍ଧି ପାଇବ । ଚାକିରୀ ବୃତ୍ତିର ଲୋକମାନଙ୍କୁ ଲାଭର ସୁଯୋଗ ମିଳିବ । ଖର୍ଚ୍ଚ ବଢିବା ଦ୍ୱାରା ଆୟର ନୂତନ ସ୍ରୋତ ଖୋଜିବେ । ଜୀବନସାଥୀଙ୍କ ସହାୟତା ପ୍ରତ୍ୟେକ କଷ୍ଟକର କାମ ଦୂର ହେବ । ଆପଣ କୌଣସି ଭିନ୍ନ ସଂସ୍କୃତି କିମ୍ବା ଅଲଗା ଦେଶରେ ରହୁଥିବା ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହେବେ । ବୈବାହିକ ସମ୍ପର୍କରେ ପୂର୍ବରୁ ଲାଗିରହିଥିବା ଝଞ୍ଜଟ ଦୂର ହେବ ଏବଂ ପ୍ରିୟାଙ୍କୁ ସହ ମନର କଥା କହିପାରିବେ । ସଫଳତା ପ୍ରାପ୍ତ କରିବା ପାଇଁ ଅତିରିକ୍ତ ଚେଷ୍ଟା କରିବାର ଆବଶ୍ୟକତା ରହିଛି । ମସଲାଯୁକ୍ତ ଭୋଜନରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟକୁ ନେଇ ଟିକିଏ ଚିନ୍ତା ରହିବ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହରେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ ଏବଂ ଆପଣ ସାଙ୍ଗମାନଙ୍କ ସହିତ ନିକଟସ୍ଥ ଜାଗାକୁ ଯିବାକୁ ଇଚ୍ଛା କରିବ । ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ବ୍ୟବସାୟିକରେ ଅନେକ ନୂତନ ସୁଯୋଗ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବ କରିଥିବା ବିନିଯୋଗରୁ ଭଲ ଲାଭ ମିଳିବ । ବେରୋଜଗାରୀ ଲୋକମାନଙ୍କୁ ଭଲ ରୋଜଗାର ମିଳିପାରେ । ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି କିନ୍ତୁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ । ସମାଜର ପ୍ରଭାବଶାଳୀ ଲୋକମାନଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଦାମ୍ପତ୍ୟ ଜୀବନରେ ଟିକିଏ ଚାପ ପରେ ସପ୍ତାହ ଭଲ ରହିବ । ଜୀବନ ସାଥିଙ୍କ ସହ ସମ୍ପର୍କରେ ସମ୍ୟକ ତିକ୍ତତା ଆସିପାରେ । ଆପଣଙ୍କର ସ୍ୱାସ୍ଥ୍ୟ ସାମନ୍ୟ ଖରାପ ହୋଇପାରେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ ସମାଜରେ ଆପଣଙ୍କ ମାନସମ୍ମାନ ବଢିବ । ବ୍ୟବସାୟ ବାଣିଜ୍ୟରେ ବନ୍ଧୁମାନଙ୍କ ସହଯୋଗ ସାହାଯ୍ୟର ଅଭାବ ରହିବ ନାହିଁ । କର୍ମକ୍ଷେତ୍ରରେ ସାମୟିକ ବାଧା ସୃଷ୍ଟି ହୋଇପାରେ । ଅଫିସରେ କୌଣସି କାର୍ଯ୍ୟକୁ ନେଇ ତତ୍ପରତା ନାହିଁ ନଚେତ ଆପଣଙ୍କ କ୍ଷତି ହୋଇପାରେ । ଆର୍ଥିକ ପ୍ରସଙ୍ଗ ଉପରେ ସପ୍ତାହଟି ଉତ୍ଥାନପତନ ଲାଗିରହିବ । ପରୋକ୍ଷ ଶତ୍ରୁତା ଯୋଗୁଁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସମାଜରେ ଲୋକମାନଙ୍କ ସହ ଜଡିତ ହେବାର ସୁଯୋଗ ମିଳିପାରେ କିନ୍ତୁ ଆପଣ ଅଜାଣତ ଲୋକମାନଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ ମତଭେଦ ଯୋଗୁଁ ଆପଣ ଟିକିଏ ଚିନ୍ତିତ ରହିପାରନ୍ତି । ଜମିଜମା କ୍ରୟ ବିକ୍ରୟ ପାଇଁ ଭଲ ସମୟ ରହିଛି । ସ୍ୱାସ୍ଥ୍ୟ ସହ ଜଡିତ ଚିନ୍ତା ମାନସିକ ଅବସାଦର କାରଣ ହୋଇପାରେ । ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ ଆପଣଙ୍କୁ ଆପଣଙ୍କ ପରିବାର ଏବଂ ସମ୍ପତ୍ତି ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ । ମନୋବଳ ଦୃଢ ରହିବ ଓ କର୍ମକ୍ଷେତ୍ରରେ ଯଥାସମ୍ଭବ ଲାଭ ମଧ୍ୟ ପାଇବ । ଏହି ସପ୍ତାହରେ ଅଫିସ କାର୍ଯ୍ୟାଳୟରେ ନିଜ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ, ଅଯଥା କଥାବାର୍ତ୍ତା କିମ୍ବା ଯୁକ୍ତିତର୍କ କରିବା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆର୍ଥିକ ସ୍ଥିତିରେ ଉନ୍ନତିର ଆବଶ୍ୟକତା ରହିଛି । ନିଜ ବୈବାହିକ ଜୀବନକୁ ମଧୁରମୟ କରିବା ପାଇଁ ଜୀବନସାଥୀଙ୍କ ସହ ସମୟ ଅତିବାହିତ କରନ୍ତୁ । ପରିବାରରେ ଭାଇ ଭଉଣୀଙ୍କ ସହ ଚାଲିଥିବା ମତଭେଦ ଦୂର ହେବ । ଏହି ସପ୍ତାହରେ ଆପଣଙ୍କ ଜୀବନରେ ଏକ ନୂତନ ପ୍ରେମ କାହାଣୀ ଆରମ୍ଭ ହୋଇପାରେ । କ୍ୟାରିୟର କ୍ଷେତ୍ରରେ ଆପଣଙ୍କୁ ଭଲ ଖବର ପ୍ରାପ୍ତି ହେବ । ଆପଣଙ୍କର ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବା ସହ ଆପଣ ସତେଜତା ଏବଂ ସୁଖ ଅନୁଭବ କରିବେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଚଳିତ ସପ୍ତାହଟି ଆପଣ ପାରିବାରରେ ଆୟୋଜିତ କୌଣସି ମାଙ୍ଗଳିକ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରତ୍ୟେକ କାର୍ଯ୍ୟରେ ମନମୁତାବକ ସଫଳତା ପାଇବେ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ସଫଳତା ପାଇବେ । କିନ୍ତୁ ପ୍ରତ୍ୟେକ ସ୍ଥଳରେ କାର୍ଯ୍ୟ ହାସଲ ନିମନ୍ତେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବା ଯୋଗୁଁ ମନରେ ସରସତା ରହିବ ନାହିଁ । ପରୋକ୍ଷ ଶତ୍ରୁତା ଯୋଗୁଁ ସାମାଜିକ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ତଥାପି ସମାଜରେ ଆପଣ ନିଜର ପାଦୋମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବାରେ ସମର୍ଥ ହେବ । ଆପଣ ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ । ଦୃଢ ମନୋବଳ ଯୋଗୁଁ ସପ୍ତାହର ଶେଷ ସୁଦ୍ଧା ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିନେବେ । ପ୍ରେମ କିମ୍ବା ବୈବାହିକ ସମ୍ପର୍କରେ ଦୃଢ଼ତା ଆସିବ । ପ୍ରତ୍ୟେକ କ୍ଷେତ୍ରରେ ଜୀବନସାଥୀଙ୍କର ସହଯୋଗ ମିଳିବ । ସ୍ୱାସ୍ଥ୍ୟ ସାମାନ୍ୟ ଅସ୍ଥିର ରହିବ । ପେଟ ଜନିତ ସମସ୍ୟାର ଶିକାର ହୋଇପାରନ୍ତି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

କୌଣସି ନୂତନ କାର୍ଯ୍ୟ କରିବା ପାଇଁ ମନରେ ଆଗ୍ରହ ଜନ୍ମିବ । ଆର୍ଥିକ ପକ୍ଷ ମଧ୍ୟ ମଜବୁତ ରହିବ । କିନ୍ତୁ ଏହି ସପ୍ତାହରେ ଯେକୌଣସି କାର୍ଯ୍ୟ କରିଲେ ମଧ୍ୟ ଖର୍ଚ୍ଚାନ୍ତ ଅଧିକ ହେବ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବୟୋସ୍କ ବ୍ୟକ୍ତି ପରାମର୍ଶ ନିଅନ୍ତୁ ଏବଂ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ । ବ୍ୟବସାୟ ଓ ବାଣିଜ୍ୟରେ କାରବାର ଭଲ ରହିବ । ଅଫିସରେ କେତେକ ଅତ୍ୟାବଶ୍ୟକ କାର୍ଯ୍ୟ ସଂପୂର୍ଣ୍ଣ କରିବା ନିମନ୍ତେ ନୂତନ ପଦକ୍ଷେପ ନେବାକୁ ବାଧ୍ୟ ହେବେ । କ୍ରୋଧକୁ ଯଦି ନିୟନ୍ତ୍ରଣ କରିନପାରନ୍ତି, ତେବେ ବନ୍ଧୁତ୍ଵ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ପାରିବାରିକ ପରିବେଶ ସୁସ୍ଥ ଓ ନିରାମୟ ରହିବ । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ପାଇବେ କିନ୍ତୁ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ସାମୟିକ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ । ସ୍ୱାସ୍ଥ୍ୟ ଜନିତ ସାମୟିକ ଅସୁସ୍ଥା ଅନୁଭବ କରିବେ । ଏହି ସପ୍ତାହରେ ଆପଣ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହରେ ଆପଣଙ୍କ ଘରର ଖର୍ଚ୍ଚ ବୃଦ୍ଧି ପାଇବ | ପୁରୁଣା ସାଙ୍ଗମାନଙ୍କୁ ଭେଟି ପାରିବେ | ମନରେ ଆତ୍ମବିଶ୍ଵାସ ରଖି କାର୍ଯ୍ୟ କରିଲେ ପ୍ରତ୍ୟେକ ସ୍ଥଳରେ କୃତକାର୍ଯ୍ୟ ହେବେ । ବ୍ୟବସାୟ ବାଣିଜ୍ୟରେ ଉତ୍ଥାନପତନ ଲାଗିରହିବ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଉନ୍ନତି ପଥକୁ ଅବରୋଧ କରିବାକୁ ପ୍ରୟାସ କରିବେ, ଯାହାଫଳରେ କର୍ମକ୍ଷେତ୍ରରେ ସାମୟିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଯେଉଁମାନେ ସରକାରୀ ଚାକିରି କରୁଛନ୍ତି ସେମାନଙ୍କୁ ସାମୟିକ ଆରାମ ମିଳିବ । ଚଳିତ ସପ୍ତାହରେ ବକେୟା ଅର୍ଥ ଆଦାୟ କରିବାରେ ବନ୍ଧୁମାନେ ସାହାଯ୍ୟ କରିବେ । ଅର୍ଥକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟଙ୍କ ସହ ମତଭେଦ ବୃଦ୍ଧି ପାଇବ । ପାରିବାରିକ ଜୀବନରେ ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ ପରିବାରର ବୟୋସ୍କଙ୍କ ସ୍ଵସ୍ଥ୍ୟାବସ୍ଥାରେ ଅବନତି ଯୋଗୁଁ ମନରେ ସରସତା ରହିବ ନାହିଁ । ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବା ଫଳରେ ମନୋବଳ ଟାଣ ରହିବ । ଆପଣ ନିଜ ସ୍ୱାସ୍ଥ୍ୟକୁ ନେଇ ସାବଧାନ ରୁହନ୍ତୁ । ରକ୍ତ ଚାପ ବଢିବାର ସମ୍ଭାବନା ରହିଛି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହରେ ଆପଣ ସଠିକ୍ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିବେ ଓ ସଫଳତା ମଧ୍ୟ ପାଇବେ । କେତେକ ବଦ୍ କାର୍ଯ୍ୟ ପାଇଁ ସମୟ ନଷ୍ଟ କରିବା ସହ ଓ ଅର୍ଥ ମଧ୍ୟ ଖର୍ଚ୍ଚ କରିବେ । ଅସାବଧନତା କିମ୍ବା କେତେକ ବ୍ୟତିକ୍ରମ ଯୋଗୁଁ କର୍ମକ୍ଷେତ୍ରରେ ଆକସ୍ମିକ ସମସ୍ୟା ଦେଖାଦେବାର ସମ୍ଭାବନା ରହିଛି । ସପ୍ତାହର ପ୍ରାରମ୍ଭରେ ଅଫିସର ସ୍ଥଗିତ କାର୍ଯ୍ୟ ନିମନ୍ତେ ଚିନ୍ତିତ ରହିବେ । ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହଯୋଗରେ ନିର୍ଦ୍ଧିଷ୍ଟ ସମୟରେ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ । ଆର୍ଥିକ ସ୍ଥିତି ପୂର୍ବର ଭଳି ରହିବ । ବେକାର ଲୋକଙ୍କ ପାଇଁ ସପ୍ତାହଟି ଭଲ ରହିବ । ସଭାସମିତିରେ ଯୋଗ ଦେଇ ଉଚ୍ଚ ପ୍ରଶଂସିତ ହେବେ । ପାରିବାରିକ କେତେକ ସମସ୍ୟାକୁ ନେଇ ମନ ଚିନ୍ତିତ ରହିବ । ସପ୍ତାହର ଶେଷରେ ବନ୍ଧୁଙ୍କ ସହ କୌଣସି ପର୍ଯ୍ୟଟନ ସ୍ଥାନକୁ ଯିବାର ଯୋଜନା କରିବେ । ସହଧର୍ମୀଙ୍କ ସହ ଉତ୍ତମ ବୁଝାମୁଣା ରହିବ । ପାଣିପାଗର ପରିବର୍ତ୍ତନ ଯୋଗୁଁ ସାମୟିକ ଶାରୀରିକ ଅସୁସ୍ଥର ଶିକାର ହୋଇପାରନ୍ତି ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦୀର୍ଘ ଦିନ ଧରି କର୍ମକ୍ଷେତ୍ରରେ ଚାଲିଆସୁଥିବା କୌଣସି ସମସ୍ୟାର ସମାଧାନ ଏହି ସପ୍ତାହରେ ସୁରୁଖୁରୁରେ ହୋଇଯିବ । ବ୍ୟବସାୟରେ ନୂତନ ଯୋଜନା ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟ କ୍ଷେତ୍ରରେ ଅନ୍ୟ ଲୋକଙ୍କ ସହିତ ଯୋଗାଯୋଗ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ କୌଣସି ବଡ ନିଷ୍ପତ୍ତି ନେବେ । ଅଫିସରେ ସୁସ୍ଥ ବାତାବରଣ ରହିଲେ ମଧ୍ୟ କାର୍ଯ୍ୟର ଚାପ ଅଧିକ ରହିବ । ସହକର୍ମୀଙ୍କ ବେଖରୀ କାର୍ଯ୍ୟକଳାପ ଯୋଗୁଁ ଉଚ୍ଚାଧିକାରୀଙ୍କୁ କୈଫତ୍ ଦେବାକୁ ପଡିପାରେ । ସାମାଜିକ ସ୍ତରରେ ଉନ୍ନୟମ ମୂଳକ କାର୍ଯ୍ୟରେ ଅଂଶଦାନ କରିବେ । ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ଭଲ ରହିବ । କିନ୍ତୁ ପାରିବାରିକ ଖର୍ଚ୍ଚ କିମ୍ବା ବଦ୍ ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନ ବିଚଳିତ ରହିବ । ପ୍ରେମ ପ୍ରସଙ୍ଗରେ କହିବାକୁ ଗଲେ ସପ୍ତାହଟି ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଭଲ ରହିବ । ସହଧର୍ମୀଙ୍କ ସହ ଉତ୍ତମ ବୁଝାମୁଣା ରହିବା ଫଳରେ ପାରିବାରିକ ସମସ୍ୟାର ସମାଧାନରେ କୌଣସି ଅସୁବିଧା ହେବ ନାହିଁ । ପେଟ ସମ୍ବନ୍ଧୀୟ ରୋଗ ହୋଇପାରେ ।

Leave a Reply

Your email address will not be published. Required fields are marked *