ସାପ୍ତାହିକ ରାଶିଫଳ : ସାପ୍ତାହିକ ରାଶିଫଳ: ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳମୟ ରହିବ । ଆର୍ଥିକ ଜନିତ ସମସ୍ୟାରୁ

ସାପ୍ତାହିକ ରାଶିଫଳ : ସାପ୍ତାହିକ ରାଶିଫଳ: ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳମୟ ରହିବ । ଆର୍ଥିକ ଜନିତ ସମସ୍ୟାରୁ

ସାପ୍ତାହିକ ରାଶିଫଳ : ସାପ୍ତାହିକ ରାଶିଫଳ: ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳମୟ ରହିବ । ଆର୍ଥିକ ଜନିତ ସମସ୍ୟାରୁ ମୁକ୍ତି ପାଇବ ଏବଂ ପରିବାରରେ ସୁଖଶାନ୍ତି ବଜାୟ ରହିବ ।

ଆପଣଙ୍କର ରାଶି ଆପଣଙ୍କ ଜୀବନକୁ ବହୁତ ପ୍ରଭାବିତ କରିଥାଏ । ରାଶିଫଳ ଦ୍ଵାରା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିବ । ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ ଯେ, ଆଗାମୀ ସପ୍ତାହ ଆମ ପାଇଁ କିପରି ରହିବ ? ଆଜି ଆମେ ଆପଣଙ୍କୁ ଆଗାମୀ ସପ୍ତାହ (09 ମାର୍ଚ୍ଚରୁ 04 ଅପ୍ରେଲ୍)ର ରାଶିଫଳ ବିଷୟରେ କହିବୁ । ଏହି ସାପ୍ତାହିକ ରାଶିଫଳ ଅନୁଛେଦ ମାଧ୍ୟମରେ ଆମେ ଆପଣଙ୍କ ଜୀବନର ଆଗାମୀ ସପ୍ତାହଟିରେ ଘଟିବାକୁ ଥିବା ଘଟଣାଗୁଡ଼ିକ ବିଷୟରେ ସଂକ୍ଷିପ୍ତରେ ସୂଚନା ଦେଇଛୁ । ଆସନ୍ତୁ ଜାଣିବା :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ସପ୍ତାହରେ ଆପଣ ନିଜର ବ୍ୟବସାୟକୁ ବୃଦ୍ଧି କରିବାରେ ସଫଳତା ହୋଇପାରିବେ । ଆର୍ଥିକ ସ୍ଵଚ୍ଛଳତା ଦୃଷ୍ଟିକୋଣରୁ ଦିନଟି ଭଲ ରହିବ । କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ଯୋଗୁଁ ମନରେ ସରସତା ରହିବ ନାହିଁ । ସପ୍ତାହ ଦୁଇ ଦିନ ପରେ ବ୍ୟବସାୟ ସମ୍ବନ୍ଧୀୟ ଲାଗିରହିଥିବା ସମସ୍ତ ବାଧାବିଘ୍ନ ଦୂର ହେବ । ଯଦି ଆପଣଙ୍କୁ ଆଜି କାର୍ଯ୍ୟସିଦ୍ଧି ଏବଂ ସଫଳତା ନ ମିଳେ, ତେବେ ନିରାଶ ହୁଅନ୍ତୁ ନାହିଁ । ଆପଣଙ୍କୁ ଆପଣଙ୍କ ଦୁର୍ବଳ ହେଉଥିବା ସାମାଜିକ ପ୍ରଭାବକୁ ଆହୁରି ଭଲ କରିବା ପାଇଁ ସଂଘର୍ଷ କରିବାକୁ ହେବ । କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ଘରୋଇ ଜୀବନରେ ବ୍ୟସ୍ତତା ରହିବ । ସ୍ୱାମୀ ଏବଂ ସ୍ତ୍ରୀଙ୍କ ସମ୍ପର୍କ ମଜବୁତ ରହିବ । ଆପଣଙ୍କୁ ବ୍ୟବସାୟରେ ଲାଭ ହେବାର ଯୋଗ ରହିଛି । ପଦୋନ୍ନତିର ମଧ୍ୟ ସମ୍ଭାବନା ରହିଛି । ଏହି ସପ୍ତାହ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଭଲ ରହିବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ସପ୍ତାହରେ ଆପଣ ସମସ୍ତ ମାମଲାରେ ଅସୁବିଧାକୁ ଦୂର କରିବାରେ ସମର୍ଥ ହେବେ । ଚଳିତ ସପ୍ତାହରେ କୌଣସି କ୍ଷେତ୍ରରେ ବିନିଯୋଗ କରିବାକୁ ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । କୌଣସି କଥା କହିବା ପୂର୍ବରୁ ପ୍ରତ୍ୟେକ କଥାକୁ ନିଶ୍ଚିତ କରନ୍ତୁ । ଲାଭଦାୟକ ନିବେଶର ସୁଯୋଗ ମିଳିପାରେ । ନିଜର କାଯ୍ୟକୁ ପୂର୍ଣ୍ଣ କରିବା ପାଇଁ ସମୟ ବାହାର କରନ୍ତୁ । କୌଣସି ନୂଆ କାଯ୍ୟରେ ଆଗ୍ରହ ସହିତ ଉତ୍ସାହିତ ହେବେ । ଅନେକ ଦାୟିତ୍ୱ ମନକୁ କଷ୍ଟ ଦେବ । ଘର-ପରିବାରରେ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ପ୍ରଶଂସାର ପାତ୍ର କରେଇବ । ଆପଣଙ୍କୁ ଆପଣଙ୍କ ପ୍ରକୃତ ପ୍ରେମ ମିଳିବାର ମଧ୍ୟ ସଂପୂର୍ଣ୍ଣ ସମ୍ଭାବନା ଅଛି । ସମ୍ପତ୍ତି ଏବଂ ବ୍ୟବସାୟ ସହିତ ଜଡିତ ବହୁତ ଲାଭ ହୋଇପାରେ । ସ୍ୱାସ୍ଥ୍ୟକୁ ନେଇ ଏହି ସପ୍ତାହଟିରେ ଆପଣଙ୍କ ପାଇଁ ବହୁତ ଭଲ ରହିବାର ସମ୍ଭାବନା ଅଛି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଚଳିତ ସପ୍ତାହରେ ବକେୟା ଅର୍ଥ ଆଦାୟ କରିବାକୁ ଯାଇ ଝଗଡ କରିପାରନ୍ତି । ଯଦି ଆପଣ ଜମି ନେବାକୁ ଭାବୁଛନ୍ତି, ତେବେ ଏହି ସମୟ ଆପଣଙ୍କ ପାଇଁ ଠିକ୍ ଅଟେ । ଟିକିଏ ଅଧିକ ପରିଶ୍ରମ କରି ଆପଣ ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିପାରିବେ । ଆପଣ ଆପଣଙ୍କ ଗୁଣର ବ୍ୟବହାର କରି ଧନ ରୋଜଗାର କରିବାରେ ସଫଳ ହେବେ, ଆପଣଙ୍କ ପ୍ରତିଛବି ମଧ୍ୟ ଭଲ ରହିବ । କିଛି ଆର୍ଥିକ କଠିନତା ଚିନ୍ତିତ କରିବ । ଆପଣଙ୍କର କୌଣସି ସ୍ୱତନ୍ତ୍ର ଯୋଜନା ସଫଳ ହୋଇପାରେ । ଏହି ସପ୍ତାହରେ କିଛି ଜାତକଙ୍କ ଜୀବନରେ ପ୍ରେମର ଖୁସି ଆସିପାରେ । ରୋଜଗାରର ସନ୍ଧାନରେ ଜଡିତ ହୋଇଥିବା ଜାତକ ମନ ଲଗାଇ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିବାର ପ୍ରସ୍ତୁତ କରନ୍ତୁ, ସଫଳତା ମିଳିବ । ସ୍ୱାସ୍ଥ୍ୟର ଦୃଷ୍ଟିକୋଣରୁ ସପ୍ତାହ ଭଲ ରହିବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ସପ୍ତାହଟି ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଉତ୍ତମ ଫଳପ୍ରଦାୟକ ରହିବ । ପରୋକ୍ଷ ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ଓ ବିରୋଧୀମାନେ ମିତ୍ରତାର ହାତ ବଢାଇବେ । ବ୍ୟବସାୟରେ ସତର୍କତା ଅବଲମ୍ବନ କରନ୍ତୁ । ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ପିତାମାତାଙ୍କ ଠାରୁ ପରାମର୍ଶ ନେଇ ବ୍ୟବସାୟ ଆରମ୍ଭ କରନ୍ତୁ । କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ରହିବ । କର୍ମରେ ଏକାଗ୍ରତା ଓ ଆନ୍ତରିକତା ଭାବ ବୃଦ୍ଧି ପାଇବ । ଚାକିରୀରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ ଗୁଡିକ ପରିଚାଳନା କରିବାରେ ଆପଣ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ । ଆଇନଗତ ସମସ୍ୟାର ସମାଧାନ ହେବାର ସମ୍ଭାବନା ରହିଛି । ଆପଣଙ୍କ ବକ୍ତବ୍ୟରେ ସମ୍ମୋହନର ଶକ୍ତି ରହିବ ଓ ପରିବାରର ଶାନ୍ତି ଅତୁଟ ରହିବ । ଶାରୀରିକ ଦୃଷ୍ଟିକୋଣରୁ ସୁସ୍ଥ ରହିବେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ସପ୍ତାହରେ ନିଜ କାରବାରରେ ଆଶାତୀଟି ଲାଭ ପାଇବାର ସମ୍ଭାବନା ରହିଛି । ପୁଞ୍ଜି ବିନିଯୋଗ କରୁଥିବା ଲୋକମାନଙ୍କ ପାଇଁ ସମୟ ଲାଭଦାୟକ ରହିବ । ବ୍ୟବସାୟ ପାଇଁ ନୂତନ ଲୋକଙ୍କ ସହ ଯୋଗାଯୋଗ କରିପାରନ୍ତି । କର୍ମରେ ସଫଳତା, ପ୍ରଶଂସା ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । କିନ୍ତୁ ବୃତ୍ତିଗତ କର୍ମ ହେଉ ଅବା ଅଫିସର କୌଣସି କାର୍ଯ୍ୟକୁ ତରବାରିଆ ହୋଇ ସମ୍ପର୍ଣ୍ଣ କରନ୍ତୁ ନାହିଁ, ନଚେତ୍ ଅସୁବିଧାର ସମ୍ମୁଖିନ ହେବା ପାଇଁ ପଡିପାରେ । ଉନ୍ନୟନ ମୂଳକ କାର୍ଯ୍ୟ ଓ ଜନକଲ୍ୟାଣ କାର୍ଯ୍ୟ କରି ସମାଜରେ ପ୍ରଶଂସିତ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ସମସ୍ୟାର ସମାଧାନ କରିବ । ସାମାଜିକ କ୍ରିୟାକଳାପରେ ଆପଣ ବ୍ୟସ୍ତ ରହିପାରନ୍ତି । ବୈବାହିକ ସମ୍ପର୍କରେ ଦୃଢ଼ତା ଆସିବ । କ୍ୟାରିୟର ଏବଂ ଚାକିରି କ୍ଷେତ୍ରରେ ଇଚ୍ଛାକୃତ ସଫଳତା ପାଇପାରିବେ । ସ୍ୱାସ୍ଥ୍ୟ ସାମାନ୍ୟ ଅସ୍ଥିର ରହିବ । ପେଟ ଜନିତ ସମସ୍ୟାର ଶିକାର ହୋଇପାରନ୍ତି ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ସପ୍ତାହରେ ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ସମ୍ପର୍କୀୟଙ୍କ ପାଇଁ ଜୀବନସାଥୀଙ୍କ ସହ ବାଦ ବିବାଦ ହୋଇପାରେ କିନ୍ତୁ କିଛି ଦିନ ପରେ ସମାଧାନ ହୋଇଯିବ । ସାମାଜରେ ଆପଣଙ୍କ ସ୍ତରରେ ବୃଦ୍ଧି ପାଇବ । ପରିବାରଜନଙ୍କ ସହିତ ସୁଖଦ ସମୟ ଅତିବାହିତ ହେବ । ଭୂମି, ବାସଗୃହ କିଣିବା ପାଇଁ ଚିନ୍ତା କରିପାରନ୍ତି । ଆପଣ କୌଣସି କାମକୁ ପ୍ରସାର କରିବା ପାଇଁ ବିଚାର କରିପାରନ୍ତି । ଅନ୍ୟର କ୍ରୋଧ ଜୀବନସାଥୀ ଉପରେ ବାହାର