ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୬ଟି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭାଗ୍ୟର ସହାୟତା । ଉନ୍ନତିର ପଥରେ

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୮ଟି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭାଗ୍ୟର ସହାୟତା । ଉନ୍ନତିର ପଥରେ ଅଗ୍ରସର ହେବେ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୧୬ ନଭେମ୍ବରରୁ ୨୨ ନଭେମ୍ବର)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ରାଶିର ଲୋକମାନଙ୍କ ପାଇଁ ସପ୍ତାହଟି ଶୁଭଦାୟକ ରହିବ । କୌଣସି ନୂତନ କାର୍ଯ୍ୟ କରିବା ପାଇଁ ମନରେ ଆଗ୍ରହ ଜନ୍ମିବ । ଆର୍ଥିକ ପକ୍ଷ ମଧ୍ୟ ମଜବୁତ ରହିବ । କିନ୍ତୁ ହଠାତ ଖର୍ଚ୍ଚ ବଢିବା ହେତୁ ଆର୍ଥିକ ସଙ୍କଟ ଅବା କାର୍ଯ୍ୟ ହାସଲ କରିବା ପାଇଁ ମୋଟା ରକମର ଅର୍ଥ ଆବଶ୍ୟକ ହୋଇପାରେ । ଯାହାଫଳରେ ମନ ଉଦାସ ରହିବ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ କଠିନ ପରିଶ୍ରମ କରିବା ପରେ ମଧ୍ୟ ଫଳ ନ ମିଳିପାରେ । ଅଫିସରେ କାର୍ଯ୍ୟଭାର ଅଧିକ ରହିବ କିନ୍ତୁ ଉଚ୍ଚାଧିକାରୀଙ୍କ ସମର୍ଥନ ପାଇବେ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସମାପ୍ତ କରିବାରେ ଯଥା ସମ୍ଭବ ଚେଷ୍ଟା କରିବେ ଓ ସଫଳତା ମଧ୍ୟ ପାଇବେ । କାର୍ଯ୍ୟଭାର ଅଧିକ ଓ ଖର୍ଚ୍ଚାନ୍ତ ମଧ୍ୟ ଅଧିକ ହୋଇଥିବା କାରଣରୁ ମନରେ କ୍ରୋଧ ଭାବନା ଆସିପାରେ । କ୍ରୋଧକୁ ଯଦି ନିୟନ୍ତ୍ରଣ କରିନପାରନ୍ତି, ତେବେ ବନ୍ଧୁତ୍ଵ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ପାରିବାରିକ ପରିବେଶ ସୁସ୍ଥ ଓ ନିରାମୟ ରହିବ । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ସ୍ୱାସ୍ଥ୍ୟ ଜନିତ ସାମୟିକ ଅସୁସ୍ଥା ଅନୁଭବ କରିବେ । ଏପରି କି ପିଠି ଓ କାନ୍ଧରେ ଯନ୍ତ୍ରଣା ସହ୍ୟ କରିବାକୁ ପଡିବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ ଆପଣ ନିଜ ସେହି ସୁଖ ପାଇବେ । ଦୀର୍ଘ ସମୟରୁ ଭୁଲ ବୁଝାମୁଣା ଯୋଗୁଁ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ପାଚେରୀ ସୃଷ୍ଟି ହୋଇଥିଲା, ସେହି ଭୁଲ ବୁଝାମୁଣାକୁ ନେଇ ଅନୁତାପ କରିବେ ଓ ସେହି ସମ୍ପର୍କୀୟଙ୍କ ସହ ପୁନଃସମ୍ପର୍କ ସୃଷ୍ଟି ହୋଇପାରିବ । ଆପଣଙ୍କୁ ନିଜର ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିପାରେ । ଜମିଜମା, ଗୃହ କିଣିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସହକର୍ମୀମାନେ ବିଶ୍ୱାସଘାତକ କରିପାରନ୍ତି, ତେଣୁ ସତର୍କତାର ସହ କର୍ମକ୍ଷେତ୍ରରେ ଜଗି ରହି କାର୍ଯ୍ୟ କରନ୍ତୁ ଓ ନିଜର କାର୍ଯ୍ୟକଳାପ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିବେ । ସାମାଜିକ କ୍ଷେତ୍ରରେ ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ପାଇବ । ପିଲାମାନଙ୍କ କ୍ୟାରିଅର ସମ୍ବନ୍ଧୀୟ କୌଣସି ଖୁସିଖବର ମିଳିବାର ସମ୍ଭାବନା ରହିଛି, ଯାହାଦ୍ୱାରା ଘର ପରିବେଶ ଖୁସିପୂର୍ଣ୍ଣ ରହିବ । ବୈବାହିକ ଜୀବନ ସୁଖମୟ ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଥକ୍କାପଣ ଓ ଅନିଦ୍ରା ଯୋଗୁଁ ଅସୁସ୍ଥା ଅନୁଭବ କରିପାରନ୍ତି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଚଳିତ ସପ୍ତାହଟି ଆପଣ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବେ । ଆପଣ ପ୍ରତ୍ୟେକ କାର୍ଯ୍ୟରେ ମନମୁତାବକ ସଫଳତା ପାଇବେ । ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ଭଲ ରହିବ । ଅଫିସରେ ସହକର୍ମୀ ଆପଣଙ୍କର କାର୍ଯ୍ୟକୁ ନେଇ ପ୍ରଶଂସା କରିପାରନ୍ତି । ହଠାତ କୌଣସି ନିକଟ ସମ୍ପର୍କୀୟଙ୍କ ଠାରୁ ଉପହାର ମିଳିବାର ସମ୍ଭାବନା ଦେଖାଯାଉଛି । ସାମାଜିକ କାର୍ଯ୍ୟକଳାପରେ ମାନସିକ ଚାପର ବଶବର୍ତ୍ତୀ ହୋଇ ମନରେ ସରସତା ରହିବ ନାହିଁ । ତଥାପି ସମାଜରେ ଆପଣଙ୍କ ନାମ ଏବଂ ଖ୍ୟାତି ବୃଦ୍ଧି ପାଇବ । ଦୃଢ ମନୋବଳ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିବ । ବ୍ୟବସାୟରେ ଆପଣ ସହଯୋଗୀଙ୍କ ସହ ତାଳମେଳ ରଖି ବ୍ୟବସାୟରେ ଗତି ବଢାଇବାକୁ ଚେଷ୍ଟା କରିବେ । ବେକାର ଥିବା ଯୁବକମାନେ ସରକାରୀ ଚାକିରି ସମ୍ବନ୍ଧୀୟ କୌଣସି ସୂଚନା ପାଇପାରନ୍ତି । ପ୍ରେମ କିମ୍ବା ବୈବାହିକ ସମ୍ପର୍କରେ ଦୃଢ଼ତା ଆସିବ । ପ୍ରତ୍ୟେକ କ୍ଷେତ୍ରରେ ଜୀବନସାଥୀଙ୍କର ସହଯୋଗ ମିଳିବ । ସ୍ୱାସ୍ଥ୍ୟ ସାମାନ୍ୟ ଅସ୍ଥିର ରହିବ । ପେଟ ଜନିତ ସମସ୍ୟାର ଶିକାର ହୋଇପାରନ୍ତି ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହରେ ଆପଣଙ୍କ ମନୋବଳ ଦୃଢ ରହିବ ଓ କର୍ମକ୍ଷେତ୍ରରେ ଯଥାସମ୍ଭବ ଲାଭ ମଧ୍ୟ ପାଇବ । କର୍କଟ ରାଶିର ବ୍ୟକ୍ତିମାନେ ଏହି ସପ୍ତାହରେ ଅଫିସ କାର୍ଯ୍ୟାଳୟରେ ନିଜ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ, ଅଯଥା କଥାବାର୍ତ୍ତା କିମ୍ବା ଯୁକ୍ତିତର୍କ କରିବା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । କୌଣସି ଗୁରୁତ୍ଵ ପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପ୍ରତ୍ୟେକ ତଥ୍ୟ ବା ଦଲିଲ ଗୁଡିକୁ ଭଲ ଭାବରେ ଯାଞ୍ଚ କରନ୍ତୁ । କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ଓ ସାମାଜିକ ଦାୟିତ୍ଵଗୁଡିକୁ ଆପଣ ଯୋଜନା ଅନୁଯାୟୀ ପୂରଣ କରିବାରେ ସମର୍ଥ ହେବେ । ପରିବାରରେ ଭାଇ ଭଉଣୀଙ୍କ ସହ ଚାଲିଥିବା ମତଭେଦ ଦୂର ହେବ । ଏହି ସପ୍ତାହରେ ଆପଣଙ୍କ ଜୀବନରେ ଏକ ନୂତନ ପ୍ରେମ କାହାଣୀ ଆରମ୍ଭ ହୋଇପାରେ । କ୍ୟାରିୟର କ୍ଷେତ୍ରରେ ଆପଣଙ୍କୁ ଭଲ ଖବର ପ୍ରାପ୍ତି ହେବ । ଆପଣଙ୍କର ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବା