ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୬ଟି ରାଶିର ବ୍ୟକ୍ତିଙ୍କ ସପ୍ତାହଟି ରହିବା ଶୁଭଦାୟକ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା

ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୬ଟି ରାଶିର ବ୍ୟକ୍ତିଙ୍କ ସପ୍ତାହଟି ରହିବା ଶୁଭଦାୟକ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା

ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୬ଟି ରାଶିର ବ୍ୟକ୍ତିଙ୍କ ସପ୍ତାହଟି ରହିବା ଶୁଭଦାୟକ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବା ସଙ୍ଗେସଙ୍ଗେ ପରିବାରରେ ସୁଖଶାନ୍ତିର ବାତାବରଣ ରହିବ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (15 ମାର୍ଚ୍ଚରୁ 21 ମାର୍ଚ୍ଚ)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ ଏକ ଖୁସି ଖବର ଶୁଣିବାକୁ ପାଇବେ । କୌଣସି କ୍ଷେତ୍ରରେ ବିନିଯୋଗ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ, ସେମାନଙ୍କ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ନିଜ କର୍ମ ପଥରେ ଅଗ୍ରସର ହେବେ, ଯାହାଫଳରେ ପ୍ରତିଦ୍ଵନ୍ଦୀମାନେ ଈର୍ଷାପରାୟଣ ହୋଇଉଠିବେ । ସମାଜରେ ନୂତନ ବ୍ୟକ୍ତିଙ୍କ ସହିତ ପରିଚୟ ବୃଦ୍ଧି ପାଇବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । କାର୍ଯ୍ୟକ୍ଷେତ୍ର ସହିତ ଜଡିତ ଯୋଜନାରେ ଆଜି ଆପଣ ସଫଳ ହେବେ । ଦକ୍ଷତା ବଳରେ ଆପଣ ସଫଳତା ହାସଲ କରିବେ । ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ତେଣୁ ଜୀବନସାଥୀଙ୍କ ମନୋବଳ ଦୃଢ କରିବା ପାଇଁ ତାଙ୍କୁ ସାହସ ଯୋଗନ୍ତୁ । ଏହି ସପ୍ତାହରେ ଆପଣ ମଧ୍ୟ ସତର୍କତାର ସହିତ ଦିନଚର୍ଯ୍ୟା କରନ୍ତୁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହ ଆପଣଙ୍କ ପୂର୍ଣ୍ଣ ଉତ୍ସାହତ ସହିତ କାର୍ଯ୍ୟ କରିବେ । ଆପଣଙ୍କୁ କିଛି ଭଲ ଖବର ମିଳିବ । ନିଜ ଉପସ୍ଥତ ବୁଦ୍ଧି ବଳରେ ବିରୋଧୀଙ୍କୁ ପରାସ୍ତ କରିପାରିବେ । କ୍ୟାରିୟର ଏବଂ ଚାକିରି କ୍ଷେତ୍ରରେ ଇଚ୍ଛାକୃତ ସଫଳତା ପାଇପାରିବେ । ବ୍ୟବସାୟୀକ କ୍ଷେତ୍ରରେ ଆପଣ ସହଯୋଗୀଙ୍କ ସହ ତାଳମେଳ ବଜାୟ ରଖି ବ୍ୟବସାୟରେ ଗତି ବଢାଇବାକୁ ଚେଷ୍ଟା କରିବେ । କର୍ମସ୍ଥଳରେ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ମିଳିବ ଓ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଶଂସା ହେବେ । ସମାଜରେ ଆପଣଙ୍କ ନାମ ଏବଂ ଖ୍ୟାତି ବୃଦ୍ଧି ପାଇବ । ସପ୍ତାହର ଶେଷାର୍ଦ୍ଧରେ ଆର୍ଥିକ ନେଣଦେଣକୁ ନେଇ ନିକଟ ସମ୍ପର୍କୀୟଙ୍କ ସହ ମନାନ୍ତର ହୋଇପାରେ । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । ବ୍ୟବସାୟରେ ବିନମ୍ର ସ୍ଵଭାବ ଯୋଗୁଁ ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ । ପେଟ ଜନିତ ସମସ୍ୟା ହେବାର ସମ୍ଭାବନା ରହିଛି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

କୌଣସି ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ ହେବା ଯୋଗୁଁ ମନରେ ଅସୁମାରୀ ଆନନ୍ଦର ଲୋହରି ଖେଳି ଉଠିବ । ଆପଣଙ୍କ ସକରାତ୍ମକ ଚିନ୍ତାଧାରା ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ । ବ୍ୟବସାୟରେ ସ୍ଥିତି ଭଲ ରହିବ, ଆଶାତୀତ ସଫଳତା ପାଇବେ । ଚାକିରିକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ମୂଲ୍ୟବାନ ଜିନିଷ କିଣିବାକୁ ଇଚ୍ଛା କରିବେ । ବେରୋଜଗାର ବ୍ୟକ୍ତିଙ୍କୁ ଭଲ ଚାକିରିଟିଏ ମିଳିବାର ସୂଚନା ରହିଛି । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ବୃଦ୍ଧି ପାଇବା ସହ ଦଳର ବରିଷ୍ଠ ବ୍ୟକ୍ତିଙ୍କ ପ୍ରିୟପାତ୍ର ହେବେ । ଆକସ୍ମିକ ଭାବରେ କୌଣସି ଅବାଞ୍ଛିତ ସୂତ୍ରରୁ ମୋଟା ଅର୍ଥ ମିଳିଯିବ । ଏକାକୀ କିଛି ସମୟ ବିତାନ୍ତୁ ଏବଂ ନିଜର ଲକ୍ଷ୍ୟ ବିଷୟରେ ଚିନ୍ତା କରନ୍ତୁ । ଏହି ସପ୍ତାହରେ, ଯୁବକ/ଯୁବତୀମାନେ ପ୍ରେମ କରୁଥିବା ବ୍ୟକ୍ତିଙ୍କ ନିକଟରେ ନିଜ ପ୍ରେମ ଅଭିବ୍ୟକ୍ତ କରିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ମଧ୍ୟାହ୍ନ ପରେ ଆକସ୍ମିକ ପେଟ ଯନ୍ତ୍ରଣାର ସମ୍ମୁଖୀନ ହୋଇପାରନ୍ତି ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଅନ୍ୟ ଦ୍ଵାରା ପ୍ରଭାବିତ ହୋଇ କୌଣସି କାର୍ଯ୍ୟ କରିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଚଳିତ ସପ୍ତାହରେ ବନ୍ଧୁ ଓ ସହକର୍ମୀମାନେ ପାଖେପାଖେ ରହିବେ । କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ବନ୍ଧୁଙ୍କ ସହାୟତାରେ ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଦୀର୍ଘ ସମୟ ଧରି ଚାଲିଥିବା କାର୍ଯ୍ୟକୁ ଆଜି ସମାପ୍ତ କରିବାରେ ସମର୍ଥ ହେବ । ଅଫିସରେ ସହକର୍ମୀଙ୍କ ସହ ତିକ୍ତତା ମନୋଭାବ ସୃଷ୍ଟି ହୋଇପାରେ । ପରୋକ୍ଷ ଶତ୍ରୁତା କାରଣରୁ ବ୍ୟବସାୟ ବାଣିଜ୍ୟରେ ଉତ୍ଥାନପତ୍ତନ ଲାଗିରହିବ, ତଥାପି ଆର୍ଥିକ କ୍ଷେତ୍ରରେ କୌଣସି ପ୍ରଭାବ ପଡିବ ନାହିଁ । ପରିବାର ସଦସ୍ୟ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା କରିବେ । ଆପଣ ଜୀବନ ସାଥୀଙ୍କ ସହିତ ଏକ ଭଲ ସମୟ ଅତିବାହିତ କରିବେ ଏହି ସପ୍ତାହରେ । ଭାବପ୍ରବଣତା ଠାରୁ ଦୂରେଇ ରୁହନ୍ତୁ । ସପ୍ତାହର ଶେଷ ଦୁଇ ତିନି ଦିନରେ ଆପଣଙ୍କର ଅସୁବିଧା ସଂପୂର୍ଣ୍ଣ ରୂପେ ଦୂରେଇ ଯାଇଥିବାର ସମ୍ଭାବନା ରହିଛି । ଶାରୀରିକ ପରିଶ୍ରମ ଯୋଗୁଁ ଥକ୍କାପଣ ଏବଂ ଦୁର୍ବଳତା ପରି ସମସ୍ୟା ଦେଖାଦେଇପାରେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଦୂରଦର୍ଶୀ ଅଭାବ ଯୋଗୁଁ ଯଥାରେ କଳହ/ବିବାଦୀୟ ପରିସ୍ଥିତିର ସାମ୍ନା କରିବାକୁ ପଡିବ । ଏହି ସପ୍ତାହରେ ସଚେତନ ରହିବାର ଆବଶ୍ୟକ । କୌଣସି ଚାପର ବଶବର୍ତ୍ତୀ ହୋଇ ଆକସ୍ମିକ ଭାବରେ କୌଣସି ପ୍ରକାରର ନିଷ୍ପତ୍ତି ନିଅନ୍ତୁ ନାହିଁ । ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟକଳାପ ବୃଦ୍ଧି ଘଟିବା ଯୋଗୁଁ ବ୍ୟସ୍ତତା ମଧ୍ୟରେ ଦିନ ଅତିବାହିତ କରିବେ । ଯାହାଫଳରେ ଏହି ସପ୍ତାହରେ ପରିବାର କାର୍ଯ୍ୟକଳାପ/ଚାଲିଚଳଣିକୁ ଧ୍ୟାନ ଦେବାକୁ ସମୟ ପାଇବେ ନାହିଁ । ଚାକିରୀରେ ଆପଣଙ୍କୁ ନୂତନ ଦାୟିତ୍ଵ ମିଳିପାରେ । ରଚନାତ୍ମକ କାର୍ଯ୍ୟ ଦ୍ୱାରା ଲୋକପ୍ରିୟ ହେବେ । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଯେଉଁ ପରି କାର୍ଯ୍ୟ କରିବେ ସେହି ଅନୁସାରେ ପରିଶ୍ରମିକ ପାଇବେ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପୂର୍ବ ପ୍ରସ୍ତୁତି ଜୋରଦାର ଚାଲିବ । ଜୀବନସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଆପଣ ପେଟ ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇପାରନ୍ତି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ସପ୍ତାହ ପ୍ରାରମ୍ଭରେ ଆପଣ ଅଧିକ ସତର୍କ ଏବଂ ଯତ୍ନବାନର ସହ କାର୍ଯ୍ୟ କରିବା ଆବଶ୍ୟକ । ଧାର୍ମିକ ସହମାରୋହରେ ଯୋଗ ଦେଇପାରନ୍ତି । ବ୍ୟବସାୟରେ ଉତ୍ଥାନପତ୍ତନ ଲାଗିରହିବ । ଅଫିସରେ ଆକସ୍ମିକ ଭାବେ ଉଚ୍ଚାଧିକାରୀଙ୍କ ସହ ମାନମାଳିନ୍ୟ ହୋଇ, ଆପଣ ନିଜ ସ୍ୱାଇଚ୍ଛାରେ କାମ ଛାଡିବା ପାଇଁ ମନସ୍ଥ କରିବେ । ଯାହାଫଳରେ ଆର୍ଥକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ । ସହକର୍ମୀ କିମ୍ବା ବନ୍ଧୁଙ୍କ ମାଧ୍ୟମରେ ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । ପାରିବାରିକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଲେ ସମାଜରେ ନୂତନ ବନ୍ଧୁତ୍ଵ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିବେ । ମନ୍ଦିରରେ ଗୋ-ଖାଦ୍ୟ ଦାନ କରନ୍ତୁ, ସମୟ ଓ ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହୋଇପାରେ । ବୈବାହିକ ଜୀବନରେ ସହଧର୍ମୀଙ୍କ ସହ ଉଚ୍ଚବଚ୍ଚା ଘଟିବ ଯୋଗୁଁ ଏକାକୀ ଦିନ ଅତିବାହିତ କରିବାକୁ ପଡିବ । ଛାତ୍ରଛାତ୍ରୀ ମାନଙ୍କୁ ପରିଶ୍ରମର ଉପଯୁକ୍ତ ପରିମାଣ ମିଳିବ କଷ୍ଟକର ହେବ । ଏହି ସପ୍ତାହରେ ଆପଣଙ୍କ ପୁରାତନ ରୋଗରେ ପୁନଶ୍ଚ ପୀଡିତ ହୋଇପାରନ୍ତି ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଚଳିତ ସପ୍ତାହଟି ଆପଣଙ୍କ ନିମନ୍ତେ ଅତି ଉତ୍ତମ ରହିବ । ମନରେ ଉଙ୍କି ମାରୁଥିବା ଆଶା ଓ ଆକାଂକ୍ଷା ପୂରଣ ହେବ ଓ ଆତ୍ମବିଶ୍ୱାସ ବଢ଼ିବ । ନିଜର କ୍ଷମତା, ଦକ୍ଷତା ଓ ଜ୍ଞାନ ବଳରେ ଜଟିଳରୁ ଜଟିଳ ସମସ୍ୟାକୁ ମଧ୍ୟ ସମାଧାନ କରିବେରେ ସମର୍ଥ ହେବେ । ଦୀର୍ଘ ଦିନରୁ ଅଫିସରେ ଲାଗିରହିଥିବା ସମସ୍ୟାର ସମାଧାନ କରିନେବେ, ଯାହାଫଳରେ ଉଚ୍ଚାଧିକାରୀଙ୍କ ପ୍ରିୟପାତ୍ର ହେବେ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଚାଲିଚଳନ, ବ୍ୟବହାରରେ ସନ୍ତୁଷ୍ଠ ରହିବେ ନାହିଁ । ଏହି ସପ୍ତାହରେ ଜମିଜମା କିମ୍ବା ଶେୟାର ବଜାରରେ ପୁଞ୍ଜି ନିବେଶ କରନ୍ତୁ, ଭବିଷ୍ୟତରେ ଯଥେଷ୍ଟ ମୁନଫା ପାଇବେ । ଆଇନ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କ ପାଇଁ ସପ୍ତାହଟି ବହୁତ ଭଲ ରହିବ । ଦାମ୍ପତ୍ୟ ଜୀବନ ଓ ପ୍ରେମ ସମ୍ପର୍କ ଦୃଢ ରହିବ । କିଛି ବ୍ୟକ୍ତିଙ୍କ ନୂତନ ପ୍ରେମ ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ପେଟରେ ଗ୍ୟାସ କିମ୍ବା ଅମ୍ଳତା ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଭବିଷ୍ୟତ ବିଷୟରେ ନିରନ୍ତର ଚିନ୍ତା କରି ମନ ଅଶାନ୍ତ ରହିବ । ପାରିବାରିକ ଜୀବନ ସୁଖଶାନ୍ତି ବଜାୟ ରହିବ ଏବଂ ପିଲାମାନେ ନିଜ ନିଜ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଅର୍ଥ ରୋଜଗାର ପାଇଁ ମନରେ ତତ୍ପରତା ପ୍ରକାଶ କରିବେ । ଏହି ସପ୍ତାହରେ ବ୍ୟବସାୟରେ ଆୟ ବ୍ୟୟର ତାଳ ରହିବ ନାହିଁ । କିନ୍ତୁ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ଚାରିକିରେ ପଦୋନ୍ନତିର ଯୋଗ ରହିଛି । ବନ୍ଧୁମାନେ ଆପଣଙ୍କ ମନର ଚାପ କମାଇବାରେ ସାହାଯ୍ୟ ସହଯୋଗ କରିବେ । କିଛି ସାଙ୍ଗଠନିକ କାର୍ଯ୍ୟରେ ଶତ୍ରୁମାନେ ଆପଣଙ୍କ କେତେକ କାର୍ଯ୍ୟରେ ବାଧା ସୃଷ୍ଟି କରିବେ । ଅବିବାହିତ ଲୋକମାନେ ନିଜର ଜୀବନ ସାଥୀ ଖୋଜି ପାଇପାରିବେ । ବୈବାହିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଦ୍ୱନ୍ଦ୍ୱ ଦୂର ହେବ । ଅନିୟମିତତା ଖାଦ୍ୟପେୟ ସ୍ୱାସ୍ଥ୍ୟ ନିମନ୍ତେ ସମସ୍ୟା ସୃଷ୍ଟି କରିପାରେ । ପୁରାତନ ରୋଗପୀଡାର ପାଦୁର୍ଭାବ ବଢିପାରେ, ତେଣୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ ଆପଣଙ୍କୁ କିଛି ନୂଆ ଶିଖିବାକୁ ଅବସର ମିଳିବ । ଦୃଢ଼ ମନୋବଳ ଓ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହିତ ଆପଣ ନିଜର କାର୍ଯ୍ୟ ସମ୍ପନ୍ନ କରିବେ । ପରିବାରରେ ବାପା ଓ ମାଆଙ୍କ ସହିତ ସମ୍ପର୍କ ପ୍ରେମପୂର୍ଣ୍ଣ ରହିବ । ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ସପ୍ତାହଟି ଅନୁକୂଳ ରହିବ । ଏହି ସପ୍ତାହରେ ଆପଣଙ୍କୁ ଚାକିରୀ ଏବଂ ବ୍ୟବସାୟ ବ୍ୟତୀତ ପରିବାରର କୌଣସି କାମ ସାରିବାକୁ ପଡିବ । ପରିବାର ପାଇଁ କିଛି କିଣିବାକୁ ମଧ୍ୟ ପଡିପାରେ । ସନ୍ତାନ ପକ୍ଷରୁ ଖୁସି ଖବର ମିଳିବାର ସମ୍ଭାବନା ରହିଛି । ପ୍ରେମୀ କିମ୍ବା ଜୀବନସାଥୀଙ୍କ ସହିତ କୌଣସି ପ୍ରକାରର ବିବାଦରେ ପଡନ୍ତୁ ନାହିଁ । ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ଦୃଢିଭୁତ ହେବ । ପିତୃଗତ ସମ୍ପତ୍ତିକୁ ନେଇ ଭାଇ ଭାଇ ମଧ୍ୟ ବାଦବିବାଦ ଲାଗିପାରେ । ସ୍ଵସ୍ଥ୍ୟାବସ୍ଥା ଦୃଷ୍ଟିକୋଣରୁ ଗୋଡରେ ଆଘାତ ଲାଗିପାରେ ଓ ସାମୟିକ ଜ୍ଵରରେ ପୀଡିତ ହୋଇପାରନ୍ତି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହରେ ଆପଣ ଯେଉଁ କାମରେ ହାତ ଦେଇଛନ୍ତି, ତାହାକୁ ସଂପୂର୍ଣ୍ଣ କରିବା ପାଇଁ ଅକ୍ଲାନ୍ତ ପ୍ରୟାସ ଜାରି ରଖିବେ । ଯଦି ଆପଣଙ୍କ ନକାରାତ୍ମକ ଚିନ୍ତାଧାରା ଠାରୁ ନିଜକୁ ଦୂରେଇ ରହିପାରିବେ, ତେବେ ଏହି ସପ୍ତାହଟି ଆପଣଙ୍କ ପାଇଁ ଭଲ ବୋଲି ପ୍ରମାଣିତ ହୋଇପାରିବ । ପ୍ରଶାସନରେ ସଫଳତା ମିଳିବ । ବ୍ୟବସାୟରେ ଟଙ୍କା ନେଣଦେଣରେ ସତର୍କତା ଅବଲମ୍ବନ କରନ୍ତୁ । କର୍ତ୍ତୃପକ୍ଷଙ୍କ ସହ ସାଧାରଣ କଥାରେ ଯୁକ୍ତିତର୍କ କରି ସମସ୍ୟାର ଘେରରେ ଛନ୍ଦି ହୋଇପାରନ୍ତି । ଆର୍ଥିକ ପ୍ରଗତିରେ ବାଧା ସୃଷ୍ଟି ହୋଇପାରେ । ଧାରା କରଜ କରିବାକୁ ପଡିବ । କୌଣସି ନୂତନ ବ୍ୟବସାୟ କରିବା ପାଇଁ ଚେଷ୍ଟା କରିବେ କିନ୍ତୁ କେତେକ ସମସ୍ୟା ଯୋଗୁଁ ଆରମ୍ଭ କରିପାରିବେ ନାହିଁ । ପାରିବାରିକ ଜୀବନ ସମସ୍ତଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ସହଧର୍ମୀଙ୍କ ସହ ସମ୍ପର୍କ ଭଲ ରହିବ ଓ କୌଣସି ନିକଟ ସମ୍ପର୍କୀୟଙ୍କ ଘରକୁ ଯାଇପାରନ୍ତି । ପେଟ ସମ୍ବନ୍ଧୀୟ ରୋଗରେ ଅଧିକ ଯନ୍ତ୍ରଣା ଭୋଗିପରାନ୍ତି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଓ ଲାଭଦାୟକ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଚାକିରିରେ ଅଧିକାରୀବର୍ଗଙ୍କ ସାନ୍ନିଧ୍ୟରେ ଉପକୃତ ହେବେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମୟରେ ମନରେ ଦ୍ଵନ୍ଦ ଲାଗି ରହିବ । ତରବାରିଆ ହୋଇ କୌଣସି ନିଷ୍ପତ୍ତି ନେଲେ କ୍ଷତି ବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆପଣ ଯଦି ଆପଣଙ୍କର ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିପାରିବେ, ତେବେ ଏହି ସପ୍ତାହଟି ଆପଣଙ୍କ ପାଇଁ ଭଲ ବୋଲି ପ୍ରମାଣିତ ହୋଇପାରିବ । ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ଯ୍ୟଗୁଡିକ ହଠାତ୍ ଅତି ସହଜରେ ସମ୍ପର୍ଣ୍ଣ କରି ଖୁସି ଅନୁଭବ କରିବେ । ଜୀବନ ସାଥୀ ସହିତ ବୁଲିବାକୁ ଯାଇପାରନ୍ତି । ବ୍ୟବସାୟ ଏବଂ ଚାକିରି ସହିତ ଜଡିତ ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ । ମାନସିକ ସ୍ତରରେ ମଧ୍ୟ ଆପଣ ସୁସ୍ଥ ରହିବେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ, ଆପଣଙ୍କ ମନରେ ଆତ୍ମବିଶ୍ୱାସ ସ୍ତର ଉଚ୍ଚ ରହିବ । ସପ୍ତାହର ପ୍ରମାର୍ଦ୍ଧରେ ଅଫିସ କାର୍ଯ୍ୟକୁ ନେଇ ବ୍ୟସ୍ତତା ରହିବେ । କେତେକ ବ୍ୟବସାୟ ବାଣିଜ୍ୟରେ ନୂତନ କୌଶଳ ଓ ରଣନୀତି ପ୍ରୟୋଗ କରି କାର୍ଯ୍ୟ କରିବେ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ, ଅଧିକାରୀମାନେ ସହଯୋଗ କରିବେ ଏହା ସଙ୍ଗେ ସଙ୍ଗେ ଅଫିସରେ କୌଣସି ଗୁରୁଦାୟିତ୍ଵ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କୁ ଅର୍ପଣ କରିପାରନ୍ତି । ରହସ୍ୟମୟ ବିଷୟ ଓ ଗୂଢ଼ ଜ୍ଞାନ ପ୍ରତି ଆକର୍ଷିତ ହେବେ ଏବଂ ଆଧ୍ୟାତ୍ମିକ ଚିନ୍ତା ଦ୍ୱାରା ମାନସିକ ଶାନ୍ତି ପାଇପାରିବେ । ପରିବାରର ଆବଶ୍ୟକୀୟ ଜିନିଷ କ୍ରୟ କରିବେ । ଆଇନଗତ ବିବାଦରେ ସଫଳତା ପାଇବେ । କାହାର ଚାପ କିମ୍ବା ପ୍ରଲୋଭନରେ ଆସନ୍ତି ନାହିଁ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମୁଣା ରହିବ । ରୋମାନ୍ସ ପାଇଁ ସମୟ ବାହାର କରିପାରିବେ ନାହିଁ । ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ ।

Leave a Reply

Your email address will not be published. Required fields are marked *