ସୁନ୍ଦରତା ମାମଲାରେ କମ୍ ନୁହଁନ୍ତି ବିରାଟ କୋହଲିଙ୍କ ଭାଉଜ ! ଦେଖନ୍ତୁ ତାଙ୍କ ଫଟୋ ଗୁଡ଼ିକ…

ଭାରତୀୟ କ୍ରିକେଟଙ୍କ ଉତ୍ତମ ବ୍ୟାଟ୍ସ ମ୍ୟାନ ବିରାଟ କୋହଲି କ୍ରିକେଟରେ ଚମ୍ପିୟାନ ଅଟନ୍ତି ଏବଂ ତାଙ୍କ ସୁନ୍ଦରୀ ସ୍ତ୍ରୀ ବଲିଉଡ଼ରେ ନିଜର ଉତ୍ତମ ପ୍ରଦର୍ଶନ କରୁଛନ୍ତି । ବିରାଟ କୋହଲିଙ୍କୁ ଆଜି ଯୁବପିଢ଼ି ନିଜର ପ୍ରେରଣାର ଉତ୍ସ ମାନନ୍ତି ଓ ଝିଅମାନେ ମଧ୍ୟ ଅନୁଷ୍କାଙ୍କ ଫିଟନେସ, ବ୍ୟୁଟିଟିପ୍ସକୁ ଫୋଲୋ କରନ୍ତି । ବିରାଟ କୋହଲି ଓ ଅନୁଷ୍କାଙ୍କୁ ଆପଣ ଅନେକ ଥର ଦେଖିଥିବେ ଏବଂ ଅନୁଷ୍କାଙ୍କ ସୁନ୍ଦରତା ବିଷୟରେ ଆପଣ ଜାଣିଥିବେ କିନ୍ତୁ କଣ ଆପଣ ଜାଣନ୍ତି ଯେ ସୁନ୍ଦରତା ମାମଲାରେ ବିରାଟଙ୍କ ଭାଉଜ ମଧ୍ୟ କମ୍ ନୁହଁନ୍ତି, ବାହା ଘରରେ ତାଙ୍କ ସୁନ୍ଦରତା ଚମକି ଜଳସି ଉଠୁଥିଲା ଏବଂ ଅଧିକାଂଶ ସମୟରେ ଆଇପିଏଲରେ ମଧ୍ୟ ବିରାଟଙ୍କ ବଡ଼ ଭାଇ ବିକାଶ କୋହଲିଙ୍କ ସହିତ ନଜର ଆସନ୍ତି । ସେହିପରି ବିକାଶ କୋହଲି ମଧ୍ୟ ଷ୍ଟାଇଲ ମାମଲାରେ କାହା ଠାରୁ କମ୍ ନୁହଁନ୍ତି ଏବଂ ତାଙ୍କ ପତ୍ନୀ ଦେଖିବାକୁ ଖୁବ୍ ସୁନ୍ଦରୀ, ତାଙ୍କ ନାମ ଚେତନା କୋହଲି ଅଟେ ଓ ସେ ବିରାଟଙ୍କ ଭାଉଜ ଓ ଅନୁଷ୍କାଙ୍କ ଜେଠାଣି ଅଟନ୍ତି ।

ସୁନ୍ଦରତା ମାମଲାରେ କମ୍ ନୁହଁନ୍ତି ବିରାଟ କୋହଲିଙ୍କ ଭାଉଜ

newstrend
newstrend

ଦୀର୍ଘ ସମୟରୁ ଅଫେୟାର ପରେ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ସମ୍ପର୍କ ବିବାହ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଗଲା । ଇଟାଲୀର ଏକ ରେସର୍ଟରେ ବହୁତ ବ୍ୟକ୍ତିଗତ ଭାବରେ ଏମାନଙ୍କ ବିବାହ ସମ୍ପାଦିତ ହୋଇଥିଲା ପରେ ଦିଲ୍ଲୀ ଓ ମୁମ୍ବାଇରେ ଏମାନଙ୍କ ବିବାହର ଏକ ବଡ଼ ରିସେପସନ ରଖାଗଲା । ଏହି ସମସ୍ତ ଉତ୍ସବ ସମାରୋହରେ କୋହଲି ପରିବାର ମଧ୍ୟ ସାମିଲ ଥିଲେ ଯେଉଁଥିରେ ବିରାଟଙ୍କ ସୁନ୍ଦରୀ ଭାଉଜ ଚେତନା କୋହଲି ମଧ୍ୟ ସାମିଲ ଥିଲେ । ଭାରତୀୟ କ୍ରିକେଟ ଦଳର କପ୍ତାନଙ୍କ ବଡ଼ ଭାଇ ବିକାଶ କୋହଲିଙ୍କ ସୁନ୍ଦରୀ ପତ୍ନୀ ସୋସିଆଲ ମିଡ଼ିଆରେ ବହୁତ ଅଧିକ ସକ୍ରିୟ ରୁହନ୍ତି । ଯଦି ଆମେ ଆଲୋଚନା କରିବା ଚେତନା କୋହଲିଙ୍କ ସୁନ୍ଦରତା ବିଷୟରେ ତେବେ ସେ କୌଣସି ଅଭିନେତ୍ରୀ ଠାରୁ କମ୍ ନୁହଁନ୍ତି । ଚେତନା ଅଧିକାଂଶ ସମୟରେ ନିଜ ସ୍ୱାମୀ ବିକାଶ କୋହଲିଙ୍କ ସହିତ ଫଟୋଗୁଡ଼ିକ ସେୟାର କରନ୍ତି । ବିରାଟଙ୍କ ଭାଉଜ ଚେତନା କୋହଲି ଦେଖିବାକୁ ଯେତେ ସୁନ୍ଦରୀ ସେତିକି ଷ୍ଟାଇଲିସ୍ ମଧ୍ୟ ଏବଂ ଫିଟନେସ ମାମଲାରେ ମଧ୍ୟ ସେ ଅନୁଷ୍କା ଶର୍ମାଙ୍କ ଠାରୁ କମ୍ ନୁହଁନ୍ତି । ଚେତନା ସୋସିଆଲ ମିଡ଼ିଆରେ ସବୁବେଳେ ସକ୍ରିୟ ରୁହନ୍ତି ଏବଂ ଏହାର ପ୍ରମାଣ ଆଇପିଏଲ ସମୟରେ ତାଙ୍କ ଦ୍ୱାରା ଉଠାଇଥିବା ଫଟୋ ଅଟେ ଯାହା ସେ ନିଜ ଇଂଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଥିଲେ ।

ଜଣେ ଗୃହିଣୀ ଅଟନ୍ତି ଚେତନା କୋହଲି

newstrend

ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ ଯେ ଯେଉଁଠାରେ ବିରାଟ କୋହଲି ଭାରତୀୟ ଦଳର କପ୍ତାନ ଭାବରେ ଦଳକୁ ସମ୍ଭାଳି ରଖିଛନ୍ତି ଠିକ୍ ସେପରି ତାଙ୍କ ବଡ଼ ଭାଇ ବିକାଶ ମଧ୍ୟ ଦିଲ୍ଲୀର ଜଣେ ବଡ ବ୍ୟବସାୟୀ ଅଟନ୍ତି ଏବଂ ସେ ମଧ୍ୟ ଏକ ଲଗଜରି ଲାଇଫ ଅତିବାହିତ କରନ୍ତି । ସେପଟେ ବିକାଶ କୋହଲିଙ୍କ ସ୍ତ୍ରୀ ଚେତନା ଜଣେ ଗୃହିଣୀ ଅଟନ୍ତି ଓ ସେ ନିଜ ଘରକୁ ସୁବ୍ୟବସ୍ଥିତ ରଖିବାକୁ ପସନ୍ଦ କରନ୍ତି । ବିକାଶ ଓ ଚେତନା କୋହଲିଙ୍କ ଗୋଟିଏ ପୁଅ ମଧ୍ୟ ଅଛି ଯାହାର ନାମ ହେଉଛି ଆର୍ଯ୍ୟ କୋହଲି । ସେମିତିରେ ଚେତନା ନିଜ ଘର ପରିବାରରେ ବ୍ୟସ୍ତ ରୁହନ୍ତି କିନ୍ତୁ ଅଧିକାଂଶ ସମୟରେ ନିଜ ଦିଅର ଓ ଦେବରାନୀଙ୍କ ସହିତ ଥଟ୍ଟା ମଜା କରୁଥିବାର ନଜର ଆସନ୍ତି ।

Be the first to comment

Leave a Reply

Your email address will not be published.


*