କରୋନା ଭୁତାଣୁ ଯୋଗୁଁ ବ୍ୟାଙ୍କ ସହିତ ଜଡିତ ବହୁତ କାମ ଅନ୍ଲାଇନ କରାଯାଉଛି । ଏହି ସମୟରେ ବ୍ୟାଙ୍କ ଖାତା ଧାରି ମାନଙ୍କୁ ଅନ୍ଲାଇନ ଟ୍ରାଞ୍ଜେକ୍ସନ କରିବାକୁ ପରାମର୍ଶ ଦିଆଯାଉଛି ଏବଂ ଏହା ସହିତ ଅନ୍ଲାଇନ ଟ୍ରାଞ୍ଜେକ୍ସନ ସମୟରେ ଠକାମୀର ଶିକାର ହେବାରୁ ମଧ୍ୟ ସାବଧାନ ରହିବାକୁ ପରାମର୍ଶ ଦିଆଯାଉଛି । କରୋନା ଭୂତାଣୁର ଏହି ବିପଦପୂର୍ଣ୍ଣ ଦିନ ମାନଙ୍କରେ ହ୍ୟାକର୍ସ ମାନେ ଅନ୍ଲାଇନ ଠକେଇକୁ ବଢ଼ାଇ ଦେଇଛନ୍ତି । ଏହି ଠକାମୀରୁ ବଞ୍ଚିବା ପାଇଁ ଭାରତର ସବୁଠାରୁ ବଡ଼ ବ୍ୟାଙ୍କ SBI ପରାମର୍ଶ ଦେଇଛି । ଯେଉଁଥିରେ ଅନ୍ଲାଇନ ଠକେଇ ଠାରୁ ରକ୍ଷା ପାଇବାକୁ SBI ତରଫରୁ ବହୁତ ଉପାୟ କୁହାଯାଇଛି । ଯେଉଁ ଉପାୟ ଦ୍ୱାରା ଗ୍ରାହକ ତାଙ୍କ ଖାତାର ସମସ୍ତ ଟଙ୍କା ସୁରକ୍ଷିତ ରଖିପାରିବେ ।

SBI ନିଜ ଗ୍ରାହକ ମାନଙ୍କ ପାଇଁ ଟ୍ୱିଟ୍ କରି ଲେଖିଛନ୍ତି କି, ‘ ଫିସିଙ୍ଗ୍ ଠାରୁ ସାବଧାନ ରୁହନ୍ତୁ ନିଜର ଯେ କୌଣସି ବ୍ୟକ୍ତିଗତ ତଥ୍ୟ ଇଣ୍ଟରନେଟରେ ସେୟାର କରନ୍ତୁ ନାହିଁ । ଏହା ସହିତ SBI ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି । ଯେଉଁ ଭିଡ଼ିଓରେ SBI ବ୍ୟାଙ୍କ ଅନ୍ଲାଇନ ଠକେଇ ଠାରୁ ବଞ୍ଚିବାକୁ ଗ୍ରାହକ ମାନଙ୍କୁ ସହଜ ଭାଷାରେ ଏକ ଭିଡ଼ିଓ ମାଧ୍ୟମରେ କେତେକ ଉପାୟ ସେୟାର କରିଛନ୍ତି । ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ଗୋଟିଏ ପ୍ରକ୍ରିୟା କହିଛନ୍ତି ଯାହାକୁ ଗ୍ରାହକ ମାନେ ଅତି ସହଜରେ ପାଳନ କରିପାରିବେ ।
Beware of the Phishers! Be cautious about all communication you receive on the internet.
