ଫେବୃୟାରୀ ୨୧ରେ କୁମ୍ଭରେ ପ୍ରବେଶ କରିବ ଶୁକ୍ର ! ଏହି ୬ଟି ରାଶି ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଯିବ…

ଫେବୃୟାରୀ ୨୧ରେ କୁମ୍ଭରେ ପ୍ରବେଶ କରିବ ଶୁକ୍ର ! ଏହି ୬ଟି ରାଶି ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଯିବ…

ବୃଷଭ ଏବଂ ତୁଳା ରାଶିଙ୍କ ସ୍ୱାମୀ ଶୁକ୍ର ଗ୍ରହ ୨୧ ଫେବୃୟାରୀରେ ମକର ରାଶିରୁ ବାହାରି କୁମ୍ଭ ରାଶିରେ ଗୋଚର କରିବେ । କୁମ୍ଭରେ ପ୍ରଥମରୁ ସୂର୍ଯ୍ୟ ଏବଂ ବୁଧ ଉପସ୍ଥିତ ଅଛନ୍ତି । ଆପଣଙ୍କୁ କହିରଖୁଛୁ ଯେ ଶୁକ୍ରଙ୍କର ବୁଧ ସହିତ ମିତ୍ରବତ ସମ୍ବନ୍ଧ ରହିଛି ଏବଂ ସୂର୍ଯ୍ୟଙ୍କ ସହିତ ଶତ୍ରୁବତ ସମ୍ବନ୍ଧ ରହିଛି ।

ଏପରି ଗ୍ରହଣ କରାଯାଇଥାଏ ଯେ ଶୁକ୍ରଙ୍କ ପରିବର୍ତ୍ତନ ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଗତିବିଧି ଅଟେ, କାରଣ ଏହି ପରିବର୍ତ୍ତନର ପ୍ରଭାବ ସମସ୍ତ ରାଶି ମାନଙ୍କ ଉପରେ ପଡ଼ିଥାଏ । ଶୁକ୍ରଙ୍କ ଗୋଚର ଦ୍ୱାରା କିଛି ରାଶି ଜାତକଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ଆଉ କିଛି ରାଶିର ଜାତକଙ୍କର ଭଲ ଦିନ ଆସିଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ସେହି ରାଶି ଗୁଡ଼ିକ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ଜୀବନରେ ଶୁକ୍ରଙ୍କ ଗୋଚର କାରଣରୁ ଲାଭ ପ୍ରାପ୍ତ ହେବ । ଆସନ୍ତୁ ଜାଣିବା ଯେ, ସେହି ରାଶି ଗୁଡ଼ିକ କଣ କଣ…

ମେଷ ରାଶି :-

Google

ଶୁକ୍ରଙ୍କ ଗୋଚର ମେଷ ରାଶିର ଜାତକଙ୍କ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଆପଣଙ୍କ ପରିବାରରେ ସୁଖ ସମୃଦ୍ଧିର ଉନ୍ନତି ହେବ ଏବଂ ସମ୍ପର୍କରେ ମଧୁରତା ବଜାୟ ରହିବ । ଭାଇ ଭଉଣୀଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ, ତାସହିତ ଜୀବନରେ ପ୍ରତ୍ୟେକ ମୋଡ଼ରେ ଆପଣଙ୍କୁ ଆପଣଙ୍କ ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତ ହେବ । ଯଦି ଆପଣ ପାର୍ଟନରସିପରେ ବିଜନେସ୍ କରନ୍ତି ତେବେ ଶୁକ୍ରଙ୍କ ଗୋଚର କାରଣରୁ ଶୁଭ ପ୍ରଭାବ ଦ୍ୱାରା ଆପଣଙ୍କୁ ଆଗାମୀ ଦିନରେ ଲାଭ ପ୍ରାପ୍ତ ହେବ ।

ଆପଣଙ୍କ ଅଟକି ରହିଥିବା ଧନ ଫେରି ପାରିବେ । ପୁରୁଣା ନିବେଶରୁ ଆପଣଙ୍କୁ ଲାଭ ମିଳିବା ଆରମ୍ଭ ହୋଇଯିବ । କେବଳ ସେତିକି ନୁହେଁ ଗୋଚର କାଳରେ ଆପଣଙ୍କର ସାକ୍ଷାତ କୌଣସି ଖାସ୍ ବ୍ୟକ୍ତିଙ୍କ ସହିତ ହୋଇପାରେ, ଯାହା ସହିତ ଆପଣ କିଛି ଭଲ ସମୟ ବିତାଇବେ । ଯଦି ଚାକିରୀ ସନ୍ଧାନରେ ଅଛନ୍ତି ତେବେ ଶୁଭ ସମାଚାର ମିଳିବ, ଯାହାଦ୍ୱାରା ପରିବାରର ବାତାବରଣ ଭଲ ରହିବ ।

