କରୋନା କାଳରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ଭଗବାନ ରାମ ! ନିର୍ମାଣ କରାଉଛନ୍ତି ୧୦୦୦ ବେଡ୍ ବିଶିଷ୍ଟ ଡାକ୍ତରଖାନା…

କରୋନା କାଳରେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ଭଗବାନ ରାମ ! ନିର୍ମାଣ କରାଉଛନ୍ତି ୧୦୦୦ ବେଡ୍ ବିଶିଷ୍ଟ ଡାକ୍ତରଖାନା…

ଟିଭି ଅଭିନେତା ଗୁରମିତ ଚୌଧୁରୀ ଟିଭିରେ ଅଭିନୀତ ଚରିତ୍ର ଭଗବାନ ଶ୍ରୀରାମଙ୍କ ପାଇଁ ଜଣାଶୁଣା । ଏଥିସହିତ ଗୁରମିତ ସାଧାରଣ ଜନତାଙ୍କ ସାହାଯ୍ୟ ପାଇଁ ମଧ୍ୟ ଜଣାଶୁଣା । ଏହି ଅଭିନେତା ପୁଣିଥରେ ନିଜ ଦୟାଳୁ ଭାବ ଦେଖାଇଛନ୍ତି । କରୋନା ଭାଇରସର ଦ୍ୱିତୀୟ ଲହରୀରେ ଯେଉଁଠାରେ ଗୋଟିଏ ପଟେ ସାଧାରଣ ଜନତା ଅସହାୟ ହୋଇ ଯାଇଛନ୍ତି ତ ଅନ୍ୟପଟେ ଅଭିନେତାମାନେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।

କିଛି ଦିନ ପୂର୍ବରୁ ଗୁରମିତ ଚୌଧୁରୀ ଓ ତାଙ୍କ ସ୍ତ୍ରୀ ଦେବୀନା ବାନାର୍ଜୀ ପ୍ଲାଜମା ଦାନ କରିଥିଲେ । ଏହାପରେ ଏହି ଅଭିନେତା ଆଉ ଏକ ଭଲକାମ କରିବାକୁ ନିଷ୍ପତ୍ତି ନେଲେ । ଏହି ଅଭିନେତା ନିଜ ସୋସିଆଲ ମିଡ଼ିଆରୁ ସୂଚନା ସେୟାର କରି ଲେଖିଛନ୍ତିଯେ ସେ ୧୦୦୦ ବେଡ୍ ବିଶିଷ୍ଟ ଡାକ୍ତରଖାନା ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହି ଅଭିନେତା ଏହାର ସୂଚନା ନିଜ ଟ୍ୱିଟ୍ ଜରିଆରେ ଦେଇଛନ୍ତି ।

ଗୁରମିତ ଲେଖିଛନ୍ତି ଯେ, ମୁଁ ସ୍ଥିର କରିଛି ଯେ ପାଟଣା ଓ ଲକ୍ଷ୍ମନୌରେ ସାଧାରଣ ଜନତାଙ୍କ ପାଇଁ ଅଲ୍ଟ୍ରା ମଡ଼େର୍ନ ୧୦୦୦ ବେଡ଼ର ଏକ ଡାକ୍ତରଖାନା ଖୋଲିବାକୁ ଯାଉଛି । ଆପଣଙ୍କ ଆଶୀର୍ବାଦ ଓ ସମର୍ଥନ ଦରକାର । ଜୟ ହିନ୍ଦ । ବିବରଣ ଖୁବଶୀଘ୍ର ସେୟାର୍ କରାଯିବ । ଏଥିସହିତ ସେ ଦୁଇଟି ହେସ୍ ଟେଗ୍ ଦେଇଛନ୍ତି । କରୋନା ଇଣ୍ଡିଆ । କରୋନା ହେଲ୍ପ । ଅଭିନେତା ଗୁରମିତ ଯେପରି ଏହି ଖବର ସେୟାର୍ କରିଛନ୍ତି ସେପରି ତାଙ୍କ ଫ୍ୟାନ୍ସମାନେ ତାଙ୍କ ପ୍ରଶଂସାରେ ଲାଗି ପଡ଼ିଛନ୍ତି । ସୋସିଆଲ୍ ମିଡ଼ିଆରେ ତାଙ୍କର ଭଲକାମକୁ ବହୁତ ପ୍ରଶଂସା ହେଉଛି ।

ଏହି ଅଭିନେତା ଓ ତାଙ୍କ ସ୍ତ୍ରୀ ୧୯ ଏପ୍ରିଲକୁ ନିଜ ପ୍ଲାଜମା ଦାନ କରିଥିଲେ । ଏଥିସହ ସେ ଏହାର ସୂଚନା ମଧ୍ୟ ସୋସିଆଲ୍ ମିଡ଼ିଆରେ ଦେଇଥିଲେ । ସେ ଲେଖିଥିଲେ, ଆମେ ପ୍ଲାଜମା ଦାନ କରି ସାହାଯ୍ୟ ପାଇଁ ନିଜ କାର୍ଯ୍ୟ ପୂରଣ କରିଛୁ । ଆପଣ ସମସ୍ତଙ୍କୁ ଅନୁରୋଧ ଯେ ଆଗକୁ ଯାଇ ନିଜ ପ୍ଲାଜମା ଦାନ କରନ୍ତୁ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ । ଏହାପରେ ସେ ଲୋକଙ୍କ ସାହାଯ୍ୟ ପାଇଁ ନିଜ ଫୋନ୍ ନମ୍ବର୍ ମଧ୍ୟ ଲେଖିଥିଲେ ।

ଆପଣଙ୍କୁ ସୁଚାଇଦେଉଛୁ ଯେ ଗତ ବର୍ଷ ୨୦୨୦ ଅକ୍ଟୋବର ମାସରେ ଗୁରମିତ ଚୌଧୁରୀ ଏବଂ ତାଙ୍କ ସ୍ତ୍ରୀ ଦେବୀନା ବାନାର୍ଜୀ କରୋନା ପଜିଟିଭ୍ ହୋଇଯାଇଥିଲେ । ଏ ଦୁହେଁ ଖୁବଶୀଘ୍ର କରୋନା ସହ ଲଢେ଼ଇ କରି ବିଜୟ ଲାଭ କରିଥିଲେ ।

ଗୁରମିତ ଚୌଧୁରୀ ଓ ଦେବୀନା ବାନାର୍ଜୀଙ୍କୁ ଦେଶରେ ଘରେ ଘରେ ପରିଚୟ ତାଙ୍କ ଧାରାବାହିକ ରାମାୟଣରୁ ମିଳିଥିଲା । ଏହି ଧାରାବାହିକରେ ଦୁହେଁ ରାମ ଓ ସୀତାଙ୍କ ଚରିତ୍ରରେ ଅଭିନୟ କରୁଥିବାର ନଜର ଆସିଥିଲେ । କିଛି ଟିଭି ଧାରାବାହିକରେ ନଜର ଆସିବା ପରେ ଗୁରମିତ ଚୌଧୁରୀ ଖାମୋସିୟା ଓ ‘ବଜହ 1 ତୁମ ହୋ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ସେପଟେ ତାଙ୍କ ସ୍ତ୍ରୀ ତେଲୁଗୁ ଓ ହିନ୍ଦୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ଏଥିସହ ଅନେକ ଗୁଡିଏ ଟିଭି ଧାରାବାହିକରେ ମଧ୍ୟ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *