କାନପୁର ଏନକାଉଣ୍ଟରର ମାଷ୍ଟରମାଇଣ୍ଡ ବିକାଶ ଦୂବେଙ୍କ ଖେଳ ବର୍ତ୍ତମାନ ଶେଷ ହୋଇଯାଇଛି । ତାହାର ସହଯୋଗୀ ମାନଙ୍କ ସନ୍ଧାନ ପୋଲିସ୍ ଜାରି ରଖିଛି କିନ୍ତୁ ଯେଉଁ ବିକାଶ ଦୂବେଙ୍କ ଅଧୀନରେ ଅପରାଧ ହେଉଥିଲା ବର୍ତ୍ତମାନ ତାଙ୍କୁ ଉତ୍ତରପ୍ରଦେଶ ପୋଲିସ୍ ମାରିଦେଇଛି । ବିକାଶ ଦୂବେ ଏତେ ତୀକ୍ଷ୍ନ ମସ୍ତିଷ୍କର ବ୍ୟକ୍ତି ଥିଲେ ଯେ, ଶେଷ ସମୟରେ ମଧ୍ୟ ନିଜ ଭାଗ୍ୟ ବଞ୍ଚାଇବାକୁ ଚାହୁଁଥିଲା ଅର୍ଥାତ ଗାଡି ଓଲଟିଯିବା ପରେ ତା ମନରେ ସେଠୁ ପଳାଇଯିବା ପାଇଁ ଭାବନା ଆସିଥିଲା ଏବଂ ସେ ପୋଲିସ୍ କର୍ମଚାରୀ ମାନଙ୍କ ହତିହାର ଛଡ଼ାଇବାକୁ ଉଦ୍ୟମ କରିଥିଲା କିନ୍ତୁ କୌଣସି ମଧ୍ୟ ଚେଷ୍ଟାରେ ସେ ସଫଳ ହୋଇପାରିନଥିଲା । ପୋଲିସ୍ ଏବଂ ଗ୍ୟାଙ୍ଗଷ୍ଟାର ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଏବଂ ଶେଷରେ କାନପୁର କୁଖ୍ୟାତ ଅପରାଧୀର ଅନ୍ତ ହୋଇଯାଇଥିଲା ।
ପାଖାପାଖି ୨୫ କିଲୋମିଟର ଦୂରରେ ଘଟିଛି ଏହି ଘଟଣା

ଉଜୈନ ପୋଲିସ୍ ଜୁଲାଇ ୯ ତାରିଖରେ ବିଳମ୍ବିତ ସଂନ୍ଧ୍ୟାରେ ଉତ୍ତରପ୍ରଦେଶ ପୋଲିସକୁ ଗ୍ୟାଙ୍ଗଷ୍ଟାର ବିକାଶ ଦୂବେଙ୍କୁ ହସ୍ତାନ୍ତର କରିଥିଲେ ଏବଂ ତାକୁ ରାସ୍ତା ଜରିଆରେ ଉତ୍ତରପ୍ରଦେଶ ନିଆଯାଉଥିଲା । କିନ୍ତୁ ଶୁକ୍ରବାର ଦିନ ପ୍ରାତଃ ସମୟରେ କାନପୁର ଟୋଲ ପ୍ଲାଜା ଠାରୁ ପାଖାପାଖି ୨୫ କିଲୋମିଟର ଦୂରରେ ଏସଟୀଏଫର ଗାଡ଼ି ଓଲଟି ପଡ଼ିଲା । ଏଥି ମଧ୍ୟରେ ବିକାଶ ଦୌଡ଼ି ଚାଲିଯିବା ପାଇଁ ଚେଷ୍ଟା କରିଥିଲା ଏଵଂ ଘଟଣା ସ୍ଥଳର ପାଖାପାଖି ୭-୮ କିଲୋମିଟର ଭିତରେ ଧସ୍ତାଧସ୍ତି ହୋଇଥିଲା । ପୋଲିସର ଗୁଳିରେ ବିକାଶ ଆହତ ହୋଇଯାଇଥିଲା ଏବଂ ଯେତେବେଳେ ତାକୁ ଡାକ୍ତରଖାନା ନିଆଯାଇଥିଲା ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ ।
୧୦ ମିନିଟରେ ଶେଷ ହୋଇଯାଇଥିଲା
ଏହି ଘଟଣା ପ୍ରାତଃ ୭.୧୫ ମିନିଟରେ ହୋଇଥିଲା ଏବଂ ୭.୨୫ ମିନିଟ୍ ସମୟରେ ଏନକାଉଣ୍ଟର ଶେଷ ହୋଇଗଲା । ଅର୍ଥାତ ମାତ୍ର ୧୦ ମିନିଟ୍ ସମୟ ମଧ୍ୟରେ ହିଁ ଭୟଙ୍କର ଅପରାଧୀର ଅନ୍ତ ହୋଇଗଲା । ଘଟଣା ସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଆମ୍ଭେ ମାନେ ଗୁଳିର ଶବ୍ଦ ଶୁଣିଥିଲୁ ଏବଂ ପୋଲିସ୍ ମାନେ ଆମ୍ଭମାନଙ୍କୁ ସେଠାରୁ ପଳାଇ ଯିବାକୁ କହିଥିଲେ । ଏଥିପାଇଁ ଆମ୍ଭେ ସେଠାରୁ ହଟି ଯାଇଥିଲୁ ।

