ବହୁତ ହୃଦୟସ୍ପର୍ଶୀ ଅଟେ ରାଜପାଳ ୟାଦବଙ୍କ ପ୍ରେମ କାହାଣୀ ! କାନାଡ଼ାରେ ୯ ବର୍ଷ ଛୋଟ ରାଧାଙ୍କୁ କରିଥିଲେ ପ୍ରେମ ଓ ପରବର୍ତ୍ତୀ ସମୟରେ…

ବହୁତ ହୃଦୟସ୍ପର୍ଶୀ ଅଟେ ରାଜପାଳ ୟାଦବଙ୍କ ପ୍ରେମ କାହାଣୀ ! କାନାଡ଼ାରେ ୯ ବର୍ଷ ଛୋଟ ରାଧାଙ୍କୁ କରିଥିଲେ ପ୍ରେମ ଓ ପରବର୍ତ୍ତୀ ସମୟରେ…

ବଲିଉଡ଼ ଅଭିନେତା ରାଜପାଳ ୟାଦବ ସିନେମା ଇତିହାସରେ ସବୁଠାରୁ ଦମଦାର କମେଡ଼ିଏନ ବା ହାସ୍ୟକାର ମଧ୍ୟରେ ଅନ୍ୟତମ । ସେ ବହୁତ ଭଲ ଭଲ କମେଡ଼ି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏବଂ ନିଜ ହସାଉଥିବା ଗୁଣ ଯୋଗୁଁ ଦର୍ଶକଙ୍କ ହୃଦୟ ଜିଣି ନେଇଛନ୍ତି । ରାଜପାଳ ନିଜ କ୍ୟାରିୟର ଆରମ୍ଭରେ ନକରାତ୍ମକ ଭୂମିକାରେ ଅଭିନୟ କରୁଥିଲେ, କିନ୍ତୁ ପରେ ପରେ ସେ ଏକ ହାସ୍ୟକାର ଭାବେ ପରିଚିତ ହେଲେ ଏବଂ ତାପରେ ସେ ହୋଇଗଲା କମେଡ଼ି କିଙ୍ଗ । ଆଜି ରାଜପାଳ ନିଜର ୫୦ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଆଜି ଆମେ ଆପଣଙ୍କୁ ତାଙ୍କ କ୍ୟାରିୟର୍ ଓ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କିଛି କଥା ବିଷୟରେ ସୁଚାଇବୁ ।

ରାଜପାଳ ୟାଦବଙ୍କ ଜନ୍ମ ୧୬ ମାର୍ଚ୍ଚ, ୧୯୭୧କୁ ଉତ୍ତର ପ୍ରଦେଶର କୁନ୍ଦାରେ ହୋଇଥିଲା । ଅଭିନେତା ନିଜ କ୍ୟାରିୟରର ଶୁଭାରମ୍ଭ ୧୯୯୯ରେ କରିଥିଲେ । ସେହି ବର୍ଷ ତାଙ୍କର ତିନୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଛି । ଦିଲ କ୍ୟା କରେ, ମସ୍ତ ଓ ଶୁଲ ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ଏହାପରେ ଧୀରେ ଧୀରେ ତାଙ୍କୁ ବଡ଼ ବଡ଼ ରୋଲ୍ ମିଳିବାକୁ ଲାଗିଲା । ପରେ ତାଙ୍କୁ ଚାନ୍ଦନୀ ବାର, ହଙ୍ଗାମା ଓ ମେ ମାଧୁରୀ ଦୀକ୍ଷିତ ବନନା ଚାହତି ହୁ ଭଲ ଚଳଚ୍ଚିତ୍ର ମାନଙ୍କରେ କାମ କରିବା ପାଇଁ ସୁଯୋଗ ମିଳିଲା, ଏହି ଚଳଚ୍ଚିତ୍ରରୁ ସେମାନେ ଲୋକଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କଲେ ।

