‘ ସ୍ୱାମୀଙ୍କ ସହିତ ମ୍ୟାଚ୍ ଦେଖିନେବ…. ‘, ଯେତେବେଳେ ଜଣେ ବ୍ୟକ୍ତି ନୀତା ଅମ୍ବାନୀଙ୍କୁ ହିଁ ଫ୍ରିରେ ଦେବାରେ ଲାଗିଥିଲେ  ଟିକେଟ!

‘ ସ୍ୱାମୀଙ୍କ ସହିତ ମ୍ୟାଚ୍ ଦେଖିନେବ…. ‘, ଯେତେବେଳେ ଜଣେ ବ୍ୟକ୍ତି ନୀତା ଅମ୍ବାନୀଙ୍କୁ ହିଁ ଫ୍ରିରେ ଦେବାରେ ଲାଗିଥିଲେ ଟିକେଟ!

ରିଲାଏନ୍ସ ଫାଉଣ୍ଡେସନର ଫାଉଣ୍ଡର ଏବଂ ଚେୟାରପର୍ସନ ନୀତା ଅମ୍ବାନୀ ନିଜର ଫ୍ୟାଶନ ଏବଂ ମହଙ୍ଗା ସୌକ୍ କାରଣରୁ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ମୁକେଶ ଅମ୍ବାନୀଙ୍କୁ ବିବାହ କରିବା କରିବା ପୂର୍ବରୁ ନୀତା ଏକ ସ୍କୁଲ ଶିକ୍ଷକ ଥିଲେ ଏବଂ ବିବାହ ପରେ କିଛି ବର୍ଷ ପର୍ଯ୍ୟନ୍ତ ସେ ସ୍କୁଲରେ ପଢ଼ାଉ ଥିଲେ । ମୁକେଶଙ୍କୁ ତାଙ୍କର ଏହି କଥା ପାଇଁ କୌଣସି ଅସୁବିଧା ନଥିଲା । ସେ ତାଙ୍କର ସବୁ ନିଷ୍ପତ୍ତିରେ ସବୁବେଳେ ସାଙ୍ଗରେ ରହିଥିଲେ । ଯେତେବେଳେ ସେ ସ୍କୁଲରେ ପାଠ ପଢ଼ାଉ ଥିଲେ , ସେତେବେଳେ ତାଙ୍କ ସହିତ ଏକ ବଡ଼ ମଜାଦାର ଘଟଣା ଘଟିଥିଲା । ସେହି ସମୟରେ ତାଙ୍କର ବିବାହକୁ ୨ ବର୍ଷ ହୋଇଥିଲା । କିଛି ବର୍ଷ ପୂର୍ବରୁ ସେ ଏହି ସମ୍ବନ୍ଧରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ।

google

ନୀତା ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ଭଳି ଉଦ୍ୟୋଗପତି ଘରର ବୋହୂ ହୋଇ ମଧ୍ୟ ଏକ ସ୍କୁଲରେ ଶିକ୍ଷକତା କରୁଥିଲେ । ସେ ଏପରି କରୁଥିଲେ କାରଣ ପ୍ରାରମ୍ଭରୁ ହିଁ ତାଙ୍କୁ ଶିକ୍ଷକତା ଏବଂ ପିଲା ଖୁବ୍ ପସନ୍ଦ ଥିଲା । କେହି ଭାବି ମଧ୍ୟ ପାରିବେ ନାହିଁ ଯେ ଏତେ ବଡ଼ ଇଣ୍ଡଷ୍ଟ୍ରିୟାଲିସ୍ଟଙ୍କ ବୋହୂ ୮୦୦ ଟଙ୍କା ଦରମାରେ ସ୍କୁଲରେ ପାଠ ପଢ଼ାଇବେ ।

google

ନୀତା ଅମ୍ବାନୀ ବିବାହ ପରେ ମୁମ୍ବାଇର ଯେଉଁ ନର୍ସରି ସ୍କୁଲରେ ପଢ଼ାଉ ଥିଲେ ସେଠାରେ ଏକ ମଜାଦାର ଘଟଣା ଘଟିଥିଲା । ପ୍ରକୃତରେ ସ୍କୁଲରେ ଜଣେ ପିଲାର ବାପା ନୀତା ଅମ୍ବାନୀଙ୍କୁ ଏକ ଉପହାର ଦେଇଥିଲେ ।

google

ସେହି ଅଭିଭାବକଙ୍କୁ ଜଣା ନଥିଲା ଯେ ନୀତା ଅମ୍ବାନୀ ପ୍ରକୃତରେ କିଏ । ସେ ନୀତାଙ୍କୁ ଗିଫ୍ଟରେ ୧୯୮୭ରେ ହୋଇଥିବା ରିଲାଏନ୍ସ କ୍ରିକେଟ ବିଶ୍ୱକପର ଏକ କପଲ ଟିକେଟ୍ ଦେଇଥିଲେ । ସେହି ଅଭିଭାବକ ଜଣକ କହିଥିଲେ ଯେ ଏହା ଦୁଇଟି ଟିକେଟ୍ ଅଟେ । ଆପଣ ଚାହିଁଲେ ନିଜ ସ୍ଵାମୀ କିମ୍ବା ଅନ୍ୟ କାହା ସହିତ ଯାଇ ଷ୍ଟାଡିୟମରେ ମ୍ୟାଚ ଦେଖି ପାରିବେ । ନୀତା ଅମ୍ବାନୀ ସେହି ଅଭିଭାବକଙ୍କ ଠାରୁ ଉପହାର ଗ୍ରହଣ କରିବାକୁ ମନା କରି ଦେଇଥିଲେ ।

google

ଆଗାମୀ ଦିନ ଯେତେବେଳେ ସେହି ଅଭିଭାବକ ଷ୍ଟାଡିୟମକୁ ମ୍ୟାଚ୍ ଦେଖିବାକୁ ଗଲେ ସେ ଦେଖିଥିଲେ ଯେ ନୀତା ସେଠାରେ ପ୍ରେସିଡେଣ୍ଟ ବୋକ୍ସରେ ବସି ମ୍ୟାଚ୍ ଦେଖୁଥିଲେ । ସେ ନୀତାଙ୍କ ପାଖକୁ ଗଲେ ଏବଂ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଯେ ଆପଣ ଏଠାରେ କଣ କରୁଛନ୍ତି । ନୀତା କିଛି କହି ନଥିଲେ କେବଳ ହସିବାରେ ଲାଗିଥିଲେ । ସେହି ସମୟରେ ସେଠାକୁ କେହି ବ୍ୟକ୍ତି ଆସିଲେ ଏବଂ ସେହି ଅଭିଭାବକଙ୍କୁ କହିଥିଲେ ଏ ହେଉଛନ୍ତି ନୀତା ଅମ୍ବାନୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ।

google
google

ଯେତେବେଳେ ଅଭିଭାବକଙ୍କୁ ଏହି ବିଷୟରେ ଜଣା ପଡ଼ିଲା ଯେ ସେ ରିଲାଏନ୍ସର ମାଲିକାଣୀଙ୍କୁ ହିଁ ବିଶ୍ୱକପର ଟିକେଟ୍ ଅଫର କରିଥିଲେ, ସେତେବେଳେ ତାଙ୍କ ର ହୋସ୍ ଉଡ଼ିଯାଇଥିଲା ।

google
google

ନୀତା ଅମ୍ବାନୀ ଏହି କଥାକୁ ବ୍ୟାଖ୍ୟା କରି କହିଥିଲେ ଯେ ସେତେବେଳେ ସେହି ଅଭିଭାବକଙ୍କ ଚେହେରା ଦେଖିବା ଭଳି ହୋଇଥିଲା ।

Leave a Reply

Your email address will not be published. Required fields are marked *