ମାତ୍ର ୬ ବର୍ଷ ମଧ୍ୟରେ ଟୋପ୍ ଅଭିନେତ୍ରୀଙ୍କୁ ଟକ୍କର ଦେଇଥିଲେ ଟ୍ଵିଙ୍କିଲ ଖନ୍ନା । ଏହି ୫ଟି ଭୂମିକାରେ ଅଭିନୟ କରି  ଜିତିଥିଲେ ଲୋକମାନଙ୍କ ହୃଦୟ ।

ମାତ୍ର ୬ ବର୍ଷ ମଧ୍ୟରେ ଟୋପ୍ ଅଭିନେତ୍ରୀଙ୍କୁ ଟକ୍କର ଦେଇଥିଲେ ଟ୍ଵିଙ୍କିଲ ଖନ୍ନା । ଏହି ୫ଟି ଭୂମିକାରେ ଅଭିନୟ କରି ଜିତିଥିଲେ ଲୋକମାନଙ୍କ ହୃଦୟ ।

ଟ୍ଵିଙ୍କିଲ ଖନ୍ନାଙ୍କ ଜନ୍ମଦିନ ଏବଂ ତାଙ୍କ ବାପା ରାଜେଶ ଖନ୍ନାଙ୍କ ଜନ୍ମଦିନକୁ ଗୋଟିଏ ଦିନରେ ହିଁ ପାଳନ କରାଯାଏ । ଟ୍ଵିଙ୍କିଲ ଖନ୍ନାଙ୍କ ବୟସ ୪୫ ବର୍ଷ । ନିଜ ବାପା ରାଜେଶ ଖନ୍ନାଙ୍କ ଶିଖାଇଥିବା ପଥରେ ଚାଲି ଖୁବ୍ ନାମ ହାସଲ କରିଥିଲେ ଏବଂ ଇଣ୍ଟେରିୟର ଡ଼ିଜାଇନିଂ ଏବଂ ରାଇଟର ଭାବରେ ମଧ୍ୟ ସଫଳତା ଅର୍ଜନ କରିଥିଲେ । ୨୦୧୮ ମସିହାରେ ଟ୍ଵିଙ୍କିଲ ୩ଟି ବହି ଲେଖିଥିଲେ । ୨୦୧୦ ଠାରୁ ଆରମ୍ଭ କରି ୨୦୧୮ ପର୍ଯ୍ୟନ୍ତ ଟ୍ଵିଙ୍କିଲ ଖନ୍ନା ୭ଟି ଫିଲ୍ମରେ ସହ ନିର୍ମାତା ରୂପରେ ମଧ୍ୟ ଜଡ଼ିତ ଅଛନ୍ତି । ଏତିକି ବର୍ଷ ମଧ୍ୟରେ ଟ୍ଵିଙ୍କିଲ ପାଖାପାଖି ୧୪ଟି ହିନ୍ଦୀ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ରୂପରେ ନଜର ଆସିଛନ୍ତି । କିନ୍ତୁ ଏତିକି କମ୍ ସମୟରେ ହିଁ ଟ୍ଵିଙ୍କିଲ ଖନ୍ନା ବଲିଉଡ଼ର ଟୋପ୍ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ହୋଇ ସାରିଥିଲେ । ୨୦୦୧ରେ ଅକ୍ଷୟ କୁମାରଙ୍କୁ ବିବାହ କରିବା ପରେ ଟ୍ଵିଙ୍କିଲ ଖନ୍ନା ନିଜ ଇଚ୍ଛାରେ ହିଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେଇଥିଲେ । ଆଜି ଆମେ ଆପଣଙ୍କୁ ଟ୍ଵିଙ୍କିଲ ଖନ୍ନାଙ୍କ କ୍ୟାରିଅରର ୫ଟି ମୁଖ୍ୟ ଭୂମିକା ବିଷୟରେ କହିବାକୁ ଯାଉଛୁ । ଯାହାକୁ ତୁଲାଇବା ପରେ ସେ ଲୋକଙ୍କ ହୃଦୟରେ ନିଜର ଏକ ଖାସ୍ ସ୍ଥାନ ବନାଇଥିଲେ ।

ବରସାତ୍ :-

newstrend

୧୯୯୫ରେ ଟ୍ଵିଙ୍କିଲ ଖନ୍ନା ରାଜକୁମାର ସନ୍ତୋଷୀଙ୍କ ଫିଲ୍ମ ” ବରସାତ “ରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଏହି ଫିଲ୍ମରେ ଟ୍ଵିଙ୍କିଲ ଖନ୍ନାଙ୍କ ସହିତ ବୋବୀ ଦେଓଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଟ୍ଵିଙ୍କିଲଙ୍କର ଏହି ଫିଲ୍ମକୁ ଧର୍ମେନ୍ଦ୍ର କାଷ୍ଟ କରିଥିଲେ ଏବଂ ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଟ୍ଵିଙ୍କିଲ ଖନ୍ନା ଆଉ ଦୁଇ ପ୍ରୋଜେକ୍ଟରେ ସାଇନ୍ କରିଥିଲେ । ” ବରସାତ୍ ” ଫିଲ୍ମ ବୋକ୍ସ ଅଫିସ ରେ ସଫଳ ହୋଇଥିଲା ଏବଂ ସେହି ବର୍ଷ ଏହି ଫିଲ୍ମ ଷଷ୍ଠ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ଭାବରେ ନାମିତ ହେଲା । ଏହି ଫିଲ୍ମରେ ଟ୍ଵିଙ୍କିଲ ଖନ୍ନା ଟୀନା ଓବରୋୟ ଭୂମିକାରେ କାମ କରିଥିଲେ । ” ବରସାତତ୍ ” ଫିଲ୍ମରେ ଟ୍ଵିଙ୍କିଲ ଖନ୍ନାଙ୍କୁ ବୋବୀ ଦେଓଲଙ୍କ ଯୋଡ଼ିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ।

ଜାନ୍ :-

newstrend

୧୯୯୬ରେ ରିଲିଜ୍ ହୋଇଥିବା ଫିଲ୍ମ ” ଜାନ୍ “ର ନିର୍ଦ୍ଦେଶନା ରାଜ୍ କମ୍ବର କରିଥିଲେ । ଏହି ଫିଲ୍ମ ଟ୍ଵିଙ୍କିଲ ଖନ୍ନାଙ୍କର ଦ୍ଵିତୀୟ ହିଟ ଫିଲ୍ମ ଥିଲା । ଏହି ଫିଲ୍ମ ମଧ୍ୟ ବୋକ୍ସ ଅଫିସରେ ଖୁବ୍ ଭଲ ଆୟ କରିଥିଲା । ” ଜାନ୍ ” ଫିଲ୍ମରେ ଟ୍ଵିଙ୍କିଲ ଖନ୍ନା କାଜଲ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଟ୍ଵିଙ୍କିଲ ଖନ୍ନାଙ୍କ ସହିତ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଥିଲେ । ପ୍ରଥମ ଫିଲ୍ମରୁ କାମ କରିବା ପରେ ହିଁ ଟ୍ଵିଙ୍କିଲ ଖନ୍ନାଙ୍କୁ ଫିଲ୍ମ ସମୀକ୍ଷକ ମାନେ ଏହି ପ୍ରତିକ୍ରିୟା ଦେଇଥିଲେ ଯେ ଟ୍ଵିଙ୍କିଲ ଖନ୍ନା ଅଧିକାଂଶ ଦେଖାଯାଉଥିବା ହିନ୍ଦୀ ଫିଲ୍ମର ଅଭିନେତ୍ରୀ ଭାବରେ ହିଁ ନଜର ଆସନ୍ତି ନାହିଁ । ସେ ବାରମ୍ବାର ଭାବରେ ଭଲ ଅଭିନୟ କରୁଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଖୁବ୍ ଭଲ ପ୍ରଦର୍ଶନ ରହିବ ।

ଇଣ୍ଟରନ୍ୟାସନଲ ଖିଲାଡ଼ି :-

newstrend

” ଇଣ୍ଟରନ୍ୟାସନଲ ଖିଲାଡ଼ି ” ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ଟ୍ଵିଙ୍କିଲ ଖନ୍ନା ନଜର ଆସିଥିଲେ । ଏହି ଫିଲ୍ମ ୧୯୯୯ରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ଟ୍ଵିଙ୍କିଲ ଖନ୍ନା ପାୟଲ ଭୂମିକାରେ କାମ କରିଥିଲେ । ” ଇଣ୍ଟରନ୍ୟାସନଲ ଖିଲାଡ଼ି ” ଫିଲ୍ମରେ ଟ୍ଵିଙ୍କିଲ ଖନ୍ନା ପ୍ରଥମେ ପ୍ରତିଶୋଧର ନିଆଁରେ ଜଳୁଥିବାର ଦେଖାଯାଇଥାନ୍ତି ଏବଂ ପରେ ସେ ପ୍ରେମରେ ପଡ଼ିଯାଆନ୍ତି । ଏହି ଫିଲ୍ମଟି ମଧ୍ୟ ବୋକ୍ସ ଅଫିସରେ ସଫଳ ହୋଇଥିଲା । ” ଇଣ୍ଟରନ୍ୟାସନଲ ଖିଲାଡ଼ି ” ଫିଲ୍ମ କ୍ୟାରିଅରର ସବୁଠାରୁ ଖାସ୍ ଫିଲ୍ମ ମଧ୍ୟରେ ସାମିଲ ହୋଇଛି । କାରଣ ଏହି ଫିଲ୍ମରେ କାମ କରିବା ପରେ ହିଁ ତାଙ୍କୁ ତାଙ୍କର ଜୀବନସାଥୀ ମିଳିଥିଲା ଏବଂ ୨୦୦୧ରେ ସେ ଅକ୍ଷୟ କୁମାରଙ୍କୁ ବିବାହ କରିଥିଲେ ।

ବାଦଶାହ :-

newstrend

ରୋମାଣ୍ଟିକ ଭୂମିକାରେ ଅଭିନୟ କରୁଥିବା ଟ୍ଵିଙ୍କିଲ ଖନ୍ନା ” ବାଦଶାହ ଫିଲ୍ମରେ ନିଜ ଭାଇର ମୃତ୍ୟୁର ହତ୍ୟାକାରୀକୁ ଖୋଜୁଥିବାର ଦେଖା ଯାଇଥାନ୍ତି । ଯେଉଁଠି ଗୋଟିଏ ପଟେ ସେ ଏହି ଫିଲ୍ମରେ ଜଣେ ସାଧାସିଧା ଏବଂ ଧନୀ ଝିଅର ଭୂମିକା ତୁଲାଇ ଥାନ୍ତି । ଅପର ପକ୍ଷରେ ସେ ଶେଷରେ ରାଜ୍ୟର ମୁଖ୍ୟମନ୍ତ୍ରୀକୁ ଜୀବନରୁ ମାରିବାର ଷଡ଼ଯନ୍ତ୍ରକୁ ରୋକିବାରେ ଶାହରୁଖ ଖାନଙ୍କ ସାହାଯ୍ୟ କରୁଥିବାର ନାଜର ଆସିଥାନ୍ତି । ” ବାଦଶାହ ” ଫିଲ୍ମରେ ଟ୍ଵିଙ୍କିଲ ଖନ୍ନା ସୀମା ମଲହୋତ୍ରା ଭୂମିକାରେ ଅଭିନୟ କରିଥିଲେ ।

ମେଳା :-

newstrend

” ମେଳା ଫିଲ୍ମରେ ଟ୍ଵିଙ୍କିଲ ଖନ୍ନା ରୂପା ସିଂହ ଚରିତ୍ରରେ କାମ କରିଥିଲେ । ଏହି ଫିଲ୍ମରେରେ କରାଯାଇଥିବା ଅଭିନୟକୁ ଆଜି ମଧ୍ୟ ଲୋକମାନେ ଭୁଲି ପାରି ନାହାନ୍ତି । ଏହି ଫିଲ୍ମରେ ଟ୍ଵିଙ୍କିଲ ଖନ୍ନାଙ୍କ ସହିତ ଅମିର ଖାନ୍ କରୁଥିଲେ । ଏହି ଫିଲ୍ମରେ ଟ୍ଵିଙ୍କିଲ ଖନ୍ନା ଅମିରଙ୍କୁ ସାକ୍ଷାତ କରନ୍ତି ଯାହାପରେ ଅମିର ଏବଂ ଫେଜଲ ଟ୍ଵିଙ୍କିଲ ଖନ୍ନାଙ୍କର ପ୍ରତିଶୋଧକୁ ପୁରା କରିବା ପାଇଁ ତାଙ୍କର ସହାୟତା କରନ୍ତି । ” ମେଳା ଫିଲ୍ମରେ ଟ୍ଵିଙ୍କିଲ ଖନ୍ନା ଙ୍କ ଅଭିନୟର ଅନେକ ମିଶ୍ରଣ ଦେଖିବାକୁ ମିଳିଥାଏ ।

Leave a Reply

Your email address will not be published. Required fields are marked *