ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୬ଟି ରାଶିର ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ କରିବେ ।

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୬ଟି ରାଶିର ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ କରିବେ ।

ସାପ୍ତାହିକ ରାଶିଫଳ : ଚଳିତ ସପ୍ତାହରେ ଏହି ୬ଟି ରାଶିର ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ମନୋବାଞ୍ଛିତ ଫଳ ପ୍ରାପ୍ତ କରିବେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (୧୦ ମଇରୁ ୧୬ ମଇ)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ ଆପଣଙ୍କୁ ପରିବାରର ପୂର୍ଣ୍ଣ ସହାୟତା ମିଳିବ । କିନ୍ତୁ ତୁମେ ନକାରାତ୍ମକ ଲୋକମାନଙ୍କ ଠାରୁ ଦୂରଇ ରୁହନ୍ତୁ । ଏହି ସପ୍ତାହରେ ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି କରିବେ । ଅଯଥା ଚିନ୍ତା ନ କରି ବରଂ ନିଜର ଲକ୍ଷ୍ୟ ବିଷୟରେ ଚିନ୍ତା କରିବା ଭଲ ହେବ । ମନରେ ଦୃଢ ବିଶ୍ଵାସ ଯୋଗୁଁ ବ୍ୟବସାୟରେ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ ସଫଳତା ହାସଲ କରିବେ । ପାରିବାରିକ ଖର୍ଚ୍ଚ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ପ୍ରେମ ସଂପର୍କରେ ଅପ୍ରତ୍ୟାଶିତ ସଫଳତା ପ୍ରାପ୍ତ ହେବ । କୋର୍ଟ ଏବଂ କଚେରୀରେ ଅନୁକଳତା ପରିସ୍ଥିତି ରହିବ । ଏହି ସପ୍ତାହ ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ଆଣ୍ଠୁ, ଗଣ୍ଠି ଜନିତ ଯନ୍ତ୍ରଣା ଭୋଗ କରିବାକୁ ପଡିପାରେ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟନ୍ତ ସନ୍ତୁଷ୍ଟ ଅନୁଭବ କରିବ । ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଧାର୍ମିକ କାର୍ଯ୍ୟ ପ୍ରତି ମନ ଆକର୍ଷିତ ହେବେ । ଦାନପୂଣ୍ୟ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଅନ୍ତରାତ୍ମାକୁ ଶାନ୍ତି ମିଳିବ । ବ୍ୟବସାୟ, ବାଣିଜ୍ୟରେ କାରବାର ଭଲ ରହିବ । ଆର୍ଥିକ ସ୍ଥିତି ପୂର୍ବ ସପ୍ତାହ ଅପେକ୍ଷା ଭଲ ରହିବ । ବ୍ୟବସାୟିକରେ ଅନେକ ନୂତନ ସୁଯୋଗ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବ କରିଥିବା ବିନିଯୋଗରୁ ଭଲ ଲାଭ ମିଳିବ । ନିଜ ପ୍ରତିଭା ବଳରେ ସମାଜରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇପାରିବେ । ଜୀବନ ସାଥିଙ୍କ ସହ ସମ୍ପର୍କରେ ସମ୍ୟକ ତିକ୍ତତା ଆସିପାରେ । ଆପଣଙ୍କର ସ୍ୱାସ୍ଥ୍ୟ ସାମନ୍ୟ ଖରାପ ହୋଇପାରେ । ଆପଣ ଅଳସୁଆ ପଣ ଏବଂ କ୍ଳାନ୍ତ ଅନୁଭବ କରିବେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଚଳିତ ସପ୍ତାହରେ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟର