ଦୀପାବଳି ଅବସରରେ ବ୍ୟବସାୟ ପ୍ରଭାବିତ ହେବା ଯୋଗୁଁ ବିଚଳିତ ହୋଇ ଉଠିଲା ଚୀନ୍ ! ଜାଣନ୍ତୁ କଣ ଅଟେ ଏହାର କାରଣ…

ଦୀପାବଳି ପର୍ବ ଯେପରି ପାଖେଇ ଆସୁଛି ବଜାରରେ ପ୍ରଚୁର ମାତ୍ରାରେ ଚୀନ୍ ଉତ୍ପାଦନ ଦ୍ରବ୍ୟଗୁଡ଼ିକ ଦେଖିବାକୁ ମିଳୁଥିଲା କିନ୍ତୁ ଚଳିତ ବର୍ଷ ଦୀପାବଳିରେ ଚୀନର ଉତ୍ପାଦ ଦ୍ରବ୍ୟଗୁଡ଼ିକ କମ୍ ମାତ୍ରାରେ ଦେଖାଯିବ । ଚୀନ୍ ନିଜର ବ୍ୟବସାୟ ଉପରେ ପଡୁଥିବ କୁପ୍ରଭାବକୁ ଦେଖି ବିଚଳିତ ହୋଇପଡ଼ିଛି । ଭାରତରେ ଗାଈର ଗୋବରରୁ ୩୩ କୋଟି ଦୀପ ତିଆରି କରାଯିବ ବୋଲି ଘୋଷଣା କରାଯାଇଛି, ଯାହାଫଳରେ ଚୀନର ଟ୍ୱିଟ କଥିତ ଅନଲାଇନ ପ୍ଲେଟଫର୍ମ ବିଇଓରେ ଗାଈର ଗୋବର ଲେମ୍ପର ଖୁବ ଚର୍ଚ୍ଚା କରାଯାଉଛି । ଚୀନର ମୁଖ୍ୟପାତ୍ର “ଗ୍ଲୋବାଲ୍ ଟାଇମସ୍”ରେ କୁହାଯାଇଛି ଯେ “ଗୋବରରୁ ତିଆରି ଦୀପରୁ ବାୟୁ ପ୍ରଦୂଷଣ ହେବ, ଯାହା ମାନବ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।” ଚୀନକୁ ଏଥିରୁ ସନ୍ଦେହ ରହିଛି ଯେ ଏପ୍ରକାର ଭାରତୀୟ କାର୍ଯ୍ୟକ୍ରମରୁ ତାଙ୍କର ରୋଜଗାର ଓ ଆୟ ପ୍ରଭାବିତ ହେବ ।

ଭାରତର ସମସ୍ତ ପର୍ବପର୍ବାଣୀ ମଧ୍ୟରେ ଦୀପାବଳି ସବୁଠାରୁ ବଡ଼ ପର୍ବ ଅଟେ । ପ୍ରତିବର୍ଷ ଦୀପାବଳି ଦିନ ଚୀନରୁ ତିଆରି ଲାଇଟ୍ ଗୁଡ଼ିକ ଘରେ ଘରେ ପ୍ରଜ୍ଜ୍ଵଳିତ ହୁଏ । ନିଜର ଏହି ବ୍ୟବସାୟ ଯୋଗୁଁ ଚୀନକୁ ବହୁତ ଲାଭ ମିଳେ । କିନ୍ତୁ ଚଳିତ ବର୍ଷ ଆପଣ ଗାଈ ଗୋବରରେ ତିଆରି ଦୀପ ବଜାରରେ ମିଳିବ । ରାଷ୍ଟ୍ରୀୟ କାମଧେନୁ ଆୟୋଗ ଦୀପାବଳି ଅବସରରେ ଚୀନ ବସ୍ତୁଗୁଡ଼ିକୁ ଟକ୍କର ଦେବା ପାଇଁ ଗାଈ ଗୋବରରେ ଦୀପ ତିଆରି କରୁଛନ୍ତି । ଚଳିତ ବର୍ଷ ଦୀପାବଳି ପୂର୍ବରୁ ଗାଈ ଗୋବରରୁ ଦୀପ ପ୍ରସ୍ତୁତ କରାଯିବ ବୋଲି ଘୋଷଣା କରାଯାଇଛି । ଆୟୋଗ କହିଥିଲେ ଯେ “ଚଳିତ ବର୍ଷ ଦୀପାବଳି ସମୟରେ ଚୀନ୍ ଲାଇଟର ବିକ୍ରି ଓ ବ୍ୟବସାୟ ରୋକିବା ପାଇଁ ୩୩ କୋଟି ଦୀପ ପ୍ରସ୍ତୁତ କରିବା ନିଷ୍ପତ୍ତି ନିଆଯାଇଛି ।”

