“ୟେ ରିସ୍ତା କ୍ୟା କହଲତା ହେ” ଫେମ୍ ଅଭିନେତ୍ରୀ ଲତା ସବରବାଲ ଛାଡ଼ିଲେ ଟିଭି ଇଣ୍ଡଷ୍ଟ୍ରି…

“ୟେ ରିସ୍ତା କ୍ୟା କହଲତା ହେ” ଫେମ୍ ଅଭିନେତ୍ରୀ ଲତା ସବରବାଲ ଛାଡ଼ିଲେ ଟିଭି ଇଣ୍ଡଷ୍ଟ୍ରି…

‘ୟେ ରିସ୍ତା କ୍ୟା କହଲତା ହେ’ ଫେମ୍ ଅଭିନେତ୍ରୀ ‘ରାଜଶ୍ରୀ ବିଶ୍ଵମ୍ଭରନାଥ ମହେଶ୍ୱରୀ’ ଅର୍ଥାତ ଲତା ସବରବାଲ ନିଜ ଅଭିନୟ ଦ୍ଵାରା ଅନେକ ଲୋକଙ୍କ ହୃଦୟ ଜିଣି ପାରିଛନ୍ତି । କିନ୍ତୁ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏହା ଏକ ଖରାପ ଖବର ଅଟେ । ଲତା ସବରବାଲ ଟେଲିଭିଜନ ଇଣ୍ଡଷ୍ଟ୍ରିକୁ ବିଦାୟ ନେବାକୁ ନିଷ୍ପତ୍ତି ନେଲେ ।

ବାସ୍ତବରେ ଲତା ସବରବାଲ ଟିଭି ଇଣ୍ଡଷ୍ଟ୍ରିରୁ ବିଦାୟ ନେଇ ଏକ ନୂଆ ଜଗତରେ ନିଜର ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ସେ ନିଜ ଇଂଷ୍ଟାରେ ଲେଖିଛନ୍ତି ଯେ, ‘ଏକ ନୂତନ ଜଗତର ଶୁଭରମ୍ଭର ସ୍ୱାଗତ କରୁଛି । ମୁଁ ଡେଲି ସୋପ ଛାଡ଼ି ଦେଉଛି, କିନ୍ତୁ ୱେବ ଫିଲ୍ମ କିମ୍ବା କେମିୟୋ ରୋଲ୍ ପାଇଁ ମୁଁ ସର୍ବଦା ଜାଗ୍ରତ ରହିବି । ମୋ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ରୂପେ ଆପଣଙ୍କ ଯୋଗଦାନ ପାଇଁ ଧନ୍ୟବାଦ ।

ଲତାକୁ ଶେଷ ଥରପାଇଁ ‘ୟେ ରିସ୍ତା ହେ ପ୍ୟାର କା’ରେ ଦେଖାଯାଇଥିଲା, ଯାହା କି ‘ୟେ ରିସ୍ତା କ୍ୟା କହଲତା ହେ’ ଧାରାବାହିକ ପରେ ଆରମ୍ଭ ହୋଇଥିଲା । ଏହି ଧାରାବାହିକରେ ଲତା ଋଷିତା ବିଶ୍ୱମ୍ଭର ମହେଶ୍ୱରୀ ଚରିତ୍ରରେ ଅଭିନୟ କରିଥିଲେ । ଏହି ଡେଲି ଶୋପକୁ ଫ୍ୟାନ୍ସ ମାନଙ୍କ ଦ୍ୱାରା ବହୁତ ପସନ୍ଦ କରାଯାଇଥିଲା ।

ଅଭିନେତ୍ରୀ ଲତା ସୋସିଆଲ ମିଡ଼ିଆରେ ଖୁବ୍ ସକ୍ରିୟ ରୁହନ୍ତି । ପ୍ରତିଦିନ ସେ ଫ୍ୟାନ୍ସ ମାନଙ୍କ ସହ ନିଜ ଫଟୋ ଓ ଭିଡ଼ିଓ ସେୟାର କରନ୍ତି । ଜଣାଇଦେଉଛୁ ଯେ ଲତା ନିଜ ଫିଟନେସ୍ ପ୍ରତି ଖୁବ୍ ଧ୍ୟାନ ଦିଅନ୍ତି । ଜଣାଇଦେଉଛୁ ଯେ ନିକଟରେ ସେ ଫିଟନେସ୍, ଖାଦ୍ୟ ଓ ଜୀବନ ଶୈଳୀ ସହ ଜଡ଼ିତ ନିଜ ସ୍ୱାମୀ ସଞ୍ଜୀବ ସେଠଙ୍କ ସହିତ ବ୍ଳଗିଙ୍ଗ ମଧ୍ୟ ଆରମ୍ଭ କରିଛନ୍ତି ।

ଲତା ଟେଲିଭିଜନରେ ନିଜ ଯାତ୍ରା ୧୯୯୯ରେ ଆରମ୍ଭ କରିଥିଲେ । ସେ ଅନେକଗୁଡ଼ିଏ ଧାରାବାହିକରେ ନିଜ ଅଭିନୟର ଜାଦୁ ଦର୍ଶକଙ୍କୁ ଦେଖାଇଛନ୍ତି । ଜଣାଇଦେଉଛୁ ଯେ ସେ ‘ବୋ ରହନେ ବାଲି ମହଲୋ କି’, ‘ଶାକା ଲାକା ବୁମ୍ ବୁମ୍’ ଏବଂ “ବୋ ଅପନା ସା’ ଭଳି ଶୋ’ରେ ଅଭିନୟ କରିଛନ୍ତି । ସିନେମା ମଧ୍ୟରେ ସେ ‘ଇଶକ ବିସ୍କ’, ‘ବିବାହ’ ଓ ‘ପ୍ରେମ ରତନ ଧନ ପାୟୋ’ ଭଳି ପ୍ରସିଦ୍ଧ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

Leave a Reply

Your email address will not be published. Required fields are marked *