କରନ୍ତୁ ନାହିଁ । ପ୍ରେମ ଜୀବନ ସାମାନ୍ୟ ରହିବ । ବିଦ୍ୟାର୍ଥୀକୁ ଅଧ୍ୟୟନରେ ବହୁତ ଭଲ ସଫଳତା ମିଳିବ । ଏକୁଟିଆ ପଢ଼ିବା ବହୁତ ଭଲ ସାବ୍ୟସ୍ତ ହେବ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ । ହଠାତ୍ ସ୍ଵାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ସପ୍ତାହତି ବ୍ୟବସାୟ ମାନଙ୍କ ପାଇଁ ବେଶ୍ ଅନୁକୂଳ ରହିବ । ଆଳସ୍ୟରୁ ରକ୍ଷା ପାଇବା ପାଇଁ ଦିନଚର୍ଯ୍ୟାର ଗୋଟିଏ ସମୟ ସୂଚୀ ପ୍ରସ୍ତୁତ କରି ନିଅନ୍ତୁ ଏବଂ ଦିନଚର୍ଯ୍ୟା ଅନୁଯାୟୀ ନିଜ କାର୍ଯ୍ୟ କରିଚାଲନ୍ତୁ । ଆବଶ୍ୟକ କାର୍ଯ୍ୟକୁ ସପ୍ତାହର ମଝିରେ କରିବାକୁ ପ୍ରୟାସ କରନ୍ତୁ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚିନ୍ତା କରିବେ ଏବଂ ବୟୋସ୍କଙ୍କ ଠାରୁ ପରାମର୍ଶ ନେବେ । ଅଟକି ରହିଥିବା କାର୍ଯ୍ୟ ସହଜରେ ପୂରଣ ହୋଇଯିବ । ଟଙ୍କା ପଇସା ସମ୍ବନ୍ଧୀୟ କାରବାରରେ ଅନ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଆୟ ବୃଦ୍ଧି ପାଇଁ ନୂତନ ମାର୍ଗ ମିଳିପାରେ । ଜୀବନରେ ପ୍ରେମ କିମ୍ବା ରୋମାନ୍ସର ଅଭାବ ଅନୁଭବ ହେବ । ଏକାକୀ ଦିନ ବିତାଇବେ । ଛାତ୍ରଛାତ୍ରୀ ମାନଙ୍କୁ ପରିଶ୍ରମର ଉପଯୁକ୍ତ ପରିମାଣ ମିଳିବ କଷ୍ଟକର ହେବ । ଏହି ସପ୍ତାହରେ ଆପଣଙ୍କ ପୁରାତନ ରୋଗରେ ପୁନଶ୍ଚ ପୀଡିତ ହୋଇପାରନ୍ତି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ସପ୍ତାହରେ ଆପଣଙ୍କ ପରିବାର ସହିତ ଜଡିତ ସମସ୍ତ ଜଟିଳ ବିଷୟ ସୁରୁଖୁରୁରେ ସମ୍ପର୍ଣ୍ଣ ହେବ । ଆପଣଙ୍କ ମସ୍ତିଷ୍କ ଅଧିକ ସକ୍ରିୟ ରହିବ । ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ । ଆୟ ବୃଦ୍ଧି ସଙ୍ଗେ ସଙ୍ଗେ ସମାଜରେ ମାନସମ୍ମାନ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ । ପିଲାଙ୍କ କାର୍ଯ୍ୟକଳାପ ଯୋଗୁଁ ଆପଣ ବିଚଳିତ ହୋଇପାରନ୍ତି । ପରୋକ୍ଷ ଶତ୍ରୁତା ଯୋଗୁଁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ବିଜ୍ଞାନ କ୍ଷେତ୍ର ସହିତ ଜଡିତ ଲୋକମାନେ ବହୁ ଉପକୃତ ହୋଇପାରିବେ । ଏଥିରୁ ରକ୍ଷା ପାଇବା ପାଇଁ, ନିଜ ଜୀବନସାଥୀଙ୍କ ସହିତ ସମୟ ବିତାନ୍ତୁ ଏବଂ ଆପଣଙ୍କ ମନର ଭାବକୁ ଜୀବନସାଥିକୁ ଜାଣନ୍ତୁ । ବୈବାହିକ ଜୀବନରେ ଚିନ୍ତିତ ରହିବେ । ଏହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ବହୁତ ଉର୍ଜାବାନ ରହିବେ କିନ୍ତୁ ଆପଣ କୌଣସି ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଆୟୋଜନ ହୋଇପାରେ । ଏହି ସପ୍ତାହରେ ଆପଣ ନିଜ ଭାଗ୍ୟବଳରେ ଉନ୍ନତି କରିବେ । ଆପଣ ବୁଦ୍ଧି ପ୍ରଖର ରହିବ । ବୁଦ୍ଧି ବଳରେ ସମସ୍ତ ବିରୋଧୀଙ୍କୁ ପରାସ୍ତ କରିପାରିବେ । ସମାଜରେ ଆପଣଙ୍କ ନାମ ଏବଂ ଖ୍ୟାତି ବୃଦ୍ଧି ପାଇବ । ଉତ୍ତମ ମନୋବଳ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିବ । ବ୍ୟବସାୟରେ ଆପଣ ସହଯୋଗୀଙ୍କ ସହ ତାଳମେଳ ରଖି ବ୍ୟବସାୟରେ ଗତି ବଢାଇବାକୁ ଚେଷ୍ଟା କରିବେ । କଠିନ ପରିଶ୍ରମ ଯୋଗୁଁ ଆପଣଙ୍କୁ ଭଲ ଫଳ ପ୍ରାପ୍ତି ହେବ । ବ୍ୟବସାୟରେ ପ୍ରଚାର ପ୍ରସାର ସମ୍ପ୍ରସାରଣ ପାଇଁ ନୂତନ ଯୋଜନାମାନ ପ୍ରସ୍ତୁତ କରି, ବ୍ୟବସାୟକୁ ଗତିଶୀଳ କରାଇବେ । ନୂତନ ବ୍ୟବସାୟର ସୁଯୋଗ ବିନା ବିପଦରେ ପ୍ରାପ୍ତି ହେବ ନାହିଁ । ପ୍ରେମ କିମ୍ବା ବୈବାହିକ ସମ୍ପର୍କରେ ଦୃଢ଼ତା ଆସିବ । ସମସ୍ତ ଚିନ୍ତା ଦୂର ହୋଇଯିବ । ସ୍ୱାସ୍ଥ୍ୟ ସାମାନ୍ୟ ଅସ୍ଥିର ରହିବ । ପେଟ ଜନିତ ସମସ୍ୟାର ଶିକାର ହୋଇପାରନ୍ତି ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଚଳିତ ସପ୍ତାହରେ ପ୍ରତ୍ୟେକରେ ଆଶାତୀତ ସଫଳତା ପାଇବେ । ଆପଣଙ୍କ କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସହକର୍ମୀ ଓ ବନ୍ଧୁଙ୍କ ସହଯୋଗ ପାଇବେ । ଆପଣଙ୍କ ବ୍ୟବସାୟରେ ଭଲ ଲାଭ ମିଳିପାରେ । ବ୍ୟବସାୟରେ ଅହଙ୍କାରଭାବ ପରିତ୍ୟାଗ କରିନ୍ତୁ । ଅଫିସରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ନେଇ ସମାଲୋଚନା କରିପାରନ୍ତି, ଯାହାଦ୍ୱାରା ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ । କେତେକ କାର୍ଯ୍ୟ ନିର୍ଦ୍ଧିଷ୍ଟ ସମୟରେ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ । ପ୍ରେମ ସମ୍ବନ୍ଧରେ ଦୃଢ଼ତା ଆସିବ । ସ୍ୱାମୀ ସ୍ତ୍ରୀଙ୍କ ଉତ୍ତମ ବୁଝାମୁଣା ରହିବ । ଅତ୍ୟଧିକ ଲୋଭ ଅଧିକ କ୍ଷତି ସାଧନ କରିପାରେ । ପରିବାରରେ ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ବଜାୟ ରହିବ । ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ପଡ଼ିବ । କାଶରୁ ଆପଣ ଚିନ୍ତିତ ହୋଇପାରନ୍ତି ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

