ଦର୍ଶକଙ୍କ ସ୍ମୃତିରେ କାକା ଓରଫ ମିହିର ଦାସ….

ଦର୍ଶକଙ୍କ ସ୍ମୃତିରେ କାକା ଓରଫ ମିହିର ଦାସ….

ଆରପାରିରେ ଲୋକପ୍ରିୟ ଅଭିନେତା ମିହିର ଦାସ । ଦୀର୍ଘ ଦିନ ଧରି ଅସୁସ୍ଥ ରହି ଚିକିତ୍ସାଧୀନ ଥିବା ବେଳେ ମିହିର ଦାସଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ଶତାଧିକ ଓଡିଆ ସିନେମାରେ ଅଭିନୟ କରି ମିହିର ଦାସ ଓଡିଆ ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ । ସେ ଲକ୍ଷ୍ମୀ ପ୍ରତୀମା ଚଳଚ୍ଚିତ୍ର ପାଇଁ ୧୯୯୮ ରେ ଶ୍ରେଷ୍ଠ ଅଭିନେତା ଏବଂ ୨୦୦୨ ରେ ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଏବଂ ୨୦୦୨ ରେ ‘ରାଖୀ ବାନ୍ଧୀଲି ମୋ ରଖିବ ମାନ’ ଏବଂ ପ୍ରେମ ଅଢେଇ ଅକ୍ଷର ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ |

୧୯୬୬ ଫେବ୍ରୁଆରୀ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିରଦାସ । ୧୯୭୯ ମସିହାରେ ଅର୍ଥାତ ମାତ୍ର 13 ବର୍ଷ ବୟସରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ମିହିର ଦାସ । । ସେ ପ୍ରାୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଧଉଳି ଏକ୍ସପ୍ରେସ ‘ଲକ୍ଷ୍ମୀ ପ୍ରତିମା’, ‘ପୁଅ ମୋର ଭୋଳା ଶଙ୍କର’,‘ଟାର୍ଗେଟ୍‌’, ‘ଗୁଣ୍ଡା’, ‘ମାଇଁ ଲଭ୍‌ ଷ୍ଟୋରୀ’,, ‘ଚୋରି ଚୋରି ମନ ଚୋରି’, ‘ବାଜି’, କୃଷ୍ଣ| କାବେରୀ , ଯେ ପାଞ୍ଚେ ପରର ମନ୍ଦ , ତୁ ଏକା ଆମ ସାହା ଭରସା , ପୁଅ ମୋର କଳା ଠାକୁର ଅନ୍ୟତମ ।

ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । ସବୁ ଚରିତ୍ରରେ ନିଖୁଣ ଭାବେ ଅଭିନୟ କରି ଦର୍ଶକଙ୍କ ମନ କିଣିବା ସହ ଘରେ ଘରେ ବେଶ ପରିଚିତ ଥିଲେ ମିହିର ଦାସ । ତେବେ ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଥିବା ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ମିହିରଙ୍କ ମୃତ୍ୟରେ ସମସ୍ତଙ୍କ ମନରେ ଶୋକର ଛାୟା ଖେଳି ଯାଇଛି । ଅନେକ ଥର ଶ୍ରେଷ୍ଠ ଅଭିନେତାର ମୁକୁଟ ପିନ୍ଧିଛନ୍ତି ମିହିର ଦାସ । ରାମାୟଣ, କନ୍ୟାଦାନ, ଘର ମୋର ସ୍ବର୍ଗ, ଭାଗ୍ୟ ହାତେ ଡୋରୀ, ରାଜା ଝିଅ ସାଙ୍ଗେ ହୋଇଗଲା ଭାବ, ପାଗଳ କରିଛୁ ତୁ ଭଳି ଅନେକ ଲୋକପ୍ରିୟ ଓଡିଆ ସିନେମାରେ ଅଭିନୟ କରି ସେ ଲୋକଙ୍କ ମନ ଜିଣିପାରିଥିଲେ । ତାଙ୍କର ପରଲୋକରେ ଓଡିଆ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ମିହିର ଦାସଙ୍କ ପରିବାର ବିଷୟରେ ଯଦି କହିବା ତେବେ ମିହିରଙ୍କ ପତ୍ନୀ ସଙ୍ଗୀତା ଦାସ ଜଣେ କଣ୍ଠଶିଳ୍ପୀ ଥିଲେ । ସଂଗୀତାଙ୍କ ବିୟୋଗ ବହୁ ପୂର୍ବରୁ ହୋଇସାରିଛି । ମିହିରଙ୍କ ପୁଅ ଅମ୍ଳାନ ଓଡ଼ିଆ ସିନେ ଜଗତର ଜଣେ ଆଗ ଧାଡ଼ିର ନାୟକ ଅଟନ୍ତି । ମିହିର ଦାସ ନିଜ ପୁଅ ଏବଂ ବୋହୁଙ୍କୁ ଜୀବନ ଠୁ ଅଧିକ ଭଲ ପାଉଥିଲେ । ବିଶେଷ କରି ବୋହୁ ଭୂମିକା ଦାସଙ୍କ ଠାରୁ ବହୁତ ଆଶା ରଖିଥିଲେ । ଭୂମିକାଙ୍କୁ ମିହିର ନିଜ ବୋହୁ ନୁହେଁ ବରଂ ନିଜ ଝିଅ ଭଳି ମନେ କରୁଥିଲେ ।

ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ମିହିର ଦାସ ବର୍ତ୍ତମାନ ଆମ୍ଭ ମାନଙ୍କ ଗହଣରେ ନାହାଁନ୍ତି ସତ କିନ୍ତୁ ମିହିରଙ୍କ ଅଭିନୀତ ଅନେକ ସୁପରହିଟ ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟସ୍ପର୍ଶୀ ହୋଇପାରିଛି । ମିହିରଙ୍କ ଅଭିନୀତ ଚଳଚ୍ଚିତ୍ର ଅଭିମନ୍ୟୁରେ ଅଭିନୟ କରିଥିବା କାକା ଚରିତ୍ରଟି ଖୁବ ଲୋକପ୍ରିୟ ହୋଇଥିଲା । କାକା ଚରିତ୍ରଟି ସୋସିଆଲ ମିଡ଼ିଆରେ ଖୁବ ଟ୍ରେଣ୍ଡ କରିଥିଲା ।

ପରିଶେଷରେ ଆମେ ସେହି ମହାନ ଅଭିନେତାଙ୍କ ଅମରାତ୍ମାର ସଦଗତି ନିମନ୍ତେ ଭଗବାନଙ୍କୁ ପ୍ରାଥନା କରୁଛୁ । ଆଶା କରୁଛୁ ଲେଖାଟି ଆପଣଙ୍କ ହୃଦୟସ୍ପର୍ଶୀ ହୋଇଥିବ । ଲେଖାଟି ଭଲ ଲାଗିଲେ ଲାଇକ ସେୟାର ନିଶ୍ଚିତ କରିବେ । ଏହିପରି ଭଲ ଭଲ ଲେଖା ପଢିବା ପାଇଁ ଆମ ପେଜକୁ ଫଲ କରିବା ପାଇଁ ଭୁଲନ୍ତୁ ନାହିଁ ।

ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *