ସାଧାରଣତଃ ଟେଲିଭିଜନକୁ ଛୋଟ ପରଦା ବୋଲି କୁହାଯାଇଥାଏ । ବାସ୍ତବରେ ଲୋକପ୍ରିୟତା ଦୃଷ୍ଟିକୋଣରୁ ଯଦି ଦେଖାଯାଏ ତେବେ ଏହିପରି ଅନେକ ଟିଭି କଳାକାର ଅଛନ୍ତି, ଯେଉଁମାନେ ବଲିଉଡ ଷ୍ଟାର୍ ମାନଙ୍କୁ କଡ଼ା ଟକ୍କର ଦେଇଥାନ୍ତି । ଦୀର୍ଘ ସମୟ ଧରି ଦର୍ଶକଙ୍କ ସାମ୍ନାରେ ରହିବା ହେଉଛି ଏହାର ମୁଖ୍ୟ କାରଣ । କହିରଖୁଛୁ କି ଟିଭି କଳାକାରମାନେ ସେମାନଙ୍କ ଧାରାବାହିକ ମାଧ୍ୟମରେ ସପ୍ତାହରେ ୫ଦିନ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଥାନ୍ତି, ଯେତେବେଳେ କି ବଲିଉଡ ଷ୍ଟାରମାନେ ବର୍ଷକୁ କେବଳ ଗୋଟିଏ କିମ୍ବା ଦୁଇଟି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ମାନଙ୍କ ସାମ୍ନାକୁ ଆସିଥାନ୍ତି । କେବଳ ଲୋକପ୍ରିୟତା ନୁହେଁ ବରଂ ସେମାନଙ୍କର ରୋଜଗାର ମଧ୍ୟ ଯଥେଷ୍ଟ ଅଧିକ ହୋଇଥାଏ, ଗୋଟିଏ ଏପିସୋଡ୍ ପାଇଁ ଏହି କଳାକାରମାନେ ୫୦ ହଜାରରୁ ପ୍ରାୟ ୪୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ କଳାକାରମାନେ କେତେ ଟଙ୍କା ରୋଜଗାର କରନ୍ତି ।
କପିଲ ଶର୍ମା
କହିରଖୁଛୁ କି କପିଲ୍ ଶର୍ମାଙ୍କ କମେଡି ଶୋ’ ସପ୍ତାହରେ ଦୁଇଥର ହୋଇଥାଏ, ଯେଉଁଥି ପାଇଁ ସେ ମୋଟା ଅଙ୍କର ଟଙ୍କା ନେଇଥାନ୍ତି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କି କପିଲ୍ ଶର୍ମା ଗୋଟିଏ ଏପିସୋଡ୍ ପାଇଁ ପ୍ରାୟ ୪୦ ଲକ୍ଷଟଙ୍କା ନେଇଥାନ୍ତି ।
ଭାରତୀ ସିଂ
ତେବେ କପିଲ୍ ଶର୍ମାଙ୍କ ପରେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବରେ ସୁନୀଲ୍ ଗ୍ରୋଭରଙ୍କ ନାମ ଆସିଥାଏ । କିନ୍ତୁ ରୋଜଗାର ଦୃଷ୍ଟିକୋଣରୁ ଯଦି ଦେଖାଯାଏ ତେବେ ଭାରତୀ ସିଂ ତାଙ୍କ ଠାରୁ ଟିକେ ଆଗରେ ଅଛନ୍ତି । ସୁନୀଲ୍ ଗ୍ରୋଭରଙ୍କୁ ଯେତେବେଳେ ଗୋଟିଏ ଏପିସୋଡ୍ ପାଇଁ ୧୦ ଲକ୍ଷଟଙ୍କା ମିଳିଥାଏ ଅପରପକ୍ଷେ ଭାରତୀ ସିଂ ପ୍ରତ୍ୟେକ ଏପିସୋଡ୍ ପାଇଁ ୧୨ ଲକ୍ଷଟଙ୍କା ନେଇଥାନ୍ତି । ତେବେ ଆସନ୍ତୁ ବର୍ତ୍ତମାନ ସେହି ଅଭିନେତା ମାନଙ୍କ ବିଷୟରେ ଚର୍ଚ୍ଚା କରିବା ଯେଉଁମାନେ ପ୍ରାୟତଃ ପ୍ରତିଦିନ ଟିଭିରେ ଆସି ଆପଣଙ୍କୁ ମନୋରଞ୍ଜନ କରିଥାନ୍ତି…
ରୋନିତ ରାୟ
ବାସ୍ତବରେ ବଡ ପରଦାରେ ଅଭିନେତା ରୋନିତ୍ ରାୟ ହୁଏତ ଅଧିକ ସଫଳତା ହାସଲ କରି ପାରିନାହାଁନ୍ତି, କିନ୍ତୁ ସେ ଟିଭିରେ ମିଷ୍ଟର୍ ବଜାଜଙ୍କ ଚରିତ୍ରରେ ଅଭିନୟ କରି ବହୁତ ସଫଳତା ଅର୍ଜନ କରିପାରିଛନ୍ତି । ବର୍ତ୍ତମାନ ସମୟରେ ରୋନିତ୍ ଏକତା କପୁରଙ୍କ ଅଲ୍ଟ ବାଲାଜୀ ୱେବ୍ ସିରିଜ୍ “କହନେ କୋ ହମସଫର ହୈ”ରେ ନଜର ଆସିଛନ୍ତି | ଏଥିସହିତ ଯଦି ରୋନିତ୍ ରାୟଙ୍କ ଦରମା କଥା କୁହାଯାଏ ତେବେ ସେ ଗୋଟିଏ ଏପିସୋଡଡ୍ ପିଛା ଦେଢ଼ ଲକ୍ଷଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ।
ହିନା ଖାନ
କହିରଖୁଛୁ କି ବର୍ତ୍ତମାନ ସମୟରେ ହିନା ଖାନ୍ ଧାରାବାହିକ “କସୌଟୀ ଜିନ୍ଦାଗୀ କି”ରେ କୋମୋଲିକାଙ୍କ ଲୋକପ୍ରିୟ ନକାରାତ୍ମକ ଚରିତ୍ରରେ ଅଭିନୟ କରୁଛନ୍ତି । ହିନାଙ୍କ ଲୋକପ୍ରିୟତା କୌଣସି ବଲିଉଡ୍ ଅଭିନେତ୍ରୀଙ୍କ ଠାରୁ କମ୍ ନୁହେଁ ଏବଂ ଏହାର ସମସ୍ତ ଶ୍ରେୟ ତାଙ୍କର ପ୍ରଥମ ଧାରାବାହିକ “ୟେ ରିସ୍ତା କ୍ୟା କେହଲତା ହୈ” କୁ ଯାଇଥାଏ । ଏହି ଧାରାବାହିକରେ ଦର୍ଶକମାନେ ତାଙ୍କର ଅକ୍ଷରା ଚରିତ୍ରକୁ ଆଜି ମଧ୍ୟ ବହୁତ ପସନ୍ଦ କରନ୍ତି । କହିରଖୁଛୁ ହିନା ଖାନ୍ ଗୋଟିଏ ଏପିସୋଡ୍ ପାଇଁ ୧ ଲକ୍ଷଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାନ୍ତି ।
ଦିବ୍ୟାଙ୍କା ତ୍ରିପାଠୀ
ଦିବ୍ୟାଙ୍କା ତ୍ରିପାଠୀ ଛୋଟ ପରଦାର ଜଣେ ବହୁତ ବଡ଼ କଳାକାର ଅଟନ୍ତି । ଏହି କଥାର ଯଥାର୍ଥ ଅତୀତରେ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଅନୁସରଣକାରୀଙ୍କ ସଂଖ୍ୟାରୁ ଜଣାପଡୁଛି ଯାହାକି ବର୍ତ୍ତମାନ ୧କୋଟି ଅତିକ୍ରମ କରିଛି । ଦିବ୍ୟାଙ୍କା ପ୍ରତ୍ୟେକ ଏପିସୋଡ୍ ପାଇଁ ୯୦,୦୦୦ରୁ ୧ ଲକ୍ଷଟଙ୍କା ଶୁଳ୍କ ଚାର୍ଜ କରନ୍ତି ।