ପାଦରେ ସୁନା ନିର୍ମିତ ଗହଣା ପିନ୍ଧିବା ପରିଧାନ କରିଲେ ସହ୍ୟ କରିବାକୁ ପଡିବ ଏହିସବୁ ଅସୁବିଧା…

ପାଦରେ ସୁନା ନିର୍ମିତ ଗହଣା ପିନ୍ଧିବା ପରିଧାନ କରିଲେ ସହ୍ୟ କରିବାକୁ ପଡିବ ଏହିସବୁ ଅସୁବିଧା…

ହିନ୍ଦୁ ଧର୍ମରେ ସୁନାର ବହୁତ ମହତ୍ତ୍ୱ ରହିଛି ଏବଂ ଏହାକୁ ସବୁଠାରୁ ପବିତ୍ର ଧାତୁ ବୋଲି କୁହାଯାଏ । ବିବାହ ସମୟରେ ମହିଳାମାନେ ସୁନାର ଗହଣା ପରିଧାନ ନିଶ୍ଚିତ ରୂପରେ କରିନ୍ତି । ହିନ୍ଦୁଧର୍ମ ଅନୁସାରେ ବିବାହିତା ମହିଳା ମାନଙ୍କୁ ସୁନାର ଗହଣା ନିଶ୍ଚିତ ଭାବରେ ପିନ୍ଧିବା ଉଚିତ୍ । ସୁନାର ଗହଣା ପିନ୍ଧିବା ଫଳରେ ଘରେ ମାଁ ଲକ୍ଷ୍ମୀଙ୍କ କୃପା ମିଳିଥାଏ ଏବଂ ଧନର ଅଭାବ ଦେଖାଦିଏ ନାହିଁ ।

ହିନ୍ଦୁ ମାନ୍ୟତା ଅନୁସାରେ ସୁନାର ଧାତୁକୁ କେବଳ ଅଣ୍ଟା ଉପର ଅଂଶରେ ପିନ୍ଧିବା ଶୁଭଫଳ ପ୍ରଦାନ କରେ । ଯଦି ଅଣ୍ଟାର ତଳ ଅଂଶରେ ସୁନାର ଆଭୂଷଣ ପିନ୍ଧିବା ତେବେ ଏହା ଅଶୁଭ ଫଳ ପ୍ରଦାନ କରେ । ଏପରି କରିବା ଫଳରେ ମାଁ ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି ଏବଂ ଏହା ଦ୍ୱାରା ସୁବର୍ଣ୍ଣର ଅପମାନ ହୋଇଥାଏ । ଏଥିପାଇଁ ଆପଣ ଭୁଲରେ ସୁଦ୍ଧା ଅଣ୍ଟା ତଳେ ସୁନା ଗହଣା ଧାରଣ କରନ୍ତୁ ନାହିଁ ଏବଂ ପାଦରେ ସୁନାର ଗହଣା ପିନ୍ଧନ୍ତୁ ନାହିଁ ।

ବାସ୍ତବରେ ଧାର୍ମିକ ମାନ୍ୟତା ଅନୁସାରେ, ଭଗବାନ ବିଷ୍ଣୁଙ୍କୁ ସୁନା ଅତ୍ୟନ୍ତ ପ୍ରିୟ ଅଟେ ଏବଂ ଏହାକୁ ମାଁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ । ଏଥିପାଇଁ ସୁନାର ପାଉଁଜି ଓ ବିଛୁଆ ପିନ୍ଧିବା ହିନ୍ଦୁ ଧର୍ମରେ ବର୍ଜିତ ଅଟେ । ଏହାକୁ ପାଦରେ ପିନ୍ଧିବା ଫଳରେ ଦେବତା ମାନଙ୍କ ଅପମାନ ହୋଇଥାଏ ଓ ମାଁ ଲକ୍ଷ୍ମୀ ଦୁଃଖିତ ହୋଇଯାନ୍ତି । ଏଥିପାଇଁ ସୁନାକୁ ପାଦରେ ନପିନ୍ଧିବା ପାଇଁ ପରାମର୍ଶ ଦିଆଯାଏ ।

ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡେ

ପାଦରେ ସୁନାର ଗହଣା ପିନ୍ଧିବା ଫଳରେ ଅନେକ ପ୍ରକାର କ୍ଷତି ସାଧନ ହୋଇଥାଏ । ସେଗୁଡ଼ିକ ହେଲା –

କୁହାଯାଏ ଯେ ସୁନାର ଆଭୂଷଣ ଶରୀରରେ ଉଷ୍ଣତା ପ୍ରଦାନ କରେ । ଏହାକୁ ପାଦରେ ପିନ୍ଧିବା ଫଳରେ ଶରୀର ଗରମ ରହେ ଏବଂ ଶରୀରର ତାପମାତ୍ରା ବିଗିଡ଼ି ଯାଏ । ଯେଉଁ ଲୋକମାନେ ସୁନାର ଆଭୂଷଣକୁ ପାଦରେ ଧାରଣ କରନ୍ତି ତାଙ୍କ ଶରୀରରେ ଉର୍ଜାର ସଂଚରଣ ମଧ୍ୟ ଠିକ୍ ହୁଏ ନାହିଁ ।

ସୁନାର ପାଉଁଜି ପାଦରେ ପିନ୍ଧିବା ଫଳରେ ଉଚ୍ଚ ରକ୍ତଚାପ ଭଳି ଅସୁବିଧା ହୋଇଥାଏ ଓ ଶରୀର ଅନେକଗୁଡ଼ିଏ ରୋଗରେ ଘେରିଯାଏ । ଏଥିପାଇଁ ଆପଣ କେବେମଧ୍ୟ ପାଦରେ ସୁନାର ଆଭୂଷଣ ଧାରଣ କରନ୍ତୁ ନାହିଁ । ଏହାକୁ କେବଳ ହାତ, ଅଣ୍ଟା ଓ ଗଳାରେ ପିନ୍ଧନ୍ତୁ ।

ରୂପା ଧାତୁ ଧାରଣ କରନ୍ତୁ

ପାଦରେ ରୂପାର ଧାତୁ ଧାରଣ କରିବା ଫଳରେ ଶରୀରକୁ ଶୀତଳତା ପ୍ରଦାନ ହୋଇଥାଏ । ଏହା ଫଳରେ ପାଦର ଆଭୂଷଣ ଗୁଡ଼ିକ ରୂପା ଧାତୁରେ ନିର୍ମିତ ହୋଇଥାଏ । ଅଣ୍ଟା ଉପରେ ସୁନା ଓ ଅଣ୍ଟା ତଳେ ରୂପାର ଗହଣା ପିନ୍ଧିବା ଫଳରେ ଶରୀରର ତାପମାତ୍ରା ସନ୍ତୁଳିତ ରୁହେ ଏବଂ ଅନେକଗୁଡ଼ିଏ ରୋଗରୁ ରକ୍ଷା ମିଳେ । ଏଥିସହିତ ସମ୍ପୂର୍ଣ୍ଣ ଶରୀରରେ ଭଲ ଭାବରେ ଗହଣା ପିନ୍ଧିବା ଫଳରେ ଶରୀରରେ ସମାନ ପ୍ରକାର ଉର୍ଜାର ସଂଚାର ହୁଏ । ଏଥିପାଇଁ ଆପଣ ଯେବେମଧ୍ୟ ସୁନାର ଆଭୂଷଣ ଧାରଣ କରିବେ ସେତେବେଳେ ଏହି କଥାକୁ ଧ୍ୟାନ ରଖନ୍ତୁ ।

Leave a Reply

Your email address will not be published. Required fields are marked *