ଏକ ଅନୁମାନ ଅନୁଯାୟୀ ଦୀପାବଳି ପର୍ବ ସମୟରେ ପାଖାପାଖି ୯୦% ଲାଇଟିଂ ବ୍ୟବହାର କରିବା ପାଇଁ ଚୀନରୁ ସମସ୍ତ ବସ୍ତୁ ଆସୁଥିଲା । କାମଧେନୁ ଆୟୋଗ ଅନୁଯାୟୀ ଏପରି କୁହାଯାଉଛି ଯେ, ଦେଶର ୧୫ଟି ରାଜ୍ୟ ଗାଈ ଗୋବରରୁ ଦୀପ ପ୍ରସ୍ତୁତ କରିବା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ଏଥିମଧ୍ୟରେ ଚୀନ କହୁଛି ଯେ ଭାରତ କିଛି ଯାଞ୍ଚ ନକରି “ମେକ୍ ଇନ୍ ଇଣ୍ଡିଆ” କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରୁଛି । ଆପଣଙ୍କୁ ସୁଚାଇ ଦେଉଛୁ ଯେ ଚୀନରୁ ଆସୁଥିବା ଲାଇଟ ଓ ଅନ୍ୟସବୁ ଜିନିଷକୁ କମ୍ କରିବା ପାଇଁ ବନ୍ଦର ଗୁଡ଼ିକରେ ଚୀନରୁ ଆସୁଥିବା ଜିନିଷପତ୍ରର ଗୁଣବତ୍ତା ଯାଞ୍ଚ କରାଯିବ । ଯଦି ଏହାର ଗୁଣବତ୍ତାରେ କୌଣସି ପ୍ରକାର ଅଭାବ ଦେଖାଯାଏ, ତେବେ ଜିନିଷପତ୍ର ଗୁଡ଼ିକୁ ପୁଣିଥରେ ଚୀନ ପଠାଇ ଦିଆଯିବ କିମ୍ବା ଏହାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦିଆଯିବ । ଏପ୍ରକାର କଥାସବୁ ସାମନାକୁ ଆସିବା ପରେ ଚୀନ ପୁରାପୁରି ବିଚଳିତ ହୋଇଯାଇଛି । ଦୀପାବଳି ଅବସରରେ ପ୍ରତିବର୍ଷ ଅଧିକ ସଂଖ୍ୟାରେ ଚୀନ୍ ଲାଇଟ୍ ଗୁଡ଼ିକ ଅଣାଯାଉଥିଲା କିନ୍ତୁ ବର୍ତ୍ତମାନ ଭାରତ ସହ ଚୀନର ସମ୍ପର୍କରେ ତିକ୍ତତାର ପ୍ରଭାବ ଦେଖିବାକୁ ମିଳୁଛି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ପ୍ରଥମେ ଉପଭୋକ୍ତାମାନେ ଚୀନ୍ ସମଗ୍ର ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଥିଲେ ଓ ସେହି ଜିନିଷକୁ କିଣିବା ପାଇଁ ତତ୍ପରତା ନଜର ଆସୁଥିଲେ କିନ୍ତୁ ବର୍ତ୍ତମାନ ଏପରି କିଛି ହେବନାହିଁ । ଦୀପାବଳିରେ ବିକ୍ରି ହେଉଥିବା ଚୀନ ବସ୍ତୁର ଚାହିଦା କମିଯାଇଛି । ଲୋକେ ଚୀନ୍ ଲାଇଟ ଓ ଅନ୍ୟ ବସ୍ତୁ ଗୁଡ଼ିକୁ ବହିଷ୍କାର କରୁଛନ୍ତି ।

Be the first to comment

Leave a Reply

Your email address will not be published.


*