ବିକାଶ ଦୂବେଙ୍କ ଏନକାଉଣ୍ଟରକୁ ନେଇ ବର୍ତ୍ତମାନ ଅନେକ ପ୍ରକାର ପ୍ରଶ୍ନ ଠିଆ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ଏସଟୀଏଫର ଅଫିସର ମାନେ ଚୁପ୍ ରହିଛନ୍ତି । ଏହିପରି ଅନୁମାନ ଲଗାଯାଉଛି କି, ବିକାଶ ଦୂବେଙ୍କୁ ମିଡ଼ିଆ ନଜରରୁ ବଞ୍ଚିତ ରଖିବା ନିମନ୍ତେ ଗାଡି ଦ୍ରୁତ ଗତିରେ ଚଳାଯାଉଥିଲା କିନ୍ତୁ ପାଣିପାଗ ଖରାପ ଏବଂ ବର୍ଷା କାରଣ ହେତୁ ଏହି ଘଟଣାର ଶିକାର ହୋଇଗଲା ।
ସପ୍ତାହ ହେବ ସନ୍ଧାନରେ ଥିଲା

କାନପୁର ଏନକାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ବିକାଶ ଦୂବେଙ୍କ ସନ୍ଧାନ ୧ ସପ୍ତାହ ହେବ କରାଯାଉଥିଲା । ପୋଲିସ୍ ଦଳ ପ୍ରତ୍ୟେକ ସ୍ଥାନରେ ଛାପା ମାରୁଥିଲେ କିନ୍ତୁ ବିକାଶ ଦୂବେ ପ୍ରତ୍ୟେକ ଥର ବଞ୍ଚି ପଳାଉଥିଲା । ବରଂ ଗୁରୁବାର ଦିନ ବିକାଶ ଦୂବେ ଉଜୈନ ସ୍ଥିତ ମହାକାଳ ମନ୍ଦିରରେ ପହଞ୍ଚିଥିଲା ଏବଂ ବଡ଼ ପାଟିରେ ଚିଲାଇବାକୁ ଲାଗିଥିଲା କି, ମୁଁ ବିକାଶ ଦୂବେ ଅଟେ । ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀ ତାଙ୍କୁ ଧରି ପୋଲିସଙ୍କୁ ଦେଇଥିଲା । ଆଶ୍ଚର୍ଯ୍ୟଜନକ କଥା ଏହାଯେ, ଗିରଫ ହେବାର ୨୪ ଘଣ୍ଟା ନପୁରୁଣୁ ବିକାଶ ଦୂବେକୁ ଶେଷ କରିଦିଆଗଲା ।
ଶେଷ ଥର ପାଇଁ ମହାକାଳଙ୍କ ଦର୍ଶନ କରିଥିଲା
ବିକାଶ ଦୂବେକୁ ମହାକାଳ ମନ୍ଦିରରୁ ପୋଲିସ୍ କଷ୍ଟୋଡିକୁ ନିଆଯାଇଥିଲା ଯେଉଁଠରେ ସେ ଚିଲାଇବା ପୂର୍ବରୁ ଭଗବାନଙ୍କ ଦର୍ଶନ ମଧ୍ୟ କରିଥିଲା । ଗିରଫ ପରେ ବିକାଶଙ୍କ ମାଁଙ୍କ ମନ୍ତବ୍ୟ ସାମ୍ନାକୁ ଆସିଥିଲା କି, ବିକାଶ ପ୍ରତ୍ୟେକ ବର୍ଷ ମହାକାଳଙ୍କ ଦର୍ଶନ କରିବାକୁ ଯାଇଥାଏ ।
ଉତ୍ତରପ୍ରଦେଶ ଏସଟୀଏଫର କାର୍ଯ୍ୟକୁ ଅଲଗା ନଜରରେ ମଧ୍ୟ ଦେଖାଯାଉଛି । କାରଣ, ବିକାଶ ଦୂବେ ଯେପରି ଅମାନବୀୟ ଭାବେ ବହୁତ ନିଷ୍ଠୁରତା ସହ ପୋଲିସ୍ କର୍ମଚାରୀ ମାନଙ୍କୁ ହତ୍ୟା କରିଥିଲା ଏବଂ ପୋଡିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା । ସେଥିରେ ଉତ୍ତରପ୍ରଦେଶ ପୋଲିସ ଅତ୍ୟନ୍ତ ମାତ୍ରାରେ କ୍ରୋଧିତ ଥିଲେ ।