ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୮ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ହସଖୁସିର ଲୋହରି ଖେଳି ଉଠିବ । ସମସ୍ୟାର

ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୮ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ହସଖୁସିର ଲୋହରି ଖେଳି ଉଠିବ । ସମସ୍ୟାର

ସାପ୍ତାହିକ ରାଶିଫଳ : ଏହି ସପ୍ତାହରେ ୮ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ହସଖୁସିର ଲୋହରି ଖେଳି ଉଠିବ । ସମସ୍ୟାର ସମାଧାନ ହେବା ସହ ମନୋବାଞ୍ଛିତ ଫଳ ପାଇବେ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (11 ଜାନୁୟାରୀରୁ 17 ଜାନୁୟାରୀ)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ ଆପଣଙ୍କ ପରିବାର ସହିତ ଜଡିତ ସମସ୍ତ ଜଟିଳ ବିଷୟ ସୁରୁଖୁରୁରେ ସମ୍ପର୍ଣ୍ଣ ହେବ । ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ଉଚ୍ଚ ପଦାଧିକାରୀଙ୍କ ସହ ବିବାଦ ଟାଳିବେ । ଆୟର ସ୍ରୋତ ବିକଶିତ ହେବ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଭଲ ରହିବ । କୌଣସି ନୂତନ ଯୋଜନା ଉପରେ ବନ୍ଧୁଙ୍କ ସହ ଆଲୋଚନା କରିବେ । ଅଫିସ୍ ପରିବେଶ ସାମାନ୍ୟ ନିରାଶାଜନକ ହୋଇପାରେ । ପରୋକ୍ଷ ଶତ୍ରୁତା ଯୋଗୁଁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ବିଜ୍ଞାନ କ୍ଷେତ୍ର ସହିତ ଜଡିତ ଲୋକମାନେ ବହୁ ଉପକୃତ ହୋଇପାରିବେ । ପ୍ରେମ ସମ୍ବନ୍ଧରେ ଦୃଢ଼ତା ଆସିବ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢ଼ିବ । ପରିବାରର ବୟୋସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ମଧୁମେହର ରୋଗୀ ମାନଙ୍କୁ ଲାଭ ହେବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ ନିଜ କାରବାରରେ ଆଶାତୀଟି ଲାଭ ପାଇବାର ସମ୍ଭାବନା ରହିଛି । ପୁଞ୍ଜି ବିନିଯୋଗ କରୁଥିବା ଲୋକମାନଙ୍କ ପାଇଁ ସମୟ ଲାଭଦାୟକ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସହକର୍ମୀଙ୍କ ସହ ତାଳମେଳ ଭଲ ରହିବ । କର୍ମରେ ସଫଳତା, ପ୍ରଶଂସା ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । କିନ୍ତୁ ବୃତ୍ତିଗତ କର୍ମ ହେଉ ଅବା ଅଫିସର କୌଣସି କାର୍ଯ୍ୟକୁ ତରବାରିଆ ହୋଇ ସମ୍ପର୍ଣ୍ଣ କରନ୍ତୁ ନାହିଁ, ନଚେତ୍ ଅସୁବିଧାର ସମ୍ମୁଖିନ ହେବା ପାଇଁ ପଡିପାରେ । ଉନ୍ନୟନ ମୂଳକ କାର୍ଯ୍ୟ ଓ ଜନକଲ୍ୟାଣ କାର୍ଯ୍ୟ କରି ସମାଜରେ ପ୍ରଶଂସିତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ସମସ୍ୟାର ସମାଧାନ କରିବ । ପ୍ରେମ କିମ୍ବା ବୈବାହିକ ସମ୍ପର୍କରେ ଦୃଢ଼ତା ଆସିବ । କ୍ୟାରିୟର ଏବଂ ଚାକିରି କ୍ଷେତ୍ରରେ ଇଚ୍ଛାକୃତ ସଫଳତା ପାଇପାରିବେ । ସ୍ୱାସ୍ଥ୍ୟ ସାମାନ୍ୟ ଅସ୍ଥିର ରହିବ । ପେଟ ଜନିତ ସମସ୍ୟାର ଶିକାର ହୋଇପାରନ୍ତି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ସପ୍ତାହରେ, ଆପଣ ସତର୍କତାର ସହ କାର୍ଯ୍ୟ ନିର୍ବାହ କରନ୍ତୁ । ବ୍ୟବସାୟ ଠିକଠାକ ରହିଲେ ମଧ୍ୟ ଆର୍ଥିକ ଅବସ୍ଥା ମାନ୍ଦା ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ କରିବାକୁ ପଡିବ । ପ୍ରାୟତଃ ଅଧିକାଂଶ କାର୍ଯ୍ୟରେ ବିଫଳତା ଓ ସହକର୍ମୀଙ୍କ ସହ ବିବାଦ ଯୋଗୁଁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ ଅଧିକାରୀ ମାନଙ୍କର ସାହାଯ୍ୟ ମିଳିବ । ଚାକିରୀ ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏହି ସପ୍ତାହଟି ଭଲ ରହିବ, କୌଣସି ନା କୌଣସି କ୍ଷେତ୍ରରେ କର୍ମନିଯୁକ୍ତି ସୁନିଶ୍ଚତ । କାଳେ ଆପଣଙ୍କୁ ଆର୍ଥିକ ସହାୟତା କରିବାକୁ ପଡିବ ଏହି ମନବୃତ୍ତି ନେଇ ନିକଟ ସମ୍ପର୍କୀୟମାନେ ପାଖତଡ ମଢିବେ ନାହିଁ । ତଥାପି ସପ୍ତାହ ମଧ୍ୟଭାଗରେ ସବୁକିଛି ପୂର୍ବପରି ହୋଇଯିବ । ବ୍ୟବସାୟରେ ଅଗ୍ରଗତି କରିବା ସଙ୍ଗେସଙ୍ଗେ ଆର୍ଥିକ ଅବସ୍ଥାରେ ସ୍ଥିତି ସୁଧାର ଆସିବ । ସହଧର୍ମୀ ପରିବାରିକ ଘଟଣାକୁ ବାରମ୍ବାର ଦୋହରାଇବା ଦ୍ଵାରା ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇପାରେ । ପରିବର୍ତ୍ତିତ ପାଣିପାଗ ଯୋଗୁଁ ଥଣ୍ଡା, ଜ୍ଵର ହୋଇପାରେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହଟି ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଉତ୍ତମ ଫଳପ୍ରଦାୟକ ରହିବ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ଓ ବିରୋଧୀମାନେ ମିତ୍ରତାର ହାତ ବଢାଇବେ । ଏହି ସପ୍ତାହ ଆପଣଙ୍କ ପାଇଁ ଅନେକ ଆହ୍ୱାନ ଆଣିବ । ତଥାପି, ଏହି କଠିନ ସମୟ ସତ୍ତ୍ୱେ ଆପଣଙ୍କର ଉନ୍ନତିର ପଥରେ କୌଣସି ଅବରୋଧର ସମ୍ମୁଖୀନ ହେବାକୁ ପଡିବ ନାହିଁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ରହିବ । କର୍ମରେ ଏକାଗ୍ରତା ଓ ଆନ୍ତରିକତା ଭାବ ବୃଦ୍ଧି ପାଇବ । ଚାକିରୀରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଓ ପରିବାରର ଶାନ୍ତି ଅତୁଟ ରହିବ । ଶାରୀରିକ ଦୃଷ୍ଟିକୋଣରୁ ସୁସ୍ଥ ରହିବେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ସିଂହରାଶିର ଲୋକଙ୍କ ମନରେ ଆଶା ଏବଂ ନିରାଶାର ମିଶ୍ରିତ ଭାବନା ରହିବ । ପରିବାରରେ ସୁଖ-ଶାନ୍ତି ବଜାୟ ରହିବ । ଦୀର୍ଘ ସମୟ ଧରି ଆପଣ ଯେଉଁ ସମସ୍ୟା ମଧ୍ୟ ଦେଇ ଗତି କରୁଥିଲେ, ଚଳିତ ସପ୍ତାହରେ ସେହି ସମସ୍ୟାରୁ ମୁକ୍ତି ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । ଅଫିସରେ ସହକର୍ମୀମାନେ ସାହାଯ୍ୟ ସହଯୋଗର ହାତ ବଢିଇବେ । ଉନ୍ନୟନମ ମୂଳକ କ୍ରଜୟରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସାହାଯ୍ୟ ମିଳିବ । ଯାହାଦ୍ଵାରା ସ୍ଥଗିତ କାର୍ଯ୍ୟକୁ ଆପଣ ସହଜରେ ପୂରଣ କରିପାରିବେ । ଯୌଥ ବ୍ୟବସାୟୀମାନେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ରହିବ । ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ । ସ୍ୱାସ୍ଥ୍ୟର ଦୃଷ୍ଟିକୋଣରୁ ସପ୍ତାହ ଭଲ ରହିବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ପରିବାର ଲୋକଙ୍କ ମଧ୍ୟରେ ଝଗଡା ଯେପରି ନ ହେଉ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ଜୀବନର ଧନ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହୋଇଯିବ । ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ନ ଥିଲେ ମଧ୍ୟ ସଂଯମତା ରଖନ୍ତୁ । ମନର ଆଶକୁ ପୂରଣ କରିବା ପାଇଁ ଚେଷ୍ଟା କରିବେ । ସପ୍ତାହର ପ୍ରଥମାର୍ଦ୍ଧରେ ଅଫିସରେ କାର୍ଯ୍ୟର ଚାପ ଅଧିକ ରହିବ । ରାଜନୈତିକ ବ୍ୟକ୍ତି ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ମାନେ ଆଶାନୁରୂପକ ଫଳ ପାଇବେ । କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ, ଅନ୍ୟଥା ପରିସ୍ଥିତି ଆପଣଙ୍କ ବିପକ୍ଷରେ ରହିବ । ବକେୟା ଅର୍ଥ ଆଦାୟ କରିବାରେ ସମର୍ଥ ହେବେ । ପ୍ରେମ ସମ୍ବନ୍ଧୀୟ ମାମଲାରେ ଅନିଶ୍ଚିତତାର ସମ୍ମୁଖୀନ କରିବେ । ଦାମ୍ପତ୍ୟ ଜୀବନରେ ଅନ୍ୟ ବ୍ୟକ୍ତିଙ୍କ କଥାକୁ ନେଇ ଉଭୟ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଉପୁଜିପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ, ଆପଣ ଭାଙ୍ଗି ଯାଇଥିବା ସମ୍ପର୍କକୁ ପୁନଶ୍ଚ ଯୋଡିବାରେ ପ୍ରଯତ୍ନ କରିବେ । ବନ୍ଧୁମାନଙ୍କ ସହ ସମ୍ପର୍କ ନିବିଢ ରହିବ । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ, ସେମାନଙ୍କ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ଛାଡି ନିଜ କର୍ମ ପଥରେ ଅଗ୍ରସର ହେବେ, ଯାହାଫଳରେ ପ୍ରତିଦ୍ଵନ୍ଦୀମାନେ ଈର୍ଷାପରାୟଣ ହୋଇଉଠିବେ । ନିଜ ଚେଷ୍ଟା ବଳରେ ଆପଣ ସହଜରେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବେ ଏବଂ ଆପଣଙ୍କ ସମସ୍ୟାର ସମାଧାନ ଖୋଜିବାହାର କରିବେ । ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ଥିବା ଲୋକଙ୍କ ପାଇଁ ଚଳିତ ସପ୍ତାହଟି ଏକ ସଫଳତା ପୂର୍ଣ୍ଣ ଅଟେ । ଜୀବନସାଥୀଙ୍କ ପକ୍ଷରୁ ଭରପୁର ପ୍ରେମ ମିଳିବ । ବିନିଯୋଗ କରିବା ପାଇଁ ଏହି ସପ୍ତାହ ଭଲ ରହିବ । ବିଦ୍ୟାର୍ଥୀ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିବେ ଏବଂ ଉତ୍ସାହ ରହିବେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ଆପଣଙ୍କ ପରିବାର ସହିତ ଜଡିତ ସମସ୍ତ ଜଟିଳ ବିଷୟ ସୁରୁଖୁରୁରେ ସମ୍ପର୍ଣ୍ଣ ହେବ । ଗୋଟିଏ ସମୟରେ ଗୋଟିଏ ହିଁ କାମକୁ ସମ୍ପୂର୍ଣ୍ଣ ଧ୍ୟାନର ସହ କରନ୍ତୁ, ସଫଳତା ମିଳିବ । ପରିବାର ସଦସ୍ୟଙ୍କ ସହ ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପରସ୍ପର ମଧ୍ୟରେ ଆଲୋଚନା କରିବେ । ସ୍ୱତନ୍ତ୍ରତା ପୂର୍ବକ କୌଣସି ନିଷ୍ପତ୍ତି ନେବାକୁ ଯାଉଥିଲେ, ସେଥିପାଇଁ ଏହା ଉପଯୁକ୍ତ ସମୟ ନୁହେଁ । ଯଦି ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ପିତାମାତାଙ୍କ ଠାରୁ ପରାମର୍ଶ ନେଇ ବ୍ୟବସାୟ ଆରମ୍ଭ କରନ୍ତୁ । ଆପଣ ଏହି ସପ୍ତାହରେ କିଛି ନୂତନ ଏବଂ ଆକର୍ଷଣୀୟ ଅନୁଭୂତି ପାଇପାରିବେ । ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ବଜାୟ ରହିବ । କୌଣସି ବନ୍ଧୁଙ୍କ ସହଯୋଗରେ ଚାକିରୀରେ ସୁଯୋଗ ମିଳିପାରେ । ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଗୁଡିକ ପରିଚାଳନା କରିବାରେ ଆପଣ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ । ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ସପ୍ତାହରେ ଆପଣ ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବାର ସମ୍ଭାବନା ରହିଛି । କୌଣସି ମହିଳାଙ୍କ ଠାରୁ ଆପଣଙ୍କୁ ଲାଭ ମିଳିପାରେ । ବନ୍ଧୁ ଏବଂ ନିକଟ ସମ୍ପର୍କୀୟଙ୍କ ସହ କୌଣସି ପର୍ଯ୍ୟଟନ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । କାର୍ଯ୍ୟଗୁଡିକ ଯଥାଶୀଘ୍ର ସମ୍ପାଦନ କରିବାରେ ସମର୍ଥ ହେବେ । ଆକସ୍ମିକ ଧନ ଲାଭ ହେବାର ମଧ୍ୟ ସମ୍ଭାବନା ରହିଛି । କୌଣସି ସାମାଜିକ ପ୍ରସଙ୍ଗରେ ଉପସ୍ଥିତ ରହିବାକୁ ପଡିପାରେ । କୌଣସି ପ୍ରକାରର ବିନିଯୋଗ ଠାରୁ ଦୂରେଇ ରୁହନ୍ତୁ କାରଣ ଆର୍ଥିକ ଦୃଷ୍ଟିରୁ ଏହି ସପ୍ତାହ ଅନୁକୂଳ ରହିବା ନାହିଁ । ଅର୍ଥ ପ୍ରସଙ୍ଗକୁ କେନ୍ଦ୍ର କରି ନିକଟ ସମ୍ପକୀୟଙ୍କ ସହ କଳହ ସୃଷ୍ଟି ହୋଇପାରେ । ପ୍ରେମ ସମ୍ପର୍କ ଦୃଷ୍ଟିରୁ ସମୟ ଅନୁକୂଳ ଅଟେ । ଏକାକୀ ରହୁଥିବା ବ୍ୟକ୍ତିମାନେ କୌଣସି ପ୍ରେମ ସମ୍ପର୍କରେ ଆସିପାରନ୍ତି । ଛାତ୍ରମାନଙ୍କ ପାଇଁ ସପ୍ତାହ ଅନୁକୂଳ ଅଟେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ସପ୍ତାହରେ ପାରିବାରିକ ଦାୟିତ୍ଵ ବଢିବ ସହ କର୍ମକ୍ଷେତ୍ରରେ କେତେକ ଗୁରୁ ଦାୟିତ୍ଵ ବହନ କରିବେ । ପ୍ରତ୍ୟେକ କାର୍ଯ୍ୟକୁ ଦୃଢ଼ ମନୋବଳ ଦ୍ୱାରା ସଂପୂର୍ଣ୍ଣ କରିବେ । ଅତ୍ୟଧିକ ପରିଶ୍ରମ କରି କର୍ମକ୍ଷେତ୍ରରେ ଦେଖାଦେଇବାକୁ ଥିବା ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ସଫଳତା କରିବେ । ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । ବିଦ୍ୟାର୍ଥୀମାନଙ୍କୁ ଶିକ୍ଷଣୀୟ କାର୍ଯ୍ୟରେ ସଫଳତା ମିଳିବ । ଆପଣଙ୍କର ସଙ୍ଗୀତ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଜୀବନସାଥୀଙ୍କର ସହଯୋଗ ମିଳିବ । କରମକଷତରରେ ସହକର୍ମୀଙ୍କ ସହ ମିଳିମିଶି କାର୍ଯ୍ୟ ସମ୍ପାଦନ କରିବେ । କୌଣସି ପ୍ରକାରର ମିଥ୍ୟା ଅଭିଯୋଗ ଚିନ୍ତାରେ ପକାଇପାରେ । ଆପଣ ପ୍ରିୟତମାଙ୍କ ସାଥିରେ ସମୟ ବିତାଇବେ । କାରବାର ଅଂଶୀଦାର ଯୁକ୍ତ ବ୍ୟବସାୟୀରେ କିମ୍ବା ଶେୟାର ବଜାରରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହରେ, ଏହି ରାଶିର ଲୋକମାନେ କିଛି ନୂଆ କରିବାକୁ ମନସ୍ଥ କରିବେ । ଅଯଥାରେ କାହାରି ସହିତ ବାଦବିବାଦ କରନ୍ତୁ ନାହିଁ, ଏପରି କି ଅନ୍ୟର ବ୍ୟକ୍ତିଗତ କଥାରେ ମୁଣ୍ଡ ପୂରାନ୍ତୁ ନାହିଁ; ଅନ୍ୟଥା ବିବାଦୀୟ ପରିସ୍ଥିତିରେ ସମ୍ମୁଖୀନ କରିବାକୁ ପଡିବ । ପରିବାରରେ ହସଖୁସିର ବାତାବରଣ ରହିବ । କିନ୍ତୁ ପାରିବାରିକ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବ । ଅଫିସରେ ସହକର୍ମୀ ଓ ଉଚ୍ଚଧିକାରୀଙ୍କ ସହ ତାଳମେଳ ଭଲ ରହିବ ଫଳରେ କାର୍ଯ୍ୟଗୁଡିକ ସଂପୂର୍ଣ୍ଣ ହେବାରେ ବିଳମ୍ବ ହେବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ସହଧର୍ମୀଙ୍କ ସହଯୋଗ ପାଇବେ । ଅବିବାହିତାଙ୍କ ବିବାହର ପ୍ରସ୍ତାବ ଆସିପାରେ । ବୃତ୍ତି ସମ୍ବନ୍ଧୀୟ କାରବାରରେ ଉତ୍ଥାନପତନ ଲାଗିରହିବ । ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ ଆପଣ ମନ ଆଧ୍ୟାତ୍ମିକତା ଧର୍ମଚର୍ଚ୍ଚା ପ୍ରତି ଆକର୍ଷିତ ହେବ । ସପ୍ତାହର ପ୍ରଥମ ଦୁଇ ଦିନ ଅପବ୍ୟୟ, ଅପବାଦ ଓ ଅପଯଶ ପାଇବେ ଓ ଖର୍ଚ୍ଚାନ୍ତରେ ପଡ଼ିବେ । ଅଫିସରେ ଏହି ସପ୍ତାହରେ ଆପଣଙ୍କ ପଦୋନ୍ନତିର ଯୋଗ ରହିଛି । ଚାକିରି କିମ୍ବା ବ୍ୟବସାୟରେ କିଛି ବିଶେଷ ସୁବିଧା ସୁଯୋଗ ମିଳିପାରେ, ଯାହା ଆଗାମୀ ଦିନରେ ଆପଣଙ୍କୁ ଲାଭ ମିଳିବ । କେତେକ କାର୍ଯ୍ୟ ସମ୍ପନ୍ନ କରିବା ନିମନ୍ତେ ଅତ୍ୟଧିକ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି । ଜୀବନ ସାଥିଙ୍କ ସହ ଭଲ ସମ୍ପର୍କ ରହିବ । ସମାଜରେ ନିଜ ମାନସମ୍ମାନ ଲାଭ କରିବା ସହ ପାରିବାରିକ ସ୍ତରରେ ଶାନ୍ତି ବଜାୟ ରହିବ । ଯେକୌଣସି କ୍ଷେତ୍ରରେ ନିବେଶ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ସ୍ୱାସ୍ଥ୍ୟ ଭଲ ହେବ କିନ୍ତୁ ଥଣ୍ଡା ଖାସ ଯୋଗୁଁ ବିରକ୍ତିକର ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *