ବର-କନ୍ୟା ଯୋଡ଼ିରେ ଦେଖା ଗଲେ ରାହୁଲ୍ ଭୈଡ୍ୟା ଏବଂ ଦିଶା ପରମାର୍ ! ଆଶ୍ଚର୍ଯ୍ୟ କରିଦେବ ସେମାନଙ୍କ ବିବାହର ଏହି ଫୋଟ…

ବର-କନ୍ୟା ଯୋଡ଼ିରେ ଦେଖା ଗଲେ ରାହୁଲ୍ ଭୈଡ୍ୟା ଏବଂ ଦିଶା ପରମାର୍ ! ଆଶ୍ଚର୍ଯ୍ୟ କରିଦେବ ସେମାନଙ୍କ ବିବାହର ଏହି ଫୋଟ…

‘ବିଗ୍-ବସ୍’ ସିଜନ୍ ୧୪ର ରନରଅପ୍ ରାହୁଲ୍ ଭୈଡ୍ୟା ବର୍ତ୍ତମାନ ସମୟରେ କ୍ରମାଗତ ଭାବରେ ଦିଶା ପରମାରଙ୍କ ସହ ନିଜ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ଏହି ଦମ୍ପତିଙ୍କର ବର କନ୍ୟା ବେଶର ଫୋଟ ସାମ୍ନାକୁ ଆସିଅଛି ।

ବାସ୍ତବରେ ଏହି କଥା ସମସ୍ତେ ଜାଣିଥିବେ ଯେ ‘ବିଗ୍-ବସ୍’ ୧୪ରେ ରାହୁଲ ଭୈଡ୍ୟା ସର୍ବସାଧାରଣରେ ଅଭିନେତ୍ରୀ ଦିଶା ପରମାରଙ୍କୁ ପ୍ରପୋଜ୍ କରିଥିଲେ ଏବଂ ସେଦିନ ଠାରୁ ଏହି ଦୁହିଁଙ୍କର ବିବାହକୁ ନେଇ ଖବରର ବଜାର ଚର୍ଚ୍ଚାରେ ରହିଛି । ଏହି ସମୟ ମଧ୍ୟରେ ଏହି ଦୁହିଁଙ୍କର ବର କନ୍ୟା ଯୋଡିରେ ଗୋଟିଏ ଫୋଟ ସାମ୍ନାକୁ ଆସିଛି, ଯାହା ପରଠାରୁ ଏଭଳି ଭାବରେ ଗୁଜବ ରହିଛି ଯେ ଦୁହେଁ ଲୁଚିଛପି ବିବାହ କରିନେଇଛନ୍ତି ।

ଆଜ୍ଞା ହଁ ଏହି ଫୋଟରେ ଦିଶା ପରମାର ଗୋଲାପୀ ରଙ୍ଗର ଲେହେଙ୍ଗାରେ କନ୍ୟା ଭଳି ସଜେଇ ହୋଇଥିବାର ଦେଖା ଯାଉଛନ୍ତି । ଏଥିସହିତ ରାହୁଲ୍ କ୍ରିମ୍ ରଙ୍ଗର ଶେରୱାନୀ ଉପରେ ଗୋଲାପୀ ରଙ୍ଗର ମାଳରେ ବର ବେଶରେ ଦେଖା ଯାଉଛନ୍ତି । ସୋସିଆଲ୍ ମିଡିଆରେ ଉଭୟଙ୍କର ଫୋଟ ଦ୍ରୁତ ବେଗରେ ଭାଇରାଲ୍ ହେଉଅଛି । କିନ୍ତୁ ବାସ୍ତବରେ ଏହା ସେମାନଙ୍କର ଆସନ୍ତା ମ୍ୟୁଜିକ ଭିଡିଓର ଲୁକ୍ ଅଟେ, ଯାହାର ଶୁଟିଂ ସମୟରେ ଏହି ଫୋଟ ଭାଇରାଲ୍ ହୋଇଯାଇଛି ।

ତେବେ ଯାହା ବି ହେଉ ଏହି ଫୋଟ ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟଚକିତ ଅଟେ କାରଣ ଦୀର୍ଘ ସମୟ ଧରି ଏମାନଙ୍କ ବିବାହର ବିଷୟ ଚର୍ଚ୍ଚାରେ ରହିଛି ଏବଂ ଲୋକମାନଙ୍କୁ ବିବାହ ସହ ଜଡିତ ପ୍ରତ୍ୟେକ ଚଳଣୀର ଝଲକ୍ ଦେଖିବାପାଇଁ ଆଗ୍ରହ ରହିଛି । ଏଭଳି ପରିସ୍ଥିତିରେ ଏମାନଙ୍କର ଲୁଚିଛପି ବିବାହ କରିବା ପ୍ରଶଂସକ ମାନଙ୍କୁ ଅତ୍ୟନ୍ତ ନିରାଶ କରୁଛି । ଜଣାଥାଉ କି ଖୁବଶୀଘ୍ର ଏହି ଦମ୍ପତି ଏକ ମ୍ୟୁଜିକ୍ ଭିଡ଼ିଓରେ ବର କନ୍ୟା ବେଶରେ ଦେଖାଯିବାକୁ ଯାଉଛନ୍ତି । ଯାହାର ଶୁଟିଂ ବର୍ତ୍ତମାନ ସମୟରେ ଉତ୍ତର ଭାରତରେ ଚାଲିଅଛି ।

Leave a Reply

Your email address will not be published. Required fields are marked *