ବ୍ରିଟେନ କୋର୍ଟ ଆଗରେ ହାତ ଯୋଡ଼ି ନେହୁରା ହେଲେ ବିଜୟ ମାଲ୍ୟା, କହିଲେ – ନେଇଯାଆନ୍ତୁ ଭାରତର ଟଙ୍କା !

ଭାରତର କେତେଗୁଡ଼ିଏ ବ୍ୟାଙ୍କ ଗୁଡ଼ିକର କୋଟି କୋଟି ଟଙ୍କାକୁ ନିଜ ଅକ୍ତିଆରରେ କରିଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଅସୁବିଧା ଗୁଡ଼ିକ ବୃଦ୍ଧି ହେବାକୁ ଲାଗିଛି । ଯେଉଁଠାରେ ଗୋଟିଏ ପଟେ ବିଜୟ ମାଲ୍ୟା ଭାରତକୁ ନ ଫେରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ଅନ୍ୟ ପଟେ ଭାରତ ହିଁ ବିଜୟ ମାଲ୍ୟାଙ୍କୁ ଫେରେଇ ଆଣିବା ପାଇଁ କୌଣସି ଅଭାବ ରଖୁନାହିଁ । ଯେଉଁ କାରଣରୁ ବିଜୟ ମାଲ୍ୟାଙ୍କ କେସ୍ ବ୍ରିଟିଶ୍ ହାଇକୋର୍ଟରେ ଚାଲୁଅଛି କିନ୍ତୁ ବର୍ତ୍ତମାନ ଏଠାରେ ବିଜୟ ମାଲ୍ୟା କାନ୍ଦି କାନ୍ଦି ଭାରତର ଟଙ୍କା ଫେରେଇ ଦେବେ ବୋଲି କହିଛନ୍ତି । ଗୁରୁବାର ଦିନ ବିଜୟ ମାଲ୍ୟା ବ୍ରିଟିଶ୍ କୋର୍ଟରେ କାନ୍ଦି କାନ୍ଦି ଅନୁରୋଧ କରୁଥିବାର ନଜର ଆସୁଥିଲେ । ଏଠାରେ ସେ ସ୍ପଷ୍ଟ ଭାବରେ ଭାରତର ଟଙ୍କା ଫେରସ୍ତ କରିଦେବା କଥା କହିଛନ୍ତି । ପ୍ରକୃତରେ ମାଲ୍ୟା କୋର୍ଟରେ ହାତ ଯୋଡ଼ି କହିଲେ ଯେ ଭାରତୀୟ ବ୍ୟାଙ୍କ ତୁରନ୍ତ ନିଜର ଟଙ୍କା ଗୁଡ଼ିକୁ ଫେରେଇ ନିଅନ୍ତୁ । କିନ୍ତୁ ଏହି ସମୟରେ ବିଜୟ ମାଲ୍ୟା ସିବିଆଇ, ପ୍ରଦର୍ଶନ ନିର୍ଦେଶାଳୟ ଉପରେ ମଧ୍ୟ ମିଥ୍ୟା ଆରୋପ କରୁଥିବାର ନଜର ଆସିଲେ ।

ରୋୟଲ କୋର୍ଟ ଅଫ ଜଷ୍ଟିସ୍ ବାହାରେ ମାଲ୍ୟା କହିଛନ୍ତି ଯେ, ମୁଁ ମୂଳ ରକମର ୧୦୦ ପ୍ରତିଶତ ଫେରସ୍ତ କରିବା ପାଇଁ ପ୍ରସ୍ତୁତ ଅଛି । ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ମୋ ସହିତ ଯାହା ମଧ୍ୟ କରୁଛନ୍ତି ତାହା କୌଣସି ପ୍ରକାରରେ ମଧ୍ୟ ଠିକ୍ ନୁହଁ ।’ ଏହା ଆଗକୁ ମାଲ୍ୟା କହିଛନ୍ତି ଯେ, ‘ବ୍ୟାଙ୍କ ଗୁଡ଼ିକର ଏହି ଅଭିଯୋଗ ଯୋଗୁଁ ମୁଁ ଏହା ଭୋଗ କରୁଛି, ଇଡ଼ି ମୋର ସମ୍ପତ୍ତି ଗୁଡ଼ିକୁ ନିଜ ଅକ୍ତିଆରରେ କରି ନେଇଛନ୍ତି । ମୁଁ ପିଏମଏଲଏ (ମନି ଲଣ୍ଡରିଂ ନିରୋଧକ ଆଇନ) ଅନୁଯାୟୀ କୌଣସି ଅପରାଧ କରିନାହିଁ । ଇଡ଼ି ମୋର ଧନ ସମ୍ପତ୍ତିକୁ ନିଜେ ହିଁ ଅକ୍ତିଆର କରି ନେଇଛନ୍ତି ।’ ଯଦିଓ ବିଜୟ ମାଲ୍ୟାକୁ କୋର୍ଟରେ ହାଜର କରାଯିବା ସମୟରେ ଭାରତର ଓକିଲଙ୍କ ମଧ୍ୟରେ କଳହ ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଭାରତ ପକ୍ଷରୁ ଓକିଲ ବିଜୟ ମାଲ୍ୟାଙ୍କ ଓକିଲ ସମସ୍ତ ଦାବିକୁ ମିଥ୍ୟା ବୋଲି କହିଛନ୍ତି ।

କୋର୍ଟରେ ଭାରତ ସରକାରଙ୍କ ତରଫରୁ କ୍ରାଉନ ପ୍ରସିକ୍ୟୁସନ ସର୍ଭିସ (ସିପିଏ) ହାଜର ହୋଇଛନ୍ତି । ଯିଏ ମାଲ୍ୟାଙ୍କ ଓକିଲର ସେହି ଦାବିକୁ ମିଥ୍ୟା ବୋଲି ପ୍ରମାଣିତ କରୁଛନ୍ତି । ଯେଉଁଥିରେ ମାଲ୍ୟାଙ୍କ ବିରୁଦ୍ଧରେ ଭାରତରେ ଛଳନା ଏବଂ ମନି ଲଣ୍ଡରିଂର ଅଭିଯୋଗ ଗୁଡ଼ିକୁ ଅନୁଚିତ ବୋଲି କହିଥିଲେ । ପ୍ରସିକ୍ୟୁସନ ମାଲ୍ୟାଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ସାକ୍ଷୀ ଉପସ୍ଥାପନ କରିଛନ୍ତି ଏବଂ କହିଛନ୍ତି ଯେ ସେ ବ୍ୟାଙ୍କ ମାନଙ୍କରୁ ଋଣ ଆକାରରେ ୯ ହଜାର କୋଟି ଟଙ୍କା ଋଣ ସୁଝିବାରୁ ବଞ୍ଚିତ ହେବା ପାଇଁ ବ୍ରିଟେନ ଆସିଛନ୍ତି । ଏହା ଆଗକୁ ପ୍ରସିକ୍ୟୁସନ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମାଲ୍ୟାଙ୍କ ବିରୁଦ୍ଧରେ ୩୨ ହଜାର ପୃଷ୍ଠା ପ୍ରମାଣ ଜାରି କରିଛନ୍ତି ଏବଂ ଭାରତରେ ମଧ୍ୟ ମାଲ୍ୟାଙ୍କ ବିରୁଦ୍ଧରେ ମୋକଦ୍ଦମା ଚାଲୁଅଛି । ଯେଉଁଠାରେ ହାଜର ହେବା ପାଇଁ ସିବିଆଇ ଏବଂ ଇଡ଼ିକୁ ମାଲ୍ୟାର ଆବଶ୍ୟକତା ରହିଛି।

Be the first to comment

Leave a Reply

Your email address will not be published.


*