କରୋନା ସହ ଯୁଦ୍ଧରେ ବିରାଟ ଅନୁଷ୍କାଙ୍କର ପରିଶ୍ରମ ଆଣିଲା ସଫଳତା ! ଗୋଟିଏ ଦିନରେ ଏକାଠି କଲେ ଏତେ ଟଙ୍କା…

କରୋନା ସହ ଯୁଦ୍ଧରେ ବିରାଟ ଅନୁଷ୍କାଙ୍କର ପରିଶ୍ରମ ଆଣିଲା ସଫଳତା ! ଗୋଟିଏ ଦିନରେ ଏକାଠି କଲେ ଏତେ ଟଙ୍କା…

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲୀ ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମିଶି କରୋନା ଭୁତାଣୁ ବିରୁଦ୍ଧରେ ଯେଉଁ ଅଭିଯାନ ଚଳାଇଥିଲେ, ସେଥିରେ ସେମାନଙ୍କୁ ଲୋକମାନଙ୍କର ଅତ୍ୟନ୍ତ ସମର୍ଥନ ମିଳିଅଛି । ବାସ୍ତବରେ ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମା ମିଳିତ ଭାବରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲେ । ଦୁହେଁ ମିଶି କରୋନା ବିରୁଦ୍ଧର ଲଢେ଼ଇରେ ଟଙ୍କା ଏକାଠି କରିବାପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ, ଯାହାଦ୍ୱାରା କରୋନା ଭୁତାଣୁ ବିରୁଦ୍ଧରେ ଲୋକମାନଙ୍କର ସାହାଯ୍ୟ କରାଯାଇପାରିବ । ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମା କିଟୋରୁ ଲିଙ୍କ ତିଆରି କରିଥିଲେ, ଏଥିରେ ନିଜ ପ୍ରଶଂସକ ଏବଂ ଲୋକମାନଙ୍କୁ ସାହାଯ୍ୟ କରିବାପାଇଁ ନିବେଦନ ମଧ୍ୟ କରିଥିଲେ । ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମା ନିଜେ ଏଥିରେ ୨ କୋଟି ଟଙ୍କା ଦାନ କରିଛନ୍ତି ।

ଗୋଟିଏ ଦିନରେ ଆସିଲା ୩.୬ କୋଟି ଟଙ୍କା:-

ବିରାଟ କୋହଲୀ ନିଜ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ମାଧ୍ୟମରେ ସୂଚନା ପ୍ରଦାନ କରି କହିଛନ୍ତି କି ତାଙ୍କର ଏବଂ ଅନୁଷ୍କାଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଅଭିଯାନରେ ୨୪ ଘଣ୍ଟା ମଧ୍ୟରେ ୩ କୋଟି ୬୦ ଲକ୍ଷ ଟଙ୍କା ଏକାଠି ହୋଇସାରିଛି ।ଏହି ଅଭିଯାନର ଉଦେଶ୍ୟ କରୋନା କାଳରେ ଅସହାୟ ଲୋକମାନଙ୍କର ସାହାଯ୍ୟ କରିବା ଅଟେ ।

ଆପଣଙ୍କୁ କହିରଖୁଛୁ ଯେ, ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମା ଏହି ଅଭିଯାନ ମାଧ୍ୟମରେ ୭ କୋଟି ଟଙ୍କା ଏକାଠି କରିବାର ଲକ୍ଷ୍ୟ ରଖିଛନ୍ତି । ଯେଉଁଭଳି ଭାବରେ ସେମାନଙ୍କୁ ସମର୍ଥନ ମିଳୁଅଛି, ତାହାଦ୍ୱାରା ଲାଗୁଛି କି ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ସେମାନଙ୍କ ଲକ୍ଷ୍ୟ ପୂରଣ ହୋଇଯିବ ।

Leave a Reply

Your email address will not be published. Required fields are marked *