ମଇ ୨୮ ତାରିଖ ପର୍ଯ୍ୟନ୍ତ ବୃଷ ରାଶିରେ ବିରାଜମାନ ରହିବେ ଶୁକ୍ର ! ଏହି ୫ଟି ରାଶି ଉପରେ ପଡ଼ିବ ଶୁଭ ପ୍ରଭାବ…

ମଇ ୨୮ ତାରିଖ ପର୍ଯ୍ୟନ୍ତ ବୃଷ ରାଶିରେ ବିରାଜମାନ ରହିବେ ଶୁକ୍ର ! ଏହି ୫ଟି ରାଶି ଉପରେ ପଡ଼ିବ ଶୁଭ ପ୍ରଭାବ…

ମଇ ମାସ ୪ ତାରିଖରେ ଶୁକ୍ର ଗ୍ରହଙ୍କ ପ୍ରଭାବ ବୃଷଭ ରାଶି ଉପରେ ପଡ଼ିଛି ଏବଂ ଶୁକ୍ର ଗ୍ରହର ପ୍ରଭାବ ମଇ ମାସ ୨୮ ତାରିଖ ପର୍ଯ୍ୟନ୍ତ ଏହି ରାଶି ଗୁଡିକରେ ରହିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଆକର୍ଷଣ, ଐଶ୍ୱର୍ଯ୍ୟ, ସୌଭାଗ୍ୟ, ଧନ, ପ୍ରେମ ଏବଂ ବୈଭବର କାରକ ବୋଲି କୁହାଯାଏ । ଶୁକ୍ର ଗ୍ରହର ଏହି ପରିବର୍ତ୍ତନ ସମସ୍ତ ଗ୍ରହମାନଙ୍କ ଉପରେ ପ୍ରଭାବ ଦେଖିବାକୁ ମିଳିବ । ୧୨ ଗୋଟି ରାଶି ମଧ୍ୟରୁ ପାଞ୍ଚଟି ରାଶି ଉପରେ ଶୁକ୍ରର ଶୁଭ ପ୍ରଭାବ ପଡ଼ିବ ଏବଂ ଏହି ରାଶି ଅନ୍ତର୍ଭୁକ୍ତ ଜାତକର ବ୍ୟକ୍ତି ମାନଙ୍କ ଭାଗ୍ୟ ଚମକି ଉଠିବ ।

ମେଷ ରାଶି

ଶୁକ୍ରର ପରିବର୍ତ୍ତନ ମେଷ ରାଶି ଲୋକ ମାନଙ୍କ ପାଇଁ ଲାଭଦାୟକ ହେବ ଏବଂ ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କୁ ଧନ ପ୍ରାପ୍ତି ହେବ । ପରିବାର ପକ୍ଷରୁ ଶୁଭ ଖବର ପ୍ରାପ୍ତ ହେବ । ଯେଉଁ ବ୍ୟକ୍ତି ମାନଙ୍କ ବିବାହ ହୋଇ ନାହିଁ ସେମାନଙ୍କ ପ୍ରସ୍ତାବ ପକ୍କା ହେବ । ଏହି ରାଶିର ଵ୍ୟକ୍ତି ବିଶେଷମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଟିକେ ଯତ୍ନବାନ ହେବା ଉଚିତ୍ ।

ବୃଷ ରାଶି

ବୃଷ ରାଶି ଲୋକଙ୍କ ପାଇଁ ମଧ୍ୟ ଶୁକ୍ରଙ୍କ ପ୍ରଭାଵ ଉତ୍ତମ ସାବ୍ୟସ୍ତ ହେବାକୁ ଯାଉଛି । ଏହି ସମୟ ଅବଧି ମଧ୍ୟରେ କରାଯାଇଥିବା କାର୍ଯ୍ୟ ସଫଳ ହେବ । ପୂର୍ବ କଳ୍ପିତ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଆର୍ଥିକ ଅବସ୍ଥା ସୁଦୃଢ ହେବ । ନୂତନ ଯାନ କିଣି ପାରିବେ ଏବଂ ଅନେକ କିଛି କାମ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି । ତେବେ ସେ ସବୁ ପାଇଁ ମଧ୍ୟ ଏହି ସମୟ ସର୍ବୋତ୍ତମ ହେବାକୁ ଯାଉଛି ।

କର୍କଟ ରାଶି

ଶୁକ୍ରର ପରିବର୍ତ୍ତନ ହେତୁ କର୍କଟ ରାଶି ଲୋକଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ । ଏହି ରାଶିର ଲୋକ ମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଏହି ସମୟ ଛାତ୍ର ମାନଙ୍କ ପାଇଁ ବହୁତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି । ଜୀବନ ସାଥୀଙ୍କ ସହିତ ମଧ୍ୟ ସାକ୍ଷାତ ହେବାର ସମ୍ଭାବନା ରହିଛି । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଆର୍ଥିକ ପରିସ୍ଥିତି ମଧ୍ୟ ସୁଦୃଢ ହେବ ।

