ନିଜ ବୟଫ୍ରେଣ୍ଡଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ଉର୍ବଶୀ ରୌତେଲା ! ସୋସିଆଲ ମିଡିଆରେ ଭାଇରାଲ ହେଲା ଫୋଟ…

ନିଜ ବୟଫ୍ରେଣ୍ଡଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ଉର୍ବଶୀ ରୌତେଲା ! ସୋସିଆଲ ମିଡିଆରେ ଭାଇରାଲ ହେଲା ଫୋଟ…

ବଲିଉଡ଼ର ଗ୍ଲେମର ଅଭିନେତ୍ରୀ ଉର୍ବଶୀ ରୌତେଲା ଫିଲ୍ମ ଠାରୁ ନିଜର ବୋଲ୍ଡ ଲୁକ୍ ପାଇଁ ଚର୍ଚ୍ଚାରେ ରହନ୍ତି । ଉର୍ବଶୀ ରୌତେଲା ସୋସିଆଲ ମିଡିଆରେ ପ୍ରାୟ ଆକ୍ଟିଭ ରହନ୍ତି । ତାଙ୍କ ଫୋଟ ଏବଂ ଭିଡ଼ିଓ ଫ୍ୟାନ୍ ମାନଙ୍କୁ ଖୁବ୍ ପସନ୍ଦ ଆସିଥାଏ । ବର୍ତ୍ତମାନ ଉର୍ବଶୀ ଏବଂ ଗୌତମ୍ ଗୁଲାଟିଙ୍କ ବିବାହର ଫୋଟ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । କିନ୍ତୁ ଏହି ଦୁଇଜଣ ବିବାହ କରିନଥିଲେ ବରଂ ଏହି ଫୋଟ ତାଙ୍କର ଆଗାମୀ ଫିଲ୍ମ ‘ ୱର୍ଜିନ ଭାନୁପ୍ରିୟା ‘ର ଶୁଟିଂ ସମୟର ଥିଲା । ତେଣୁ ଫ୍ୟାନମାନେ ସବୁବେଳେ ଏହା ଜାଣିବାକୁ ଉତ୍ସୁକ ରହିଥାନ୍ତି ଯେ ଉର୍ବଶୀ ବର୍ତ୍ତମାନ କାହାକୁ ଡେଟଟ୍ କରୁଛନ୍ତି । ଉର୍ବଶୀ ଏକ ଫୋଟ ଶେୟାର କରି ନିଜ ପ୍ରଶଂସକଙ୍କ ତାହାର ଜବାବ୍ ଦେଇଛନ୍ତି ।

newstrend

ବୟଫ୍ରେଣ୍ଡକୁ ନେଇ ଉର୍ବଶୀଙ୍କ ଖୁଲାସା :-

ଉର୍ବଶୀ ଇନସ୍ଟାଗ୍ରାମରେ ଯେଉଁ ଫୋଟ ଶେୟାର କରିଛନ୍ତି ସେଥିରେ ସେ ଧଳା ଶ୍ଵେଟଶାର୍ଟ ଏବଂ ନୀଳ ଜିନ୍ସରେ ନଜର ଆସିଛନ୍ତି । ଏହି ଫୋଟୋରେ ଉର୍ବଶୀ ଖୁବ୍ ସୁନ୍ଦର ଏବଂ ଷ୍ଟାଇଲିସ୍ ଦେଖାଯାଇଛନ୍ତି । ଏହି ଫୋଟ ସହିତ ହିଁ ସେ ନିଜର ବୟଫ୍ରେଣ୍ଡଙ୍କୁ ନେଇ ଏକ ଖୁଲାସା କରିଛନ୍ତି । ଉର୍ବଶୀ ଏହି ଫୋଟ ସହିତ କ୍ୟାପସନରେ ଲେଖିଥିଲେ ଯେ – ମୋ ବୟଫ୍ରେଣ୍ଡ ଫେବୃଆରୀ ୩୦ ଭଳି ଯାହାର କୌଣସି ଅସ୍ଥିତ୍ଵ ନାହିଁ ।

newstrend

ଏହି ଫୋଟ ସହିତ ଉର୍ବଶୀ ଲେଖିଥିଲେ ଯେ ‘ ୱର୍ଜିନ ଭାନୁପ୍ରିୟା ‘ର ପ୍ରିମିୟର ଜୁଲାଇ ୧୬ରେ ହେବ ଏବଂ ଟ୍ରେଲରକୁ ପସନ୍ଦ କରିବା ପାଇଁ ଆପଣଙ୍କୁ ଧନ୍ୟବାଦ । କହିରଖୁଛୁ ଯେ ଉର୍ବଶୀ ଖୁବଶୀଘ୍ର ଫିଲ୍ମ ‘ ୱର୍ଜିନ ଭାନୁପ୍ରିୟା ‘ରେ ଗୌତମ୍ ଗୁଲାଟିଙ୍କ ସହିତ ରୋମାନ୍ସ କରିବାରେ ନଜର ଆସିବେ । ଏହି ଫିଲ୍ମରେ ଅର୍ଚନୀ ପୂରଣ ସିଂହ, ଡେଲନାଜ ଈରାନୀ ଏବଂ ବୃଜେନ୍ଦ୍ର କାଲା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।

