ଅନ୍‌ଲକ୍-୪.୦: ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି, ଏସବୁ କଟକଣା ହଟିଲା…

ଅନ୍‌ଲକ୍-୪.୦: ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି, ଏସବୁ କଟକଣା ହଟିଲା…

ଭୁବନେଶ୍ବର,୩୧/୮: ରାଜ୍ୟ ସରକାର ଓଡ଼ିଶାରେ ଅନ୍‌ଲକ୍-୪.୦ ପାଇଁ ସୋମବାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ପରେ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ମଧ୍ୟ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ସେପ୍ଟେମ୍ବର ଗାଇଡ୍‌ଲାଇନ୍‌ ମୁତାବକ ନାଇଟ୍‌ କର୍ଫ୍ୟୁ ହଟାଇ ଦିଆଯାଇଛି । ସିନେମା ହଲ୍‌, ସୁଇମିଂ ପୁଲ୍, ଥିଏଟର୍‌ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ଗାଇଡ୍‌ଲାଇନ୍‌ରେ ଦର୍ଶାଯାଇଛି । ଏଥିସହ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ଧାର୍ମିକସ୍ଥଳ ତଥା ଧର୍ମାନୁଷ୍ଠାନ ବନ୍ଦ ରହିବ ।

Google

ଓପନ୍‌ ଏୟାର ଥିଏଟର୍‌ ଖୋଲିବାକୁ ଅନୁମତି ଦିଆଯିବ । ସେପ୍ଟେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏଥିସହ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍‌ ଜାରି ରହିବ । ସ୍ଥାନୀୟ ଅଧିକାରୀ ଉକ୍ତ ଜୋନ୍ ବାବଦରେ ନିଷ୍ପତ୍ତି ନେବେ । କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଜିଲ୍ଲା ଓ ସବ୍‌ଡିଭିଜନ୍‌ରେ ଲକ୍‌ଡାଉନ୍ ଲାଗୁ ହେବ ନାହିଁ ‌ବୋଲି ରାଜ୍ୟ ସରକାର ଅନ୍‌ଲକ୍-୪.୦ ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି ।

Google

ଅନ୍ୟପକ୍ଷରେ ୨୧ ସେପ୍ଟେମ୍ବରରୁ ରାଜ୍ୟରେ ମୁକ୍ତାକାଶ ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦିଆଯାଇଛି । ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନକୁ ଅନୁମତି ଦିଆଯାଇନାହିଁ । ସିନେମା ହଲ, ବାର୍, ଅଡିଟୋରିୟମ, ସୁଇମିଂ ପୁଲ, ଏଣ୍ଟରଟେନମେଣ୍ଟ କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦିଆଯାଇନାହିଁ । ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୂଜାଛୁଟି ପର୍ଯ୍ୟନ୍ତ ପୂର୍ବରୁ ହିଁ ବନ୍ଦ କରାଯାଇଛି ।

Leave a Reply

Your email address will not be published. Required fields are marked *