ଆମେରିକା କରୋନା ଭୁତାଣୁକୁ ନେଇ ଚୀନ ଉପରେ କ୍ରମାଗତ ଭାବରେ ନିଜର କ୍ରୋଧ ଜାହିତ କରିଛୁ । ଆମେରିକା ବର୍ତ୍ତମାନ ଚୀନ ଉପରେ କରୋନା ପ୍ରତିଷେଧକ ଗବେଷଣାର ତଥ୍ୟ ଚୋରାଇବା ଅଭିଯୋଗ କରିଛି । ଆମେରିକା ନ୍ୟାୟ ବିଭାଗ ଅଭିଯୋଗ କରିଛି ଯେ ୨ ଜଣ ଚୀନ ହେକର୍ (Hacker) ଗବେଷଣାଗାରରୁ ତଥ୍ୟ ଚୋରାଇବାକୁ ପ୍ରୟାସ କରିଛନ୍ତି ଏବଂ ସେହି ଦୁଇ ଜଣ ହେକର୍ (Hacker) ଚୀନ ମନ୍ତ୍ରାଳୟ ସହିତ କାମ କରିବା ସଙ୍ଗେ ସଙ୍ଗେ ଆମେରିକା ଓ ହଙ୍ଗକଙ୍ଗରେ କାର୍ଯ୍ୟରତ ମାନବାଧିକାର କର୍ମକର୍ତ୍ତାମାନଙ୍କୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ।

ଆମେରିକୀୟ ନ୍ୟାୟ ବିଭାଗ କହିଛି ଯେ, ହେକର୍ (Hacker) ଆମେରିକା ଓ ଦୁନିଆର ଅନ୍ୟ ସବୁ ଦେଶରୁ ପାଖାପାଖି ୧୦୦ରୁ ଅଧିକ କମ୍ପାନୀର କରୋନା ପ୍ରତିଷେଧକ ସହ ଜଡ଼ିତ ଗୁପ୍ତ ତଥ୍ୟ, ସୂଚନା ଓ ବୌଦ୍ଧିକ ସଂପଦକୁ ଚୋରୀ କରିବା ଚେଷ୍ଟା ମଧ୍ୟ କରିଛି ।

ରାଷ୍ଟ୍ରୀୟ ସୁରକ୍ଷାର ସହାୟକ ଆର୍ଟାନି ଜେନେରାଲ ଜନ୍ ଡିମର୍ସ କହିଛନ୍ତି ଯେ, ହେକର୍ (Hacker) ଲୀ ସିୟାଓୟୁ ଓ ଡୋଙ୍ଗ ଜିୟାଜୀ ସଂଯୁକ୍ତ ରାଜ୍ୟ ଆମେରିକା ଓ ହଙ୍ଗକଙ୍ଗରେ ମାନବଧିକାର କାର୍ଯ୍ୟକର୍ତ୍ତା ମାନଙ୍କୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି । ଡିମର୍ସ କହିଛନ୍ତି ଯେ, ହେକର୍ସମାନେ ଚୀନର ରାଜ୍ୟ ସୁରକ୍ଷା ମନ୍ତ୍ରାଳୟ ସହିତ କାର୍ଯ୍ୟ କରୁଥିଲେ ।
ଆପଣଙ୍କୁ ଜଣାଇ ଦେଉଛୁ ଯେ, ବିଭିନ୍ନ ମାମଲାରେ ଗତିରୋଧ ମଧ୍ୟରେ ଆମେରିକା ଓ ଚୀନ ମଧ୍ୟରେ ଚିନ୍ତା ଲଗାତାର ବଢ଼ିବାକୁ ଲାଗୁଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ଼ ଟ୍ରମ୍ପ ବିଶ୍ୱ ମହାମାରୀ ବିଷୟରେ ଆରମ୍ଭରୁ ଚୀନ୍ ଉପରେ ପ୍ରଶ୍ନ କରୁଛନ୍ତି । ଏହା ସହିତ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଆଧିପତ୍ୟକୁ ମଧ୍ୟ ଆମେରିକା ଚ୍ୟାଲେଞ୍ଜ କରୁଛି ।