ଉର୍ବଶୀ ରୌତେଲା ଗୁପ୍ତ ଭାବରେ ଏହି ଅଭିନେତାଙ୍କ ସହ ବିବାହ କଲେ ! ଲାଲ ଯୋଡାର ଫୋଟ ସାମ୍ନାକୁ ଆସିଲା ।

ଉର୍ବଶୀ ରୌତେଲା ଗୁପ୍ତ ଭାବରେ ଏହି ଅଭିନେତାଙ୍କ ସହ ବିବାହ କଲେ ! ଲାଲ ଯୋଡାର ଫୋଟ ସାମ୍ନାକୁ ଆସିଲା ।

ଏହି ଲକ୍ଡ଼ାଉନରେ ଅନେକ ବଲିଉଡ ଏବଂ ଟିଭି ତାରକା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ହଟ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନେଇ ଯେଉଁ ଖବର ସାମ୍ନାକୁ ଆସିଛି ସେଥିରେ କୁହାଯାଇଛି ଯେ, ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍ କରୁଥିବା ଅଭିନେତ୍ରୀ ଏବଂ “ବିଗ୍ ବୋସ-୮”ର ବିଜେତା ଗୌତମ ଗୁଲାଟିଙ୍କ ସହ ବିବାହ କରିଛନ୍ତି । ହଁ ଆଜ୍ଞା, ଏହି ଖବର ଆଶ୍ଚର୍ଯ୍ୟଜନକ ହୋଇପାରେ କିନ୍ତୁ ଗୌତମ ଗୁଲାଟି ବିବାହର ଫୋଟ ସେୟାର କରିଛନ୍ତି ଏବଂ ଅଭିନନ୍ଦନ ଜଣାଇବାକୁ କହିଛନ୍ତି ।

ଉର୍ବଶୀ ରୋୖତେଲା ୭ ଫେରା ନେଲେ :

Google

ପୂର୍ବରୁ ହିଁ ତ ଉର୍ବଶୀ ସବୁବେଳେ ତାଙ୍କ ହଟ୍ ଫୋଟକୁ ନେଇ ଚର୍ଚ୍ଚାରେ ରୁହନ୍ତି । କିନ୍ତୁ ବର୍ତ୍ତମାନ ହଠାତ ଗୌତମ ଗୁଲାଟିଙ୍କ ସହ ସାତ ଫେରା ନେଇ ତାଙ୍କ ପ୍ରସଂଶକଙ୍କ ହୃଦୟକୁ ଭାଙ୍ଗି ଦେଇଛନ୍ତି । ଭାଇରଲ୍ ହୋଇଥିବା ଫୋଟରେ ଉର୍ବଶୀ ଏକ ଲାଲ ଯୋଡାରେ ଦେଖାଯାଇଥିଲେ ଏବଂ ଗୌତମ ମଧ୍ୟ କ୍ରିମ୍ ରଙ୍ଗର ସେରବାଣୀ ପିନ୍ଧିଥିଲେ ।

ଉର୍ବଶୀ, ଗୌତମଙ୍କ କନ୍ୟା ସାଜିଲେ :

ବିବାହର ଫୋଟଗୁଡିକୁ ଇଂଷ୍ଟଗ୍ରାମରେ ସେୟାର କରି ଗୌତମ ଗୁଲାଟି ଲେଖିଛନ୍ତି, ବିବାହର ଅଭିନନ୍ଦନ ଜଣାଇବେ ନାହିଁ କି ? ଗୌତମଙ୍କ ପୋଷ୍ଟ କରିବା ପରେ ତାଙ୍କ ପ୍ରସଂଶକ ଆଚାର୍ଯ୍ୟ ହୋଇଯାଇଛନ୍ତି ଏବଂ ସେମାନଙ୍କ ବିବାହକୁ ବିଶ୍ଵାସ ମଧ୍ୟ କରିପାରୁ ନାହାନ୍ତି । କେହି ବିଶ୍ୱାସ କରିପାରୁ ନାହାନ୍ତି ଯେ, ଗୌତମ ଏବଂ ଉର୍ବଶୀ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ଏବଂ ତାହା ମଧ୍ୟ ଗୁପ୍ତ ଭାବରେ ।

Google

ସତ୍ୟ କଣ ?

ତେବେ ଚାଲନ୍ତୁ ଆପଣଙ୍କୁ କହିଦେଉଛୁ ଯେ, ଉଭୟଙ୍କ ବାହାଘର ଅସଲି ନୁହେଁ ବରଂ ନକଲି ଅଟେ । କାରଣ ଗୌତମ ଏବଂ ଉର୍ବଶୀଙ୍କୁ ବର୍ଜିନ ଭାନୁପ୍ରିୟା ଚଳଚ୍ଚିତ୍ରରେ ଏକାଠି ଦୃଶ୍ୟମାନ ହେବେ ଏବଂ ବାହାଘର ମଧ୍ୟ ଚଳଚ୍ଚିତ୍ରର ଏକ ଅଂଶ ଅଟେ । ଗୌତମ ଫୋଟ ମାଧ୍ୟମରେ ଚଳଚ୍ଚିତ୍ରର ପ୍ରଚାର କରିଛନ୍ତି ଯାହା ZEE-5ରେ ଜୁଲାଇ ୧୬ରେ ମୁକ୍ତିଲାଭ କରିବ । ଆପଣଙ୍କୁ କହିଦେଉଛୁ ଯେ, ଉର୍ବଶୀ ଏହି ଚଳଚ୍ଚିତ୍ର ସହିତ ଡିଜିଟାଲ ପ୍ଲାଟଫର୍ମରେ ବଡଧରଣର ଡେବ୍ୟୁ କରିବାକୁ ଯାଉଛନ୍ତି । ପ୍ରସଂଶକ ମଧ୍ୟ ଯାହାର ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *