ଭାରତରେ ନିଜର ସେବା ବନ୍ଦ କରିପାରେ Vodafone ଓ Idea, ଆଜି ବୋର୍ଡ ବୈଠକରେ ହେବ ନିଷ୍ପତ୍ତି !

VOdafone-Ideaର ଚେୟାରମ୍ୟାନ କୁମାର ମଙ୍ଗଳସ ବିଡଲା, ପ୍ରଥମରୁ ହିଁ କହିଛନ୍ତି କି, ସୁପ୍ରିମକୋର୍ଟ କିମ୍ଭା ସରକାରଙ୍କ ତରଫରୁ କୌଣସି ସୁବିଧା ନମିଳିଲେ କମ୍ପାନୀ ନିଜ କାରବାର ବନ୍ଦ କରିପାରେ ।

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଆଦେଶ ପରେ ଟେଲିକମ୍ କମ୍ପାନୀ Vodafone ଓ Idea ବଡ଼ ସଂକଟରେ ଫସି ଯାଇଛନ୍ତି । ପ୍ରତି ମାସରେ ବହୁତ କ୍ଷତି ସହିବା ପରେ ବର୍ତ୍ତମାନ Vodafone ଓ Idea ନିଜ କାରବାର ଭାରତରେ ଚଳାଇବା କଷ୍ଟସାଧ୍ୟ ହୋଇଯାଇଛି ( Vodafone Idea may shut the shop) ।

ତେଣୁ କମ୍ପାନୀର ବୋର୍ଡ଼ ବୈଠକରେ ଆଜି ଭାରତରେ କମ୍ପାନୀର ଭବିଷ୍ୟତ ଉପରେ ନିର୍ଣ୍ଣୟ ହୋଇପାରେ । ଲାଇବ ମିଟିଙ୍ଗର ରିପୋର୍ଟ ଅନୁସାରେ, “ଡିଓଟି” ଆର୍ଥିକ ଭରଣ ପାଇଁ କମ୍ପାନୀ ନିକଟରେ ଅନ୍ୟ କେଉଁ ବିକଳ୍ପ ଅଛି କି ନାହିଁ ଏହି ବିଷୟରେ ମଧ୍ୟ ନିର୍ଣ୍ଣୟ ହେବ । ଆପଣଙ୍କୁ ଜଣାଇ ଦେଉଛୁ ଯେ; ଡିସେମ୍ବର ୨୦୧୯ରେ Vodafone ଓ Ideaର ଚେୟାରମ୍ୟାନ ମଙ୍ଗଲମ ବିଡଲା କହିଥିଲେ, ଯଦି ସରକାରଙ୍କ ଦ୍ୱାରା ଆର୍ଥିକ ସହଯୋଗ ନମିଳେ, ତେବେ କମ୍ପାନୀ ବନ୍ଦ ହୋଇଯାଇପାରେ ।

ଅସୁବିଧାରେ ପଡିଛି Idea-Vodafone : Vodafone-Idea ଉପରେ ୫୩୦୦୦ କୋଟି ଟଙ୍କାର ଏଜିଆର୍ (ଆଡ଼ଜଷ୍ଟେଡ଼ ଗ୍ରାଁସ୍ ରେବେନ୍ୟୁ) ଋଣଗ୍ରସ୍ତ ଥିଲାବେଳେ କମ୍ପାନୀ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ମୋଟ ୬୪୩୯କୋଟି କ୍ଷତି ସହିଛି ।

ବର୍ତ୍ତମାନ କଣ ହେବ : ବିଏମ ପୋର୍ଟଫୋଳିୟୋର ଗବେଷକ ହେଡ୍ ବିବେକ ମିତ୍ତଳଙ୍କ କହିବା କଥା ଯେ, Vodafone Idea ପାଖରେ ଟଙ୍କା ନାହିଁ । ଏହି ସ୍ଥିତିରେ ସେ NCLTକୁ ଯାଇପରନ୍ତି । କାରଣ ମାର୍ଚ୍ଚ ୧୭ରେ ହେବାକୁ ଥିବା ମାମଲାର ଶୁଣାଣି ପୂର୍ବରୁ ବକେୟା ରାଶି ପୈଠ କରିବାର ଅଛି ।

ମାମଲା କଣ ଅଟେ : ଏଜିଆର୍ (Adjusted Gross Revenues) ସୁପ୍ରିମକୋର୍ଟ ଟେଲିକମ୍ କମ୍ପାନୀମାନଙ୍କୁ କୌଣସି ପ୍ରକାରର ମଧ୍ୟ ସୁବିଧା ଦେବାକୁ ମନା କରିଛି । ଅଦାଲତ ଏହି କମ୍ପାନୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି । ଜାନୁଆରୀ ୧୬ରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ପୀଠରେ, ଦୂରସଂଚାର କମ୍ପାନୀମାନଙ୍କୁ ଏଜିଆର୍ (Adjusted Gross Revenues) ପୈଠ କରିବା ପାଇଁ ଆଦେଶ ଦେଇଥିଲେ ।

ସୁପ୍ରିମକୋର୍ଟ ଶୁକ୍ରବାର ଦିନ ସରକାରଙ୍କୁ ୧.୪୭ ଲକ୍ଷ କୋଟି ଦେଇନଥିବା ଯୋଗୁଁ ଦୂରସଂଚାର କମ୍ପାନୀମାନଙ୍କୁ ଏବଂ ସେହି କମ୍ପାନୀର ଅଧିକାରୀଙ୍କୁ ଶୀର୍ଷ ଅଦାଲତର ଆଦେଶକୁ ପାଳନ କାହିଁକି କରାଯାଇନାହିଁ ବୋଲି ପଚାରିଥିଲେ । ଅଦାଲତ ଫେବୃଆରୀ ୧୪ ସୁଦ୍ଧା ୧.୪୭ ଲକ୍ଷ କୋଟି ଜମା କରିବା ପାଇଁ କହିଥିଲା ।

ବିବେକ କହିଛନ୍ତି ଯେ, ଏହା ଟେଲିକମ୍ କମ୍ପାନୀଙ୍କ ପାଇଁ ଏକ ଦୁଃଖଦ ଖବର । ଏହି ଟେଲିକମ୍ କମ୍ପାନୀମାନଙ୍କ ମଧ୍ୟରୁ Vodafone Idea କମ୍ପାନୀର ସ୍ଥତି ବହୁତ ଦୁର୍ବଳ ଅଟେ ।

ସୁପ୍ରିମକୋର୍ଟର ନିଷ୍ପତ୍ତି ପରେ ଏୟାରଟେଲ କହିଛି, ଫେବୃଆରୀ ୨୦ ତାରିଖ ସୁଦ୍ଧା ୧୦ହଜାର ପୈଠ କରିଦେବ । କୋର୍ଟ ପୈଠ ନିମନ୍ତେ ମର୍ଚ୍ଚ ୧୭ ପର୍ଯ୍ୟନ୍ତ ସମୟ ଦେଇଛି । ୧.୪୭ ଲକ୍ଷ କୋଟି ମଧ୍ୟରୁ ୯୨୬୪୨ କୋଟି ଲାଇସେନ୍ସ ଫିସ୍ ଅଟେ ଏବଂ ୫୫୦୫୪ କୋଟି ସ୍ପେକ୍ଟ୍ରମ ଚାର୍ଜ । ଏୟାର୍ଟେଲ ଉପରେ ୩୫୦୦୦ ହଜାର କୋଟି ଟଙ୍କାର ବକେୟା ରହିଛି ।

Be the first to comment

Leave a Reply

Your email address will not be published.


*