ଆବଶ୍ୟକତା କିମ୍ବା ସମସ୍ୟାକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ବନ୍ଧୁମାନଙ୍କ ସହିତ ମତଭେଦ ଯୋଗୁଁ ମାନସିକ ସ୍ତରରେ ଚିନ୍ତିତ ରହିବେ । ବ୍ୟର୍ଥ ଚିନ୍ତାରୁ ବଞ୍ଚିବା ପାଇଁ ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ । ନିଜ କାର୍ଯ୍ୟ ସ୍ଥଳରେ ମଧୁର ବାଣୀର ପ୍ରୟୋଗ କରନ୍ତୁ । ଗୁରୁଜନ ଓ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଅଫିସରେ ଉଚ୍ଚାଧିକାରୀଙ୍କ ସହ ମତଭେଦ ଦେଖାଦେଇପାରେ । ରାଜନୀତିରେ ଥିବା ଲୋକଙ୍କ ପାଇଁ ଚଳିତ ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରିବାକୁ ପଡିପାରେ । ଦାମ୍ପତ୍ୟ ଜୀବନରେ ଉତ୍ଥାନପତ୍ତନ ଯୋଗୁଁ, ଜୀବନସାଥୀ ସହିତ ପୂର୍ଣ୍ଣ ସହଯୋଗ ମିଳିବ ନାହିଁ ଯାହାଫଳରେ ନିଜକୁ ନିରାଶା ଅନୁଭବ କରିବେ । ଏହି ସପ୍ତାହରେ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହରେ ଆପଣଙ୍କ ପାଇଁ ଉନ୍ନତିର ମାର୍ଗ ଉନ୍ମକ୍ତ ହେବାର ସମ୍ଭାବନା ରହିଛି । କୌଣସି ନୂତନ ପରିଯୋଜନାକୁ କାର୍ଯ୍ୟକାରୀ କରିବେ ଓ ଧନ ଅର୍ଜିତ କରିବାର ଆଶା କରାଯାଉଛି । ଲୋକଙ୍କୁ ଦେଇଥିବା ବକେୟା ଅର୍ଥ ବା ଋଣ ସହଜରେ ଆଦାୟ କରିପାରିବେ । ଆପଣଙ୍କ ବ୍ୟବସାୟରେ ବିସ୍ତାରର ସମ୍ଭାବନା ରହିଛି । ଅଫିସରେ ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ । କାର୍ଯ୍ୟକ୍ଷେତ୍ରରେ ସଫଳତା ଓ ଉନ୍ନତିର ସମ୍ଭାବନା ରହିଛି । ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ । ଆପଣ ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କରିବେ । ଅନ୍ୟମାନଙ୍କ ସହ ଅଯଥା କଥାବାର୍ତ୍ତା କରନ୍ତୁ ନାହିଁ ଓ ଝଗଡ଼ା ଠାରୁ ଦୂରେଇ ରୁହନ୍ତୁ । କୌଣସି କଥାକୁ ନେଇ ଘରେ କଳହ ସୃଷ୍ଟି ହୋଇପାରେ । ରକ୍ତଚାପ ତଥା ମଧୁମେହ ରୋଗରୁ ପ୍ରଭାବିତ ଲୋକ ସାବଧାନତା ଅବଲମ୍ବନ କରନ୍ତୁ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ସାମାଜିରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ହେବ । ନିଜ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ଓ କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରନ୍ତୁ । ସମାଜରେ ମାନସମ୍ମାନ ବୃଦ୍ଧି କାରଣରୁ ବରିଷ୍ଠ ଓ ଉଚ୍ଚପଦାଧିକାରୀ ବ୍ୟକ୍ତିଙ୍କ ସହିତ ବନ୍ଧୁତ୍ଵ ସ୍ଥାପନ କରିବେ । ବ୍ୟବସାୟୀକ କାରବାର ସ୍ଥିତି ବେଶ୍ ଉନ୍ନତିମାନର ରହିବ । ଏହି ସପ୍ତାହରେ ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ରହିବ । ଅଫିସରେ ସହକର୍ମୀ ଓ ଉଚ୍ଚାଧିକାରୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । କେତେକ ସମ୍ପର୍କୀୟମାନେ ଆପଣଙ୍କ ସହ ଶତ୍ରୁତା ଆଚରଣ କରିପାରନ୍ତି । ତେଣୁ ନିକଟ ସମ୍ପର୍କୀୟମାନଙ୍କ ଠାରୁ ସତର୍କତାର ସହ ରହିବା ଆପଣଙ୍କ ପାଇଁ ଭଲ ହେବ । ଦାମ୍ପତ୍ୟ ଜୀବନ ମଧୁରମୟ ରହିବ । ଶାରୀରିକ ଓ ମାନସିକ ଦୃଷ୍ଟିକୋଣରୁ ଆପଣ ସୁସ୍ଥ ଅନୁଭବ କରିବେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଚଳିତ ସପ୍ତାହରେ ଆପଣ ବିବାଦୀୟ ଘଟଣାବଳୀ ଉପରେ କଥାବାର୍ତ୍ତା କରନ୍ତୁ ନାହିଁ । କୌଣସି ବିଷୟକୁ ନେଇ ଆପଣଙ୍କ ଚିନ୍ତା ବଢ଼ିପାରେ । ନିଜର ଚିନ୍ତା ଦୂର କରିବା ପାଇଁ ପରିବାର ଲୋକଙ୍କ ସାହାଯ୍ୟ ନିଅନ୍ତୁ । ପରିବାର ସଦସ୍ୟଙ୍କ ସହାୟତାକୁ ଖୋଲା ମନରେ ସ୍ୱୀକାର କରନ୍ତୁ । କ୍ୟାରିୟର ସମ୍ବନ୍ଧୀୟ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟରେ ଆମଦାନୀ ବୃଦ୍ଧି ହେବ । ନୂତନ ଆୟର ଉତ୍ସ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ବରିଷ୍ଠ ଅଧିକାରୀଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ । ଅତି ଘନିଷ୍ଠ ସମ୍ପର୍କ ଥିବା ବ୍ୟକ୍ତି ବା ବନ୍ଧୁଙ୍କ ସହିତ ଆପଣଙ୍କର ତିକ୍ତତା ସୃଷ୍ଟି ହୋଇପାରେ । ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଦାମ୍ପତ୍ୟ ଜୀବନରେ ଚିନ୍ତା ଲାଗି ରହିବ । ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ ନହେଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହରେ, ଅଫିସରେ ଆପଣଙ୍କ ପଦୋମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ଅର୍ଥ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । ବ୍ୟବସାୟ, ବାଣିଜ୍ୟରେ କାରବାର ମଧ୍ୟମ ଧରଣ ରହିବ । ଏହି ସପ୍ତାହରେ ଟଙ୍କା ସମ୍ବନ୍ଧୀୟ ନେଣଦେଣ କରନ୍ତୁ ନାହିଁ । ପରିବାର ସଦସ୍ୟଙ୍କ ସହ ଭୁଲ ବୁଝାମଣା ଅନ୍ତିଶାର କାରଣ ହୋଇପାରେ । ସମାଜର ସମ୍ମାନନୀୟ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିପାରିବେ, ଯାହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ପାରିବାରିକ କ୍ଷେତ୍ରରେ ଆତ୍ମୀୟମାନଙ୍କର ରୋଗ ଉପଚାର ନିମନ୍ତେ ଅର୍ଥ ବ୍ୟୟର ସୂଚନା ରହିଛି । ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନହେବ । ଏହି ସପ୍ତାହରେ ଜୀବନ ସାଥିଙ୍କ ସମ୍ବନ୍ଧ ଭଲ ରହିବ । ଆପଣଙ୍କ ପ୍ରତିଟି କାର୍ଯ୍ୟରେ ଜୀବନ ସହସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଗୋଡରେ ଆଘାତ ଲାଗିପାରେ ଓ ସାମୟିକ ଜ୍ଵରରେ ପୀଡିତ ହୋଇପାରନ୍ତି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଭବିଷ୍ୟତ ବିଷୟରେ ନିରନ୍ତର ଚିନ୍ତା କରି ମନ ଅଶାନ୍ତ ରହିବ । ପାରିବାରିକ ଜୀବନ ସୁସଂଗତ ହେବ ଏବଂ ପିଲାମାନେ ନିଜ ନିଜ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ଟଙ୍କା ରୋଜଗାର ପାଇଁ ତତ୍ପରତା ପ୍ରକାଶ କରିବେ । ଏହି ସପ୍ତାହରେ ବ୍ୟବସାୟରେ ଆୟ ବ୍ୟୟର ତାଳ ରହିବ ନାହିଁ । କିନ୍ତୁ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ସପ୍ତାହଟି ଅତ୍ୟନ୍ତ ଭଲ ରହିବ । ବନ୍ଧୁମାନେ ଆପଣଙ୍କ ମନର ଚାପ କମାଇବାରେ ସାହାଯ୍ୟ ସହଯୋଗ କରିବେ । ସାଙ୍ଗଠନିକ କାର୍ଯ୍ୟରେ ଶତ୍ରୁମାନେ ଆପଣଙ୍କ କେତେକ କାର୍ଯ୍ୟରେ ବାଧା ସୃଷ୍ଟି କରିବେ । ଅବିବାହିତ ଲୋକମାନେ ନିଜର ଜୀବନ ସାଥୀ ଖୋଜି ପାଇପାରିବେ । ବୈବାହିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଦ୍ୱନ୍ଦ୍ୱ ଦୂର ହେବ । ଅନିୟମିତତା ଖାଦ୍ୟପେୟ ସ୍ୱାସ୍ଥ୍ୟ ନିମନ୍ତେ ସମସ୍ୟା ସୃଷ୍ଟି କରିପାରେ । ପୁରାତନ ରୋଗପୀଡାର ପାଦୁର୍ଭାବ ବଢିପାରେ, ତେଣୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏକ ବଡ କାର୍ଯ୍ୟର ସଫଳତା ଫଳରେ ଆପଣ ଏହି ସପ୍ତାହରେ ଅପାର ସୁଖ ଅନୁଭବ କରିବେ । ଆପଣଙ୍କ ସକରାତ୍ମକ ଚିନ୍ତାଧାରା ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବ । ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ରହିବେ । ବ୍ୟବସାୟକିଛିରେ ସ୍ଥିତି ଭଲ ରହିବ, ଆଶାତୀତ ସଫଳତା ପାଇବେ । ଚାକିରିକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ମୂଲ୍ୟବାନ ଜିନିଷ କିଣିବାକୁ ଇଚ୍ଛା କରିବେ । ବେରୋଜଗାର ବ୍ୟକ୍ତିଙ୍କୁ ଭଲ ଚାକିରିଟିଏ ମିଳିବାର ସୂଚନା ରହିଛି । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ବୃଦ୍ଧି ପାଇବା ସହ ଦଳର ବରିଷ୍ଠ ବ୍ୟକ୍ତିଙ୍କ ପ୍ରିୟପାତ୍ର ହେବେ । ଆକସ୍ମିକ ଭାବରେ କୌଣସି ଅବାଞ୍ଛିତ ସୂତ୍ରରୁ ମୋଟା ଅର୍ଥ ମିଳିଯିବ । ଏକାକୀ କିଛି ସମୟ ବିତାନ୍ତୁ ଏବଂ ନିଜର ଲକ୍ଷ୍ୟ ବିଷୟରେ ଚିନ୍ତା କରନ୍ତୁ । ଏହି ସପ୍ତାହରେ, ଯୁବକ/ଯୁବତୀମାନେ ପ୍ରେମ କରୁଥିବା ବ୍ୟକ୍ତିଙ୍କ ନିକଟରେ ନିଜ ପ୍ରେମ ଅଭିବ୍ୟକ୍ତ କରିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ମଧ୍ୟାହ୍ନ ପରେ ଆକସ୍ମିକ ପେଟ ଯନ୍ତ୍ରଣାର ସମ୍ମୁଖୀନ ହୋଇପାରନ୍ତି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ପାରିବାରିକ ଜୀବନରେ ସୁଖ ଓ ଶାନ୍ତି ବଜାୟ ରହିବ । ମନର ଆକାଂକ୍ଷା ପୂରଣ ହେବ ଓ ଆତ୍ମବିଶ୍ୱାସ ବଢ଼ିବ । ନିଜର କ୍ଷମତା, ଦକ୍ଷତା ଓ ଜ୍ଞାନ ବଳରେ ଜଟିଳରୁ ଜଟିଳ ସମସ୍ୟାକୁ ମଧ୍ୟ ସମାଧାନ କରିବାରେ ସମର୍ଥ ହେବେ । ଦୀର୍ଘ ଦିନ ଧରି ଅଫିସରେ ଜଡିତ ଥିବା ଏକ ସମସ୍ୟାର ସମାଧାନ କରିନେବେ ଯାହାଫଳରେ ଉଚ୍ଚାଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଆପଣଙ୍କ ଚାଲିଚଳନ, ବ୍ୟବହାରରେ ସନ୍ତୁଷ୍ଠ ରହିବେ ନାହିଁ । ଏହି ସପ୍ତାହରେ ଜମିଜମା କିମ୍ବା ଶେୟାର ବଜାରରେ ପୁଞ୍ଜି ନିବେଶ କରନ୍ତୁ, ଭବିଷ୍ୟତରେ ଯଥେଷ୍ଟ ମୁନଫା ପାଇବେ । ଦାମ୍ପତ୍ୟ ଜୀବନ ଓ ପ୍ରେମ ସମ୍ପର୍କ ଦୃଢ ରହିବ । କିଛି ବ୍ୟକ୍ତିଙ୍କ ନୂତନ ପ୍ରେମ ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ପେଟରେ ଗ୍ୟାସ କିମ୍ବା ଅମ୍ଳତା ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ସପ୍ତାହରେ, ଆପଣଙ୍କ ଦୃଢ ମନୋବଳ ଆପଣଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପ୍ରଦାନ କରିବ । ସପ୍ତାହର ପ୍ରାରମ୍ଭରେ ପରିବାରକ ସମସ୍ୟା ଉଗ୍ର ରୂପ ନେଇପାରେ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସମାଧାନ ହୋଇଯିବ । ଖର୍ଚ୍ଚର ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହିବ ନାହିଁ । ପ୍ରତ୍ୟେକ କାର୍ଯ୍ୟ ହାସଲ କରିବା ନିମନ୍ତେ ଖର୍ଚ୍ଚାନ୍ତ କରିବାକୁ ପଡିବ । ଦୂରରେ ଥିବା ବନ୍ଧୁଙ୍କ ଠାରୁ କୌଣସି ଶୁଭ ସମାଚାର ଶୁଣିବା ପରେ ମନରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଅଫିସ୍ ସାଂପ୍ରତିକ କାର୍ଯ୍ୟକଳାପରେ ଆପଣ ବେଶ୍ ଖୁସି ଅନୁଭବ କରିବେ । ବ୍ୟବସାୟରେ ବିନମ୍ର ସ୍ଵଭାବ ଯୋଗୁଁ ସମସ୍ତଙ୍କ ଆଦରଣୀୟ ହୋଇପାରିବେ । କର୍ମକ୍ଷେତ୍ରରେ ଅକ୍ଲାନ୍ତ ପରିଶ୍ରମ କରିବେ ଓ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । ଜୀବନ ସାଥିଙ୍କ ସହ ସମୟ ବିତାଇବେ । କିନ୍ତୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଚଳିତ ସପ୍ତାହରେ ବରିଷ୍ଠ ସହକର୍ମୀ ଓ ସମ୍ପର୍କୀୟମାନେ ସାହାଯ୍ୟର ହାତ ବଢ଼ାଇବେ । କିନ୍ତୁ କେତେକ ଈର୍ଷାପରାୟଣ ଓ ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଚଳିତ ସପ୍ତାହରେ ଆପଣ ଅନ୍ୟମାନଙ୍କ କାର୍ଯ୍ୟରେ ଆଦୌ ହସ୍ତକ୍ଷେପ କରନ୍ତୁ ନୁହେଁ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ କେତେକ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ । ଆୟ ପରିମାଣ କିଛିଟା ମାତ୍ରାରେ ହ୍ରାସ ହୋଇପାରେ ଏବଂ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି । କୌଣସି ବିଷୟକୁ ନେଇ ମନରେ ଭୟ ଜାତ ହୋଇପାରେ । ବାଦ-ବିବାଦରୁ ଦୂରରେ ରୁହନ୍ତୁ । କ୍ୟାରିୟରରେ ହଠାତ କିଛି ପରିବର୍ତ୍ତନ ହୋଇପାରେ । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପ୍ରେମପୂର୍ଣ୍ଣ ସମ୍ପର୍କ ରହିବ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଅଳ୍ପ ଦୁର୍ବଳ ହୋଇପାରେ । ଆଲର୍ଜି ଦ୍ୱାରା ମଧ୍ୟ ବିବ୍ରତ ହୋଇପାରନ୍ତି ।

Leave a Reply

Your email address will not be published. Required fields are marked *