ମିଥୁନ ରାଶି :-

ଶୁକ୍ରଙ୍କ ଗୋଚର ଦ୍ୱାରା ମିଥୁନ ରାଶିର ଜାତକଙ୍କ ଜୀବନରେ ଉନ୍ନତି ହେବ । ଏହି କାରଣରୁ ଧର୍ମ-କର୍ମର କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ । ତାସହିତ ସାମାଜିକ କାର୍ଯ୍ୟରେ ମଧ୍ୟ ଅଂଶଗ୍ରହଣ କରିବେ, ଯାହାଦ୍ୱାରା ଆପଣଙ୍କର ମାନସମ୍ମାନ ବଢ଼ିବ । ଯଦି ଆପଣଙ୍କ ଘର କିଛି ଦୂରରେ ରହି ଚାକିରୀ କରନ୍ତି ତେବେ ଏହି ଗୋଚର କାଳରେ ଆପଣଙ୍କୁ ହୋମ୍ ଟାଉନରେ ଟ୍ରାନ୍ସଫରର ଶୁଭ ସମାଚାର ମିଳିପାରେ । ତାସହିତ ଏହି ରାଶିର ସେହି ଲୋକଙ୍କୁ ମଧ୍ୟ ଶୁଭ ସମାଚାର ମିଳିବ ଯେଉଁମାନେ ଚାକିରୀ ସନ୍ଧାନରେ ଅଛନ୍ତି ।

ବ୍ୟବସାୟରେ ସକ୍ରିୟ ଜାତକଙ୍କ ଆମଦାନୀରେ ବୃଦ୍ଧି ହେବ । ତାସହିତ ଆୟର କିଛି ନୂଆ ସ୍ରୋତ ମଧ୍ୟ ଖୋଲି ପାରେ । କେବଳ ସେତିକି ନୁହେଁ ଯୋଜନାକୁ ଆଗକୁ ବଢ଼ାଇବା ପ୍ରୟାସ ମଧ୍ୟ ଆପଣଙ୍କର ସଫଳ ହେବ । ନିଜ ପରିବାର ସହିତ କୌଣସି ଧାର୍ମିକ ଯାତ୍ରାରେ ଯାଇ ପାରନ୍ତି ।

କର୍କଟ ରାଶି :-

ମେଷ ଏବଂ ମିଥୁନ ରାଶି ଭଳି କର୍କଟ ରାଶିର ଜାତକଙ୍କ ପାଇଁ ଶୁକ୍ରଙ୍କ ଗୋଚର ଲାଭଦାୟକ ହେବ । ଆପଣଙ୍କୁ ହଠାତ୍ କୌଣସି ସ୍ରୋତରୁ ଧନଲାଭ ହୋଇପାରେ । ଭୌତିକ ସୁଖ ସୁବିଧାରେ ବୃଦ୍ଧି ହୋଇପାରେ । ମିତ୍ରଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବେ, କିନ୍ତୁ ଏହାର ପ୍ରଭାବ ଆପଣଙ୍କର ଆର୍ଥିକ ସ୍ଥିତି ଉପରେ ପଡ଼ିବ ନାହିଁ । ଯଦି ନିବେଶ ବିଷୟରେ ଚିନ୍ତା କରୁଛନ୍ତି ତେବେ ବିଶେଷଜ୍ଞଙ୍କ ମତାମତ ନିଅନ୍ତୁ ।

ବିବାହିତ ଜାତକଙ୍କ ସମ୍ବନ୍ଧରେ କହିବାକୁ ଗଲେ ପାର୍ଟନରଙ୍କ ସହିତ ଆପଣ କିଛି ଭଲ ସମୟ ବିତାଇବେ । ସନ୍ତାନଙ୍କ ତରଫରୁ କିଛି ଭଲ ସମାଚାର ମିଳିପାରେ । ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତି କରୁଥିବା ଏବଂ ଉଚ୍ଚ ଶିକ୍ଷାରେ ଅଧ୍ୟୟନରତ ଛାତ୍ରଙ୍କୁ ମନଇଚ୍ଛା ସଫଳତା ମିଳିବ ।

ତୁଳା ରାଶି :-

ଶୁକ୍ରଙ୍କ କୁମ୍ଭ ରାଶିରେ ଗୋଚର କାରଣରୁ ଆପଣଙ୍କ ଜୀବନରେ ଖୁସି ଏବଂ ଉତ୍ସାହର ସଞ୍ଚାର ହେବ । ଏହି କାରଣରୁ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କର ନିରନ୍ତର ସହାୟତା ମିଳିବ । ମିତ୍ରଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯିବାର ପ୍ଲାନ୍ ପ୍ରସ୍ତୁତ କରି ପାରନ୍ତି ।

କାର୍ଯ୍ୟସ୍ଥଳରେ ଆପଣଙ୍କୁ ନିଜ ଅନୁଭବର ଫାଇଦା ମିଳିବ । ତାସହିତ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ । ଯଦି ଆପଣ ଭାଗିଦାରୀର ବ୍ୟାପାର କରନ୍ତି ତେବେ ଆପଣଙ୍କ ଆୟରେ କିଛି ନୂତନ ସ୍ରୋତ ଖୋଲିପାରେ । ଆପଣଙ୍କ ଲୋଭ ଲାଇଫରେ ନୂଆ ଉତ୍ସାହ ଏବଂ ଆଶାର ସଞ୍ଚାର ହେବ, ଯାହାଦ୍ୱାରା ଆପଣଙ୍କ ସମ୍ପର୍କ ଦୃଢ଼ ରହିବ ।

ଧନୁ ରାଶି :-

ଏହି ରାଶିର ଜାତକଙ୍କ ପାଇଁ ମଧ୍ୟ ଶୁକ୍ରଙ୍କ ଗୋଚର ଉତ୍ତମ ପରିଣାମ ନେଇ ଆସିବ । ଆପଣଙ୍କ ପାରିବାରିକ ଜୀବନରେ ଖୁସି ଆସିବ । ଯଦି ଆପଣ ବିଦେଶ ଯାତ୍ରାର ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କର ସେହି ଇଚ୍ଛା ଏହି ସମୟରେ ପୂରଣ ହୋଇପାରେ । ଘର କିମ୍ବା ଗାଡ଼ି କିଣିବା ସମ୍ବନ୍ଧରେ ଭାବୁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଅତି ଉତ୍ତମ ଅଟେ ।

ଗୋଚର କାଳରେ ଆପଣ କିଛି ନୂଆ ପ୍ରଜେକ୍ଟରେ କାମ ଆରମ୍ଭ କରି ପାରନ୍ତି, ଏହି ପ୍ରୋଜେକ୍ଟ ଦ୍ୱାରା ଆପଣଙ୍କୁ ଭାବିଷ୍ୟରେ ଭଲ ଲାଭ ପ୍ରାପ୍ତ ହେବ । ଆପଣଙ୍କ ଲଭ୍ ଲାଇଫରେ ରୋମାଞ୍ଚ ବଢ଼ିବ । ଛାତ୍ର ମାନଙ୍କ କଥା କହିବାକୁ ଗଲେ ସେମାନଙ୍କୁ ଇଚ୍ଛା ଅନୁଯାୟୀ ସଫଳତା ମିଳିପାରେ ।

ମକର ରାଶି :-

ମକର ରାଶିର ଜାତକଙ୍କ ପାଇଁ ଶୁକ୍ରଙ୍କ ଗୋଚର ଶୁଭ ପରିଣାମ ନେଇ ଆସିବ । ଆପଣଙ୍କ ଆୟରେ ହଠାତ୍ ବୃଦ୍ଧି ହେବ । ପିତାଙ୍କୁ ସମାଜରେ ମାନସମ୍ମାନ ମିଳିବ । ଯେଉଁ ଜାତକମାନେ ଚାକିରୀ ସନ୍ଧାନରେ ଅଛନ୍ତି, ସେମାନଙ୍କୁ କିଛି ଭଲ ଭଲ ଅବସର ମିଳିପାରେ । ଯଦି ପାର୍ଟନରଙ୍କ ସହିତ ମିଶି କୌଣସି ନୂଆ ବ୍ୟବସାୟ କରନ୍ତି ତେବେ କିଛି ନୂଆ ଯୋଜନାରେ ନିଜ ବ୍ୟବସାୟକୁ ଆଗକୁ ବଢ଼ାଇବେ ।

ପାରିବାରିକ ବିଜେନେସରେ ଭାଇ ଭଉଣୀଙ୍କ ସହାୟତା ମିଳିବ । ତାସହିତ ଗୋଚର କାଳରେ ଆପଣଙ୍କୁ ନିଜ କ୍ଷମତା ଦେଖାଇବାର ଅବସର ପ୍ରାପ୍ତ ହେବ । ପରିବାରର ମାହୋଲ୍ ଭଲ ରହିବ । ଲଭ୍ ଲାଇଫ୍ ସମ୍ବନ୍ଧରେ କହିଲେ ଆପଣ ନିଜ ପରିବାର ଲୋକଙ୍କୁ ନିଜ ପ୍ରେମ ସମ୍ପର୍କରେ କହିବେ, ଯେଉଁଥିରେ ଆପଣଙ୍କୁ ଆପଣଙ୍କ ମାତା ପିତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

Leave a Reply

Your email address will not be published. Required fields are marked *