ମଇ ୨୯ ତାରିଖ ଦିନ ମିଥୁନ ରାଶିରେ ଶୁକ୍ର କରିବେ ଗୋଚର ! ଜାଣନ୍ତୁ କେଉଁ ରାଶିକୁ ମିଳିବ ଶୁଭଫଳ…

ମଇ ୨୯ ତାରିଖ ଦିନ ମିଥୁନ ରାଶିରେ ଶୁକ୍ର କରିବେ ଗୋଚର ! ଜାଣନ୍ତୁ କେଉଁ ରାଶିକୁ ମିଳିବ ଶୁଭଫଳ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସମସ୍ତ ଗ୍ରହ ସମୟ ସହ ନିଜ ଚଳନ ପରିବର୍ତ୍ତନ କରିଥାନ୍ତି, ଯେଉଁଥିପାଇଁ ସମସ୍ତ ୧୨ଟି ରାଶି ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପଡ଼ିଥାଏ । ଜ୍ୟୋତିର୍ବିଦ ମାନଙ୍କର କହିବା ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କ ରାଶିରେ ଗ୍ରହର ଚଳନ ଠିକ୍ ରହିଥିବ, ତେବେ ଏହାର କାରଣରୁ ଜୀବନରେ ସକରାତ୍ମକ ଫଳାଫଳ ମିଳିଥାଏ କିନ୍ତୁ ଏହାର ଚଳନ ଠିକ୍ ନହେବା କାରଣରୁ ଜୀବନରେ ବହୁତ ସମସ୍ୟା ଉତ୍ପନ୍ନ ହେବାକୁ ଲାଗିଥାଏ ।

ଜ୍ୟୋତିଷ ଗଣନା ଅନୁଯାୟୀ, ୨୯ ମଇ ୨୦୨୧ ଦିନ ଶୁକ୍ର ଗ୍ରହ ବୃଷ ରାଶିରୁ ବାହାରି ମିଥୁନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି ଏବଂ ୨୨ ଜୁନ୍ ପର୍ଯ୍ୟନ୍ତ ଏହି ରାଶିରେ ରହିବେ । ଶୁକ୍ରଙ୍କର ଗୋଚର କାରଣରୁ ସବୁ ରାଶି ଉପରେ କିଛି ନା କିଛି ପ୍ରଭାବ ନିଶ୍ଚିତ ଭାବରେ ପଡିବ । ତେବେ ସବୁ ରାଶି ଉପରେ କିପରି ପ୍ରଭାବ ରହିବ, ଆସନ୍ତୁ ସେ ବିଷୟରେ ଜାଣିବା ।

ଆସନ୍ତୁ ଜାଣିବା ଶୁକ୍ର ଗ୍ରହର ଗୋଚର କେଉଁ ରାଶି ପାଇଁ ଶୁଭ ରହିବ:-

ମେଷ ରାଶିର ଲୋକମାନଙ୍କର ପାଇଁ ଶୁକ୍ର ଗ୍ରହର ଗୋଚର ତୃତୀୟ ଭାବରେ ହେବ, ଯେଉଁଥିପାଇଁ ଏହି ସମୟ ମଧ୍ୟରେ ଆପଣଙ୍କ ସାହସ ଏବଂ ପରାକ୍ରମରେ ବୃଦ୍ଧି ହେବ । ଛୋଟ ଭାଇ ଭଉଣୀଙ୍କ ସହ ଆପଣଙ୍କ ସମ୍ପର୍କ ମଧୁର ହେବ । କାମରେ ଭଲ ଫଳାଫଳ ମିଳିବାର ଯୋଗ ଦେଖାଯାଉଛି । ପାରିବାରିକ ପରିବେଶ ଭଲ ରହିବ । ପାରିବାରିକ ଆବଶ୍ୟକତା ପୂରଣ ହେବ । ରୋଜଗାରର ମାଧ୍ୟମ ବଢିବ । ବ୍ୟବସାୟ ଭଲ ଚାଲିବ । ଆପଣ କୌଣସି ଲାଭଦାୟକ କ୍ଷେତ୍ରରେ ଯାତ୍ରା କରିପାରନ୍ତି ।

ବୃଷ ରାଶିର ଲୋକମାନଙ୍କର ରାଶିରେ ଶୁକ୍ର ଗ୍ରହର ଗୋଚର ଦ୍ଵିତୀୟ ଭାବରେ ହେବ, ଯେଉଁଥିପାଇଁ ଆପଣ ଏହି ସମୟ ମଧ୍ୟରେ ଧନ ସଞ୍ଚୟ କରିବାରେ ସଫଳ ହୋଇପାରିବେ । ଘର ପରିବାରକୁ ଖୁସିର ଆଗମନ ହେବ । ଆପଣ ଆପଣଙ୍କ ମଧୁର କଥା ଦ୍ୱାରା ଲୋକମାନଙ୍କୁ ପ୍ରଭାବିତ କରିବେ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ତାଳମେଳ ରହିବ । ପ୍ରେମ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି ।

