ବ୍ରେନ୍ ଟ୍ୟୁମର୍ ହେଲେ ଶରୀରରେ ଦେଖାଦେଇଥାଏ ଏହି ଦୁଇଟି ସଂକେତ ! ଦ୍ଵିତୀୟ ସଂକେତଟି ଦେଖାଗଲେ ବିଳମ୍ବ ନ କରି ତୁରନ୍ତ ଡାକ୍ତର ସହ ପରାମର୍ଶ କରନ୍ତୁ ।

ବ୍ରେନ୍ ଟ୍ୟୁମର୍ ହେଲେ ଶରୀରରେ ଦେଖାଦେଇଥାଏ ଏହି ଦୁଇଟି ସଂକେତ ! ଦ୍ଵିତୀୟ ସଂକେତଟି ଦେଖାଗଲେ ବିଳମ୍ବ ନ କରି ତୁରନ୍ତ ଡାକ୍ତର ସହ ପରାମର୍ଶ କରନ୍ତୁ ।

“ଶରୀରମ୍ ବ୍ୟାଧି” ବର୍ତ୍ତମାନ ସାଂପ୍ରତିକ ପରିସ୍ଥିତିରେ କୌଣସି ମଧ୍ୟ ବ୍ୟକ୍ତି ନିଜ ଛାତିରେ ହାତ ରଖି କହିପାରିବ ନାହିଁ ଯେ, ସେ ସଂପୂର୍ଣ୍ଣ ଆରୋଗ୍ୟ ! କାହିଁକି ନା ପ୍ରତ୍ୟେକ ମଣିଷ କୌଣସି ନା କୌଣସି ରୋଗରେ ନିଶ୍ଚୟ ପୀଡ଼ିତ ହୋଇଥାନ୍ତି, ସେହି ରୋଗ କୌଣସି ବଡ ରୋଗ ହେଉ ଅବା ଛୋଟ ହେଊ । ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ରୋଗ ବିଷୟରେ କହିବୁ ଯାହା ଆରମ୍ଭରେ ସାମାନ୍ୟ ରୂପରେ ଦେଖାଯାଏ । ଏହା ଆପଣ ସମସ୍ତେ ଜାଣନ୍ତି ଯେ ଯେ କୌଣସି ବଡ଼ ରୋଗ ହେଲେ ପ୍ରଥମେ କିଛି ସଙ୍କେତ ଦେଇଥାଏ । ସେହିପରି ବ୍ରେନ୍ ଟ୍ୟୁମର୍ ହେବ ପୂର୍ବରୁ ଆପଣଙ୍କୁ ବହୁତ ସଂକେତ ମିଳିଥାଏ । ଯଦି ଆପଣ ଏହି ସଂକେତକୁ ନ ବୁଝି ଅଣଦେଖା କରନ୍ତି ତାହା ହେଲେ ଆଗାମୀ ଦିନରେ ଆପଣ ନାନାଦି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

୧. ମୁଣ୍ଡ ବିନ୍ଧା :

ପ୍ରାୟତଃ ଲୋକେ ମୁଣ୍ଡ ବିନ୍ଧାକୁ ସାମାନ୍ୟ ରୂପେ ନେଇଥାନ୍ତି । କାରଣ ଯେତେବେଳେ ଆମେ ଅଧିକ କାମ କରୁ, ସେତେବେଳେ ଆମ ମୁଣ୍ଡରେ ଅଧିକ ଚାପ ପଡେ । ମୁଣ୍ଡ ବିନ୍ଧା ଠିକ୍ କରିବା ପାଇଁ ଆମେ କିଛି ଔଷଧ ଖାଇଥାଉ । ଯାହାଫଳରେ ମୁଣ୍ଡବିନ୍ଧା ଦୂର ହୁଏ । ଯଦି ଆପଣ କିଛି କାମ ନ କରି ମଧ୍ୟ ମୁଣ୍ଡବିନ୍ଧା ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଆପଣଙ୍କ ଏହି ମୁଣ୍ଡ ବିନ୍ଧା ବାରମ୍ବାର ହୁଏ, ତାହା ହେଲେ ଆପଣ ସତର୍କ ରୁହନ୍ତୁ ଏହା ବ୍ରେନ୍ ଟ୍ୟୁମର୍ ପରି ରୋଗ ହେବାର ଏକ ସଂକେତ ଦେଇଥାଏ ।

୨. କାମ ନ କରି ହାଲିଆ ହେବା :

ଯଦି କୌଣସି ଲୋକ କଠିନ କାମ କରିବା ପରେ ହାଲିଆ, ଦୁର୍ବଳ ଓ ମୁଣ୍ଡ ବୁଲେଇ ଥାଏ; ଏହା ସାଧରଣ ଘଟଣା ହୋଇଥାଏ । ଯଦି କୌଣସି ଲୋକ କିଛି କାମ ନ କରି ମଧ୍ୟ ହାଲିଆ ହୋଇ ଯାଆନ୍ତି ଏବଂ ପାଦରେ ଚାଲି ଚାଲି ଗଲେ ମୁଣ୍ଡ ବୁଲେଇ ଥାଏ; ତେବେ ଏହା ମଧ୍ୟ ବ୍ରେନ୍ ଟ୍ୟୁମରର ଏକ ସଂକେତ ଅଟେ । ତେଣୁ ଆପଣ ସବୁବେଳେ ଧ୍ୟାନ ଦିଅନ୍ତୁ; ଯଦି ଏମିତି କେବେ ସମସ୍ୟା ଦେଖାଯାଏ, ତା’ହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ସାରା ବିଶ୍ୱରେ କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିବର୍ଷ ୯,୦୦୦ ବ୍ରେନ୍ ଟ୍ୟୁମର୍ ମାମଲା ସାମ୍ନାକୁ ଆସୁଛି । ବ୍ରେନ୍ ଟ୍ୟୁମର୍ ଯେକୌଣସି ବୟସର ଲୋକଙ୍କୁ ମଧ୍ୟ ହୋଇପାରେ । ଯଦି ଆପଣ ଏହି ମାରାତ୍ମକ ରୋଗରୁ ସୁରକ୍ଷିତ ରହିବାକୁ ଚାହାଁନ୍ତି, ତେବେ ଏହି ରୋଗ ସହ ଜଡିତ କୌଣସି ଲକ୍ଷଣ ଦେଖିବା ସଙ୍ଗେ ସଙ୍ଗେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ନିଜ ଜୀବନକୁ ସୁରକ୍ଷାରେ ରଖନ୍ତୁ ।

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜାଣନ୍ତୁ । ଲୋକଙ୍କ ସଚେତନତା ପାଇଁ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ମଧ୍ୟରେ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *