Unlock-3 : ୩୧ ଅଗଷ୍ଟ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଲକଡାଉନ୍ କଡାକଡି ଲାଗୁ ହେବ ! କ’ଣ ଖୋଲା ରହିବ, କ’ଣ ବନ୍ଦ ହେବ ? ଆସନ୍ତୁ ଜାଣିବା…

Unlock-3 : ୩୧ ଅଗଷ୍ଟ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଲକଡାଉନ୍ କଡାକଡି ଲାଗୁ ହେବ ! କ’ଣ ଖୋଲା ରହିବ, କ’ଣ ବନ୍ଦ ହେବ ? ଆସନ୍ତୁ ଜାଣିବା…

ଅଗଷ୍ଟ ୧ ତାରିଖରୁ ସାରା ଦେଶରେ ହଟିବ ରାତ୍ରୀକାଳୀନ କର୍ଫ୍ୟୁ ।

ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ ।

ଜିମ୍ ଭିତରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ ।

ନୂଆଦିଲ୍ଲୀ : ଅଗଷ୍ଟ ୧ ତାରିଖରୁ ଦେଶରେ ଅନଲକ୍- ୩ ପ୍ରକ୍ରିୟା ଆରମ୍ଭ ହେବ, ଏନେଇ କେନ୍ଦ୍ର ସରକାର ଅନଲକ୍ -୩ ଗାଇଡଲାଇନ୍ ଜାରି କରିଛନ୍ତି । ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଗାଇଡଲାଇନ୍ ଜାରି ହୋଇଛି । ଗାଇଡ୍‌ଲାଇନ୍ ଅନୁସାରେ, କଣ୍ଟନମେଣ୍ଟ ଜୋନରେ ଅଗଷ୍ଟ ୩୧ ଯାଏଁ ଲକ୍ଡ଼ାଉନ ଲାଗୁ ହେବ । ତେବେ ରାତ୍ରୀକାଳୀନ କର୍ଫ୍ୟୁ ଉପରୁ କଟକଣା ଉଠାଇଛନ୍ତି କେନ୍ଦ୍ର ସରକାର । ରାତିରେ ସାଧାରଣ ଲୋକଙ୍କ ଯାତାୟାତ ଉପରୁ କଟକଣା ଉଠିଛି । ଫଳରେ ରାତିରେ ମଧ୍ୟ ସାଧାରଣ ଲୋକେ ଯାତାୟାତ କରିପାରିବେ ଓ ଗମନାଗମନରେ ସୁବିଧା ହେବ ।

ଅଗଷ୍ଟ ୫ରୁ ଯୋଗ ଇନଷ୍ଟିଚ୍ୟୁଟ ଓ ଜିମ୍ନାସିୟମ ଖୋଲାଯିବା । କୋଭିଡ୍ କଟଣା ପାଳନ କରି ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ତା ସହିତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ, କୋଟିଂ ସେଣ୍ଟର ବନ୍ଦ ରହିବ ବୋଲି ଗାଇଡ୍‌ଲାଇନ୍ ରେ ଉଲ୍ଲେଖ ରହିଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମତାମତ କ୍ରମେ ଏହି ଅନଲକ୍- ୩ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ତେବେ ସାମାଜିକ ଦୂରତା ବଜାୟ ରଖୁବାର ଆବଶ୍ୟକତା ରହିଛି । କରୋନା ଠାରୁ ରକ୍ଷା ପାଇବାକୁ ହେଲେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ । ଏଥିପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ ଏସ୍ଓପି ଜାରି ହୋଇଛି ।

Google

ଅନଲକ୍- ୩ରେ କଣ ସବୁ ବନ୍ଦ ରହିବ ଜାଣନ୍ତୁ :

୧) ମେଟ୍ରୋ ରେଳ ସେବା ବନ୍ଦ ରହିବ । ୨) ସିନେମା ହଲ୍ ବନ୍ଦ ରହିବ । ୩) ସୁଇମିଂ ପୁଲ୍ ବନ୍ଦ ରହିବ । ୪) ଥୁଏଟର୍ ବନ୍ଦ ରହିବ । ୫) ବାର୍ ବନ୍ଦ ରହିବ । ୬) ଅଡିଟୋରିୟମ ୭) ଏଣ୍ଟରଟେନ୍‌ମେଣ୍ଟ ପାର୍କ ଓ ସାମାଜିକ, ରାଜନୈତିକ, କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ନାହିଁ । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ଏଗୁଡିକ କେବେ ଖୋଲିଯିବ ତାହାର ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ମନ୍ତ୍ରାଳୟ କହିଛି ।

ତେବେ ଅନ୍ତରାଜ୍ୟ ଓ ରାଜ୍ୟ ଭିତରେ ଗମନାଗମନ, ମାଲ ପରିବହନକୁ ଅନୁମତି ମିଳିଛି । ଦୋକାନରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ଵ ପାଇଁ କଡ଼ା ନିର୍ଦ୍ଦେଶାବଳି ଜାରି ହୋଇଛି । ତା’ସହିତ ବୟସ୍କ, ରୋଗାକ୍ରାନ୍ତ, ଶିଶୁମାନଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏସବୁ କେବେ ଖୋଲାଯିବ ତାହାର ନିଷ୍ପତ୍ତି ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର ମନ୍ତ୍ରାଳୟ କହିଛି ।

Leave a Reply

Your email address will not be published. Required fields are marked *