ଟିଭି ଧାରାବାହିକ ‘ସୋନପରି’ର ଏହି ବାଳକଳାକାର ବର୍ତ୍ତମାନ ଦେଖିବାକୁ ବହୁତ ସୁନ୍ଦର ଏବଂ ଷ୍ଟାଇଲିସ୍ !

ସୋନପରି ସିରିଏଲ, ପିଲାମାନଙ୍କର ସବୁଠାରୁ ଅଧିକ ପସନ୍ଦ କରୁଥିବା ସିରିଏଲ ଅଟେ । ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଟିଭିରେ ପ୍ରସାରଣ ହୋଇଥିବା ଏହି ସିରିଏଲ ସୋନପରି ପିଲାମାନଙ୍କୁ ବହୁତ ପସନ୍ଦ ଆସୁଥିଲା ଏହାକୁ ବୋଧେ ଆମେ ମଧ୍ୟ ପସନ୍ଦ କରିଥିବା । କାରଣ ଆମେ ମଧ୍ୟ ବୋଧେ ସେହି ସମୟରେ ଛୋଟପିଲା ଥିଲୁ । ଆମେ ସୋନପରି ସିରିଏଲ ବିଷୟରେ କହୁଛୁ । ଯିଏକି ଆଲତୁ ଓ ଯାଦୁ ପରି ସୋନପରି ରୂପରେ ନଜର ଆସିଥିଲେ । ଏହି ଶୋ’ରେ ଏଭଳି ଅନେକ ଭୂମିକା ଥିଲା ଯାହାକି ଏହି ଶୋ’ର ଜୀବନ ଥିଲା । ଏଭଳି ଅନେକ ସିରିଏଲ ଥିଲା ଯାହା ଲୋକଙ୍କୁ ବହୁତ ପସନ୍ଦ ଆସୁଥିଲା । ଯେପରିକି ସାକାଲାକା ବୁମ୍ ବୁମ୍, ଶକ୍ତିମାନ, ସରାରତ, ଜୁନିଏର ଜି, କରିସ୍ମା କା କରିସ୍ମା ଭଳି ସିରିଏଲରେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ ।

୯୦ ଦଶକରେ ଯେଉଁମାନଙ୍କ ବାଲ୍ୟଜୀବନ ବିତିଥିବ ସେମାନଙ୍କୁ ସୋନପରି ସିରିଏଲ ବିଷୟରେ ବୋଧେ ମନେ ଥାଇପାରେ । ସୋନପରି ସିରିଏଲକୁ ସେମାନେ ନିଶ୍ଚୟ ମନେ ରଖିଥିବେ ଯେଉଁମାନଙ୍କ ବାଲ୍ୟଜୀବନ ୯୦ ଦଶକରେ ବିତିଛି । ଏବେ ସୋନପରି ବହୁତ ବଡ଼ ହୋଇ ଯାଇଛନ୍ତି । ସେ ଏବେ ୨୫ ବର୍ଷର ଅଟନ୍ତି ଓ ବୋଲ୍ଦ ଲୁକରେ ଦେଖାଯାନ୍ତି । ତାନ୍ବି ହେଗଡ଼େ ଏବେ ଏକ ହୋଟ୍ ମୋଡେଲ ମଧ୍ୟ ହୋଇ ସାରିଛନ୍ତି ।

ତାନ୍ବି ହେଗଡ଼େ ଆଜିକାଲି ମରାଠୀ ଚଳଚିତ୍ର ମାନଙ୍କରେ କାମ କରୁଛନ୍ତି । ତାନ୍ବି ହେଗଡ଼େ ବାଳକଳାକାର ରୂପେ ୧୫୦ ରୁ ଅଧିକ ଏସାଇନ୍ ମେଣ୍ଟରେ କାମ କରି ସାରିଛନ୍ତି । ତାଙ୍କୁ ଚଳଚିତ୍ର ୱା ଲାଇଫ ହୋତ ଏସି, ପିତା ରାହୁଲ ଓ ଚାମ୍ପିଏନରେ ମଧ୍ୟ ଦେଖିଥିବେ । ଏହାସହ ସେ ଅନେକ ମରାଠୀ ଚଳଚିତ୍ରରେ ମଧ୍ୟ ନଜର ଆସିଛନ୍ତି ।

Be the first to comment

Leave a Reply

Your email address will not be published.


*