“ଅନଲକ-୫”ର ନିର୍ଦ୍ଦେଶାବଳୀ ୩୦ ନଭେମ୍ବର ପର୍ଯ୍ୟନ୍ତ ବଢ଼ିଲା, କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ !

କେନ୍ଦ୍ର ସରକାର ଅନଲକ-୫ ର ନିର୍ଦ୍ଦେଶାବଳୀ ୩୦ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବାକୁ ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ଗୃହ ମନ୍ତ୍ରାଳୟ ମଧ୍ୟ ଏହି ସମ୍ବନ୍ଧରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । କେନ୍ଦ୍ର କହିଛି ଯେ ୫୦ ପ୍ରତିଶତ ସିଟ୍ ସହିତ ସିନେମା ହଲ୍, ଥିଏଟର ଏବଂ ମଲ୍ଟିପ୍ଲେକ୍ସ ଖୋଲିବା ସମେତ ଏଭଳି ସମସ୍ତ କାର୍ଯ୍ୟକଳାପକୁ ଅନୁମତି ଦେଉଥିବା ନିର୍ଦ୍ଦେଶାବଳୀ ଆସନ୍ତା ମାସ ପର୍ଯ୍ୟନ୍ତ ଜାରି ରହିବ । କିନ୍ତୁ କଣ୍ଟେନମେଣ୍ଟ ଜୋନରେ ପୂର୍ବପରି କଡା କାର୍ଯ୍ୟାନୁଷ୍ଠାନ ଜାରି ରହିବ ।

ଏହାପୂର୍ବରୁ ବିଭିନ୍ନ ଗତିବିଧିକୁ ଅନୁମତି ଦେଉଥିବା ନିର୍ଦ୍ଦେଶାବଳୀ ସେପ୍ଟେମ୍ବର ୩୦ରେ ଜାରି କରାଯାଇଥିଲା, ଯାହା ୩୧ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବାର ଥିଲା । ନିର୍ଦ୍ଦେଶାବଳୀରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ କେନ୍ଦ୍ର ଦ୍ୱାରା ସ୍ୱୀକୃତି ଆନ୍ତର୍ଜାତୀୟ ଯାତ୍ରାକୁ ଛାଡି ବାକିସବୁ ଉପରେ ପ୍ରତିବନ୍ଧକ ରହିବ ଏବଂ ବିଦ୍ୟାଳୟ ଓ କୋଚିଂ ସଂସ୍ଥା ଖୋଲିବାକୁ ନିଷ୍ପତ୍ତି ନେବାର ଅଧିକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଦିଆଯାଇଛି ।

ଭାରତରେ କରୋନା ଭୁତାଣୁ ମଧ୍ୟରେ ଅନେକ ଖୁସି ଖବର ରହିଛି । ସାନ୍ତ୍ୱନାମୂଳକ ଖବର ଏହା ମଧ୍ୟ ରହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣର ମାମଲାରେ ଗତ ଦିନ ଅପେକ୍ଷା ହ୍ରାସ ପାଇଛି । ଖୁସିଖବର ଆହୁରିମଧ୍ୟ ଯେ ଦେଶରେ ସକ୍ରିୟ ମାମଲାର ସଂଖ୍ୟା ମଧ୍ୟ ହ୍ରାସ ପାଉଛି । ତେବେ ଏସବୁ ସତ୍ତ୍ୱେ ମଧ୍ୟ କେନ୍ଦ୍ରର ମୋଦୀ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦାୟିତ୍ୱହୀନତା କରିବାକୁ ଚାହୁଁନାହାଁନ୍ତି ।

ଗୃହ ମନ୍ତ୍ରାଳୟ ପକ୍ଷରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନଲକ-୫ର ନିର୍ଦ୍ଦେଶାବଳୀକୁ ସେପ୍ଟେମ୍ବର ୩୦ର ନିର୍ଦ୍ଦେଶନାମାକୁ ଆଗକୁ ବୃଦ୍ଧି କରାଯାଇଛି । ଏଥିରେ କୁହାଯାଇଛି ଯେ ଗୃହ ମନ୍ତ୍ରାଳୟ କରୋନା ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୩୦ରେ ଲାଗୁ କରାଯାଇଥିବା ଆଦେଶକୁ ବର୍ତ୍ତମାନ ୩୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ଜାରି ରହିବ । ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ କିମ୍ବା ରାଜ୍ୟରୁ ସାମଗ୍ରୀ ଏବଂ ଲୋକଙ୍କ ଗମନାଗମନ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏହି କାର୍ଯ୍ୟଗୁଡ଼ିକ ପାଇଁ କୌଣସି ପ୍ରକାରର ବିଶେଷ ଅନୁମତି କିମ୍ବା ଇ-ଅନୁମତିର ଆବଶ୍ୟକତା ହେବ ନାହିଁ ।

