ଭାଇ ଭଉଣୀଙ୍କ ଅଭିନୟ କରୁ କରୁ ପରସ୍ପରକୁ ହୃଦୟ ଦେଇ ବସିଥିଲେ ! ଏମାନଙ୍କ ମଧ୍ୟରୁ ଜଣେ ତ ବିବାହ ମଧ୍ୟ କରିଦେଇଛନ୍ତି !

ଭାଇ ଓ ଭଉଣୀଙ୍କ ସବୁଠାରୁ ପବିତ୍ର ପର୍ବ ରକ୍ଷାବନ୍ଧନ ଆସିବାକୁ ଯାଉଛି । ୩ ଅଗଷ୍ଟରେ ଏହି ପର୍ବ ସାରା ଦେଶରେ ପାଳନ କରାଯିବ । ଏହାର ପ୍ରସ୍ତୁତ ବର୍ତ୍ତମାନ ଠାରୁ ଆରମ୍ଭ ହୋଇସାରିଛି । କୁହାଯାଇଥାଏ କି ଭାଇ ଓ ଭଉଣୀ ସଂପର୍କରେ ଉଭୟ ରାଗରୁଷା ଓ ପ୍ରେମ ଉଭୟ ରହିଥାଏ । ତେବେ ଆଜି ଆମେ ରକ୍ଷାବନ୍ଧନର ଏହି ପବିତ୍ର ଅବସରରେ ଆମେ ଏହିପରି ଟିଭି ତାରକାଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଅନସ୍କ୍ରିନ ଭାଇ ଏବଂ ଭଉଣୀଙ୍କ ଭୂମିକାରେ ଅଭିନୟ କରିଥିଲେ ଏବଂ ଏକାଠି କାମ କରିବା ସମୟରେ ପରସ୍ପରକୁ ଭଲ ପାଇବସିଥିଲେ । ଅନେକ ଅନସ୍କ୍ରିନ ଭାଇ ଭଉଣୀ ବିବାହ ମଧ୍ୟ କରିସାରିଛନ୍ତି । ଆସନ୍ତୁ ଜାଣିବା ୫ ଜଣ ଏହିପରି ଦମ୍ପତିଙ୍କ ବିଷୟରେ ।

ରୋହନ ମେହରା ଏବଂ କାଞ୍ଚୀ ସିଂହ :

Google

ଲୋକପ୍ରିୟ ଧାରାବାହିକ “ୟେ ରିସ୍ତା କ୍ୟା କହଲାତା ହେ”ରେ ଭାଇ-ଭଉଣୀ (ନକ୍ଷ-ଗାୟତ୍ରୀ) ଭୂମିକାରେ ଅଭିନୟ କରିଥିବା ରୋହନ ମେହରା ଏବଂ କାଞ୍ଚୀ ସିଂହ ଏହି ଶୋ’ ଜରିଆରେ ପରସ୍ପରଙ୍କୁ ଡେଟିଂ କରିବା ଆରମ୍ଭ କରିଦେଇଥିଲେ । ଏହି କାରଣରୁ ଉଭୟ ବର୍ତ୍ତମାନ ସମସ୍ୟାର ସାମ୍ନା କରୁଛନ୍ତି । ବାସ୍ତବରେ ଶୋ’ର ନିର୍ମାତାମାନଙ୍କୁ ଯେତେବେଳେ ଜଣାପଡିଥିଲା ଯେ, ରୋହନ ଏବଂ କାଞ୍ଚୀ ପରସ୍ପରକୁ ଡେଟ୍ କରୁଛନ୍ତି; ସେତେବେଳେ ନିର୍ମାତାମାନେ ସ୍ପଷ୍ଟ ଭାବରେ କହିଥିଲେ, ସେମାନଙ୍କ ସମ୍ପର୍କର ପ୍ରଭାବ ଧାରାବାହିକର ଇମେଜ ଉପରେ ପଡ଼ିବ । ଏହାପରେ କାଞ୍ଚୀଙ୍କୁ ଶୋ’ ଛାଡିବାକୁ ପଡିଥିଲା ।

ଅଦିତି ଭାଟିୟା ଏବଂ ଅଭିଷେକ ବର୍ମା :

Google

“ୟେ ରିସ୍ତା କ୍ୟା କହଲାତା ହେ” ଧାରାବାହିକରେ ଦିବ୍ୟାଙ୍କା ତ୍ରିପାଠୀଙ୍କ ଝିଅ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଅଦିତି ଭାଟିୟା (ରୁହୀ) ମଧ୍ୟ ତାଙ୍କ ରିଲ୍ ଲାଇଫ୍ ଭାଇଙ୍କ ସହ ସମ୍ପର୍କରେ ରହି ସାରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଦୁହେଁ ପରସ୍ପରକୁ ଲୁଚାଲୁଚି ହୋଇ ଡେଟ୍ କରୁଥିଲେ । ସେହି ଦିନମାନଙ୍କରେ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେଉଥିଲା । ତେବେ ଦୁହେଁ ଏହି ସମ୍ପର୍କରେ କେବେ ମୋହର ଲଗାଇ ନାହାଁନ୍ତି ।

ରିଙ୍କୁ ଏବଂ କିରଣ :

Google

ସୁପରହିଟ୍ ଧାରାବାହିକ “କହାନୀ ଘର ଘର କି”ରେ ରିଙ୍କୁ ଏବଂ କିରଣ ପରସ୍ପରର ଭାଇଭଉଣୀ ଭୂମିକାରେ ଅଭିନୟ କରିଥିଲେ । ଦୁହିଁଙ୍କ ସାକ୍ଷାତ ଏହି ଧାରାବାହିକ ସେଟରେ ହୋଇଥିଲା ଏବଂ ଏକାଠି କାମ କରିବା ସମୟରେ ସେମାନଙ୍କ ନିକଟତର ବଢିବାକୁ ଲାଗିଲା । ଏହା ପରେ ୨୦୦୧ ମସିହାରେ ଦୁହେଁ ବିବାହ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏମାନଙ୍କ ଛାଡପତ୍ର ମଧ୍ୟ ହୋଇଯାଇଥିଲା ।

ଅମନ ବର୍ମା ଏବଂ ବନ୍ଦନା ଲାଲବାନୀ :

Google

ଧାରାବାହିକ “ଶପଥ” ସେଟରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା । ଅମନ ବର୍ମା ଏବଂ ବନ୍ଦନା ଲାଲବାନୀ ଏହି ଶୋ’ରେ ଭାଇଭଉଣୀଙ୍କ ଭୂମିକାରେ ଅଭିନୟ କରିଥିଲେ ଏବଂ ଏକାଠି କାମ କରିବା ସମୟରେ ଦୁହେଁ ନିକଟତର ହେବାକୁ ଲାଗିଲେ । ରିଲ୍ ଲାଇଫର ଏହି ଭାଇ-ଭଉଣୀଙ୍କୁ ବାସ୍ତବ ଜୀବନରେ ପରସ୍ପର ସହିତ ପ୍ରେମ ହୋଇଯାଇଥିଲା । ଏହା ପରେ ଦୁହେଁ ପରସ୍ପରକୁ ୨ ବର୍ଷ ପର୍ଯ୍ୟନ୍ତ ପାଇଁ ଡେଟ୍ କରିଥିଲେ ଏବଂ ପରେ ଦୁହେଁ ବିବାହ କରିଥିଲେ । କହିରଖୁଛୁ କି ଦୁହିଁଙ୍କୁ “ବିଗ୍ ବସ୍” ସେଟରେ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା ।

ଶୋଏବ ଇବ୍ରାହିମ ଓ ଦୀପିକା କକ୍ଟଡ଼ :

Google

ଛୋଟ ପରଦାରେ ମକ୍ଷୀଙ୍କ ଭୂମିକାରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିବା ଦୀପିକା କକ୍ଟଡ଼, ନିଜ ଜୀବନ ସାଥୀ ଶୋଏବଙ୍କ ସହିତ ପ୍ରଥମ ଥର ପାଇଁ ଧାରାବାହିକ “ସସୁରାଲ ସିମର କା”ର ସେଟରେ ଭେଟିଥିଲେ । ଏଠାରେ ସାକ୍ଷାତ କରିବା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଏବଂ ପରେ ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଯାଇଥିଲା । କହିରଖୁଛୁ ଯେ, ଧାରାବାହିକ “କୋଇ ଲୌଟ କେ ଆୟା ହେ”ରେ ଶୋଏବ ଏବଂ ଦୀପିକା ଭାଇଭଉଣୀଙ୍କ ଭୂମିକାରେ ଅଭିନୟ କରିଥିଲେ । ତେବେ ଦୁହେଁ ୨୦୧୮ ମସିହାରେ ପରସ୍ପରକୁ ବିବାହ କରିଥିଲେ । ଆପଣଙ୍କୁ ଜଣାଇ ଦେଇଉଛୁ ଯେ, ଦୀପିକା “ବିଗ ବସ୍”ର ବିଜେତା ମଧ୍ୟ ହୋଇସାରିଛନ୍ତି ।

Leave a Reply

Your email address will not be published. Required fields are marked *