ଶନିଦେବଙ୍କ ବକ୍ରଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି ? ତେବେ ଏହି ସରଳ ଉପାୟ ଆପଣାନ୍ତୁ ।

ଶନିଦେବଙ୍କ ବକ୍ରଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି ? ତେବେ ଏହି ସରଳ ଉପାୟ ଆପଣାନ୍ତୁ ।

ଦେବତା ମାନଙ୍କ ମଧ୍ୟରୁ ଶନିଦେବ କ୍ରୋଧିତ ଅଟନ୍ତି । ଶନିଦେବଙ୍କ ଏହି କ୍ରୋଧ ପାଇଁ ପ୍ରତ୍ୟେକ ଲୋକ ଡ଼ରିଥାନ୍ତି ଏବଂ ପ୍ରତ୍ୟେକ ଲୋକ ଏହା କାମନା କରିଥାନ୍ତି ଯେ, କେବେ ମଧ୍ୟ ସେମାନଙ୍କ ଉପରେ ଶନି ଦେବଙ୍କ ବକ୍ରଦୃଷ୍ଟି ନ ପଡୁ । ଶନିଦେବଙ୍କ ବକ୍ରଦୃଷ୍ଟି କୌଣସି ବ୍ୟକ୍ତି ଉପରେ ପଡ଼ିଲେ, ସେହି ବ୍ୟକ୍ତିର ଖରାପ ଦିନ ଆରମ୍ଭ ହୋଇଯାଏ ଓ ପ୍ରତ୍ୟେକ କାର୍ଯ୍ୟରେ ପ୍ରତିବନ୍ଧିକ ଓ ବାଧାବିଘ୍ନ ହିଁ ଘଟିଥାଏ । କେବଳ ଏତିକି ନୁହଁ ଶନିଦେବଙ୍କ ବକ୍ରଦୃଷ୍ଟି ପଡ଼ିଲେ ଶରୀର ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ ।

newstrend

ଯଦି ଶନିଦେବଙ୍କ ବକ୍ର ଦୃଷ୍ଟିରୁ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଏହି ସରଳ ଉପାୟକୁ ନିଜ ଜୀବନରେ ଅବଲମ୍ବନ କରନ୍ତୁ । ଏହି ଉପାୟ ଅବଲମ୍ବନ କରିବା ଦ୍ୱାରା ଶନିଦେବଙ୍କ ବକ୍ର ଦୃଷ୍ଟି ଆପଣଙ୍କ ଉପରେ କେବେ ମଧ୍ୟ ପଡ଼ିବ ନାହିଁ । ଯଦି ଆପଣଙ୍କ ଉପରେ ଶନିଦେବଙ୍କ ବକ୍ର ଦୃଷ୍ଟି ପଡ଼ିଛି, ତେବେ ତାହା ଦୁରେଇ ଯିବ ।

ଶନିଦେବଙ୍କ ବକ୍ରଦୃଷ୍ଟିରୁ ବଞ୍ଚିବା ପାଇଁ ଏହି ସରଳ ଉପାୟ ପ୍ରୟୋଗ କରନ୍ତୁ –

ଏକତ୍ର ପ୍ରଭୁ ହନୁମାନ ଓ ଶନିଦେବଙ୍କ ପୂଜାର୍ଚ୍ଚନା କରନ୍ତୁ –

Google

ଆପଣ ମଙ୍ଗଳବାର ଓ ଶନିବାର ଦିନ ଶନିଦେବ ଓ ହନୁମାନଙ୍କୁ ଏକାଥରକେ ପୂଜାର୍ଚ୍ଚନା କରନ୍ତୁ । ଆପଣ ଏହି ଦୁଇ ଦିନ ସନ୍ଧ୍ୟା ସମୟରେ ସୁନ୍ଦରକାଣ୍ଡ ବା ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ଶନିଦେବଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରନ୍ତୁ । ଏଭଳି ମାନ୍ୟତା ରହିଛି ଯେ, ଯେଉଁ ବ୍ୟକ୍ତିମାନେ ଶନିଦେବଙ୍କ ସହ ହନୁମାନଙ୍କ ପୂଜା ଏକତ୍ର କରନ୍ତି, ସେହି ବ୍ୟକ୍ତି ଉପରେ କେବେ ମଧ୍ୟ ଶନିଦେବଙ୍କ ବକ୍ର ଦୃଷ୍ଟି ପଡ଼ିନଥାଏ ।

