ରୂପା ମୁଦିକୁ ଏହି ହାତରେ ପିନ୍ଧିବା ଫଳରେ ମୂଳରୁ ସମାପ୍ତ ହୋଇଯିବ ଏହି ସମସ୍ୟା, ନିଶ୍ଚୟ କରନ୍ତୁ ଏହି ଉପାୟ !

ବନ୍ଧୁଗଣ ମହିଳାଙ୍କ ଶୃଙ୍ଗାରରେ ସୁନା ଓ ରୂପା ଉଭୟର ଆଭୂଷଣ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ, କିନ୍ତୁ ଯଦି ରୂପାର ଦୁଇଟି ଆଭୂଷଣର ବିଷୟରେ ବର୍ଣ୍ଣନା କରିବା ତେବେ କୁହାଯାଏ ଯେ ରୂପା ଚନ୍ଦ୍ର ଓ ନବଗ୍ରହ ସହ ସମ୍ବନ୍ଧିତ ଧାତୁ ଅଟେ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୂପାର ଆଭୂଷଣ ପିନ୍ଧିବା ଦ୍ୱାରା ଗୃହରେ ସୁଖ ସମୃଦ୍ଧିର ବାସ ହୋଇଥାଏ ।

ଏତିକି ନୁହେଁ, ଶାସ୍ତ୍ରରେ ରୂପା ସହ ଜଡ଼ିତ କିଛି ଏପରି କଥା ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ବିଷୟରେ ଆପଣ ଆଗରୁ କେବେ ମଧ୍ୟ ଶୁଣି ନଥିବେ । କୁହାଯାଏ ଯେ ରୂପାର ଉତ୍ପାଦନ ଭଗବାନ ଶିବଙ୍କ ନେତ୍ରରୁ ହୋଇଥିଲା । ଏହା କାରଣ ରହିଛି ଯେ ରୂପାର ଆଭୂଷଣକୁ ପିନ୍ଧିବା ଫଳରେ ଆମ ଶରୀରକୁ ଯେଉଁ ପ୍ରକାର ଲାଭ ମିଳିଥାଏ ତାହା ଅନ୍ୟ କୌଣସି ଜିନିଷରୁ ମିଳେନାହିଁ । ଆଜି ଆମେ ଆପଣ ମାନଙ୍କୁ ଏହି ଲେଖା ମାଧ୍ୟମରେ ରୂପାର ମୁଦି ଧାରଣ କରିବା ଉପାୟ ବିଷୟରେ କହିବୁ ଯାହାକୁ ପିନ୍ଧିବା ଦ୍ୱାରା ବହୁତଗୁଡ଼ିଏ ରୋଗ ମୂଳରୁ ସମାପ୍ତ ହୋଇଯିବ ।

ରୂପା ମୁଦିର କିଛି ମହତ୍ୱପୂର୍ଣ୍ଣ ସୂଚନା

କନିଷ୍ଠା ଆଙ୍ଗୁଠିରେ ପିନ୍ଧନ୍ତୁ ରୂପାର ମୁଦି

ଯେତେବେଳେ ଆପଣ ନିଜ ପାଇଁ ବଜାରରୁ ରୂପାର ମୁଦି ନେଇ ଆସନ୍ତି ତେବେ ଆପଣ ଏହି ମୁଦିକୁ କୌଣସି ଗୁରୁବାର ରାତିରେ ପାଣିରେ ବୁଡାଇ ରାତି ସାରା ଛାଡ଼ି ଦିଅନ୍ତୁ ଏବଂ ଆଗାମୀ ଦିନ ସକାଳ ସମୟରେ ଏହି ମୁଦିକୁ ଭଗବାନ ବିଷ୍ଣୁଙ୍କ ଚରଣରେ ରଖି ଦିଅନ୍ତୁ ଏବଂ ସମ୍ପୂର୍ଣ୍ଣ ବିଧି ବିଧାନର ସହିତ ତାହାର ପୂଜାର୍ଚ୍ଚନା କରନ୍ତୁ ଏବଂ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଯିବା ପରେ ସେହି ମୁଦିକୁ ଚନ୍ଦନ ଲଗାନ୍ତୁ ଓ ଧୂପ ଦୀପ ଦେଖାଇ ଚାଉଳ ଅର୍ପଣ କରନ୍ତୁ ଆପଣଙ୍କ ଏହି ମୁଦି ବର୍ତ୍ତମାନ ଅଭିମନ୍ତ୍ରୀତ ହୋଇ ସାରିଛି । ବର୍ତ୍ତମାନ ଆପଣ ମୁଦିକୁ ନିଜର ଡ଼ାହାଣ ହାତର ସବୁଠାରୁ ଛୋଟ ଆଙ୍ଗୁଠିରେ ଧାରଣ କରନ୍ତୁ ।

ରୂପାର ଆଙ୍ଗୁଠି ଧାରଣ କରିବା ଦ୍ୱାରା ମିଳିଥାଏ ଏହି ଲାଭ

ଯଦି ଆପଣ ରୂପାର ଆଙ୍ଗୁଠିକୁ ସମ୍ପୂର୍ଣ୍ଣ ବିଧି ବିଧାନର ସହିତ ନିଜ ଡ଼ାହାଣ ହାତର ସବୁଠାରୁ ଛୋଟ ଆଙ୍ଗୁଠିରେ ପିନ୍ଧନ୍ତି ତେବେ ଏଥିରୁ ଆପଣଙ୍କ ଶୁକ୍ର ଗ୍ରହ ଓ ଚନ୍ଦ୍ରମା ଉଭୟଙ୍କ ଶୁଭ ଫଳ ପ୍ରାପ୍ତ ହେବ । ଯାହା କାରଣରୁ ଆପଣଙ୍କୁ ଧନଲାଭ ହୋଇପାରେ ଏବଂ ଆପଣଙ୍କୁ ସୌନ୍ଦର୍ଯ୍ୟତା ଆହୁରି ବଢ଼ିଯିବ । ଏତିକି ନୁହେଁ ଏଥିରୁ ଆପଣଙ୍କ ଚେହେରାର ସବୁ ଦାଗ ଦୂର ହୋଇଯିବ ଏବଂ ଚେହେରା ମଧ୍ୟ ଚମକିବାକୁ ଲାଗେ ।

ଏହା ବ୍ୟତୀତ ଯଦି ଆପଣ କନିଷ୍ଠା ଆଙ୍ଗୁଳି ଅର୍ଥାତ ହାତର ସବୁଠାରୁ ଛୋଟ ଆଙ୍ଗୁଳିରେ ରୂପାର ମୁଦି ଧାରଣ କରନ୍ତି ତେବେ ଏଥିରୁ ଆପଣଙ୍କ ମନ ଶାନ୍ତ ରହିବ, ଯଦି କାହାକୁ ହଠାତ୍ କ୍ରୋଧି ଆସେ ତେବେ ତାଙ୍କୁ ଏହି ମୁଦି ଧାରଣ କରିବା ଉଚିତ କାରଣ ଏହି ମୁଦି ବଳରେ ସେ ନିଜର କ୍ରୋଧରେ ନିୟନ୍ତ୍ରଣ ଆଣି ପାରିବେ । ଯଦି କୌଣସି ବ୍ୟକ୍ତିଙ୍କ ଚନ୍ଦ୍ର ଦୁର୍ବଳ ଅଟେ ତେବେ ତାଙ୍କୁ ମଧ୍ୟ ରୂପାର ମୁଦି ଧାରଣ କରିବା ଉଚିତ୍ । ଏପରି କରିବା ଦ୍ୱାରା ତାହାର ମାନସିକ କ୍ଷମତାରେ ବୃଦ୍ଧି ହୋଇଥାଏ ।

ଆଣ୍ଠୁବ୍ୟଥାରୁ ଯଦି ଚିନ୍ତିତ ତେବେ ଆପଣନ୍ତୁ ଏହି ଉପାୟ

ଯଦି କୌଣସି ବ୍ୟକ୍ତି ଆଣ୍ଠୁବ୍ୟଥା କିମ୍ବା ଅସ୍ଥି ବା ହାଡ଼ ବ୍ୟଥା, କଫ ଏବଂ ଅର୍ଥରାଇଟିସରୁ ଚିନ୍ତିତ ଅଛନ୍ତି ତେବେ ତାଙ୍କୁ ମଧ୍ୟ ରୂପାର ମୁଦି ଧାରଣ କରିବା ଉଚିତ କାରଣ ତାହା ତାଙ୍କ ପାଇଁ ବହୁତ ଲାଭଦାୟକ ଅଟେ ଏବଂ ଶୀଘ୍ର ହିଁ ନିଜର ପ୍ରଭାବ ମଧ୍ୟ ଦେଖାଇଥାଏ ।

ଯେଉଁ ମନୁଷ୍ୟଙ୍କ ମୁଦି ପିନ୍ଧିବା ଫଳରେ କୌଣସି ପ୍ରକାର ଅସୁବିଧା ହୁଏ ତେବେ ସେମାନେ ଗଳାରେ ରୂପାର ଚେନ୍ ବା ଲକେଟ୍ ପିନ୍ଧି ପାରିବେ । ଏପରି କରିବା ଦ୍ୱାରା ସେହି ଲୋକମାନଙ୍କୁ କଫ ଓ ପିତ୍ତର ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣଙ୍କ ଗୃହରେ ଏପରି କୌଣସି ଶିଶୁ ଅଛି ଯିଏକି ଟିକିଏ ଅଟକି ଅଟକି କଥାବାର୍ତ୍ତା କରନ୍ତି ତେବେ ଆପଣ ରୂପାର ଚେନ୍ କିମ୍ବା ମୁଦି ପିନ୍ଧାଇ ପାରିବେ ଏଥିରୁ ବହୁତ ଲାଭ ମିଳିବ ।

Be the first to comment

Leave a Reply

Your email address will not be published.


*