‘କ୍ୟାରିୟର୍’ର ସର୍ବୋତ୍ତମ ଶିଖରରେ ପହଞ୍ଚିବା ସମୟରେ ବିବାହରେ ଧୋକା ! ବର୍ତ୍ତମାନ ଏକାକୀ ମାଁ ହୋଇ ଜୀବନ ଅତିବାହିତ କରୁଛନ୍ତି ଅଭିନେତ୍ରୀ ମହିମା ଚୌଧରୀ…

‘କ୍ୟାରିୟର୍’ର ସର୍ବୋତ୍ତମ ଶିଖରରେ ପହଞ୍ଚିବା ସମୟରେ ବିବାହରେ ଧୋକା ! ବର୍ତ୍ତମାନ ଏକାକୀ ମାଁ ହୋଇ ଜୀବନ ଅତିବାହିତ କରୁଛନ୍ତି ଅଭିନେତ୍ରୀ ମହିମା ଚୌଧରୀ…

‘ଶାହାରୁଖ୍ ଖାନ୍’ଙ୍କ ଚଳଚ୍ଚିତ୍ର “ପରଦେଶ” କାହାକୁ ବା ମନେ ନଥିବ । ଏହି ଚଳଚ୍ଚିତ୍ରର ସଂଗୀତ ଠାରୁ ଆରମ୍ଭ କରି ଅଭିନୟ ଏବଂ କାହାଣୀ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଚଳଚ୍ଚିତ୍ରର ପ୍ରତ୍ୟେକଟି ଗୀତ ବହୁତ ହିଟ୍ ହୋଇଥିଲା । ‘ଶାହାରୁଖ୍ ଖାନ୍’ଙ୍କ ସହିତ ଅଭିନେତ୍ରୀ ମହିମା ଚୌଧରୀ ମଧ୍ୟ ଏହି ଚଳଚ୍ଚିତ୍ରରେ ନଜର ଆସିଥିଲେ । ନିଜର ସୌନ୍ଦର୍ଯ୍ୟ ଏବଂ ନିରୀହପଣ ପାଇଁ ଅଭିନେତ୍ରୀ ସମସ୍ତଙ୍କ ହୃଦୟ ଜିଣି ପାରିଥିଲେ । ଏହି ଚଳଚ୍ଚିତ୍ର ପର ଠାରୁ ସେ ରାତାରାତି କଳାକାର ହୋଇ ଯାଇଥିଲେ ।

ପ୍ରାରମ୍ଭରେ ମହିମା ଚୌଧରୀଙ୍କ ଗ୍ରାଫ୍ ବହୁତ ଉଚ୍ଚ ରହିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଏହା ନିମ୍ନକୁ ଖସିବାରେ ଲାଗିଥିଲା । ଠିକ୍ ଏହିଭଳି ତାଙ୍କର ବ୍ୟକ୍ତିଗତ ଜୀବନ ରହିଛି । ବେଳେବେଳେ ଉଚ୍ଚତର ତ ପୁଣି ବେଳେବେଳେ ନିମ୍ନତର। ଆଜି ମହିମା ଚୌଧରୀ ଚଳଚ୍ଚିତ୍ର ଜଗତରୁ ବହୁ ଦୂରରେ ଅଛନ୍ତି । ମହିମା ତାଙ୍କ କ୍ୟାରିୟରର ସର୍ବୋତ୍ତମ ଥିବା ସମୟରେ ତାଙ୍କର ସାକ୍ଷାତ ପ୍ରଥମଥର ପାଇଁ ଟେନିସ୍ କଳାକାର ‘ଲିଏଣ୍ଡର୍ ପେସ୍’ଙ୍କ ସହିତ ହୋଇଥିଲା । ଉଭୟଙ୍କ ପ୍ରଥମ ସାକ୍ଷାତ ପରେ ଘନିଷ୍ଠତା ବଢିବାକୁ ଲାଗିଥିଲା । ଏହାପରେ ଦୁହିଁଙ୍କ ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା ।

ମହିମା ଚୌଧରୀ ମଧ୍ୟ ‘ଲିଏଣ୍ଡର୍ ପେସ୍’ଙ୍କ ପାଇଁ ସଂପୂର୍ଣ୍ଣ ପାଗଳ ହୋଇ ଯାଉଥିଲେ । ସେ ଲିଏଣ୍ଡରଙ୍କ ମ୍ୟାଚ୍ ଦେଖିବା ପାଇଁ ଟେନିସ୍ କୋର୍ଟ ମଧ୍ୟ ଯାଉଥିଲେ । ଏହି ଦୁଇଜଣଙ୍କର ସମ୍ପର୍କ ପ୍ରାୟ ୩ ବର୍ଷ ଧରି ଚାଲିଥିଲା ​​କିନ୍ତୁ ପରେ ସବୁକିଛି ଶେଷ ହୋଇଯାଇଥିଲା । ଏହା ଏଥି ପାଇଁ ଘଟିଥିଲା ​​କାରଣ ମହିମାଙ୍କ ସହ ରହୁଥିବା ବେଳେ ଲିଏଣ୍ଡରଙ୍କ ନାମ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପୂର୍ବତନ ପତ୍ନୀ ରିୟା ପିଲ୍ଲଈଙ୍କ ସହ ମଧ୍ୟ ଯୋଡ଼ି ହୋଇଥିଲା । ଏହି ଦୁଇଜଣଙ୍କର ଖବର ସର୍ବତ୍ର ବ୍ୟାପି ଯାଇଥିଲା । କେବଳ ଏହା ଯଥେଷ୍ଟ ନଥିଲା ଏପରିକି ମହିମା ଥରେ ଦୁଇଜଣଙ୍କୁ ଏକାଠି ପାଇଥିଲେ । ଏହିଠାରୁ ଦୁହିଁଙ୍କ ପ୍ରେମ ବିଚ୍ଛେଦ ହୋଇଯାଇଥିଲା ।

୨୦୦୩ ମସିହାରେ, ମହିମା ପୁଣି ଏକୁଟିଆ ହୋଇ ଯାଇଥିଲେ । ଏହାପରେ ୨୦୦୬ ମସିହାରେ ତାଙ୍କର ସାକ୍ଷାତ ସ୍ଥପତି ବ୍ୟବସାୟୀ ବବି ମୁଖାର୍ଜୀଙ୍କ ସହିତ ହୋଇଥିଲା । ଏହି ଦୁଇ ଜଣଙ୍କର ସମ୍ପର୍କ ଦୀର୍ଘ ସମୟ ଧରି ଚାଲିଥିଲା । କିଛି ରିପୋର୍ଟର ମାନଙ୍କ ଅନୁସାରେ ଏହି ସମ୍ପର୍କ ସମୟରେ ମହିମା ଗର୍ଭବତୀ ହୋଇଥିଲେ । ଗର୍ଭବତୀ ଦୃଶ୍ୟ ଯେତେବେଳେ ସମଗ୍ର ଦୁନିଆ ସାମ୍ନାକୁ ଆସିଥିଲା, ସେ ବବିଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ । ଏହାପରେ ଦୁହେଁ ୨୦୦୬ ମସିହା ମାର୍ଚ୍ଚ ମାସରେ ବିବାହ କରିଥିଲେ । ଦୁହେଁ ଆମେରିକାର “ଲସ୍ ଭେଗାସ୍” ସ୍ଥିତ ଏକ ହୋଟେଲରେ ଅତି ଗୁପ୍ତରେ ବିବାହ କରିଥିଲେ ।

ଏହାପରେ ଦୁହେଁ ୨୦୦୬ ମସିହା ମାର୍ଚ୍ଚ ମାସ ୨୩ ତାରିଖରେ ବଙ୍ଗାଳୀ ରୀତିନୀତି ଅନୁସାରେ ବିବାହ କରିଥିଲେ । ଏହି ବିବାହକୁ ବହୁତ ଗୁପ୍ତ ରଖାଯାଇଥିଲା । ନିଜ ବିବାହର କିଛି ମାସ ପରେ ଅର୍ଥାତ୍ ୨୦୦୭ ମସିହାରେ ନିଜ ଝିଅ ଆର୍ଯ୍ୟନାଙ୍କୁ ଜନ୍ମ ଦେଇଥିଲେ । ଏହି ସମୟରେ ତାଙ୍କ ସ୍ୱାମୀଙ୍କ ଠାରୁ ତାଙ୍କର ଦୂରତା ବଢ଼ିବାକୁ ଲାଗିଲା । ଦୁହେଁ ପରସ୍ପରଙ୍କୁ ଛାଡପତ୍ର ନଦେଇ ଅଲଗା ହୋଇ ଯାଇଥିଲେ । ମହିମା ଆଜି ଜଣେ ଏକାକୀ ମାଁ ଅଟନ୍ତି । ସେ ନିଜ ଝିଅକୁ ଏକୁଟିଆ ପାଳନ କରୁଛନ୍ତି ।

Leave a Reply

Your email address will not be published. Required fields are marked *