ନେହା କକ୍କର ଏବଂ ଆଦିତ୍ୟଙ୍କ ବିବାହକୁ ନେଇ ଉଦିତ ନାରାୟଣ କରିଛନ୍ତି ବଡ ଖୁଲସା । ଏହି କାରଣରୁ କରାଗଲା ବିବାହ ଉପରେ ଫୋକସ୍

ଇଣ୍ଡିଆନ ଆଇଡଲ ଏକ ସିଙ୍ଗିଙ୍ଗ ରିଆଲିଟି ଶୋ ଅଟେ । ବର୍ତ୍ତମାନ ସୋନୀ ଚ୍ୟାନେଲରେ ଇଣ୍ଡିଆନ ଆଇଡଲର ୧୧ ତମ ସିଜନ ଚାଲୁଅଛି । ଅନେକ ମାସ ଆଗରୁ ଚାଲି ଆସୁଥିବା ଏହି ଶୋ କିଛି ଦିନ ମଧ୍ୟରେ ହିଁ ଅନ୍ତିମ ପର୍ଯ୍ୟାୟରେ ପହଂଚି ଯିବ । ୨୦ ଫେବୃଆରୀରେ ଶୋ’ର ଫାଇନାଲ ଅଛି, କିନ୍ତୁ ଅକ୍ଟୋବର ଠାରୁ ଫେବୃଆରୀ ମଧ୍ୟରେ ଶୋ ଅତ୍ୟନ୍ତ ରହସ୍ୟରେ ରହିଛି । ଶୋ’ରେ ପ୍ରତିଦ୍ଵନ୍ଦୀ ମାନଙ୍କର ସିଙ୍ଗିଙ୍ଗ ଠାରୁ ଅଧିକ ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ବିବାହ ଉପରେ ଫୋକସ୍ କରାଯାଉଛି । ପୂର୍ବରୁ ଏହି କଥା ଅଧିକ ଚର୍ଚ୍ଚାରେ ରହିଥିଲା ଯେ ଶୋ’ର ଜଜ୍ ନେହା ଏବଂ ଆଦିତ୍ୟ ୧୪ ଫେବୃଆରୀରେ ବିବାହ କରୁଛନ୍ତି ।

newstrend

କିଛି ଲୋକ ଏହି ଖବରକୁ ସତ ମାନି ନେଇଛନ୍ତି । ପୁଣି କିଛି ଲୋକଙ୍କୁ ଏହା ଟୀଆରପୀ(TRP) ଷ୍ଟଣ୍ଟ ଠାରୁ ଅଧିକ ଆଉ କିଛି ଲାଗି ନଥିଲା । ଯେତେବେଳେ ଏହି ବିଷୟରେ ଆଦିତ୍ୟ ନାରାୟଣଙ୍କ ବାପା ଉଦିତ ନାରାୟଣଙ୍କୁ ପ୍ରଶ୍ନ କରାଗଲା ସେତେବେଳେ ସେ ସମ୍ପୂର୍ଣ୍ଣ ମନା କରିଥିଲେ । ସେ କହିଥିଲେ ଯେ କେବଳ ଶୋ’ର ଟୀଆରପୀ ପାଇଁ ଆଦିତ୍ୟ ଏବଂ ନେହାଙ୍କର ମିଛ ବିବାହ ଗଢ଼ା ହୋଇଛି । କିନ୍ତୁ ଏହା କିଛି ଅଧିକ ହେଉଛି ।

ହୋଷ୍ଟ ଓ ଏଙ୍କରଙ୍କ ବିବାହ ଦ୍ଵାରା (TRP) ଆଣିବାର ଥିଲା ଲକ୍ଷ୍ୟ

newstrend

ଶୋ’ରେ ହଳଦୀ ଠାରୁ ଆରମ୍ଭ କରି ମେହେନ୍ଦୀ – ସଙ୍ଗୀତ ପରମ୍ପରାକୁ ଟେଲିକାଷ୍ଟ କରାଗଲା । ଏହାପରେ ଯେଉଁ ସେଲିବ୍ରିଟି ମଧ୍ୟ ଶୋ’କୁ ଆସିଲେ, ସେମାନେ ଦୁହିଁଙ୍କ ବିବାହ ପାଇଁ ଅନେକ ଶୁଭକାମନା ଦେଇଥିଲେ । ଏବଂ ଏହା ବ୍ୟତୀତ ନେହା ଏବଂ ଆଦିତ୍ୟଙ୍କର ଗୋଆରେ ସାଙ୍ଗରେ ବୁଲିବାର ଫୋଟୋ ମଧ୍ୟ ସାମ୍ନାକୁ ଆସିଛି, ଯାହା ବିବାହର ଖବରକୁ ସମ୍ପୂର୍ଣ୍ଣ ପ୍ରମାଣିତ କରିଥିଲା । ଏହିପରି ଆମେ ଆପଣଙ୍କୁ କହୁଛୁ ଯେ ଏତେ ସବୁ ନାଟକ ରଚନା କରିବା ପରେ ଉଦିତ ନାରାୟଣ ‘ ବଲିଉଡ ହଙ୍ଗାମା ‘କୁ ଦେଇଥିବା ଇଣ୍ଟରଭ୍ୟୁରେ କଣ କହିଥିଲେ ।

newstrend

ଉଦିତ ନାରାୟଣ କହିଥିଲେ ଯେ , ” ଆଦିତ୍ୟ ମୋର ଏକମାତ୍ର ସନ୍ତାନ ଅଟେ । ମୁଁ ତାର ବିବାହକୁ ଅପେକ୍ଷା କରିଛି । ଯଦି ବିବାହର ଖବର ସତ ହୋଇଥାନ୍ତା ତା’ହାଲେ ମୁଁ ଏବଂ ମୋର ପତ୍ନୀ ଦୁନିଆର ସବୁଠାରୁ ଖୁସିରେ ଥିବା ବାପା ମାଆ ହୋଇଥାନ୍ତୁ । କିନ୍ତୁ ଆଦିତ୍ୟ ଆମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଏପରି କିଛି କହି ନାହାନ୍ତି । ମୋତେ ଲାଗୁଛି ଏହି ଲିଙ୍କଅପ୍ ଏବଂ ବିବାହ ଖବର ଏକ ଉଡ଼ା କଥା । ଏହାକୁ ‘ଇଣ୍ଡିଆନ ଆଇଡଲ’ରେ ଟୀଆରପୀ ବଢ଼ାଇବା ପାଇଁ କୁହାଯାଇଥିଲା । ଶୋ’ରେ ନେହା ଜଜ୍ ଏବଂ ମୋ ପୁଅ ଏଙ୍କର ଅଛନ୍ତି, ଯଦି ଏହି ବିବାହର ଖବର ସତ ହୋଇଥାନ୍ତା । ନେହା ବହୁତ ଭଲ ଝିଅ ଏବଂ ଯଦି ସେ ଆମ ବୋହୂ ହୁଏ ତା’ହାଲେ ତାଠାରୁ ଖୁସିର ଖବର ଆଉ କଣ ହୋଇପାରେ । ଯଦି ଆଦିତ୍ୟ ପ୍ରକୃତରେ ବିବାହ କରିବ ତା’ହାଲେ ଏହି ଖୁସିର ଖବର ଆମେ ନିଜେ ସାରା ଦୁନିଆକୁ ଦେବୁ ” ।

ଏପରି ମଧ୍ୟ କେଉଁ ପ୍ରକାରର ଟୀଆରପୀ(TRP):-

newstrend

କହିରଖୁଛୁ ଯେ ଏହା ପ୍ରଥମ ଥର ନୁହେଁ ଯେ ଶୋ’ର ଟୀଆରପୀ ବଢ଼ାଇବା ପାଇଁ ଏପରି କରାଯାଇଛି । ଏହା ପୂର୍ବରୁ ମଧ୍ୟ ଶୋ ଚର୍ଚ୍ଚାକୁ ଆସି ସାରିଛି ଯେତେବେଳେ ଜଣେ ପ୍ରତିଯୋଗୀ ଓଡିସନ ସମୟରେ ନେହାଙ୍କୁ କିସ୍ ଏବଂ ହଗ୍ କରିନେଇଥିଲେ । ହୁଏତ ଶୋ ଅନୁସାରେ ଯେଉଁ ଏହି ଘଟଣା ପଛରେ ନେହାଙ୍କର ହାତ ନଥିଲା । କିନ୍ତୁ ଲାଗୁଛି ଯେ ମେକର୍ସ ମାନେ ଦର୍ଶକ ମାନଙ୍କୁ ଵୋକା ଭାବୁଛନ୍ତି । ନିଜର ଏହି ଷ୍ଟଣ୍ଟ ପାଇଁ ମେକର୍ସକୁ ଜନତାଙ୍କ ପାଖରୁ କଣ କିଛି ଶୁଣିବାକୁ ପଡ଼ିଥିଲା । ଲୋକମାନେ ପ୍ରଶ୍ନ କରିଥିଲେ ଯେ ଯଦି ଏହା ଶୋ ଅନୁସାରେ ନଥିଲା ତାହାଲେ ଏହାକୁ କାହିଁକି ଟେଲିକାଷ୍ଟ କରାଗଲା । ମେକର୍ସ ଏହାକୁ ହଟାଇ ପାରିଥାନ୍ତେ ।

ଅନୁ ମଲ୍ଲିକଙ୍କୁ ଶୋ ମଧ୍ୟରୁ ବାହାର କରାଯାଇଥିଲା :-

newstrend

ଅନୁ ମଲ୍ଲିକଙ୍କ କାରଣରୁ ମଧ୍ୟ ଶୋ ଅତ୍ୟନ୍ତ ଚର୍ଚ୍ଚାରେ ରହିଥିଲା । #MeeToo କାରଣରୁ ଝିଅମାନେ ତାଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଲେ । ଖାସକରି ସୋନା ମହାପାତ୍ର ଅନୁ ମଲ୍ଲିକଙ୍କ ପଛରେ ପଡ଼ିଗଲେ । ଯେତେବେଳେ ଇଣ୍ଡିଆନ ଆଇଡଲ ୧୧ ଆରମ୍ଭ ହୋଇଥିଲା ସେତେବେଳେ ଅନୁ ମଲ୍ଲିକ ସାଧାରଣ ଜଜ୍ ଥିଲେ ମାତ୍ର ସୋନା ଏବଂ ଅନ୍ୟ ଝିଅଙ୍କ ଆରୋପ ପରେ ତାଙ୍କୁ ଶୋ’ରୁ ବାହାର କରାଯାଇଥିଲା । ଶୋ’ର ଫିନାଲେକୁ ଆଉ ମାତ୍ର ୬ ଦିନ ବାକି ଅଛି ଏବଂ ଏହା ଦେଖିବାର ଅଛି ଯେ ଟୀଆରପୀ(TRP)ର ଆଗ୍ରହ ଶୋ’କୁ କେତେ ପର୍ଯ୍ୟନ୍ତ ନେଇଯାଉଛି ।

Be the first to comment

Leave a Reply

Your email address will not be published.


*