ଯଦି ବିବେକ ଔବରାୟ ସେହି ଦିନ ହୋଟେଲ ରୁମରେ କରିନଥାନ୍ତେ ଏହି ଭୁଲ୍ ତେବେ ଆଜି ଐଶ୍ୱର୍ଯ୍ୟା ତାଙ୍କର ହୋଇଥାନ୍ତେ ।

ଯଦି ବିବେକ ଔବରାୟ ସେହି ଦିନ ହୋଟେଲ ରୁମରେ କରିନଥାନ୍ତେ ଏହି ଭୁଲ୍ ତେବେ ଆଜି ଐଶ୍ୱର୍ଯ୍ୟା ତାଙ୍କର ହୋଇଥାନ୍ତେ ।

ଐଶ୍ୱର୍ଯ୍ୟା ରାୟଙ୍କ ଆଜି କେବଳ ଭାରତରେ ହିଁ ନୁହଁ ବରଂ ସମଗ୍ର ଦୁନିଆରେ ବଡ ନାମ ରହିଛି । ୧୯୯୪ ମସିହାରେ ବିଶ୍ୱ ସୁନ୍ଦରୀର ମୁକୁଟ ନିଜ ନାମରେ କରିଥିବା ଐଶ୍ୱର୍ଯ୍ୟାଙ୍କ ଅନେକ ଜଣ ପ୍ରଶଂସକ ଅଛନ୍ତି । କିନ୍ତୁ ଶେଷରେ ସେ ଅଭିଷେକ ବଚ୍ଚନଙ୍କୁ ବିବାହ କରି ବଚ୍ଚନ ପରିବାରର ବୋହୂ ହୋଇଥିଲେ । କିନ୍ତୁ ଆପଣ ଜାଣନ୍ତି କି ବଲିଉଡରେ ଏହିପରି ଦୁଇଜଣ ଅଭିନେତା ଥିଲେ ଯେଉଁମାନେ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପାଗଳ ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ଐଶ୍ୱର୍ଯ୍ୟାଙ୍କ ସହିତ ବିବାହ ପର୍ଯ୍ୟନ୍ତ କଥା ଚାଲିଯାଇଥିଲା କିନ୍ତୁ ତାଙ୍କର ଗୋଟିଏ ଭୁଲ୍ ହେତୁ ଐଶ୍ୱର୍ଯ୍ୟା ତାଙ୍କ ହାତରୁ ବାହାରି ଯାଇଥିଲେ । ବର୍ତ୍ତମାନ ସୁଦ୍ଧା ଆପଣ ନିଶ୍ଚୟ ବୁଝି ସାରିଥିବେ କି, ଆମେ ଏଠାରେ ଐଶ୍ୱର୍ଯ୍ୟାଙ୍କର ଦୁଇ ପ୍ରେମୀ ସଲମାନ ଖାନ୍ ଏବଂ ବିବେକ ଔବରାୟଙ୍କ ବିଷୟରେ କଥାବାର୍ତ୍ତା କରୁଛୁ । ଆଜି ଆମେ ଆପଣଙ୍କୁ କହିବୁ କି କିପରି ସଲମାନ ଏବଂ ବିବେକଙ୍କ ଗୋଟିଏ ଭୁଲ୍ ହେତୁ ଐଶ୍ୱର୍ଯ୍ୟା ତାଙ୍କ ପତ୍ନୀ ହୋଇପାରିନଥିଲେ

google

ଆପଣଙ୍କର ଜ୍ଞାତସାର ପାଇଁ କହିରଖୁଛୁ କି, ସର୍ବପ୍ରଥମେ ଐଶ୍ୱର୍ଯ୍ୟା ମଡେଲ ରାଜୀବ ମୂଲଚନ୍ଦାନୀଙ୍କୁ ଡେଟ୍ କରୁଥିଲେ। ସେହି ଦିନ ମାନଙ୍କରେ ଐଶ୍ୱର୍ଯ୍ୟା ମଧ୍ୟ ମଡେଲିଂ କରୁଥିଲେ। ଏମିତିରେ ଏହି ଦୁଇଜଣ ପରସ୍ପରର ନିକଟତର ହୋଇଯାଇଥିଲେ। ତେବେ ପରେ ଉଭୟଙ୍କର ବ୍ରେକଅପ ହୋଇଯାଇଥିଲା। ଏହା ପରେ ଐଶ୍ୱର୍ଯ୍ୟାଙ୍କ ସାକ୍ଷାତ ସଲମାନ ଖାନଙ୍କ ସହିତ ”ହମ ଦିଲ ଦେ ଚୁକେ ସନମ” ର ସେଟରେ ହୋଇଥିଲା। ଏଠାରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ସଲମାନ ଏବଂ ଐଶ୍ୱର୍ଯ୍ୟା ପରସ୍ପରକୁ ୧୯୯୯ ମସିହାରୁ ୨୦୦୧ ପର୍ଯ୍ୟନ୍ତ ଡେଟ କରିଥିଲେ। କିନ୍ତୁ ଏଥି ମଧ୍ୟରେ ସଲମାନ ଏହିପରି ଏକ ଭୁଲ କରି ଦେଇଥିଲେ ଯେ ଉଭୟଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା ।

