The kapil sharma show ରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏଣ୍ଟ୍ରି ମନା ….

The kapil sharma show ରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏଣ୍ଟ୍ରି ମନା ….

ସିକ୍ୟୁରିଟୀ ଗାର୍ଡ ଜଣକ ସ୍ମୃତି ଈରାନୀ ଙ୍କୁ କପିଳ ଶର୍ମା ଶୋ ଭିତରକୁ ଯିବା ପାଇଁ ଅନୁମତି ଦେଲେ ନାହିଁ, ଜାଣନ୍ତୁ କାହିଁକି ବିନା ଶୁଟିଙ୍ଗ କରି ଫେରି ଆସିଲେ ସ୍ମୃତି ଇରାନୀ ।

ଟିଭି ଅଭିନେତ୍ରୀରୁ ରାଜନେତା ସାଜିଥିବା ସ୍କୃତି ଇରାନୀ କପିଳ ଶର୍ମା ଶୋରେ ଅତିଥି ଭାବେ ନଜର ଆସିଥାନ୍ତେ କିନ୍ତୁ ବର୍ତମାନ ଏବେ ସ୍କୃତି ବିନାସୁଟିଙ୍ଗ କରି ଫେରିଛନ୍ତି ।ସ୍କୃତି ନିଜର ବହି ‘ଲାଲ ସଲାମ’ ର ପ୍ରମୋଶନ ପାଇଁ କପିଲ ଶର୍ମାଙ୍କ କମେଡି ଶୋକୁ ଆସିଥାନ୍ତେ କିନ୍ତୁ ଗାର୍ଡ ତାଙ୍କୁ ଭିତରକୁ ଯିବାକୁ ଅନୁମତି ଦେଲେ ନାହିଁ। ଶେଷରେ ସ୍କୃତି ଇରାନୀଙ୍କୁ ବିନା ଶୁଟିଂରେ ଫେରିବା ପାଇଁ ପଡିଥିଲା ।

ଶତ ଚେଷ୍ଟା ପରେ ମଧ୍ୟ ଗାର୍ଡ ଭିତରକୁ ଯିବାକୁ ଅନୁମତି ଦେଲେ ନାହିଁ । ବିଶେଷ ସୂତ୍ର ଅନୁସାରେ କେନ୍ଦ୍ରମନ୍ତ୍ରୀ ଯେତେବେଳେ ସୁଟିଙ୍ଗ ପାଇଁ ଏଣ୍ଟ୍ରି ଗେଟରେ ପହଞ୍ଚିଲେ ଠିକ ସେହି ସମୟରେ କପିଲ ଶର୍ମା ଶୋର ସିକ୍ୟୁରିଟୀ ଗାର୍ଡ ଆନ୍ନା ତାଙ୍କୁ ଚିହ୍ନି ପାରିଲେ ନାହିଁ । ସ୍କୃତି ତାଙ୍କୁ କହିଲେ ସେଟରେ ଏପିସୋଡର ସୁଟିଙ୍ଗ ପାଇଁ ନିମନ୍ତ୍ରଣ କରାଯାଇଛି ସେ ଶୋର ସ୍ପ୍ରେଶାଲ ଅତିଥି ଅଟନ୍ତି । ଏହା ଶୁଣି ଗାର୍ଡ କହିଲେ, ଆମକୁ କୌଣସି ଆଦେଶ ମିଳିନାହିଁ ସରି ମ୍ୟାଡେମ ଆପଣ ଭିତରକୁ ଯାଇପାରିବେ ନାହିଁ ।
ଠିକ ସେହି ସମୟରେ ଜମାଟୋର ଡେଲୀବରୀ ବଏ ବିନା ଅନୁମତିରେ ଭିତରକୁ ଗଲା । ସ୍କୃତି ଅନେକ ସମୟ ଧରି ଗାର୍ଡକୁ ବୁଝେଇବାକୁ ପ୍ରାୟାସ କରୁଥିଲେ କିନ୍ତୁ ଗାର୍ଡ ମାନିଲାନାହିଁ ତେବେ ଜମାଟୋର ଡେଲୀବରୀ ବଏ ଆସିଲା ସେ କଳାକାରମାନଙ୍କୁ ଫୁଡ ପ୍ୟାକେଟ ଦେବାକୁ ଆସିଥିଲା, ଗାର୍ଡ ତାକୁ କିଛି ପଚାରିଲା ନାହିଁ । ଏହା ଦେଖି କେନ୍ଦ୍ରମନ୍ତ୍ରୀ ରାଗି ଯାଇ ପ୍ରଡକ୍ସନ ଟିମ ଏବଂ କପିଳ ଶର୍ମାଙ୍କୁ ଫୋନ ମଧ୍ୟ କରିଥିଲେ କିନ୍ତୁ କଥା ହୋଇପାରିଲେ ନାହିଁ। ଶେଷରେ ରାଗରେ ସ୍କୃତି ବିନା ସୁଟ କରି ଫେରିଗଲେ ।

କେନ୍ଦ୍ରମନ୍ତ୍ରୀ ଶୋକୁ ଯିବା ପାଇଁ ବାରଣ କରିଥିବା ଜାଣିବା ପରେ ଗାର୍ଡ ନିଜ ଫୋନ ବନ୍ଦ କରିଦେଇଥିଲା ।

ଯେବେ ସିକ୍ୟୁରିଟୀ ଗାର୍ଡକୁ ପ୍ରକୃତ ବିଷୟ ଜଣାପଡିଥିଲା ସେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଶୋରେ ଏଣ୍ଟ୍ରି କରିବା ପାଇଁ ବାରଣ କରିଛି ସେକ୍ୟୁରୀଟି ଗାର୍ଡ ସୁଟିଙ୍ଗ ସେଟରୁ ଚାଲି ଯାଇଥିଲା ଏବଂ ନିଜ ଫୋନ ମଧ୍ୟ ବନ୍ଦ କରିଦେଇଥିଲା । ସିକ୍ୟୁରୀଟି ଗାର୍ଡ ସ୍ମୃତି ଇରାନୀଙ୍କ କୌଣସି କଥା ନବୁଝି ସ୍ମୃତିଙ୍କୁ ସୁଟିଂ ସେଟ ଭିତରକୁ ଯିବା ପାଇଁ ମନା କରିଥିଲା । ପରେ ସମସ୍ତ ବିଷୟ ଜାଣିବା ପରେ ପ୍ରଦକ୍ସନ ଟିମ ଶତ ଚେଷ୍ଟା କରି ମଧ୍ୟ ସ୍ମୃତି ଇରାନୀଙ୍କୁ ସୁଟିଙ୍ଗ ପାଇଁ ରାଜି କରାଇ ପାରିନଥିଲେ ।

ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରୀ ଦୁନିଆଁରୁ ଦୂର ହୋଇନାହାଁନ୍ତି ସ୍କୃତି ଇରାନୀ ।

ଏକତା କପୁରଙ୍କ ଶୋ, କ୍ୟୁଁଙ୍କି ଶାଶ ଭି କଭି ବୋହୂ ଥୀ ରେ ସ୍କୃତି ଇରାନୀ ‘ତୁଳସୀ ‘ ଚରିତ୍ରରେ ଅଭିନୟ କରିଥିଲେ । ଏହି ଗୋଟିଏ ଶୋ ସ୍କୃତିଙ୍କୁ ଟିଭି ଜଗତରେ ପସିଦ୍ଧ କରାଇବାରେ ସହାୟକ ହୋଇଥିଲା । ସେହି ସମୟରେ ଏକତା କପୂର ଓ ସ୍କୃତି ଇରାନୀଙ୍କ ବନ୍ଧୁତା ମଧ୍ୟ ହୋଇଯାଇଥିଲା । ସ୍କୃତି ଓ ଏକତା କପୂର ସବୁବେଳେ ଜଣେ ଜଣଙ୍କ ପାଇଁ ଠିଆ ହେଲେ । ଦୁଇ ଜଣ ପାର୍ଟିରେ ସାଙ୍ଗରେ ଦେଖାଯାଉଥିଲେ ।

Leave a Reply

Your email address will not be published. Required fields are marked *