ନିଦ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି ? ବାସ୍ତୁର ଏହି ନିୟମ ଆପଣାଇ ଦେଖନ୍ତୁ ବହୁତ ଲାଭଦାୟକ ହେବ…

ନିଦ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି ? ବାସ୍ତୁର ଏହି ନିୟମ ଆପଣାଇ ଦେଖନ୍ତୁ ବହୁତ ଲାଭଦାୟକ ହେବ…

ବର୍ତ୍ତମାନ ଦିନ ମାନଙ୍କରେ ବହୁ ସଂଖ୍ୟକ ଲୋକ ନିଦ୍ରାହୀନତା ସମସ୍ୟାରେ ଅସୁବିଧାକୁ ନେଇ ଖୁବ୍ ଚିନ୍ତିତ ରହିଥାନ୍ତି । ଏହାର ମୁଖ୍ୟ କାରଣ କରୋନା ମହାମାରୀ ହୋଇପାରେ କିମ୍ବା ଅନ୍ୟ କୌଣସି ପ୍ରକାର ଶାରୀରିକ ସମସ୍ୟା ମଧ୍ୟ ହୋଇପାରେ । କିନ୍ତୁ ଆଜିକାଲି ନିଦ ନହେବା ଏକ ସାଧାରଣ ବିଷୟ ହୋଇଯାଇଛି । ରାତିରେ ଠିକ୍ ଭାବରେ ନିଦ ଆସୁ ନାହିଁ ଏହା ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ଶୁଣିବାକୁ ମିଳିଥାଏ । ପ୍ରତ୍ୟେକ ରାତିରେ ୭ ରୁ ୮ ଘଣ୍ଟା ଶୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାହା ଦ୍ୱାରା ଆପଣ ସୁସ୍ଥ ଅନୁଭବ କରିବେ ଏବଂ ପରଦିନ ପୂର୍ଣ୍ଣ ଶକ୍ତି ସହିତ ଆପଣଙ୍କର କାର୍ଯ୍ୟ କରିପାରିବେ ।

ବାସ୍ତୁ ଦୋଷ ହେତୁ ଆପଣଙ୍କୁ ନିଦ ଆସିନଥାଏ

ଆପଣ ଏହାକୁ ବିଶ୍ୱାସ କରନ୍ତୁ ଅବା ନକରନ୍ତୁ କିନ୍ତୁ ଏହା ନିରାଟ ସତ୍ୟ ଅଟେ କି ବେଳେବେଳେ ଆପଣଙ୍କ ଶୋଇବା ଘର କିମ୍ବା ଆପଣଙ୍କ ଶଯ୍ୟା ସହିତ ଜଡିତ ବାସ୍ତୁ ଦୋଷ ହେତୁ ଆପଣଙ୍କୁ ଶୋଇବା ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡିପାରେ । କାରଣ ଏହା ଅଟେ କି ଆପଣ ଶୋଇବା ପୂର୍ବରୁ ଶୋଇବାର ସଠିକ୍ ଦିଗ ଏବଂ ଅବସ୍ଥା ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଯଦି ଆପଣଙ୍କୁ ମଧ୍ୟ ରାତିରେ ନିଦ ଆସୁ ନାହିଁ, ତେବେ ବାସ୍ତୁ ସହିତ ଜଡିତ ଏହି ପ୍ରତିକାର ଗୁଡିକୁ ଥରେ ଅପଣାଇ ଦେଖନ୍ତୁ ।

ଉତ୍ତମ ନିଦ୍ରା ପାଇଁ ବାସ୍ତୁ ସହିତ ଜଡିତ କିଛି ନିୟମ

୧.ଶଯ୍ୟା ସର୍ବଦା କାଠ ଏବଂ ବର୍ଗାକାର ହେବା ଉଚିତ୍- ବାସ୍ତୁ ଶାସ୍ତ୍ରର ବିଶେଷଜ୍ଞଙ୍କ ମତ ଅନୁଯାୟୀ ଆପଣ ଯେଉଁ ଶଯ୍ୟାରେ ଶୋଉଛନ୍ତି ସେହି ଶଯ୍ୟା କାଠ ଦ୍ୱାରା ନିର୍ମିତ ହେବା ଉଚିତ୍ ଏବଂ ଏହାର ଆକୃତି ବର୍ଗାକାର କିମ୍ବା ଆୟତକାର ହେବା ଉଚିତ୍ । କୌଣସି ବୃତ୍ତାକାର, ଅର୍ଦ୍ଧ ଚନ୍ଦ୍ରାକାର କିମ୍ବା ଅନ୍ୟ କୌଣସି ଆକାର ଶଯ୍ୟାରେ ଶୋଇବା ଉଚିତ୍ ନୁହେଁ । ଏହା ସହିତ ଶଯ୍ୟା କାଠ ବ୍ୟତୀତ ଅନ୍ୟ କୌଣସି ଜିନିଷରେ ତିଆରି ହେବା ଉଚିତ୍ ନୁହେଁ । ଆହୁରି ମଧ୍ୟ ଶଯ୍ୟାଟି ଅଧିକ ଉଚ୍ଚ କିମ୍ବା ଅଧିକ ଛୋଟ ହେବା ଉଚିତ୍ ନୁହେଁ ।

୨. ଏହି ଦିଗକୁ ଗୋଡ଼ କରି ଶୋଇ ପଡନ୍ତୁ- ବାସ୍ତୁ ଶାସ୍ତ୍ରୀଙ୍କ ନିୟମ ଅନୁଯାୟୀ ଦକ୍ଷିଣ ଦିଗକୁ ପାଦ ଦେଇ କେବେ ମଧ୍ୟ ଶୋଇବା ଉଚିତ୍ ନୁହେଁ, କାରଣ ଏହା କରିବା ଦ୍ୱାରା ଦୁଃସ୍ୱପ୍ନ ଆସିଥାଏ ଏବଂ ମାନସିକ ରୋଗ ହେବାର ଆଶଙ୍କା ରହିଥାଏ । ଯଦି ଆପଣ ପଶ୍ଚିମ ଦିଗକୁ ପାଦ କରି ଶୁଅନ୍ତି, ତେବେ ଆପଣଙ୍କ ମଧ୍ୟରେ ସଦ୍ଭାବନା ଏବଂ ଆଧ୍ୟାତ୍ମିକତାର ଭାବନା ବିକାଶ ହୋଇଥାଏ । ଯଦି ଆପଣ ଉତ୍ତର ଦିଗକୁ ପାଦ କରି ଶୁଅନ୍ତି, ତେବେ ଆପଣଙ୍କୁ ଧନ ଏବଂ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।

୩. କବାଟ ସମ୍ମୁଖରେ ଖଟ ରହିବା ଉଚିତ୍ ନୁହେଁ – ଶୋଇବା ଘରର କବାଟ ସମ୍ମୁଖରେ ଆପଣଙ୍କ ଶଯ୍ୟା ରହିବା ଉଚିତ୍ ନୁହେଁ । ଯଦି କୌଣସି କାରଣ ହେତୁ ଶଯ୍ୟାର ଦିଗ ପରିବର୍ତ୍ତନ ହୋଇପାରିବ ନାହିଁ ତେବେ କବାଟରେ ଏକ ପରଦା ଲଗାନ୍ତୁ । ଏହିପରି କରିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇପାରିବ । ଏହା ସହିତ ଖଟ ସାମ୍ନାରେ ଦର୍ପଣକୁ ରଖନ୍ତୁ ନାହିଁ ନଚେତ୍ ଏହା ଦ୍ୱାରା ରୋଗ ହେବାର ଆଶଙ୍କା ରହିଥାଏ ।

୪. ମୁଣ୍ଡ ପାଖରେ ଏହି ସବୁ ଜିନିଷ ରଖନ୍ତୁ ନାହିଁ- ଶଯ୍ୟାରେ ଶୋଇବା ସମୟରେ ଆପଣଙ୍କ ମୁଣ୍ଡ ପାଖରେ କେବେ ମଧ୍ୟ ପାଣି ରଖନ୍ତୁ ନାହିଁ । ଏହା କରିବା ଦ୍ୱାରା ମାନସିକ ରୋଗ ହେବାର ଆଶଙ୍କା ଥାଏ । ଏହା ବ୍ୟତୀତ ଜୋତା ଏବଂ ଚପଲକୁ ମଧ୍ୟ ମୁଣ୍ଡ ପାଖରେ ରଖିବା ଉଚିତ୍ ନୁହେଁ ନଚେତ୍ ନକାରାତ୍ମକ ଶକ୍ତି ବଢ଼ିଥାଏ ଏବଂ ଶୋଇବା ବାରମ୍ବାର ଭାଙ୍ଗି ଥାଏ ।

Leave a Reply

Your email address will not be published. Required fields are marked *