google

ବାସ୍ତବରେ ସଲମାନ ଐଶ୍ୱର୍ଯ୍ୟାଙ୍କ ସହିତ ସମ୍ପର୍କରେ ରହିବା ସହ ଅନ୍ୟ ଜଣେ ଝିଅ ସହିତ ସମ୍ପର୍କ ସ୍ଥାପନ କରିସାରିଥିଲେ । ଏହି ପରିପ୍ରେକ୍ଷୀରେ ସଲମାନଙ୍କ ପ୍ରତାରଣାରେ କ୍ରୋଧିତ ହୋଇ ଐଶ୍ୱର୍ଯ୍ୟା ତାଙ୍କଠାରୁ ଦୂରତା ରକ୍ଷା କରିବାରେ ତାଙ୍କର ଭଲ ବୋଲି ଅନୁଭବ କରିଥିଲେ । ତେବେ ସଲମାନଙ୍କୁ ଏହି କଥା ଭଲ ଲାଗିନଥିଲା ଏବଂ ତାଙ୍କ କ୍ରୋଧକୁ ସେ ନିୟନ୍ତ୍ରଣ କରିପାରିନଥିଲେ । ଐଶ୍ୱର୍ଯ୍ୟା ଯେତେବେଳେ ମଧ୍ୟ ଚଳଚ୍ଚିତ୍ର ସୁଟିଂ କରୁଥିଲେ ସେତେବେଳେ ସଲମାନ ସେଠାରେ ପହଞ୍ଚିଯାଉଥିଲେ ଏବଂ ହଙ୍ଗାମା କରିଦେଉଥିଲେ ।

google

ସଲମାନଙ୍କଠାରୁ ଦୂରେଇ ଯିବା ପରେ ଐଶ୍ୱର୍ଯ୍ୟାଙ୍କ ଜୀବନରେ ବିବେକ ଔବରାୟଙ୍କ ପ୍ରବେଶ ହୋଇଥିଲା । ସଲମାନଙ୍କୁ ଠାରୁ ଧୋକା ପାଇବା ପରେ ଐଶ୍ୱର୍ଯ୍ୟାଙ୍କୁ ବିବେକ ସହିତ ଭଲ ଲାଗୁଥିଲା । ଦୁହେଁ ସାଥିରେ ଚଳଚ୍ଚିତ୍ର “କ୍ୟୋଂ ହୋ ଗୟା ନା କଭି” ମଧ୍ୟ କରିଥିଲେ । ଏହି ଚଳଚ୍ଚିତ୍ର ସମୟରେ ଦୁହେଁ ପରସ୍ପରର ଅତି ନିକଟତର ହୋଇଯାଇଥିଲେ । ଏହିପରି ଯେତେବେଳେ ଐଶ୍ୱର୍ଯ୍ୟାଙ୍କ ୩୦ ତମ ଜନ୍ମଦିନ ଆସିଲା ସେତେବେଳେ ବିବେକ ତାଙ୍କୁ ଏକାସାଙ୍ଗରେ ୩୦ ଗୋଟି ଉପହାର ଦେଇ ତାଙ୍କୁ ଇମ୍ପ୍ରେସ୍ କରିଦେଇଥିଲେ । ତଥାପି ଐଶ୍ୱର୍ଯ୍ୟା ବିବେକ ଏବଂ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କାହାକୁ କହି ନାହାଁନ୍ତି । କିନ୍ତୁ ସେ ସେହି ଦିନ ମାନଙ୍କରେ ସେ ବିବେକଙ୍କ ସହିତ ପ୍ରତ୍ୟେକ କାର୍ଯ୍ୟକ୍ରମ ମାନଙ୍କରେ ନଜର ଆସୁଥିଲେ ।

google

ବିବେକ ଖରାପ ସମୟ ଦେଇ ଗତି କରୁଥିବା ଐଶ୍ୱର୍ଯ୍ୟାଙ୍କୁ

google

ସାହାଯ୍ୟ କରିବାକୁ ଚାହୁଁଥିଲେ ସେଥିପାଇଁ ସେ ଏକ ହୋଟେଲର ଗୋଟିଏ ରୁମରେ ପ୍ରେସ୍ ଲୋକଙ୍କୁ ଡାକିଥିଲେ ଏବଂ ସମସ୍ତଙ୍କୁ କହିଥିଲେ କି, ସଲମାନଙ୍କ ତରଫରୁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ୍ ମିଳୁଛି । ତେବେ ବିବେକଙ୍କ ଏହି ପଦକ୍ଷେପ ହେତୁ ଐଶ୍ୱର୍ଯ୍ୟା ତାଙ୍କଠାରୁ ଦୂରତା ଆରମ୍ଭ କରିଥିଲେ । ଏହିପରି ଭାବେ ବିବେକଙ୍କ ହାତରୁ ଐଶ୍ୱର୍ଯ୍ୟା ରାୟ ଚାଲି ଯାଇଥିଲେ । କେବଳ ଏତିକି ନୁହେଁ ସେତେବେଳକୁ ବିବେକ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲେ କିନ୍ତୁ ସଲମାନଙ୍କ ସହ ପଙ୍ଗା ହୋଇଥିବାରୁ ତାଙ୍କ ହାତରୁ ଅନେକ ଚଳଚ୍ଚିତ୍ର ମଧ୍ୟ ଚାଲିଯାଇଥିଲା । ଯଦି ବିବେକ ସେହି ଦିନ ଏହିପରି ପଦକ୍ଷେପ ନେଇ ନଥାନ୍ତେ ତେବେ ହୁଏତ ତାଙ୍କ ପାଖରେ ଐଶ୍ୱର୍ଯ୍ୟା ଏବଂ ଭଲ ଚଳଚ୍ଚିତ୍ର କ୍ୟାରିୟର ଉଭୟ ରହିଥାନ୍ତା ।

Leave a Reply

Your email address will not be published. Required fields are marked *