ଏହାପରେ ରାଜପାଳ ୟାଦବଙ୍କ ଗୋଳଡେନ୍ ପିରିୟଡ଼ ଆରମ୍ଭ ହେଲା । ସେପଟେ ୨୦୦୩ ମସିହା ପରେ ରାଜପାଳ ୟାଦବଙ୍କୁ ଭଲ ଭଲ ରୋଲ୍ ସବୁ ମିଳିବାକୁ ଲାଗିଲା । ସେ କମେଡ଼ିଏନ୍ ଭାବେ ରହିଲେ କିନ୍ତୁ ରୋଲ୍ ଗୁଡ଼ିକ ଏପରି ଥିଲା ଯେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରକୁ ଲୋକେ ରାଜପାଳ ୟାଦବଙ୍କ ନାମ ଶୁଣି ଦେଖିବାକୁ ଚାଲି ଯାଉଥିଲେ । ରାଜପାଳ ୟାଦବ ବକ୍ତ, ଆନ୍, ମୁଝସେ ଶାଦୀ କରୋଗୀ, ମେ ମେରି ପତ୍ନ ଔର ବୋ, ମାଲାମାଲ ବିକଲି, ଚୁପ୍ ଚୁପ୍ କେ, ଭାଗମଭାଗ, ଢୋଲ, ଭୁଲଭୁଲେୟା, ଭୂତନାଥ, ବିଲ୍ଲୁ, କୁସ୍ତି, କିକ ୨, ୱେଲକମ ବେକ, ଜୁଡ଼ବା ୨ ଓ କୁଲି ନମ୍ବର ୧ ଭଳି ସୁପରହିଟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ।

ଯଦିଓ ବର୍ତ୍ତମାନ ରାଜପାଳ ୟାଦବ ଚଳଚ୍ଚିତ୍ରରେ ଖୁବ୍ କମ୍ ନଜର ଆସୁଛନ୍ତି କିନ୍ତୁ ଏହା ସତ୍ତ୍ୱେ ସେ ଏତେ ବଡ଼ ନାମ ଅଟନ୍ତି ଯେ ତାଙ୍କ ଡିମାଙ୍ଗ ଇଣ୍ଡଷ୍ଟ୍ରିରେ କମି ନାହିଁ । ପ୍ରତିବର୍ଷ ସେ କୌଣସି ନା କୌଣସି ଚଳଚ୍ଚିତ୍ରରେ ନଜର ଆସିଯାନ୍ତି । ରାଜପାଳ ୟାଦବଙ୍କ ନିକଟରେ ୨୦୨୧ରେ ମଧ୍ୟ ୨ଟି ଚଳଚ୍ଚିତ୍ର ଥିଲା । “ହଙ୍ଗାମା ୨” ଓ “ଟାଇମ ଟୁ ଡାନ୍ସ” ଭଳି ଚଳଚ୍ଚିତ୍ରରେ ସେ ନଜର ଆସିବେ । ଏହା ତ ଥିଲା ରାଜପାଳ ୟାଦବଙ୍କ ପ୍ରଫେସନାଲ୍ ଲାଇଫ୍ ବିଷୟରେ ଏବେ ଚାଲନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଜାଣିବା ।

ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବା ତେବେ ଅଭିନେତାଙ୍କ ପ୍ରେମ କାହାଣୀ ମଧ୍ୟ କୌଣସି ଚଳଚ୍ଚିତ୍ର କାହାଣୀ ଠାରୁ କମ୍ ନୁହେଁ । ୨୦୦୩ରେ ଯେତେବେଳେ ରାଜପାଳ ୟାଦବଙ୍କ ପାଖରେ ଭଲ ଭଲ ରୋଲ୍ ଆସିବାକୁ ଲାଗିଲା ସେତେବେଳେ ତାଙ୍କୁ ବିଦେଶକୁ ଯାଇ ଶୁଟିଂ କରିବା ପାଇଁ ମଧ୍ୟ ସୁଯୋଗ ମିଳିଲା । ରାଜପାଳ ୟାଦବ ୨୦୦୩ରେ ସନୀ ଦେଓଲଙ୍କ ହିରୋ ଚଳଚ୍ଚିତ୍ରର ଶୁଟିଂ ସକାଶେ କାନାଡ଼ା ଯାଇଥିଲେ । ଯେଉଁଠି ତାଙ୍କ ଦେଖା ହେଲା ରାଧାଙ୍କ ସହିତ । ସେଠାରେ ସେ ମାତ୍ର ୧୦ ଦିନ ଥିଲେ କିନ୍ତୁ ଏହି ୧୦ ଦିନ ମଧ୍ୟରେ ତାଙ୍କୁ ତାଙ୍କ ଜୀବନର ସାଥୀ ମିଳିଗଲେ ।

ରାଜପାଳ ୟାଦବ ରାଧାଙ୍କୁ କାନାଡ଼ାର କାଲଗାରୀର କଫି ଶପରେ ଭେଟିଥିଲେ । ଏହି ସମୟରେ ଦୁହେଁ ନିଜ ପର୍ସନାଲ୍ ଓ ପ୍ରଫେସନାଲ୍ ଲାଇଫ୍ ବିଷୟରେ କଥାବାର୍ତ୍ତା ହେଉଥିଲେ । ଦୁହେଁ ଖୋଲାଖୋଲି ଭାବେ ସମସ୍ତ ବିଷୟରେ କଥାବାର୍ତ୍ତା କରୁଥିଲେ । ସେହି ୧୦ ଦିନରେ ଦୁହିଁଙ୍କୁ ପରସ୍ପର ସହ ପ୍ରେମ ହୋଇଗଲା ଯେ କଥାଟି ବିବାହ ପର୍ଯ୍ୟନ୍ତ ପହଞ୍ଚିଗଲା ।

ଏହାପରେ ରାଜପାଳ ୟାଦବ ୧୦ ମେ ୨୦୦୩କୁ ରାଧାଙ୍କ ସହିତ ବିବାହ କରିନେଲେ । ଏହା ରାଜପାଳ ୟାଦବଙ୍କ ଦ୍ୱିତୀୟ ବିବାହ ଥିଲା । ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାମ ଥିଲା କରୁଣା । ସେତେବେଳେ କରୁଣାଙ୍କ ନିଧନ ହୋଇଯାଇଥିଲା ଯେତେବେଳେ ସେ ପ୍ରଥମ ଝିଅ ଜ୍ୟୋତିଙ୍କୁ ଜନ୍ମ ଦେଇଥିଲେ । ରାଜପାଳ ଏହାପରେ ବିବାହ କରିବା ପାଇଁ ଚାହୁଁନଥିଲେ କିନ୍ତୁ ଜୀବନ ସାଥୀ ଭାବେ ତାଙ୍କୁ ରାଧା ମିଳିଗଲେ ଏବଂ ଯେତେବେଳେ ଏହି ବନ୍ଧୁତା ପ୍ରେମରେ ବଦଳିଗଲା ସେତେବେଳେ ଦୁହେଁ ବିବାହ କରିନେଲେ ।

ଏକ ସାକ୍ଷାତକାରରେ ରାଜପାଳ ୟାଦବ ନିଜ ପ୍ରେମ କାହାଣୀ ବିଷୟରେ କହିଥିଲେ ଯେ, ‘ମୋ ସ୍ତ୍ରୀ ରାଧା ମୋ ଠାରୁ ୯ ବର୍ଷ ଛୋଟ ଅଟନ୍ତି । ଆମର ପ୍ରେମ ବିବାହ ହୋଇଛି । ରାଧା ଓ ମୋର ଦେଖା କାନାଡ଼ାରେ ହୋଇଥିଲା, ଯେତେବେଳେ ମୁଁ ଚଳଚ୍ଚିତ୍ର’ଦ ହିରୋ’ର ଶୁଟିଂ ପାଇଁ ସେଠାକୁ ଯାଇଥିଲି ।

