‘LIC’ର ଏହି ଯୋଜନା ଅନୁଯାୟୀ ଦେବାକୁ ହେବ ୧୨୧ ଟଙ୍କା ! ୨୫ ବର୍ଷପରେ ଝିଅର ବିବାହ ପାଇଁ ମିଳିଯିବ ୨୭ ଲକ୍ଷ ଟଙ୍କା…

‘LIC’ର ଏହି ଯୋଜନା ଅନୁଯାୟୀ ଦେବାକୁ ହେବ ୧୨୧ ଟଙ୍କା ! ୨୫ ବର୍ଷପରେ ଝିଅର ବିବାହ ପାଇଁ ମିଳିଯିବ ୨୭ ଲକ୍ଷ ଟଙ୍କା…

ଭାରତୀୟ ଜୀବନ ବୀମା ନିଗମ ଅର୍ଥାତ LIC ଦ୍ୱାରା ଅନେକ ସ୍ୱତନ୍ତ୍ର ପୋଲିସୀ ଯୋଜନା ସମୟ ସମୟରେ ଅଣା ଯାଇଥାଏ । ଯାହାଦ୍ୱାରା ଲୋକମାନଙ୍କୁ ଅତ୍ୟନ୍ତ ଲାଭ ମିଳିଥାଏ ଏବଂ ଭବିଷ୍ୟତର ଚିନ୍ତା ଦୂର ହୋଇ ଯାଇଥାଏ । ଦେଶର ସବୁଠାରୁ ବଡ଼ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ଝିଅମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଲିସୀ ଯୋଜନା ଅଣା ଯାଇଛି । ଯାହାଦ୍ୱାରା ପିତାମାତାଙ୍କୁ ଝିଅର ପାଠପଢା ଏବଂ ବିବାହର ଚିନ୍ତାରୁ ମୁକ୍ତି ମିଳିଯିବ ।

ଏହି ପୋଲିସୀର ନାମ ‘କନ୍ୟାଦାନ ପୋଲିସୀ ଯୋଜନା’ ଅଟେ । ଏହା ଅଧୀନରେ ଆପଣଙ୍କୁ ପ୍ରତିଦିନ ୧୨୧ ଟଙ୍କା ଅର୍ଥାତ ପ୍ରତି ମାସରେ ପ୍ରାୟତଃ ୩୬୦୦ ଟଙ୍କାର ପ୍ରିମୀୟମ୍ ଜମା କରିବାକୁ ପଡିବ । ଯେତେବେଳେ ଏହି ପୋଲିସୀ ପୂରା ହୋଇଯିବ, ସେତେବେଳେ ଆପଣଙ୍କୁ ଏକା ସହିତ ୨୭ ଲକ୍ଷ ଟଙ୍କା ମିଳିବ । ଏହି ଟଙ୍କା ଆପଣଙ୍କୁ ପୋଲିସୀ କରାଇବାର ୨୫ ବର୍ଷପରେ ମିଳିବ । ଏହି ପୋଲିସୀର ଆରମ୍ଭ କିଛି ବର୍ଷ ପୂର୍ବରୁ କରାଯାଇଛି ଏବଂ ଅନେକ ଲୋକ ଏହି ପୋଲିସୀକୁ ନିଜ ଝିଅମାନଙ୍କ ପାଇଁ ନେଇଛନ୍ତି । ଏଭଳି ପରିସ୍ଥିତିରେ ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତ ପାଇଁ କୌଣସି ପୋଲିସୀ ନେବାକୁ ଚାହୁଁଛନ୍ତି, ତେବେ ଏହା ବିଷୟରେ ଚିନ୍ତା କରିପାରନ୍ତି ।

ପୋଲିସୀ ସହ ଜଡିତ ଅନ୍ୟ ଲାଭ:-

* ଏହି ପୋଲିସୀର ସବୁଠାରୁ ବଡ଼ ସ୍ୱତନ୍ତ୍ର କଥା ଏହା ଯେ ଏହି ଯୋଜନା ୨୫ ବର୍ଷ ପାଇଁ ଅଟେ । କିନ୍ତୁ ଆପଣଙ୍କୁ ପ୍ରିମୀୟମ୍ କେବଳ ୨୨ ବର୍ଷ ପର୍ଯ୍ୟନ୍ତ ଭରିବାକୁ ପଡିବ ।

* ପୋଲିସୀ ମଧ୍ୟରେ ବୀମାଧାରକଙ୍କର ମୃତ୍ୟୁ ହୋଇଯିବା ଦ୍ୱାରା ପରିବାରକୁ କୌଣସି ପ୍ରିମୀୟମ୍ ଦେବାକୁ ପଡିବ ନାହିଁ ।

* ଝିଅକୁ ପୋଲିସୀର ରହିଥିବା କିଛି ବର୍ଷ ମଧ୍ୟରେ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ମିଳିବ ।

* ୨୫ ବର୍ଷ ପୂରା ହେବାପରେ ପୋଲିସୀର ମନୋନୀତ ବ୍ୟକ୍ତିଙ୍କୁ ୨୭ ଲକ୍ଷ ଟଙ୍କା ଅଲଗା ମିଳିବ ।

ଏହି ପୋଲିସୀକୁ ୨୫ ବର୍ଷ ପାଇଁ ନିଆ ଯାଇପାରିବ । ପ୍ରତିମାସରେ ପ୍ରାୟତଃ ୩୬୦୦ ଟଙ୍କା ଜମା କରିବାକୁ ପଡିବ । ତେବେ ଏହି ପୋଲିସୀ କମ୍ କିମ୍ବା ଅଧିକ ପ୍ରିମୀୟମରେ ମଧ୍ୟ ନିଆ ଯାଇପାରିବ । ଯଦି ଆପଣ ଆପଣଙ୍କ ଝିଅ ପାଇଁ କନ୍ୟାଦାନ ପୋଲିସୀ ନେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ବୟସ ଅତିକମରେ ୩୦ ବର୍ଷ ହେବା ଉଚିତ୍ । ଝିଅର ବୟସ ଅତିକମରେ ୧ ବର୍ଷ ହେବା ଉଚିତ୍ ।

Leave a Reply

Your email address will not be published. Required fields are marked *