ଆଜି ହିଁ ଆପଣାନ୍ତୁ ଶୁଖିଲା ନଡ଼ିଆ ଓ ଲେମ୍ବୁର ଏହି ଉପାୟ ! ତୁରନ୍ତ ମିଳିବ ମନୋବାଞ୍ଛିତ ଫଳ…

ଆଜି ହିଁ ଆପଣାନ୍ତୁ ଶୁଖିଲା ନଡ଼ିଆ ଓ ଲେମ୍ବୁର ଏହି ଉପାୟ ! ତୁରନ୍ତ ମିଳିବ ମନୋବାଞ୍ଛିତ ଫଳ…

ଆଜିକାର ସମୟରେ ବେକାରୀ ଏକ ବଡ଼ ସମସ୍ୟା ଅଟେ । ବିନା ରୋଜଗାରରୁ ଜୀବନଯାପନ କରିବା ବହୁତ କଷ୍ଟକର ଅଟେ । ବର୍ତ୍ତମାନ ଏପରି ନାହିଁ ଯେ ଲୋକଙ୍କ ଭିତରେ ଚାକିରୀ ପାଇଁ ଦକ୍ଷତା ଓ ପ୍ରତିଭା ନାହିଁ । କିଛି ଥର ଏପରି ସବୁ କାରଣରୁ ମଧ୍ୟ ଚାକିରୀ ମିଳେ ନାହିଁ । ଏହାର କାରଣ ଖରାପ ଭାଗ୍ୟ କିମ୍ବା ଅଧିକ ପ୍ରତିଯୋଗିତା ଅଟେ । ଏକ ଛୋଟ ଚାକିରୀ ପାଇଁ ହଜାର ଲକ୍ଷ ସଂଖ୍ୟାରେ ଆବେଦନ ଆସେ । ଏମିତିରେ ଏହା ଆପଣଙ୍କ ଭାଗ୍ୟର ମାମଲା ହୋଇଯାଏ ।

ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ବିଶେଷ ଉପାୟ କହିବାକୁ ଯାଉଛୁ । ଏହି ଜ୍ୟୋତିଷ ଉପାୟ ମାଧ୍ୟମରେ ଆପଣଙ୍କୁ ମନ ପସନ୍ଦର ଚାକିରୀ ମିଳିଯିବ । ଭିଡରେ ସର୍ବପ୍ରଥମେ ଆପଣଙ୍କ ଭାଗ୍ୟ ଚମକି ଉଠିବ । ଆପଣ ଏକ ସଠିକ୍ ଦିଗରେ ଚାକିରୀ ଖୋଜିବା ଆରମ୍ଭ କରିଦେବେ । ମୋଟାମୋଟି ଭାବେ କହିବାକୁ ଗଲେ ଏହି ସବୁ ଉପାୟରୁ ଆପଣଙ୍କୁ ଲାଭ ଲାଭ ହେବ ।

୧. ଏକ ଶୁଖିଲା ନଡ଼ିଆ ଆଣନ୍ତୁ ଓ ଏହାକୁ ଅଧା କାଟି ଦିଅନ୍ତୁ । ଏହାର ଏକ ଭାଗରେ ଘିଅ ଯେବେକି ଅନ୍ୟ ଭାଗରେ ଚିନି ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହାକୁ ଅଶ୍ୱତ୍ଥ ବୃକ୍ଷ ମୂଳରେ ପୋତି ଦିଅନ୍ତୁ । ଏପରି କରିବା ସମୟରେ ଧ୍ୟାନ ରଖିବେ ଯେ ଆପଣଙ୍କୁ କେହି ଦେଖିବେ ନାହିଁ ନଚେତ୍ ଏହି ଉପାୟ ଫେଲ୍ ହୋଇଯିବ । ଏହି କାମ କରିବା ପରେ ଘରକୁ ଆସି ସ୍ନାନ କରି ନିଅନ୍ତୁ ଏବଂ ଭଗବାନଙ୍କ ପ୍ରତିମା ସମ୍ମୁଖରେ ଛିଡ଼ା ହୋଇ ହାତ ଯୋଡ଼ି ନିଜ ମନ ପସନ୍ଦର ଚାକିରୀ ପାଇବା ପାଇଁ ପ୍ରାର୍ଥନା କରନ୍ତୁ ।

୨. ଅମାବାସ୍ୟା ରାତିରେ ଲେମ୍ବୁ ନେଇ ଚାରିଛକ ସ୍ଥାନକୁ ଯାଆନ୍ତୁ । ଏହି ଲେମ୍ବୁକୁ କାଟି ଚାରିଫାଳ କରିଦିଅନ୍ତୁ । ଏହାକୁ ସବୁ ଦିଗରେ ଫିଙ୍ଗି ଦିଅନ୍ତୁ । ଏପରି କରି ତୁରନ୍ତ ଘରକୁ ଆସିଯାନ୍ତୁ ଏବଂ ରାସ୍ତାରେ କୋଉଠି ଅଟକନ୍ତୁ ନାହିଁ । ଧ୍ୟାନ ରଖିବେ ଏପରି କରିବା ସମୟରେ ଆପଣଙ୍କୁ କିଏ ଡାକିବେ ନାହିଁ । ଏଥିପାଇଁ ଏହି ଉପାୟକୁ ଆପଣ ଲୁଚିଛପି କରନ୍ତୁ । ଯେତେବେଳେ ଚାରିଛକରୁ ଫେରିବେ ସେତେବେଳେ ପଛକୁ ଚାହିଁ ଦେଖନ୍ତୁ ନାହିଁ । ଘରକୁ ଆସି ମୁହଁ ହାତ ଧୁଅନ୍ତୁ ଓ ଭଗବାନଙ୍କ ସମ୍ମୁଖରେ ସୋରିଷର ଏକ ଦୀପ ପ୍ରଜ୍ଵଳିତ କରନ୍ତୁ ।

୩. ଶୁକ୍ଳ ପକ୍ଷ ଶୁକ୍ରବାର କିମ୍ବା କୌଣସି ଶୁଭ ଦିନରେ ତାଲା କିଣନ୍ତୁ ଏବଂ ତାକୁ ମନ୍ଦିରରେ ଦାନ କରି ଦିଅନ୍ତୁ । ବର୍ତ୍ତମାନ ଯିଏ ମଧ୍ୟ ସେହି ତାଲାକୁ ଖୋଲିବ ତେବେ ଆପଣଙ୍କ ଭାଗ୍ୟ ଖୋଲିଯିବ । ଏପରି ଭାବରେ ଆପଣଙ୍କ ଅସୁବିଧାର ସମାଧାନ ହୋଇଯିବ । ଏହି ଉପାୟ ଚାକିରୀ ବ୍ୟତୀତ ସମସ୍ତ ପ୍ରକାର ମନସ୍କାମନା ପୂରଣ କରିବା ପାଇଁ କରିପାରିବେ ।

୪. ବୁଧବାର ଦିନ ନିକଟସ୍ଥ ଗଣେଶ ମନ୍ଦିରକୁ ଯାଆନ୍ତୁ । ଏଠାରେ ଗୌରୀପୁତ୍ରଙ୍କ ସମ୍ମୁଖରେ ହାତ ଯୋଡ଼ି ନିଜ ମନସ୍କାମନା କହିଦିଅନ୍ତୁ । ଏହାପରେ ଓଲଟା ସ୍ଵାସ୍ତିକ ଆଙ୍କି ଦିଅନ୍ତୁ । ଯେବେକି ଆପଣଙ୍କ ମନୋକାମନା ପୂର୍ଣ୍ଣ ହୋଇଗଲେ ପୁଣିଥରେ ସେହି ମନ୍ଦିରକୁ ଯାଆନ୍ତୁ ଏବଂ ସିଧା ସ୍ଵାସ୍ତିକ ଆଙ୍କି ଦିଅନ୍ତୁ । ଏହି ଉପାୟ ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ ।

Leave a Reply

Your email address will not be published. Required fields are marked *