ମିଥୁନ ରାଶିର ଲୋକମାନଙ୍କ ପାଇଁ ଶୁକ୍ର ଗ୍ରହ ପରିବର୍ତ୍ତନ ହେବାକୁ ଯାଉଅଛି, ଯେଉଁଥିପାଇଁ ଆପଣଙ୍କ ବ୍ୟକ୍ତିତ୍ୱରେ ଆକର୍ଷଣ ବଢିବ । ବୈବାହିକ ଜୀବନ ସୁଖମୟ ରହିବ । ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ବହୁତ ଭଲ ରହିବ । ପ୍ରେମ ଜୀବନରେ ଦୃଢ଼ତା ଆସିବ । ସାମାଜିକ କ୍ଷେତ୍ରରେ ପ୍ରଭାବ ବଢିବ । ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିପାରନ୍ତି । ଘରୋଇ ଆବଶ୍ୟକତା ପୂରଣ ହେବ । ରୋଜଗାରର ମାଧ୍ୟମ ବଢିବ ।

ସିଂହ ରାଶିର ଲୋକମାନଙ୍କ ପାଇଁ ଶୁକ୍ର ଗ୍ରହର ଗୋଚର ୧୧ତମ ଭାବରେ ହେବ, ଯେଉଁଥିପାଇଁ ଏହି ସମୟ ମଧ୍ୟରେ ଆପଣଙ୍କ ଆୟରେ ଅତ୍ୟନ୍ତ ବୃଦ୍ଧି ଦେଖିବାକୁ ମିଳିବ । ଭାଇ ଭଉଣୀଙ୍କ ସହ ଚାଲିଥିବା ମତଭେଦ ଦୂର ହେବ । ଅନେକ କ୍ଷେତ୍ରରୁ ଲାଭ ମିଳିବାର ଯୋଗ ଦେଖାଯାଉଛି । ପରିବାରର ଆର୍ଥିକ ସ୍ଥିତି ଦୃଢ଼ କରିବାରେ ଆପଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବାକୁ ଯାଉଅଛି । ଦାମ୍ପତ୍ୟ ଜୀବନ ଭଲ ରହିବ । ବ୍ୟବସାୟରେ କ୍ଷେତ୍ରରେ ଲାଭ ମିଳିପାରେ ।

କନ୍ୟା ରାଶିର ଲୋକମାନଙ୍କ ପାଇଁ ଶୁକ୍ର ଗ୍ରହର ଗୋଚର ଦଶମ ଭାବରେ ହେବ, ଯେଉଁଥିପାଇଁ କାର୍ଯ୍ୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବାକୁ ଯାଉଅଛି । ଶାସନ ସତ୍ତାର ପୂର୍ଣ୍ଣ ସୁଖ ପ୍ରଦାନ ହୋଇପାରେ । ଚାକିରୀ ବ୍ୟବସାୟରେ ଉନ୍ନତି ମିଳିବାର ଯୋଗ ଦେଖାଯାଉଛି । ଆପଣଙ୍କର ଭାବିଥିବା କାମକୁ ସଠିକ୍ ସମୟରେ ପୂରଣ କରିବେ । ପୂଜାପାଠରେ ମନ ଲାଗିବ । ଘରେ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ବିଷୟରେ ଆଲୋଚନା ହୋଇପାରେ ।

ତୁଳା ରାଶିର ଲୋକମାନଙ୍କ ପାଇଁ ଶୁକ୍ର ଗ୍ରହର ଗୋଚର ନବମ ଭାବରେ ହେବ, ଯେଉଁଥିପାଇଁ ଧାର୍ମିକ କାର୍ଯ୍ୟରେ ଆପଣଙ୍କର ଅଧିକ ଆଗ୍ରହ ରହିବ । ଭାଗ୍ୟର ସମ୍ପୂର୍ଣ୍ଣ ସହାୟତା ମିଳିବାକୁ ଯାଉଅଛି । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିପାରେ । ବଡ଼ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରିବେ । ଯଦି ଆପଣ କାହାକୁ ଟଙ୍କା ଉଧାର ଦେଇଛନ୍ତି, ତେବେ ଏହା ସଠିକ୍ ସମୟ ମଧ୍ୟରେ ମିଳିପାରେ । ଆୟ ଭଲ ରହିବ । ଅଯଥା ଖର୍ଚ୍ଚ ହ୍ରାସ ପାଇବ ।

Leave a Reply

Your email address will not be published. Required fields are marked *