ଟିଭି ଅଭେନେତ୍ରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ, ଟ୍ରାକ୍ଟରରେ ଯାଇ ବାଡେଇ ହେଲା କାର :-

କନ୍ନଡ ଟିଭିର ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ମେବିନା ମାଇକେଲ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ । ୨୨ ବର୍ଷିୟ ମେବିନାଙ୍କ ସହିତ ଏହିଭଳି ଅଭାବନୀୟ ଘଟଣା ସମଗ୍ର ବଲିଉଡ ଜଗତରେ ଦୁଃଖ ଛାୟା ସୃଷ୍ଟି କରିଦେଇଥିଲା । କୌଣସି ସୂତ୍ରରୁ ପ୍ରକାଶ ପାଇଛି ଯେ, ମଙ୍ଗଳବାର ଦିନ ସେ ତାଙ୍କ ସାଙ୍ଗମାନଙ୍କ ସହିତ ସହରରୁ ବାହାରି ମଦିକେରି ଯିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ରାସ୍ତାରେ ଯାଉଥିବା ସମୟରେ ଗୋଟିଏ ଟ୍ରାକ୍ଟର ସହିତ ଧକ୍କା ହୋଇ ଏହିପରି ଏକ ଲୋମହର୍ଷଣକାରୀ ଦୁର୍ଘଟଣା ଘଟିଯାଇଥିଲା ।

google

“ଆନନ-ଫାନନ” ହସ୍ପିଟାଲରେ ମେବିନା ଓ ତାଙ୍କ ସାଙ୍ଗମାନଙ୍କୁ ଭର୍ତ୍ତି କରାଯାଇଥିଲା । ମେବିନା ମଙ୍ଗଳବାର ଦିନ ସନ୍ଧ୍ୟାରେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ସାଙ୍ଗମାନଙ୍କ ଅବସ୍ଥା ବର୍ତ୍ତମାନ ମଧ୍ୟ ଗମ୍ଭୀର ରହିଛି । ବାଙ୍ଗାଲୁର ପୋଲିସ ଏହି ଘଟଣାର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ ମେବୀନାଙ୍କର ହଠାତ ଏପରି ଦେହାନ୍ତ ହେବାକୁ ପରିବାର ବର୍ଗ ଏତେ ସହଜରେ ଗ୍ରହଣ କରିପାରି ନାହାଁନ୍ତି, ସାଙ୍ଗସାଥି ଏବଂ ପୁରା ଟେଲିଭିଜନ ଇଣ୍ଡଷ୍ଟ୍ରିକୁ ବହୁତ ବଡ଼ ଝଟକା ଲାଗିଛି ।

google

ମେବିନା ‘ପ୍ୟାତେ ହୁଦୁଗିର ହଲ୍ଲୀ ଲାଇଫ’ରୁ ଘରେ ଘରେ ବେଶ ପରିଚିତ ଏବଂ ଲୋକପ୍ରିୟ ଥିଲେ । ଏହି ଶୋ’ ହାସନର ପାଖରେ ଥିବା ବନାରସି ଗାଁରେ ଆୟୋଜିତ ହେଉଥିଲା । ଏହି ଶୋ’ ସେହି ଝିଅମାନଙ୍କ ଜୀବନ ଶୈଳୀ ଉପରେ ଆଧାରିତ ଥିଲା, ଯେଉଁମାନେ ସହରରେ ଏକ ଆଡ଼ମ୍ବର ପୁର୍ଣ ଜୀବନ ଶୈଳୀରେ ଅତିବାହିତ କରୁଥିଲେ । କିନ୍ତୁ ଏଠାରେ ତାଙ୍କୁ ସହରର ସମସ୍ତ ସୁଖ ସୁବିଧାକୁ ତ୍ୟାଗ କରି ଗାଁରେ ବସବାସ କରିବାକୁ ପଡେ ।

google

ସେହିପରି ‘ପ୍ୟାତେ ହୁଦୁଗିର ହିଲ୍ଲୀ ଲାଇଫ’ ଶୋ’ର ହୋଷ୍ଟ ଅକୁଳ ବାଲାଜି ମେବିନାଙ୍କ ମୃତ୍ୟରେ ଦୁଃଖ ପ୍ରକାଶ କରିଛନ୍ତି । ସେ ମେବିନାଙ୍କ ଦେହାନ୍ତ ଦୁଃଖରେ ଟ୍ୱିଟରରେ ତାଙ୍କର ଏକ ଫୋଟ ସେୟାର କରିଛନ୍ତି, ଯେଉଁଥିରେ ଅକୁଳ ମଧ୍ୟ ମେବିନାଙ୍କ ସହିତ ଦେଖାଯାଉଛନ୍ତି । ଅକୁଳ ଟ୍ୱିଟ କରି ଲେଖିଛନ୍ତି, “ପ୍ୟାତେ ହୁଦୂଗିର ହିଲ୍ଲୀ ଲାଇଫ”ର ମୋର ପସନ୍ଦର ପ୍ରତିଯୋଗି ଏବଂ ଏହି ପ୍ରତିଯୋଗିତାର ବିଜେତା ମେବିନାଙ୍କ ନିଧନରେ ମୁଁ ଦୁଃଖିତ ଏବଂ ସେ କହିଛନ୍ତି ମେବିନା ଖୁବ୍ କମ ବୟସର ଥିଲେ । ତାଙ୍କ ସହିତ ଘଟିଥିବା ଏହି ଦୁର୍ଘଟଣାକୁ ମୁଁ ସ୍ୱୀକାର କରିପାରୁ ନାହିଁ । ମୋର ପ୍ରାର୍ଥନା ତାଙ୍କୁ ଏବଂ ତାଙ୍କ ପରିବାର ସହିତ ସର୍ବଦା ରହିବ । ଅକୁଳ ବାଲାଜୀଙ୍କର ଏହି ପୋଷ୍ଟରେ ସମସ୍ତେ ତାଙ୍କର ଆତ୍ମାର ସଦ୍-ଗତି ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଏବଂ ପ୍ରାର୍ଥନା କରୁଛନ୍ତି ।

Be the first to comment

Leave a Reply

Your email address will not be published.


*