କର୍ମ ଜଞ୍ଜାଳ ବୃଦ୍ଧି ଯୋଗୁଁ ବ୍ୟବସାୟ, ବାଣିଜ୍ୟ ପ୍ରତି ବିଶେଷ ଗୁରୁତ୍ଵ ଦେଇପାରିବେ ନାହିଁ । ଯାହାଫଳରେ କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ଏପରି କି କେତେକ କର୍ମକ୍ଷେତ୍ରରେ କେତେକ ସୁଯୋଗ ହାତଛଡା କରିବାକୁ ପଡିପାରେ । ବ୍ୟବସାୟ, ବାଣିଜ୍ୟରେ ସ୍ଥିତି ମଧ୍ୟମ ଧରଣର ରହିବ । ଅଫିସ କାର୍ଯ୍ୟଳୟରେ ଅତ୍ୟଧିକ କାର୍ଯ୍ୟ ହେତୁ ବିରକ୍ତ ହୋଇପାରନ୍ତି । ନିଜର ଲକ୍ଷ୍ୟ ହାସଲ କରିବା ନିମନ୍ତେ ବକ୍ତବ୍ୟରେ ମଧୁରତା ବଜାୟ ରଖିବାକୁ ପଡିବ, କାରଣ ବାକ୍ ଅସଂଯମତା ଯୋଗୁଁ କାର୍ଯ୍ୟଗୁଡିକ ସଂପୂର୍ଣ୍ଣ କରିବାରେ କଷ୍ଟ ହୋଇପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅବା କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ । ସମାଜରେ ପଦମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ । ଚଳିତ ସପ୍ତାହରେ ପାରିବାରିକ ପକ୍ଷପାତକୁ ଭିତ୍ତି କରି ସହଧର୍ମୀଙ୍କ ସହ ମନାନ୍ତର ହୋଇପାରେ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ପୁରାତନ ରୋଗର ପାଦୁର୍ଭାବ ବଢିପାରେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ସପ୍ତାହରେ, କର୍ମକ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ନିକତ୍ସ ସମ୍ପର୍କଙ୍କ ସାହାଯ୍ୟରେ ଆପଣ କୌଣସି ନୂତନ କର୍ମସଂସ୍ଥାନରେ ନିଯୁକ୍ତି ପାଇପାରିନ୍ତି । ସପ୍ତାହର ପ୍ରାରମ୍ଭରେ ବ୍ୟବସାୟରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । କିନ୍ତୁ ସପ୍ତାହର ଶେଷେର୍ଦ୍ଧରେ କର୍ମକ୍ଷେତ୍ରରେ ଆଶାତୀତ ଲାଭ ପାଇବେ । ଅଫିସରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟର ଚାପ ବୃଦ୍ଧି ପାଇଲେ ମଧ୍ୟ ପଦୋନ୍ନତି ପାଇବାର ସମ୍ଭାବନା ରହିଛି । ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ସମାଜରେ ଆପଣଙ୍କ ପ୍ରତିଛବିକୁ ନଷ୍ଟ କରିବାକୁ ଚେଷ୍ଟା କରିପାରନ୍ତି । ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣ ରଖିବକୁ ଚେଷ୍ଟା କରନ୍ତୁ । ଜୀବନ ସାଥିଙ୍କ ନିକଟରେ ମନ ଭାବନାକୁ ପରିପ୍ରକାଶ କରିବେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇବା ଫଳରେ ମନୋବଳ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ, ସତର୍କ ରହିବା ଆବଶ୍ୟକ । ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା ପରି କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *