ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ଗ୍ରହସ୍ଥିତିରେ ହେବାକୁ ଯାଉଛି ପରିବର୍ତ୍ତନ ! ୬ଟି ରାଶିର ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ ।

ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ଗ୍ରହସ୍ଥିତିରେ ହେବାକୁ ଯାଉଛି ପରିବର୍ତ୍ତନ ! ୬ଟି ରାଶିର ବ୍ୟକ୍ତିଙ୍କ ମନୋବାଞ୍ଛା ପୂର୍ଣ୍ଣ ହେବ । ଆସନ୍ତୁ ଜାଣିବା :

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୧୨ ଅକ୍ଟୋବରରୁ ୧୮ ଅକ୍ଟୋବର)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ ଆପଣଙ୍କୁ ବୟସ୍କମାନଙ୍କ ଆଶୀର୍ବାଦ ମିଳିବ । ଆପଣଙ୍କ କଥାର ଅନ୍ୟମାନଙ୍କ ଆକର୍ଷିତ ହୋଇପାରନ୍ତି । ଆର୍ଥିକ ପ୍ରସଙ୍ଗରେ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ଉଠାନ୍ତୁ ନାହିଁ । ଗ୍ରହ ପରିବର୍ତ୍ତନ ହେତୁ ଆପଣଙ୍କର ପ୍ରେମ ସମ୍ପର୍କ ଅତ୍ୟନ୍ତ ମଧୁର ହେବାକୁ ଯାଉଛି । କୌଣସି ବ୍ୟକ୍ତିଙ୍କ ଯୋଗୁଁ ମାନସିକ ଚାପ ବୃଦ୍ଧି ହୋଇପାରେ । ପ୍ରତ୍ୟେକ କାର୍ଯ୍ୟ ସହଜରେ ସମାଧାନ ହେବ ଏବଂ ସେଥିରେ ସଫଳତା ମିଳିବ । ଚାକିରୀ ସ୍ଥାନରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ । ପାରିବାରିକ ଜୀବନର ଆନନ୍ଦ ମିଳିବ । ଆୟ ବଢାଇବା ପାଇଁ ଆପଣ ଅଧିକ ପରିଶ୍ରମ କରିବେ ଏବଂ କିଛି ପରିମାଣରେ ସଫଳ ହୋଇପାରିବେ । ଦାୟିତ୍ୱ ସହିତ ଆପଣଙ୍କୁ କୌଣସି ବଡ଼ କାର୍ଯ୍ୟ ମିଳିପାରେ । ପ୍ରେମସାଥୀଙ୍କ ଭାବନାକୁ ବୁଝନ୍ତୁ । ସାଥୀଙ୍କୁ ଆପଣଙ୍କ ସହାୟତାର ଆବଶ୍ୟକତା ରହିଛି । କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ, କିନ୍ତୁ ଆପଣଙ୍କୁ ଏହି ସପ୍ତାହରେ ମଧ୍ୟ ଆବଶ୍ୟକ ସହାୟତା ମିଳିବ । ପେଟରେ ଯନ୍ତ୍ରଣା ହୋଇପାରେ । ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସାବଧାନ ରୁହନ୍ତୁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ, ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଯୋଗାଯୋଗରେ ଜଡିତ ନୂତନ କୌଶଳର ଆନନ୍ଦ ଉପଭୋଗ କରିପାରିବେ । ରହସ୍ୟମୟ ବିଷୟ ଓ ଗୂଢ଼ ଜ୍ଞାନ ପ୍ରତି ଆକର୍ଷିତ ହେବେ ଏବଂ ଆଧ୍ୟାତ୍ମିକ ଚିନ୍ତା ଦ୍ୱାରା ମାନସିକ ଶାନ୍ତି ପାଇପାରିବେ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ, ଅଧିକାରୀମାନେ ସହଯୋଗ କରିବେ । ପରିବାରର ଆବଶ୍ୟକୀୟ ଜିନିଷ କ୍ରୟ କରିବେ । ଆଇନଗତ ବିବାଦରେ ସଫଳତା ପାଇବେ । କାହାର ଚାପ କିମ୍ବା ପ୍ରଲୋଭନରେ ଆସନ୍ତି ନାହିଁ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମନ୍ୱୟ ରହିବ । ରୋମାନ୍ସ ପାଇଁ ସମୟ ବାହାର କରିପାରିବେ ନାହିଁ । ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ସପ୍ତାହରେ ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଦୃଢ଼ ମନୋବଳ ଓ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହିତ ଆପଣ ନିଜର କାର୍ଯ୍ୟ ସମ୍ପନ୍ନ କରିବେ । ପିତାଙ୍କ ସହିତ ସମ୍ପର୍କ ପ୍ରେମପୂର୍ଣ୍ଣ ରହିବ । ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ସପ୍ତାହଟି ଅନୁକୂଳ ରହିବ । ସନ୍ତାନ ପକ୍ଷରୁ ଖୁସି ଖବର ମିଳିବାର ସମ୍ଭାବନା ରହିଛି । ଏହି ସପ୍ତାହରେ ଆପଣଙ୍କୁ ଚାକିରୀ ଏବଂ ବ୍ୟବସାୟ ବ୍ୟତୀତ ପରିବାରର କୌଣସି କାମ ସାରିବାକୁ ପଡିବ । ପରିବାର ପାଇଁ କିଛି କିଣିବାକୁ ମଧ୍ୟ ପଡିପାରେ । ପ୍ରେମୀ କିମ୍ବା ଜୀବନସାଥୀଙ୍କ ସହିତ କୌଣସି ପ୍ରକାରର ବିବାଦରେ ପଡନ୍ତୁ ନାହିଁ । ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ଦୃଢିଭୁତ ହେବ । ପିତୃଗତ ସମ୍ପତ୍ତିକୁ ନେଇ ଭାଇ ଭାଇ ମଧ୍ୟ ବାଦବିବାଦ ଲାଗିପାରେ । ସ୍ଵସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଉନ୍ନତି ରହିବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ରହିବେ ନାହିଁ । ମନରେ ଦ୍ୱନ୍ଦ୍ୱ ହେତୁ ନିଷ୍ପତ୍ତି ନେବାରେ ବାଧା ସୃଷ୍ଟି ହେବ । ନିଜର ଭାବପ୍ରବଣତା ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଭାବପ୍ରବଣତାର ବଶବର୍ତ୍ତୀ ହୋଇପାରନ୍ତି । କାର୍ଯ୍ୟାଳୟରେ ପରିସ୍ଥିତି ସୁସ୍ଥ ବାତାବରଣ ରହିବ । ସାଙ୍ଗମାନଙ୍କ ସହିତ ପର୍ଯ୍ୟଟନ ସ୍ଥାନକୁ ପରିଦର୍ଶନ କରିବା ପାଇଁ ଏହା ଆୟୋଜନ କରିବେ । ଅତୀତର କଥାଗୁଡିକ ସ୍ମରଣ କରି ଚିନ୍ତାମଗ୍ନ ରହିବେ । ଅବିବାହିତ ଲୋକମାନଙ୍କ ପାଇଁ ବିବାହ ସହିତ ଜଡିତ ଶୁଭ ସଂଯୋଗ ରହିଛି । ଚାକିରୀ କରୁଥିବା ଲୋକଙ୍କ ପାଇଁ ସମୟ ପ୍ରତିକୂଳ ଅବସ୍ଥା ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ମଧୁମେହ ରୋଗୀଙ୍କୁ ଏହି ସପ୍ତାହରେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଓ ଲାଭଦାୟକ ରହିବ । ଆର୍ଥିକ ସ୍ଥିତି ବୃଦ୍ଧି ପାଇବ । ଚାକିରିରେ ଅଧିକାରୀବର୍ଗଙ୍କ ସହାୟତା ମିଳିବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ମନ ଭ୍ରମିତ ହେବ, ଅର୍ଥ କାରବାରରେ ଧୋକା ମିଳିପାରେ । ତରବାରିଆ ହୋଇ କୌଣସି ନିଷ୍ପତ୍ତି ନେଲେ କ୍ଷତି ବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆପଣ ଯଦି ଆପଣଙ୍କର ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରହିପାରିବେ, ତେବେ ଏହି ସପ୍ତାହଟି ଆପଣଙ୍କ ପାଇଁ ଭଲ ବୋଲି ପ୍ରମାଣିତ ହୋଇପାରିବ । ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ଯ୍ୟଗୁଡିକ ହଠାତ୍ ଅତି ସହଜରେ ସମ୍ପର୍ଣ୍ଣ କରି ଖୁସି ଅନୁଭବ କରିବେ । ଜୀବନ ସାଥୀ ସହିତ ବୁଲିବାକୁ ଯାଇପାରନ୍ତି । ବ୍ୟବସାୟ ଏବଂ ଚାକିରି ସହିତ ଜଡିତ ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ । ମାନସିକ ସ୍ତରରେ ମଧ୍ୟ ଆପଣ ସୁସ୍ଥ ରହିବେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ ଆପଣ ବିଭିନ୍ନ ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ବାର୍ତ୍ତାଳାପରେ ସାବଧାନ ରୁହନ୍ତୁ । କର୍ମକ୍ଷେତ୍ରରେ ଅବହେଳା ଯୋଗୁଁ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ଶତ୍ରୁତାମାନେ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ଅବ୍ୟବସ୍ଥିତ ଭାବରେ ଗତିରୋଧର ସମ୍ମୁଖୀନ କରିପାରନ୍ତି । ଯୋଜନା ଅନୁଯାୟୀ କାଯ୍ୟ କରନ୍ତୁ । ଆପଣ ସହକର୍ମୀଙ୍କ ଠାରୁ ସମର୍ଥନ ପାଇବେ । ମାନସିକ ସ୍ତରରେ ସୁଖୀ ରହିବେ । କୌଣସି ଛୋଟ ବିଷୟରେ ମଧ୍ୟ ଆପଣ ଉଦାସ ହୋଇଯିବେ । କୌଣସି ପୁରୁଣା ସାଙ୍ଗ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିପାରନ୍ତି । ବ୍ୟବସାୟରେ ସ୍ଥିତି ଭଲ ରହିବ କିନ୍ତୁ ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରିବାକୁ ପଡିବ । ଦାମ୍ପତ୍ୟ ଜୀବନରେ ପରସ୍ପରକୁ ସହଯୋଗ କରିବେ । ନିଜ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । କୌଣସି ପୁରାତନ ରୋଗର ପାଦୁର୍ଭାବ ବଢିପାରେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଧୁର ହେବ । କର୍ମକ୍ଷେତ୍ରରେ କାର୍ଯ୍ୟ ପ୍ରତି ଆକର୍ଷିତ ହେବ । କର୍ମକ୍ଷେତ୍ରରେ ପରିଶ୍ରମର ଉପଯୁକ୍ତ ପରିଶ୍ରମିକ ପାଇବେ । ଅଫିସ୍ କାର୍ଯ୍ୟାଳୟରେ ଆପଣଙ୍କ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଚାକିରିରେ ପଦୋନ୍ନତି ଦିଆଯିବ । ଜଣେ ବରିଷ୍ଠ ଅଧିକାରୀଙ୍କ ସହ ଆପଣଙ୍କ ମତଭେଦ ହୋଇପାରେ । କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଲାଗିଥିବା ଅସୁବିଧା ଓ ସମସ୍ୟା ଏହି ସପ୍ତାହରେ ଦୂର ହେବ । ଆର୍ଥିକ ସ୍ଥିତରେ ଉନ୍ନତି ହେବ । ପରିବାରରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ଚିନ୍ତା କରିବେ । ଦାମ୍ପତ୍ୟ ଜୀବନ ସୁଖଦମୟ ରହିବ । ଏହା ସହିତ, ଆପଣ ନିଜ ଜୀବନକୁ ଉପଭୋଗ କରିବାକୁ ସକ୍ଷମ ହେବ । ଶାରୀରିକ ସ୍ୱାସ୍ଥ୍ୟରେ ଅବନତି ହୋଇପାରେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ସାମାଜିକ କାର୍ଯ୍ୟରେ ଆପଣଙ୍କ ଆଧିପତ୍ୟ ବୃଦ୍ଧି ପାଇବ । ଏପରି କୌଣସି ବିଷୟ ଯୋଗୁଁ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ, ଯେଉଁଥିପାଇଁ ଆପଣ ମନରେ ବିଭ୍ରାନ୍ତ ଲାଗିରହିବ । ଚାକିରିର ସୁଯୋଗ ଉପଲବ୍ଧ ହୋଇପାରେ, କିନ୍ତୁ ପାରିବାରିକ ସୁଖ ପାଇବା କଷ୍ଟକର ହୋଇପାରେ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ଭଲ ରହିବ । ଯେକୌଣସି ଆର୍ଥିକ ନେଣଦେଣ କରିବା ବେଳେ ଭାବିଚିନ୍ତି କରନ୍ତୁ । ସପ୍ତାହର ମଧ୍ୟଭାଗରେ, ସୁଖ ମିଳିବ ଓ ସପ୍ତାହ ଶେଷରେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ କରିପାରନ୍ତି । ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ଓ ତରବାରିଆ ହୋଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ଜୀବନସାଥୀ ସହିତ ଭଲ ସମ୍ପର୍କ ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଚକ୍ଷୁ ସମ୍ବନ୍ଧୀୟ ପୀଡାର ସମ୍ମୁଖୀନ ହୋଇପାରନ୍ତି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ ଆପଣ ସ୍ଵୟଂ ନିଜକୁ ନିଜ ଉପରେ ଏକ ବୋଝ ବୋଲି ଅନୁଭବ କରିବେ । ଏହା ସଙ୍ଗେ ସଙ୍ଗେ ଆପଣ ଅନୁଭବ କରିବେ ଯେ, ଜୀବନକୁ ସରସ ସୁନ୍ଦର କରିବା ପାଇଁ ଆପଣ ସ୍ଥିର କରିଥିବା ଲକ୍ଷ୍ୟ ହିଁ ଆପଣଙ୍କ ମନକୁ ଅସ୍ଥିର କରିବାର ମୁଖ୍ୟ କାରଣ । ମନରେ ଏପରି ଅନେକ ବିଚାର ଆସିବା ଯାହା ଆପଣ କେବେ ଚିନ୍ତା କରିନଥିବେ । ଆତ୍ମା ​​ପ୍ରତି ଆପଣଙ୍କ ଅସନ୍ତୋଷ ଓ ସାଂସାରିକ ମୋହମୟା ଠାରୁ ଦୂରେଇ ରହିବାକୁ ଇଚ୍ଛା କରିବେ । ଏପରି ପରିସ୍ଥିତିରେ ଆପଣଙ୍କ ଭଲ ବନ୍ଧୁମାନଙ୍କ ଠାରୁ ଉପଯୁକ୍ତ ପ୍ରେରଣା ପାଇବେ, ଯାହାଫଳରେ ଆପଣଙ୍କ ମନୋବଳ ଦୃଢ ହୋଇପାରିବ । ଆର୍ଥିକ ସ୍ଥିତି ଅତି ଶୋଚନୀୟ ରହିବ । ବନ୍ଧୁ ଓ ସହକର୍ମୀଙ୍କ ସହଯୋଗରେ ଆର୍ଥ ପ୍ରାପ୍ତ କରିବେ । ଲକ୍ଷ୍ୟ ପୂରଣ ଦିଗରେ ଆତ୍ମୀୟ ସଦସ୍ୟମାନେ ବାଧା ପ୍ରତିବନ୍ଧକ ସୃଷ୍ଟି କରପାରନ୍ତି । କିନ୍ତୁ ଜୀବନ ସାଥିଙ୍କ ସହଯୋଗ ମିଳିବ । ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ, ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହରେ ଆପଣ ଯେକୌଣସି କାର୍ଯ୍ୟ ହାତ ନେବେ ସେଥିରେ ସଫଳତା ନିଶ୍ଚିତ ପାଇବେ । କିନ୍ତୁ କଠିନରୁ ଅତି କଠିନ ପରିଶ୍ରମ କରିବାକୁ ପଡିବ । ବ୍ୟବସାୟ ବାଣିଜ୍ୟକ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି କରିବାର ସମ୍ଭାବନା ରହିଛି । ଯଦି ଆପଣ କିଛି ନୂଆ ବ୍ୟବସାୟ କରିବାକୁ ଯୋଜନା କରୁଛନ୍ତି, ତେବେ ଏକାକୀ କରନ୍ତୁ; ଯଥେଷ୍ଟ ଫାଇଦା ମିଳିବ । ଅଫିସ୍ କାର୍ଯ୍ୟାଳୟରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ । ଏହି ସପ୍ତାହରେ ଆପଣଙ୍କ କେତେକ ବନ୍ଧୁ ଆପଣଙ୍କୁ ପ୍ରତାରଣା କରିପାରନ୍ତି, ତେଣୁ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । କାହାରି ଅତ୍ୟାଧିକ ବିଶ୍ଵାସ କରନ୍ତୁ ନାହିଁ । ଦୈନନ୍ଦିନ କାର୍ଯ୍ୟରେ କିଛି ପରିବର୍ତ୍ତନ କରିବାକୁ ଆପଣ ଏକ ଯୋଜନା ପ୍ରସ୍ତୁତ କରିବେ । ଏହି ସପ୍ତାହରେ ଆପଣ ନିଜର ପୁରୁଣା ବନ୍ଧୁମାନଙ୍କ ସହ ଦେଖା ସାକ୍ଷାତ କରିପାରନ୍ତି । ଆଗାମୀ ଦିନରେ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟ ସକାଶେ ପରିବାର ସଦସ୍ୟଙ୍କ ସହ ଏକତ୍ର ବସି ଆଲୋଚନା କରିବେ । ଜୀବନ ସାଥିଙ୍କ ଛୋଟିଆ ଛୋଟିଆ କାଠଗୁଡିକରେ କ୍ରୋଧ ନ କରି ବରଂ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ, ତେବେ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଶାରୀରିକ ପରିଶ୍ରମ ଯୋଗୁଁ ଦୁର୍ବଳତା ଅନୁଭବ କରିବେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହଟି ଆପଣଙ୍କୁ ମିଶ୍ରଣ ଫଳ ପ୍ରଦାନ କରିବ । ଆପଣଙ୍କ ନିଜ ମନକୁ ଶାନ୍ତ ରଖନ୍ତୁ ଓ ଯୋଜନା ଉପରେ କାର୍ଯ୍ୟ କରନ୍ତୁ । ଆକସ୍ମିକ ବା ତରବାରିଆ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ, ନଚେତ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ପରୋକ୍ଷ ଶତ୍ରୁତା ଯୋଗୁଁ କର୍ମକ୍ଷେତ୍ରରେ ଉତ୍ଥାନପତନ ଲାଗି ରହିବ । ଆୟର ଉତ୍ସରେ ପ୍ରତିବନ୍ଧିକ ଲାଗିପାରେ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ | ସପ୍ତାହର ମଧ୍ୟଭାଗରେ, ପରିବାରର କାହାର ସ୍ୱାସ୍ଥ୍ୟ ସମସ୍ୟାକୁ ଭିତ୍ତି କରି ମନରେ ଚିନ୍ତା ବଢିବ, ଯେଉଁଥିପାଇଁ ଆପଣ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହୋଇପାରିବ ନାହିଁ । ଜୀବନ ସାଥୀ ଆପଣଙ୍କ ଠାରୁ ଅନେକ ଅଭିଯୋଗ ପାଇବେ, ଯାହାକୁ ସମାଧାନ କରିବା କଷ୍ଟକର ହେବ କିନ୍ତୁ ଧୀରେ ଧୀରେ ସବୁକିଛି ସ୍ୱାଭାବିକ ହୋଇଯିବ । ଅଯଥା ଚିନ୍ତାରୁ ଦୂରେଇ ରୁହନ୍ତୁ ଓ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପେଟ ଯନ୍ତ୍ରଣା ଭଳି କେତେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ, ଆପଣଙ୍କର ଗୁପ୍ତ ରହସ୍ୟକୁ ଅନ୍ୟମାନଙ୍କ ସହ ବିଚାରବିମର୍ଷ କରି ନିକଟ ସମ୍ପର୍କୀୟଙ୍କ ସହ ବିବାଦ ଘେରରେ ଛନ୍ଦି ହୋଇପାରନ୍ତି । ପରିବାର ସଦସ୍ୟଙ୍କ ସହ କୌଣସି ବିଷୟ ଆଲୋଚନା କରିବା ବେଳେ ନିଜକୁ ସଂଯମତା ମଧ୍ୟରେ ରଖିବାକୁ ଚେଷ୍ଟା କରନ୍ତୁ ଏବଂ କୌଣସି ବିବାଦୀୟ ମନ୍ତବ୍ୟ ଦିଅନ୍ତୁ ନାହିଁ । ବୃତ୍ତିଗତ ରୋଜଗାର କ୍ଷେତ୍ରରେ ଉନ୍ନତିର ମାର୍ଗ ଉନ୍ମକ୍ତ ହେବ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ମଜବୁତ ରହିବ । କୌଣସି ନୂତନ ବ୍ୟବସାୟର ଶୁଭାରମ୍ଭ ନିମନ୍ତେ ପରିକଳ୍ପନା କରିବେ । ସନ୍ତାନ ଖୁସି ଓ ମନୋରଞ୍ଜନ ନିମନ୍ତେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ଆପଣଙ୍କର ଯାହା କିଛି ବ୍ୟକ୍ତିଗତ ସମସ୍ୟା ଥିଲା, ଏହି ସପ୍ତାହର ଅନ୍ତ ପୂର୍ବରୁ ସମାଧାନ ହୋଇଯିବ । ବୈବାହିକ ଜୀବନ ପ୍ରେମମୟ ରହିବ । ଜୀବନ ସାଥିଙ୍କ ସହ କୌଣସି ଦର୍ଶନୀୟ ସ୍ଥାନକୁ ଯାତ୍ରା ଯିବାର ଯୋଗ ରହିଛି । ଦୀର୍ଘ ଦିନର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ । ଯାହାଫଳରେ ମନକୁ ଆଶ୍ଵସ୍ତି ମିଳିବ ।

Be the first to comment

Leave a Reply

Your email address will not be published.


*