newstrend

କିଛିଦିନ ପୂର୍ବରୁ ହିଁ ଗୌତମ୍ ଗୁଲାଟି ନିଜର ଏବଂ ଉର୍ବଶୀଙ୍କ ସହିତ ବିବାହରେ ସାତ ଫେରା ନେଉଥିବାର ଫୋଟ ଇନସ୍ଟାଗ୍ରାମରେ ଶେୟାର କରିଥିଲେ । ଦୁହିଁଙ୍କ ବିବାହର ଫୋଟ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ପ୍ରଶଂସକ ମାନଙ୍କୁ ଲାଗିଥିଲା ଯେ ଏହି ଲକଡାଉନ୍ ମଧ୍ୟରେ ଦୁହେଁ ସତରେ ବିବାହ କରିଛନ୍ତି । କିନ୍ତୁ ପ୍ରକୃତରେ ଏମିତି କିଛି ନଥିଲା ବରଂ ଏହା ସେହି ଫିଲ୍ମର ଏକ ଦୃଶ୍ୟ ଥିଲା । ଉର୍ବଶୀ ବର୍ତ୍ତମାନ ମଧ୍ୟ ସିଙ୍ଗଲ ଅଛନ୍ତି ଏବଂ ନିଜ ଜୀବନକୁ ଉପଭୋଗ କରୁଛନ୍ତି । ଉର୍ବଶୀଙ୍କ ନାମ ଭାରତୀୟ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କ ନାମ ସହିତ ମଧ୍ୟ ଯୋଡ଼ା ଯାଇଥିଲା କିନ୍ତୁ ସେ ଏହିସବୁ ଖବରକୁ ମିଛ ବୋଲି କହିଥିଲେ ।

ପୂର୍ବରୁ ହାର୍ଦିକ ପାଣ୍ଡ୍ୟାଙ୍କ ନାମ ସହିତ ଯୋଡ଼ା ଯାଇଥିଲା ଉର୍ବଶୀଙ୍କ ନାମ :-

ଉର୍ବଶୀଙ୍କ ନାମ ହାର୍ଦିକଙ୍କ ନାମ ସହିତ ଯୋଡ଼ା ଯାଇଥିଲା କାରଣ ସେମାନେ ସୋସିଆଲ ମିଡିଆରେ ପ୍ରାୟ ପରସ୍ପରର ଫୋଟରେ କମେଣ୍ଟ ଦିଆଯାଉଥିବାର ଦେଖାଯାଇଥିଲା । ତାହା ସହିତ ଅନେକଥର ସେମାନଙ୍କୁ ଅନେକ ପାର୍ଟିରେ ସାଙ୍ଗରେ ଦେଖାଯାଇଥିଲା । ପୁଣି ଉର୍ବଶୀ ରୌତେଲାଙ୍କ ଏକ ଫିଲ୍ମ ରିଲିଜ୍ ହେବା ସମୟରେ ହାର୍ଦିକ୍ ତାଙ୍କୁ ଏକ କୁକୁର ଗିଫ୍ଟ କରିଥିଲେ । ତା’ପରଠାରୁ ଏହି ଖବର ଆହୁରି ଅଧିକ ବଢିଯାଇଥିଲା । କିନ୍ତୁ ବର୍ତ୍ତମାନ ହାର୍ଦିକ ନତାଶାଙ୍କ ସହିତ ଖୁସିରେ ଅଛନ୍ତି ଏବଂ ସେ ଖୁବଶୀଘ୍ର ବାପା ହେବାକୁ ମଧ୍ୟ ଯାଉଛନ୍ତି ।

newstrend

ଏହି ବର୍ଷର ପ୍ରାରମ୍ଭରେ ହିଁ ହାର୍ଦିକ୍ ଏବଂ ନତାଶାଙ୍କର ନିର୍ବନ୍ଧ ହୋଇଥିଲା । ଏଥିରେ ମଧ୍ୟ ଉର୍ବଶୀ ଇନସ୍ଟାଗ୍ରାମରେ ଷ୍ଟୋରୀ ଶେୟାର କରି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଉର୍ବଶୀ ଲେଖିଥିଲେ ଯେ – ଆପଣଙ୍କ ସମ୍ପର୍କରେ ସବୁବେଳେ ସ୍ନେହ ଏବଂ ଖୁସି ଭରି ରହୁ । ଏନଗେଜମେଣ୍ଟ ପାଇଁ ଦୁହିଁଙ୍କୁ ବହୁତ ବହୁତ ଶୁଭେଚ୍ଛା । ମୁଁ ଆପଣଙ୍କ ପାଇଁ ସୁଖୀ ଜୀବନର କାମନା କରୁଛି । ଯଦି ଆପଣଙ୍କୁ କୌଣସି ଜିନିଷର ଆବଶ୍ୟକତା ରହିଛି ତେବେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ପ୍ରସ୍ତୁତ ରହିଛି । ଉର୍ବଶୀ ବର୍ତ୍ତମାନ କେବଳ ନିଜ କ୍ୟାରିଅର ପ୍ରତି ଧ୍ୟାନ ଦେଉଛନ୍ତି । ସେ ନିଜର ଫିଲ୍ମ ୱର୍ଜିନ ଭାନୁପ୍ରିୟାକୁ ନେଇ ଉତ୍ସୁକ ଅଛନ୍ତି । ଏହି ଫିଲ୍ମ ଜୁଲାଇ ୧୬ରେ ଓଟୀଟୀ ପ୍ଲେଟଫର୍ମ ଜୀ-୫ରେ ରିଲିଜ୍ ହେବ ।

Leave a Reply

Your email address will not be published. Required fields are marked *