Follow these simple security measures to stay safe.#BeAlert #BeSafe pic.twitter.com/rl4FNdUDih— State Bank of India (@TheOfficialSBI) July 30, 2020
ଫିସିଙ୍ଗ୍ କଣ ଅଟେ :-
ଫିସିଙ୍ଗ ଗୋଟିଏ ପ୍ରକାର ଇଣ୍ଟରନେଟ୍ ଚୋରି ଅଟେ । ଯାହା ଦ୍ୱାରା ହ୍ୟାକର୍ସ ମାନେ ଗୋପନୀୟ ଉପାୟରେ ଆର୍ଥିକ ତଥ୍ୟ ସଂଗ୍ରହ କରନ୍ତି । ଯେଉଁଥିରେ ବ୍ୟାଙ୍କ ଖାତା ନମ୍ବର, ନେଟ୍ ବ୍ୟାଙ୍କଙ୍ଗ ପାଶ୍ୱର୍ଡ଼, କ୍ରେଡିଟ୍ କାର୍ଡ଼ ନମ୍ବର ଏବଂ ବ୍ୟକ୍ତିଗତ ପରିଚୟପତ୍ର ମଧ୍ୟ ସାମିଲ ରହିଛି । ଯାହା ପରେ ହ୍ୟାକର୍ସ ମାନେ ଯେକୌଣସି ଗ୍ରାହକଙ୍କ ବ୍ୟାଙ୍କ ଖାତାକୁ ଗୋଟିଏ ଝଟକାରେ ଖାଲି କରିପାରିବେ । କେବଳ ଏତିକି ନୁହଁ ହ୍ୟାକର୍ସ ନିଜର କ୍ରେଡିଟ୍ କାର୍ଡର ବିଲ ମଧ୍ୟ କୌଣସି ଗ୍ରାହକଙ୍କ ଖାତାରୁ ସୁଝି ପାରିବେ ।
ଫିସିଙ୍ଗ୍ ଆକ୍ରମଣରୁ ରକ୍ଷା ପାଇବାର ଉପାୟ :-

* ବ୍ୟାଙ୍କ ଗ୍ରାହକ ମାନଙ୍କୁ କହିଛି କି ସବୁବେଳେ ଏଡ୍ରେସ୍ ବାରରେ ସଠିକ୍ ୟୁଆରଏଲ ଟାଇପ୍ କରି ସାଇଟରେ ଲଗିନ୍ କରନ୍ତୁ ।
* କେବଳ ବ୍ୟାଙ୍କର ପ୍ରମାଣିତ ଲଗିନ୍ ପେଜକୁ ହିଁ ନିଜର ୟୁଜର ଆଇଡି ଏବଂ ପାଶ୍ୱର୍ଡରେ ଲଗିନ୍ କରନ୍ତୁ ।
* ନିଜର ୟୁଜର ଆଇଡି ଏବଂ ପାଶ୍ୱର୍ଡ କାହାକୁ ଦିଅନ୍ତୁ ନାହିଁ । ଏବଂ ଏହି ଦୁଇଟି ଜିନିଷ ଉପରେ ଧ୍ୟାନ ଦେବା ପୂର୍ବରୁ ଆଉ ଗୋଟିଏ କଥା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଲଗିନ୍ ପେଜର ୟୁଆରଏଲ ‘ https.//text ସହିତ ଆରମ୍ଭ ହେଉଥିବ । ଏବଂ ଏହା http.// ହୋଇ ନଥିବ । କହିରଖୁଛୁ ଯେ ଏଥିରେ’ s ‘ର ଅର୍ଥ ସୁରକ୍ଷିତ ଅଟେ । ଏଥିରୁ ଜଣାପଡେ ଯେ ୱେବ୍ ପେଜରେ ସଂଗୁପ୍ତର ବ୍ୟବହାର କରାଯାଇଛି ।
* ବ୍ୟାଙ୍କ ସହିତ ଜଡିତ ନିଜର ବ୍ୟକ୍ତିଗତ ତଥ୍ୟ ଫୋନ କିମ୍ବା ଇଣ୍ଟରନେଟ୍ ମାଧ୍ୟମରେ ସେତେବେଳେ କାହାକୁ ପ୍ରକାଶ କରନ୍ତୁ ଯେତେ ବେଳେ ଆପଣ କାହାକୁ ଫୋନ କରିଛନ୍ତି ନଚେତ ଯଦି ବ୍ୟାଙ୍କ ନାମରେ ଯଦି କୌଣସି କଲ୍ ଆପଣଙ୍କୁ ବ୍ୟାଙ୍କ ତରଫରୁ ଆସୁଛି ତେବେ ଏହା ବ୍ୟାଙ୍କରୁ ଆସିଛି ବୋଲି ପ୍ରମାଣିତ ହେବା ପରେ ନିଜର ତଥ୍ୟ ପ୍ରଦାନ କରନ୍ତୁ ।
* SBI ବ୍ୟାଙ୍କ ଗ୍ରାହକ ଏହି କଥା ସବୁବେଳେ ମନେ ରଖନ୍ତୁ, ଯେ ବ୍ୟାଙ୍କ କେବେ ହେଲେ ଗ୍ରାହକ ମାନଙ୍କୁ ଇ – ମେଲ ମାଧ୍ୟମରେ ବ୍ୟାଙ୍କ ଖାତାର ତଥ୍ୟ ଦିଅନ୍ତି ନାହିଁ କିମ୍ବା ଗ୍ରାହକ ମାନଙ୍କ ଠାରୁ କୋୖଣସି ତଥ୍ୟ ନିଅନ୍ତି ନାହିଁ ।