କଳା ରଙ୍ଗର ଗାଈକୁ ସେବା କରନ୍ତୁ –

Google

ଶନିଦେବଙ୍କ ବକ୍ରଦୃଷ୍ଟିରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି ଯଦି; ମଙ୍ଗଳବାର ଓ ଶନିବାର ଦିନ କଳା ରଙ୍ଗର ଗାଈକୁ ପୂଜା କରନ୍ତୁ ଓ କଳା ଚଣା ଓ ଗୁଡ଼କୁ ମିଶାଇ କଳା ଗାଈକୁ ଖାଇବାକୁ ଦିଅନ୍ତୁ । ଚଣା ଓ ଗୁଡ଼ ଛଡା ଆପଣ ଗାଈକୁ ଘାସ ମଧ୍ୟ ଖାଇବାକୁ ନିଶ୍ଚୟ ଦିଅନ୍ତୁ । ସ୍ଵଛ ମନରେ କଳା ରଙ୍ଗର ଗାଈକୁ ସେବା କରିଲେ, ଆପଣଙ୍କ ଉପରେ ଶନିଦେବ ବହୁତ ପ୍ରସନ୍ନ ରହିବେ । ଏହାଛଡା ଆପଣ କଳା ପିମ୍ପୁଡିକୁ ଅଟା ଖାଇବାକୁ ଦିଅନ୍ତୁ ।

ତେଲ ଚଢାନ୍ତୁ –

Google

ଶନିଦେବଙ୍କ ସମ୍ମୁଖରେ ତେଲ ଚଢାଇଲେ ଆପଣଙ୍କ ଉପରେ କେବେ ମଧ୍ୟ ଶନିଦେବଙ୍କ ଖରାପ ପ୍ରଭାବ ପଡ଼ିନଥାଏ । ଆପଣ ପ୍ରତ୍ୟେକ ଶନିବାର ଦିନ ମନ୍ଦିରକୁ ଯାଇ ଶନିଦେବଙ୍କ ସମ୍ମୁଖରେ ସୋରିଷ ତେଲରେ ଦୀପ ଜଳାନ୍ତୁ ଓ ସୋରିଷ ତେଲକୁ ଶନିଦେବଙ୍କ ମୂର୍ତ୍ତି ଉପରେ ମଧ୍ୟ ପକାନ୍ତୁ ।

ମନ୍ଦିରରେ ରଖି ଦିଅନ୍ତୁ ସୋରିଷ ତେଲ –

Google

ଆପଣ ଏକ କଂସାରେ ସୋରିଷ ତେଲକୁ ନେଇ, ସେଥିରେ ନିଜ ଚେହେରାକୁ ଦେଖନ୍ତୁ ଓ ପରେ ଏହି ତେଲକୁ ମନ୍ଦିରରେ ଗୋଟିଏ ଜାଗାରେ ରଖିଦିଅନ୍ତୁ । ଏହି ତେଲକୁ ମନ୍ଦିରରେ ରଖିବା ପରେ ଆପଣ ପଛକୁ ବୁଲି ଦେଖନ୍ତୁ ନାହିଁ, ସିଧା ନିଜ ଘରକୁ ଚାଲିଯାନ୍ତୁ । ଏହି ପ୍ରୟୋଗକୁ ଆପଣ ପ୍ରତ୍ୟେକ ଶନିବାର କରନ୍ତୁ ।

ରାଶିର ଦାନ କରନ୍ତୁ –

ଯଥା ସମ୍ଭବ କଳାରାଶି ଓ କଳା ରଙ୍ଗର ବସ୍ତ୍ରକୁ ଦାନ କରନ୍ତୁ । ଗରିବ ଲୋକଙ୍କୁ କଳା ରଙ୍ଗର ଦ୍ରବ୍ୟକୁ ଦାନ କରିଲେ, ଆପଣ ଶନିଦେବଙ୍କ ବକ୍ର ଦୃଷ୍ଟିରୁ ନିଜକୁ ରକ୍ଷା କରିପାରିବେ । କଳା ରାଶି ଛଡା ଆପଣ ସୋରିଷ ତେଲ ମଧ୍ୟ ଦାନ କରିପାରିବେ ।

ଲୋକମାନଙ୍କୁ ଖାଦ୍ୟ ଦିଅନ୍ତୁ –

alamy.com

ଆପଣ ଶନିବାର ଦିନ ମନ୍ଦିରରୁ ବାହାରକୁ ଆସିବା ବେଳେ ସେଠାରେ ବସିଥିବା ଲୋକଙ୍କୁ ତେଲରେ ଛଣା ହୋଇଥିବା ସିଙ୍ଗଡ଼ା, ଜିଳାବି ଓ ତେଲରେ ପ୍ରସ୍ତୁତ ହୋଇଥିବା ଛଣାଛଣି ବାଣ୍ଟନ୍ତୁ । ଏଗୁଡ଼ିକୁ ବାଣ୍ଟିଲେ ଆପଣଙ୍କ କୁଣ୍ଡଳୀରେ କେବେ ମଧ୍ୟ ଶନିଦେବଙ୍କ ଖରାପ ପ୍ରଭାବ ପଡି ନଥାଏ ।

ଅନୁଛେଦଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଏବଂ Commentରେ ଜୟ ଶନିଦେବ ଲଖନ୍ତୁ !

Leave a Reply

Your email address will not be published. Required fields are marked *