ବିଶାଖାପାଟଣାରେ ବିଷାକ୍ତ ଗ୍ୟାସ୍ ଲିକ୍ ! ୫ ହଜାରରୁ ଅଧିକ ଲୋକ ଅସୁସ୍ଥ ଓ ୫ ଜଣଙ୍କ ମୃତ୍ୟୁ !

ବିଶାଖାପାଟଣାରେ ଆର୍.ଆର୍. ବେଙ୍କଟପୁରମ୍ ଗ୍ରାମରେ LPG ପୋଲିମର୍ ଉଦ୍ୟୋଗରେ ରାସାୟନିକ ଗ୍ୟାସ ଲିକ୍ ହୋଇଛି ।

ଅମରାବତୀ : ଆନ୍ଧ୍ରପ୍ରଦେଶ ସ୍ଥିତ ବିଶାଖାପାଟଣାରେ ଆରଆର ବେଙ୍କଟପୁରମ୍ ଗ୍ରାମରେ LPG ପୋଲିମର୍ ଉଦ୍ୟୋଗରେ ରାସାୟନିକ ଗ୍ୟାସ ଲିକ୍ ହୋଇଥିବାର ଘଟଣା ସାମ୍ନାକୁ ଆସିଛି ।

bhaskar

ଗ୍ୟାସ ଲିକ୍ ହେବା ପରେ; ସେଠାକାର ଅଧିବାସୀମାନଙ୍କ ଆଖିରେ ଜ୍ଵଳନ ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ କରିଥିଲେ । ଶ୍ଵାସକ୍ରିୟରେ କଷ୍ଟ ଅନୁଭବ କରି ଛଟପଟ ହେଉଥିବା ଦେଖିବାକୁ ମିଳିଛି ଓ ସେହି ଲୋକଙ୍କୁ ହସ୍ପିଟାଲ ନିଆଯାଉଛି । ଘଟଣା ସ୍ଥଳକୁ ପୋଲିସ, ଫାୟର ବ୍ରିଗେଡ ଏବଂ ଆମ୍ବୁଲାନ୍ସ ପହଂଚିଛି । କୁହାଯାଉଛି ଯେ ପାଖାପାଖି ୫,୦୦୦ ଲୋକ ରୋଗାକ୍ରାନ୍ତ ହୋଇଛନ୍ତି ଓ ୫ ଜଣଙ୍କର ମୃତ୍ୟୁ ଘଟିଛି ।

Hindustan Times

ଜିଲ୍ଲା ଚିକିତ୍ସା ଏବଂ ସ୍ଵାସ୍ଥ୍ୟ ଅଧିକାରୀ (ଡି.ଏମ୍.ଏଚ୍.ଓ) କହିଛନ୍ତି ଯେ, ଆର୍.ଆର୍. ବେଙ୍କଟପୁରମ୍ ଗ୍ରାମ ସ୍ଥିତ LPG ପୋଲିମର୍ ଉଦ୍ୟୋଗରେ ରାସାୟନିକ ଗ୍ୟାସ ଲିକ୍ ହେବା ଦ୍ଵାରା ଏକ ଛୋଟ ପିଲା ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି ।

The Indian Express

ମ୍ୟୁନିସିପାଲିଟି କମିଶନର ୩ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଓ ପରବର୍ତ୍ତୀ ସମୟରେ ମ୍ୟୁନିସିପାଲିଟି କମିଶନର କହିଛନ୍ତି ଏହି ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ । ମିଳିଥିବା ସୂଚନା ଅନୁସାରେ ବିଷାକ୍ତ ବାଷ୍ପ ଲିକ୍ ଯୋଗୁଁ ବେଙ୍କଟପୁରମ୍ ଅଞ୍ଚଳର ୫ଟି ଗାଁରେ ଆତଙ୍କ ଖେଳିଯାଇଛି । ଛାନିଆରେ ଲୋକେ ଘରୁ ବାହାରି ମେଘଡ୍ରିଗେଦ୍ଦା ଆଡ଼କୁ ଧାଇଁ ଯାଇଥିଲେ । ଗ୍ୟାସ ବ୍ୟାପିବା ଯୋଗୁଁ କିଛି ଗ୍ରାମକୁ ଖାଲି କରିଦିଆଯାଇଛି ।

ଏହି ବିଷାକ୍ତ ବାଷ୍ପ ଲିକ୍‌ ହେବା ଫଳରେ ଶହ ଶହ ଲୋକ ଅଣନିଃଶ୍ଵାସୀ ହୋଇପଡ଼ିଥିବା ସଙ୍ଗେ ସଙ୍ଗେ ଆଖି ଜ୍ଵଳନ ଓ ପେଟ କାଟିବା ଏହିଭଳି ଅଭିଯୋଗ ମଧ୍ୟ ସେଠାକାର ଅଧିବାସୀ ମାନେ କରିଥିଲେ । କାରଖାନା ଚାରିପାଖ ଗ୍ରାମରେ ବସବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି ।

Be the first to comment

Leave a Reply

Your email address will not be published.


*