ଜାଣନ୍ତୁ ଏହି ଦେଶ ଏବେ ବାହାର କରିସାରିଛି କରୋନା ଭାଇରସ ପାଇଁ ଟୀକା । ଖବର ଜାଣିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଜାଣନ୍ତୁ ଏହି ଦେଶ ଏବେ ବାହାର କରିସାରିଛି କରୋନା ଭାଇରସ ପାଇଁ ଟୀକା । ଖବର ଜାଣିବାପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ସାରା ବିଶ୍ୱରେ କୋକୁଆ ଭୟ ଲାଗିରଖିଥିବା ମହାମାରୀ କରୋନା ଭାଇରସ୍ ପାଇଁ ଏବେ ଚୀନ ଟୀକା ବାହାର କରିସାରିଛି । ଚୀନ ଦାବି କରୁଛି ବର୍ତ୍ତମାନ ସେମାନେ ତାଙ୍କ ରୋଗୀଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି । କାରଣ କରୋନାକୁ ଶେଷ କରିବା ପାଇଁ ଟୀକା ହେଉଛି ଏକମାତ୍ର ମାଧ୍ୟମ ଯାହାକୁ ଚୀନ ବାହାର କରିଛି ବୋଲି ଦାବି କରୁଛି, ଏଥିପାଇଁ ଚୀନର ବିଶେଷଜ୍ଞମାନେ ମଧ୍ୟ ନିଜ ଦେଶ ପାଇଁ ଗର୍ବ ଅନୁଭବ କରୁଛନ୍ତି ।

Google

ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ ମହାମାରୀ କରୋନା ବର୍ତ୍ତମାନ ସାରା ବିଶ୍ୱର ଦେଶମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇସାରିଛି । ଚୀନ ସରକାର ବର୍ତ୍ତମାନ ଅନୁମତି ଦେବାପରେ ବିଶେଷଜ୍ଞମାନେ ଏହି ଟୀକାକୁ ମନୁଷ୍ୟଙ୍କ ଶରୀରରେ ପରୀକ୍ଷଣ କରିଛନ୍ତି ।

ଏହି ଟୀକା ପାଇଁ ଚୀନର ଛବି, ବିଜ୍ଞାନ ଉପରେ ସାରା ବିଶ୍ୱର ପାରଦର୍ଶିତା ବଢିବ ବୋଲି ଚୀନ ସରକାର କହିଛନ୍ତି । କରୋନା ଭାଇରସ୍ ପାଇଁ ତୀବ୍ର ବେଗରେ ଟୀକା ସୃଷ୍ଟି କରିବାକୁ ଚୀନ ସରକାର ବିଶେଷଜ୍ଞ ମାନଙ୍କୁ ଅନୁମତି ଦେଇଛନ୍ତି । ଜଣାପଡିଛି ଯେ, ମାସ ମାସ ଧରି ଗବେଷଣା ପରେ ଏହି ଟୀକାକୁ ବାହାର କରିବାକୁ ସକ୍ଷମ ହୋଇପାରିଛି ଚୀନ ।

୨୦୦୩ ମସିହାରେ ଚୀନ ଏକ ସର୍କ ବା ସିଭିଆର ଭେକ୍ୟୁଟ ରେସ୍ପିରେଟର ଟୀକା ବାହାର କରି ୧୪,୦୦୦ ମେଡିକାଲ କର୍ମଚାରୀଙ୍କର ଜୀବନ ବଞ୍ଚାଇଥିଲା, ପରେ ଏବେ ସେ କରୋନା ପାଇଁ ଟୀକା ବାହାର କରି ସାରା ଦେଶରେ ରେକର୍ଡ଼ ସୃଷ୍ଟି କରିବାକୁ ଯାଉଛି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ଦାବି କରିଛନ୍ତି ଯେ, ଆମେରିକା ମହାମାରୀ କରୋନା ପାଇଁ ଟୀକା ବାହାର କରିସାରିଛି ଓ ସେହି ଟୀକା ଏମ୍.ଆର୍.ଏନ୍.ଏ-୧୫ର ପରୀକ୍ଷା ହୋଇଛି ବୋଲି କୁହାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଆମେରିକାରେ କରୋନା ବ୍ୟାପିବାର କେନ୍ଦ୍ରସ୍ଥଳୀ ଶିତେଲ ଠାରେ ଏହି ଟୀକାର ପ୍ରଥମ କରି ପରୀକ୍ଷଣ କରାଯାଇଛି । ପରୀକ୍ଷଣ କରାଯାଇଥିବା ରୋଗୀମାନଙ୍କୁ ଏକ ସ୍ୱତନ୍ତ୍ର ଲ୍ୟାବରେ ରଖାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି । କୌଣସି ଏକ ରୋଗ ବିପକ୍ଷରେ ଅତି ଶୀଘ୍ର ଟୀକା ବାହାର କରିବାରେ ଆମେରିକା ସକ୍ଷମ ହୋଇପାରିଛି ବୋଲି ଆମେରିକାର ସ୍ୱାସ୍ଥ୍ୟ ସଂସ୍ଥା ପକ୍ଷରୁ କୁହାଯାଇଛି ।

ଅମେରିକାର ଏନ୍.ଆଇ.ଏ ଓ ବାଇଓ ଟେକ୍ନୋଲୋଜିର ମିଳିତ ଉଦ୍ୟମରେ ଏହି ଟୀକା ବାହାରିଥିବା କୁହାଯାଇଛି । ଆମେରିକା ଓ ଚୀନର ଏହି ଭଳି ମନ୍ତବ୍ୟରେ ସାରା ବିଶ୍ୱବାସୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

Leave a Reply

Your email address will not be published. Required fields are marked *