Vitamin D Foods:- କଣ ଆପଣ ସବୁବେଳେ ଚିନ୍ତା ଏବଂ ଦୁର୍ବଳତା ଅନୁଭବ କରୁଛନ୍ତିକି ? ତେବେ ବର୍ତ୍ତମାନ ଠାରୁ ନିଜ ଖାଦ୍ୟରେ ସାମିଲ୍ କରନ୍ତୁ ଭିଟାମିନ-ଡି ।

Vitamin D Foods:- କଣ ଆପଣ ସବୁବେଳେ ଚିନ୍ତା ଏବଂ ଦୁର୍ବଳତା ଅନୁଭବ କରୁଛନ୍ତିକି ? ତେବେ ବର୍ତ୍ତମାନ ଠାରୁ ନିଜ ଖାଦ୍ୟରେ ସାମିଲ୍ କରନ୍ତୁ ଭିଟାମିନ-ଡି ।

ଶରୀରରେ ଭିଟାମିନ-ଡି ଅଭାବହେତୁ ଆପଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ପାରନ୍ତି । ଏଥିପାଇଁ ଆପଣମାନେ ନିଜ ଖାଦ୍ୟରେ ଭରପୁର ଭିଟାମିନ-ଡି ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ।

ଆପଣ କଣ ସବୁବେଳେ ଦୁର୍ବଳତା ଅନୁଭବ କରୁଛନ୍ତିକି? ହାତ ଗୋଡ ବିନ୍ଧା ହେବା ମୁଣ୍ଡରୁ ଚୁଟି ଝଡ଼ିବା ଆଦି ଲକ୍ଷଣ ଦେଖାଦେଉଛି ତେବେ ଆପଣ ଜାଣିନିୟନ୍ତୁ ଯେ ଆପଣଙ୍କର ଭିଟାମିନ-ଡି ଅଭାବ ଅଛି । ବହୁତଦିନ ହେବ ଲକଡାଉନ ଚାଲିଅଛି । ସଂକ୍ରମଣ ବ୍ୟାପିବା ଡରରେ ଆପଣ ଘରୁ ବାହାରୁ ନାହାନ୍ତି ଏହା ଠିକ୍ ହେଲେ ମଧ୍ୟ ଏଥିପାଇଁ ମଧ୍ୟ ‘ଭିଟାମିନ-ଡି’ର ଅଭାବ ଦେଖା ଦେଇପାରେ । ଭିଟାମିନ-ଡି ଆମ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ଭିଟାମିନ-ଡି ଅଭାବ ହେତୁ ମଧ୍ୟ ଆପଣ କରୋନା ସଂକ୍ରମିତ ହୋଇପାରନ୍ତି । ସେଥିପାଇଁ ଆପଣମାନେ ପ୍ରଚୁର ପରିମାଣର ଭିଟାମିନ-ଡି ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ । ଭିଟାମିନ-ଡି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବ ଆପଣଙ୍କୁ ସବୁବେଳେ ସୁସ୍ଥ ରଖିବାରେ ସାହାଯ୍ୟ କରିବ । ଆପଣମାନେ ଭିଟାମିନ-ଡି ସୂର୍ଯ୍ୟ କିରଣରୁ ମଧ୍ୟ ଗ୍ରହଣ କରିପାରିବେ ଏବଂ ପ୍ରଚୁର ପରିମାଣର ଭିଟାମିନ-ଡି ଯୁକ୍ତ ଖାଦ୍ୟରୁ ମଧ୍ୟ ପାଇପାରିବେ । ଏହି ସବୁ ଅଟେ ଭିଟାମିନ-ଡି ଯୁକ୍ତ ଖାଦ୍ୟ ।

ଗାଈ କ୍ଷୀର

google

କ୍ଷୀରର ରେ ପ୍ରଚୁର ପରିମାଣର କ୍ୟାଲସିୟମ୍ ଓ ଭିଟାମିନ-ଡି ରହିଛି । ଆପଣ କ୍ଷୀର ପିଇବା ଦ୍ୱାରା ଭିଟାମିନ-ଡି ଅଭାବ ଦୂର କରି ପାରିବେ ।

ଦହି

google

ଖରାଦିନେ ‘ଭିଟାମିନ-ଡି’ର ଅଭାବ ଦୂର କରିବା ପାଇଁ ଆପଣ ଦହି ଖାଆନ୍ତୁ । ଦହିରେ ପ୍ରଚୁର ପରିମାଣର ପ୍ରୋଟିନ୍ ଓ ଭିଟାମିନ-ଡି ରହିଅଛି । ମନେରଖନ୍ତୁ ଘରେ ତିଆରି ହୋଇଥିବା ଦହିକୁ ହିଁ ଖାଆନ୍ତୁ ।

କମଳା

google

ଆପଣ ଜାଣିଥିବେ କମଳା ରସରେ ଭିଟାମିନ-ଡି ଓ ଭିଟାମିନ-ସି ପ୍ରଚୁର ପରିମାଣରେ ଥାଏ । କମଳା ଆମ ଦେହ ପାଇଁ ବହୁତ ହିତକାରୀ ଅଟେ । ସେଥପାଇଁ ଖାଦ୍ୟ ସହିତ କମଳା ରସ ପିଇବା ଦ୍ୱାରା ଆମେ ଭିଟାମିନ-ଡି ଅଭାବକୁ ଦୂର କରି ପାରିବା ।

ଦଲିୟା

ଅଧିକାଂଶ ପୁରା ଶସ୍ୟ ପରି, ଓଟମିଲ୍ ମଧ୍ୟ ‘ଭିଟାମିନ୍ ଡି’ର ଏକ ଉତ୍ତମ ଉତ୍ସ ଅଟେ । ଏଥିସହ, ଓଟମିଲରେ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଏବଂ ଭିଟାମିନ୍ ଏବଂ ଜଟିଳ କାର୍ବସ୍ ଭରପୂର ରହିଥାଏ | ବ୍ରେକଫାଷ୍ଟରେ ଦଲିୟାର ସେବନ ନିଶ୍ଚୟ କରନ୍ତୁ |
 

ଅଣ୍ଡା

google

ଅମଲେଟ ପ୍ରଚୁର ପରିମାଣର ପ୍ରୋଟିନ୍, କାର୍ବ ଓ ପୋଷକ ତତ୍ୱରେ ଭରପୁର ରହିଛି । ସେଥିପାଇଁ ଆପଣ ଚେଷ୍ଟା କରନ୍ତୁକି ଦିନକୁ ଯେମିତି ହେଲେ ଗୋଟିଏ ଅଣ୍ଡା ଖାଇବାକୁ ।

ଫ୍ୟାଟି ଫିଶ୍ (ତେଲିୟ ମାଛ)

google

ଆପଣ ଯଦି ଭିଟାମିନ-ଡି ଅଭାବରେ ଚିନ୍ତିତ ଅଛନ୍ତି । ତେବେ ଏହି ଫ୍ୟାଟି ମାଛଟିକୁ ଖଆନ୍ତୁ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ-ଡି,କ୍ୟାଲସିୟମ୍ ଓ ଫସଫରସ୍ ଭଳି ପୋଷକ ତତ୍ଵ ରହିଛି । ଯାହାକି ଆପଣଙ୍କର ଦେହ ସୁସ୍ଥ ରଖିଥାଏ ।

Leave a Reply

Your email address will not be published. Required fields are marked *