* ଅନଲକର କିଛି ବଡ଼ କଥା:-

– କଣ୍ଟେନମେଣ୍ଟ ଜୋନ ବାହାର ଅଞ୍ଚଳରେ ବସିବା ପାଇଁ ୫୦ ପ୍ରତିଶତ କ୍ଷମତା ସହିତ ସିନେମା ହଲ୍, ଥିଏଟର ଏବଂ ମଲ୍ଟିପ୍ଲେକ୍ସ, ବ୍ୟବସାୟ ପ୍ରଦର୍ଶନୀ, ଖେଳାଳି ମାନଙ୍କ ତାଲିମ୍ ପାଇଁ ସୁଇମିଂ ପୁଲ୍, ମନୋରଞ୍ଜନ ପାର୍କ ଏବଂ ଏହିପରି ସ୍ଥାନ  ଗୁଡିକରେ ଗତିବିଧିକୁ ଅନୁମତି ଦିଆଯାଇଛି ।

– ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗ ଏହି ଗତିବିଧିକୁ ଆରମ୍ଭ କରିବାପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି ।

– ନିର୍ବାଚନ ରାଜ୍ୟ ବିହାର ଏବଂ ଉପ-ନିର୍ବାଚନ କ୍ଷେତ୍ରରେ ରାଜନୈତିକ ​​ସର୍କଲରେ ବନ୍ଦ ସ୍ଥାନ କିମ୍ବା ହଲରେ ସର୍ବାଧିକ ୨୦୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଇଛି । ରାଜନୈତିକ ସମାବେଶ କଣ୍ଟେନମେଣ୍ଟ ଜୋନ୍ ବାହାରେ କେବଳ  ହୋଇପାରିବ । ଏହି ଅବଧିରେ ନିଷିଦ୍ଧ ଅଞ୍ଚଳରେ ଲକଡାଉନ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ ।

କରୋନା ଭାଇରସକୁ ନଜର କରି ନରେନ୍ଦ୍ର ମୋଦି ୨୫ମାର୍ଚ୍ଚରୁ ଦେଶବ୍ୟାପୀ ଲକଡାଉନ ଲାଗୁକରିବାକୁ ଘୋଷଣା କରିଥିଲେ ଏବଂ ଏହାକୁ ୩୧ମଇ ପଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଦେଶରେ ‘ଅନଲକ’ ପ୍ରକ୍ରିୟା ୧ ଜୁନରୁ ଆରମ୍ଭ ହୋଇଥିଲା, ଯାହାପରେ ପର୍ଯାୟ କ୍ରମେ ବ୍ୟବସାୟିକ, ସାମାଜିକ, ଧାର୍ମିକ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପକୁ ଅନୁମତି ଦିଆଯାଇଥିଲା ।

* ଏହା ଏକ ଭଲ ସଙ୍କେତ

କେବେଳ ଏତିକି ନୁହେଁ, କଣ୍ଟେନମେଣ୍ଟ ଜୋନରେ ୩୦ ନଭେମ୍ବର ପର୍ଯ୍ୟନ୍ତ କଡାକଡ଼ି ଭାବରେ ଲକଡାଉନ ପାଳନ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସଚିବ ରାଜେଶ ଭୂଷଣ କରୋନାର ସ୍ଥିତିକୁ ନେଇ କହିଛନ୍ତି କି , “ଗତ ପାଞ୍ଚ ସପ୍ତାହ ଧରି ଦେଖାଯାଉଛି କି କରୋନାରେ ହେଉଥିବା ନୂତନ ମୃତ୍ୟୁର ସଂଖ୍ୟାରେ କ୍ରମାଗତ ହ୍ରାସ ଘଟିଛି ।’ ସେ ଆହୁରି ମଧ୍ୟ କହିଛନ୍ତି କି ଦେଶରେ ବର୍ତ୍ତମାନ ପୁନରୁଦ୍ଧାର ହାର ୯୦.୬୨ ପ୍ରତିଶତରେ ପହଁଞ୍ଚିସାରିଛି । ଏହା କ୍ରମାଗତ ଭାବେ ବଢିଚାଲିଛି, ଯାହାକି ଏକ ଭଲ ସଙ୍କେତ ଅଟେ ।

* ସତର୍କତା ଆବଶ୍ୟକ

ରାଜେଶ ଭୂଷଣ କହିଛନ୍ତି, ‘କରୋନାର ୭୮ପ୍ରତିଶତ ସକ୍ରିୟ ମାମଲା ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଅଟେ ।  ଗତ ୨୪ଘଣ୍ଟାରେ ୫୮ ପ୍ରତିଶତ ନୂତନ ମୃତ୍ୟୁ ପାଞ୍ଚଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ ଏବଂ କର୍ଣ୍ଣାଟକ)ରେ ହୋଇଥିବାର ସୂଚନା ମିଳିଛି ।’ ସେ କହିଛନ୍ତି ଯେ ପର୍ବ ସମୟରେ କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଦିଲ୍ଲୀରେ କରୋନା ମାମଲାରେ ବୃଦ୍ଧି ଘଟିଛି ।

ଦୁର୍ବଳ ହୋଇଯାଉଛି କରୋନା । ୪ମାସ ପରେ ମିଳିଲା ଏହି ଖୁସିଖବର ।

Be the first to comment

Leave a Reply

Your email address will not be published.


*