ରାଜପାଳ ୟାଦବ କହିଥିଲେ ଯେ, ଏକ କମନ୍ ଫ୍ରେଣ୍ଡ ଆମ ଦୁହିଁଙ୍କ ଦେଖା କରାଇଥିଲେ । ଆମେ ଦୁହେଁ ୧୦ ଦିନ ପର୍ଯ୍ୟନ୍ତ କାନାଡ଼ାରେ ସାଥିରେ ଥିଲୁ । କାନାଡ଼ାରୁ ଫେରିବା ପରେ ମଧ୍ୟ ଆମେ ଦୁହେଁ ପରସ୍ପର ସହ କଥାବାର୍ତ୍ତା ହେଉଥିଲୁ । ଯଦିଓ ଆମ ସାକ୍ଷାତର ୧୦ ମାସପରେ ରାଧା କାନାଡ଼ା ଛାଡି ଭାରତ ଆସିବାକୁ ନିଷ୍ପତ୍ତି ନେଲେ । ସେ ସେତେବେଳେ କହିଥିଲେ ଯେ ଆମେ ଅଧିକ ସମୟ ଧରି ଫୋନରେ କଥାବାର୍ତ୍ତା କରୁଥିଲୁ । ଏହି ସମୟରେ ମୋର ବହୁତ ଫୋନ୍ ବିଲ୍ ଆସୁଥିଲା ।

ସେପଟେ ପ୍ରଥମ ଦେଖା ବିଷୟରେ ରାଧା କହିଥିଲେ ଯେ, “ମୁଁ ଯେତେବେଳେ ପ୍ରଥମ ଥର ମୁମ୍ବାଇ ପହଞ୍ଚିଲି, ସେତେବେଳେ ରାଜପାଳ ମୋତେ ନିଜ ଘରକୁ ନେଇ ଯାଇଥିଲେ । ସେ ମୋତେ ସର୍-ପ୍ରାଇଜ୍ ଦେବା ପାଇଁ ଘରର ଇଣ୍ଟିରିୟର୍ ଗୁଡ଼ିକ ସେହି ହୋଟେଲ୍ ଭଳି କରିଥିଲେ, ଯେପରି କାନାଡ଼ା ହୋଟେଲରେ ଥିଲା, ଯେଉଁଠାରେ ଆମେ ପ୍ରଥମଥର ଦେଖା କରିଥିଲୁ । ଏହାପରେ ଦୁହେଁ ବିବାହ କରିନେଲେ । ବର୍ତ୍ତମାନ ଦୁହିଁଙ୍କ ଦୁଇଟି ଝିଅ ଅଛନ୍ତି । ରାଜପାଳ ୟାଦବଙ୍କ ଝିଅ ଜ୍ୟୋତିଙ୍କ ବିବାହ ହୋଇ ସାରିଛି । ରାଜପାଳ ୟାଦବଙ୍କ ଝିଅ ଜ୍ୟୋତି ତାଙ୍କ ପ୍ରଥମ ସ୍ତ୍ରୀ କରୁଣାଙ୍କ ସନ୍ତାନ ଅଟନ୍ତି । ସେପଟେ ରାଜପାଳ ସୋସିଆଲ୍ ମିଡିଆରେ ଅଧିକାଂଶ ସମୟରେ ନିଜ ପରିବାର ସହ ଫୋଟଗୁଡିକ ସେୟାର୍ କରନ୍ତି । ବିଶେଷ କରି ନିଜ ଝିଅମାନଙ୍କ ସହିତ ତାଙ୍କର ସମ୍ପର୍କ ବହୁତ ଭଲ ରହିଛି ।

Leave a Reply

Your email address will not be published. Required fields are marked *