ସହ ଆପଣ ସତେଜତା ଏବଂ ସୁଖ ଅନୁଭବ କରିବେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ଅଫିସରେ କୌଣସି କାର୍ଯ୍ୟକୁ ନେଇ ତତ୍ପରତା ନାହିଁ ନଚେତ ଆପଣଙ୍କ କ୍ଷତି ହୋଇପାରେ । ଆୟ ବୃଦ୍ଧି ସଙ୍ଗେ ସଙ୍ଗେ ସମାଜରେ ମାନସମ୍ମାନ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ । ପିଲାଙ୍କ କାର୍ଯ୍ୟକଳାପ ଯୋଗୁଁ ଆପଣ ବିଚଳିତ ହୋଇପାରନ୍ତି । ପରୋକ୍ଷ ଶତ୍ରୁତା ଯୋଗୁଁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ସମାଜରେ ଲୋକମାନଙ୍କ ସହ ଜଡିତ ହେବାର ସୁଯୋଗ ମିଳିପାରେ କିନ୍ତୁ ଆପଣ ଅଜାଣତ ଲୋକମାନଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ । ଆପଣଙ୍କ ବହୁତ ଉର୍ଜାବାନ ରହିବେ କିନ୍ତୁ ଆପଣ କୌଣସି ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି । ପରୋକ୍ଷ ଶତ୍ରୁତା ଯୋଗୁଁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ପ୍ରେମ ଜୀବନରେ ସମସ୍ୟା ସୃଷ୍ଟି ହେବାର ଦେଖାଯାଉଛି । କ୍ୟାରିୟର କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ଠାରୁ କରାଯାଉଥିବା ଆଶା ଠାରୁ ସାମାନ୍ୟ କମ୍ ଫଳ ମିଳିବ କିନ୍ତୁ ଅଧ୍ୟୟନରେ ସଫଳତା ପାଇବେ । ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ, ଆପଣ ଆର୍ଥିକ କାରବାର ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରିପାରନ୍ତି ଏବଂ ପରିବାରର ଆବଶ୍ୟକତା ମଧ୍ୟ ପୂରଣ କରିବାରେ ସକ୍ଷମ ହେବେ । ରାଜନୀତି ଓ ପ୍ରଶାସନ ସହ ଜଡିତ ଲୋକମାନଙ୍କ ପାଇଁ ଚଳିତ ସପ୍ତାହଟି ଅତି ଉତ୍ତମ ରହିବ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତିତ ରହିବେ, ତଥାପି ପରିବାରରେ ଅର୍ଥ ସମ୍ପର୍କକୁ ନେଇ କୌଣସି ଅଭାବ ଅସୁବିଧା ହେବ ନାହିଁ । ଅଫିସରେ ଉଚ୍ଚଧିକାରୀଙ୍କ ସହିତ ସମ୍ପର୍କ ଭଲ ରହିବ । ଜୀବନ ସାଥୀଙ୍କ ଠାରୁ ସମର୍ଥନ ପାଇବେ । ବୈବାହିକ ଜୀବନରେ ସମ୍ପର୍କ ସୁଦୃଢ ରହିବ । ଏହି ସପ୍ତାହରେ ସ୍ୱାସ୍ଥ୍ୟ ସମସ୍ୟା ଭଲ ରହିବ ଯଦିଓ ଆପଣ ଅବହେଳା କରିବା ଉଚିତ୍ ନୁହେଁ । ସପ୍ତାହ ଶେଷରେ ହଠାତ୍ କୌଣସି ଭଲ ଖବର ସମଗ୍ର ପରିବାରକୁ ଖୁସି କରିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟନ୍ତ ସନ୍ତୁଷ୍ଟ ଅନୁଭବ କରିବ ଏବଂ ଆପଣ ସାଙ୍ଗମାନଙ୍କ ସହିତ ନିକଟସ୍ଥ ଜାଗାକୁ ଯିବାକୁ ଇଚ୍ଛା କରିବ । ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ । ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ବ୍ୟବସାୟିକରେ ଅନେକ ନୂତନ ସୁଯୋଗ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବ କରିଥିବା ବିନିଯୋଗରୁ ଭଲ ଲାଭ ମିଳିବ । ବେରୋଜଗାରୀ ଲୋକମାନଙ୍କୁ ଭଲ ରୋଜଗାର ମିଳିପାରେ । ଆର୍ଥିକ ସ୍ଥିତି ଦୃଢ଼ ରହିବ । ସମାଜର ପ୍ରଭାବଶାଳୀ ଲୋକମାନଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି । ଜୀବନ ସାଥିଙ୍କ ସହ ସମ୍ପର୍କରେ ସମ୍ୟକ ତିକ୍ତତା ଆସିପାରେ । ଆପଣଙ୍କର ସ୍ୱାସ୍ଥ୍ୟ ସାମନ୍ୟ ଖରାପ ହୋଇପାରେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ରାଶିର ଲୋକମାନେ ଯେକୌଣସି ନୂତ କାର୍ଯ୍ୟାରମ୍ଭ କରିବାକୁ ମନସ୍ଥ କରିବେ । ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ସହଯୋଗ ପାଇବେ । କୌଣସି ନୂତନ ପ୍ରକଳ୍ପ ବା ପ୍ରୋଜେକ୍ଟ ଆରମ୍ବ କରିବା ପୂର୍ବରୁ ବୟସ୍କ ବ୍ୟକ୍ତି ତଥା ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ । ଏହି ସପ୍ତାହରେ ଆପଣଙ୍କ ମନୋବାଞ୍ଛା ପୂରଣ ହେବେ । ଦୀର୍ଘ ଦିନରୁ ଅଟକିଥିବ କାର୍ଯ୍ୟକୁ ଆପଣ ଏହି ସପ୍ତାହରେ ପୂରଣ କରିବାରେ ସମର୍ଥ ହେବେ । ବ୍ୟବସାୟରେ ଧୌର୍ଯ୍ୟ କାର୍ଯ୍ୟ କରନ୍ତୁ, ଧୀରେ ଧୀରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ନିକଟ ସମ୍ପର୍କୀୟ ମାନଙ୍କ ସହ ଚାଲିଥିବା ମତଭେଦ ଦୂର ହେବ । ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି ଏହା ସଙ୍ଗେ ସଙ୍ଗେ ଅଫିସରେ ଦାୟିତ୍ଵ ମଧ୍ୟ ବୃଦ୍ଧି ପାଇବାର ସୂଚନା ରହିଛି । ପାରିବାରିକ ପରିବେଶ ଖୁସିମୟ ରହିବ । ଜୀବନ ସାଥିଙ୍କ ସହିତ ସମ୍ପର୍କ ଭଲ ରହିବ । ସ୍ୱାସ୍ଥ୍ୟ ଭଲ ହେବ । କିନ୍ତୁ ଶ୍ଵାସ ସମ୍ବନ୍ଧୀୟ ରୋଗୀମାନେ ସତର୍କ ରହିବା ଭଲ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଚଳିତ ସପ୍ତାହରେ ଆର୍ଥିକ କ୍ଷେତ୍ରରେ ସ୍ଥିତି ମଜବୁତ ରହିବ ଏବଂ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି କରିବେ । ଅନ୍ୟର ବ୍ୟକ୍ତିଗତ କଥା ଚିନ୍ତା ନ କରି ବରଂ ନିଜର ଲକ୍ଷ୍ୟ ବିଷୟରେ ଚିନ୍ତା କରିବା ଉଚିତ୍ ଭଲ ହେବ । ଘନିଷ୍ଠ ବନ୍ଧୁଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଯୋଜନା କରିପାରନ୍ତି । ସପ୍ତାହର ପ୍ରାରମ୍ଭରେ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେଇପାରେ, ଯାହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ବିଗିଡିବାର ସମ୍ଭାବନା ରହିଛି । କିନ୍ତୁ ଧୌର୍ଯ୍ୟହରା ନ ହୋଇ କାର୍ଯ୍ୟ କରିଚାଲିଲେ ସଫଳତା ଆପଣଙ୍କ ପଦ ଛୁଇଁବ । ପାରିବାରିକ ଖର୍ଚ୍ଚ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ଦାମ୍ପତ୍ୟ ଜୀବନ ଭଲ ରହିବ । ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ । ଆପଣ ନିଜ କ୍ରୋଧ ଓ କଥାବାର୍ତ୍ତାରେ ସଂଯୋମତା ରଖନ୍ତୁ, ଅନ୍ୟଥା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ଥିବାର ଅନୁଭବ କରିବେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ରାଶିର ବ୍ୟକ୍ତିଙ୍କ ଜୀବନ ଚଳିତ ସପ୍ତାହଟିରେ ଉତ୍ଥାନପତନ ଲାଗିରହିବ । ଆର୍ଥିକ ସ୍ଥିତି ସାମାନ୍ୟ ମାନ୍ଦା ରହିବ । ଏହି ସପ୍ତାହରେ ଆପଣ ଅଯଥା ଟଙ୍କା ଖର୍ଚ୍ଚ କରିପାରନ୍ତି, ଯାହା ପରବର୍ତ୍ତୀ ସମୟରେ ଅନୁତାପ କରିବାକୁ ପଡିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ବୃଦ୍ଧି ପାଇଁ ନାନା ପ୍ରକାର ଉଦ୍ୟମ କରିବେ । ବେସରକାରୀ ଚାକିରୀ କରୁଥିବା ଲୋକମାନଙ୍କୁ ଉଚ୍ଚ ଅଧିକାରୀଙ୍କ ସହ ଭଲ ତାଳମେଳ ରଖି ଚାଲିବାକୁ ହେବ । ରାଜନୀତି ସହିତ ଜଡିତ ଲୋକମାନେ ଇଚ୍ଛାକୃତ ସଫଳତା ପାଇବେ । ପାରିବାରିକ ବିଚାରରେ ପିତାଙ୍କ କଥାକୁ ଅମାନ୍ୟ କରିବା ଯୋଗୁଁ ମତଭେଦ ସୃଷ୍ଟି ହୋଇପାରେ । ପାରିବାରିକ ସମସ୍ୟା ସଙ୍ଗେ ସଙ୍ଗେ ଆର୍ଥିକ ଅନଟନ ଯୋଗୁଁ ଜୀବନ ସାଥୀଙ୍କ ସମ୍ପର୍କରେ ସାମୟିକ ମତଭେଦ ହୋଇପାରେ । ରାତି ଅନିଦ୍ରା ରହିବା କାରଣରୁ ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅର୍ଥକ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଚଳିତ ସପ୍ତାହରେ ଆପଣଙ୍କ କେତେକ ଉଠାଣିଗଠାଣି ମଧ୍ୟ ଦେଇ ଗତି କରିବେ, ଯେଉଁଥି କାରଣରୁ ଆପଣ ନିଜ ଦକ୍ଷତା ଉପରେ ବିଶ୍ୱାସ କରିବାକୁ ମଧ୍ୟ ଭୟ କରିପାରନ୍ତି । ନିଜ କ୍ରୋଧକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ବାରମ୍ବାର ଘାତ-ପ୍ରତିଘାତ ଯୋଗୁଁ ମନରେ ସରସତା ରହିବ ନାହିଁ । ଅଫିସରେ ବରିଷ୍ଠ କର୍ମଚାରୀ କିମ୍ବା ଉଚ୍ଚଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ । ଏହି ସପ୍ତାହରେ ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ମଧୁର ରହିବ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଘରେ ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରିପାରନ୍ତି । ନିଜର ଦୃଢ ମନୋବଳ, ସାହସ ଯୋଗୁଁ କର୍ମକ୍ଷେତ୍ରରେ ଦୁଃସାଧ୍ୟ କାର୍ଯ୍ୟକୁ ମଧ୍ୟ ସହଜରେ ସମ୍ପର୍ଣ୍ଣ କରିପାରିବେ । ସମାଜରେ ଆପଣଙ୍କ ନାମ ଏବଂ ଖ୍ୟାତି ବୃଦ୍ଧି ପାଇବ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଆପଣ ଉପକୃତ ହେବେ । ବ୍ୟବସାୟ, ବାଣିଜ୍ୟରେ ପୁଞ୍ଜି ବିନିଯୋଗ କରି ଯଥେଷ୍ଟ ଉନ୍ନତି ପାଇବେ । ତରବାରିଆ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ, ନଚେତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । କୌଣସି ନୂଆ ବ୍ୟବସାୟକୁ ଆରମ୍ଭ କରିପାରନ୍ତି । ଅଫିସ କାର୍ଯ୍ୟାଳୟରେ ଆପଣଙ୍କ ସ୍ଥିତି ଦୃଢ଼ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଆପଣଙ୍କ ସ୍ୱାସ୍ଥ୍ୟରେ ପୂର୍ବ ଅପେକ୍ଷା ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । କିନ୍ତୁ ଦାନ୍ତ ଯନ୍ତ୍ରଣାର ଶିକାର ହୋଇପାରନ୍ତି ।

Be the first to comment

Leave a Reply

Your email address will not be published.


*