ସିଂହ ରାଶି

ସିଂହ ରାଶି ଉପରେ ମଧ୍ୟ ଏହାର ଅନୁକୂଳ ପ୍ରଭାବ ଦେଖିବାକୁ ମିଳିବ । ସିଂହ ରାଶିର ବ୍ୟକ୍ତି ବିଶେଷ ମାନେ ପଦୋନ୍ନତି ପାଇବେ ଏବଂ ଚାକିରୀରେ ସମ୍ମାନ ପାଇବେ । ବ୍ୟବସାୟୀ ଏବଂ ଚାକିରୀ ସନ୍ଧାନରେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟ ଉତ୍ତମ ରହିବ । ଯଦି କେହି ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ଏହି ସମୟ ମଧ୍ୟରେ ସେ ଆରମ୍ଭ କରିପାରିବେ । ଏହା ବ୍ୟତୀତ ନୂତନ ଘର ଏବଂ ଯାନ କ୍ରୟ ପାଇଁ ସମୟ ଅନୁକୂଳ ଅଟେ । ଜମିଜମା ସହ ଜଡିତ ବିବାଦର ସମାଧାନ ହୋଇପାରିବ ଏବଂ ଆତ୍ମୀୟ ପରିଜନଙ୍କ ସହ ସମ୍ପର୍କ ଆହୁରି ସୁଦୃଢ଼ ହେବ ।

ମକର ରାଶି

ମକର ରାଶିର ବ୍ୟକ୍ତି ବିଶେଷଙ୍କୁ ପରିବାର ତରଫରୁ ସୁଖ ପ୍ରାପ୍ତ ହେବ । ବିବାହର ଯୋଗରହିଛି । ଏହି ସମୟରେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ବଢିବ । ଧାର୍ମିକ କାର୍ଯ୍ୟକଳାପରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ଯୋଜନାବଦ୍ଧ କାର୍ଯ୍ୟଗୁଡ଼ିକ ଆପେଆପେ ସମ୍ପୂର୍ଣ୍ଣ ହୋଇଯିବ ।

ତେବେ ଏହି ସବୁ ରାଶି ଉପରେ ଶୁଭ ପ୍ରଭାବ ଦେଖିବାକୁ ମିଳିବ । ଅପରପକ୍ଷେ ଅନ୍ୟ ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ପଡିବ । ଏହିପରି ପରିସ୍ଥିତିରେ ଅନ୍ୟ ରାଶିର ବ୍ୟକ୍ତି ବିଶେଷମାନେ ନିମ୍ନରେ କୁହାଯାଇଥିବା ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ଏହି ପଦକ୍ଷେପ ଗୁଡିକୁ ଗ୍ରହଣ କରିବା ଦ୍ୱାରା ଶୁକ୍ର ଆପଣଙ୍କ ପାଇଁ ଅନୁକୂଳ ରହିବେ ।

* ଶୁକ୍ରବାର ଦିନ ଶୁକ୍ର ଦେବଙ୍କ କାହାଣୀ ପଢ଼ନ୍ତୁ ଏବଂ ତାଙ୍କର ଆରତୀ ନିଶ୍ଚିତ ଭାବରେ କରନ୍ତୁ ।

* ଶୁକ୍ର ଦଶା ଠିକ୍ ହେବା ନିମନ୍ତେ ଧଳା ସ୍ପଟିକ ମାଳି ପରିଧାନ କରିବା ଲାଭଦାୟକ ଅଟେ ।

* ଗାଈ କୁ ଧଳା ରଙ୍ଗର ଜିନିଷ ଯେପରି କ୍ଷୀରି ଖାଇବାକୁ ଦିଅନ୍ତୁ ଏବଂ ଗାଈର ସେବା କରନ୍ତୁ ।

* ଧଳା ରଙ୍ଗର ଜିନିଷ ଦାନ କରନ୍ତୁ ଏବଂ ଗରିବ ଲୋକଙ୍କୁ ଖାଇବା ପାଇଁ ଦିଅନ୍ତୁ । ବାସ୍ତବରେ ଶୁକ୍ର ଗ୍ରହ ଧଳା ରଙ୍ଗ ସହିତ ଜଡିତ ଅଟନ୍ତି ଏବଂ ତାଙ୍କୁ ଏହି ରଙ୍ଗର ଜିନିଷ ବହୁତ ପ୍ରିୟ ଅଟେ ।

* ଶୁକ୍ରବାର ଦିନ ଧଳା ପୋଷାକ ପିନ୍ଧି ମନ୍ଦିରକୁ ଯାଆନ୍ତୁ ଏବଂ ଶିବଲିଙ୍ଗଙ୍କୁ ପୂଜା କରନ୍ତୁ । ପୂଜା କରିବା ସମୟରେ ଧଳା ରଙ୍ଗର ଛେନା, କ୍ଷୀର, ଦହି ଏବଂ ଚିନି ଭୋଲେନାଥଙ୍କୁ ଅର୍ପଣ କରନ୍ତୁ ।

* ଶୁକ୍ର ଗ୍ରହକୁ ଖୁସି ରଖିବା ପାଇଁ ଏକ ଧଳା ରଙ୍ଗର ସ୍ପଟିକ ମାଳି ଧାରଣ କରନ୍ତୁ ।

* ଶୁକ୍ର ଗ୍ରହକୁ ସୈନ୍ଦର୍ଯ୍ୟର ଦେବତା ଭାବରେ ବିବେଚନା କରାଯାଏ । ତେଣୁ ନିଜ ଶରୀରକୁ ସଫା ସୁତୁରା ରଖନ୍ତୁ ।

Leave a Reply

Your email address will not be published. Required fields are marked *